ଜିଏସ୍‌ଟି ରିଟର୍ନ ଫାଇଲ୍‌ ଅବଧି ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧।୩:  କେନ୍ଦ୍ର ସରକାର ରବିବାର ଦେଶର ଟିକସଦାତାଙ୍କ ସୁବିଧାକୁ ନଜରରେ ରଖି ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ବାର୍ଷିକ ରିଟର୍ନ ଫାଇଲ୍‌ ଅବଧିକୁ ବୃଦ୍ଧି କରିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରାଳୟ ପକ୍ଷରୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଜିଏସ୍‌ଟି ରିଟର୍ନ ଫାଇଲିଂର ଶେଷ ତାରିଖକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରାଳୟ ଅନ୍ତର୍ଗତ କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମାଶୁଳ୍କ ବୋର୍ଡ (ସିବିଆଇସି) ପକ୍ଷରୁ ରବିବାର ଏ ସମ୍ପର୍କରେ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ପୂର୍ବରୁ ୨୦୧୯-୨୦ର ବାର୍ଷିକ ଜିଏସ୍‌ଟି (ଜିଏସ୍‌ଟିଆର-୯ ଓ ଜିଏସ୍‌ଟିଆର ୯ସି) ଫାଇଲ କରିବାର ଶେଷ ତାରିଖ ୨୮ ଫେବୃୟାରୀ ରହିଥିଲା। ଏହାକୁ ମିଶାଇ ୨ ଥର ତାରିଖ ବୃଦ୍ଧି କରାଯାଇଛି। ବାର୍ଷିକ ଜିଏସ୍‌ଟି ରିଟର୍ନ ଫାଇଲିଂ ଶେଷ ତାରିଖ ଗତ ଡିସେମ୍ବର ୩୧ ପର୍ଯ୍ୟନ୍ତ ରହିଥିଲା। ପୂର୍ବରୁ ସିବିଆଇସି ପକ୍ଷରୁ ଶେଷ ତାରିଖକୁ ଫେବୃୟାରୀ ୨୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଦେଶର ୪ଟି ରାଜ୍ୟ ଓ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଥିବାରୁ ଏବେ ନିର୍ବାଚନ ଆଚରଣବିଧି ଲାଗୁ ରହିଛି। ଏ ସମ୍ପର୍କରେ ସରକାରଙ୍କ ସହ ଆଲୋଚନା କରି ମନ୍ତ୍ରଣାଳୟ ଶେଷ ତାରିଖ ବଢାଇବା ପୂର୍ବରୁ ଭାରତର ନିର୍ବାଚନ ଆୟୋଗଙ୍କ ଅନୁମତି ମଧ୍ୟ ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଧାନର ଏମ୍‌ଏସ୍‌ପି ୧୮୧୫ଟଙ୍କାକୁ ବୃଦ୍ଧି; ୧୪ଖରିଫ ଫସଲର ସହାୟକ ମୂଲ୍ୟ ବଢ଼ିଲା

ନୂଆଦିଲ୍ଲୀ,୪-୭: କେନ୍ଦ୍ର ସରକାର ବୁଧବାର ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ଧାନ ସମେତ ୧୪ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ବୃଦ୍ଧି କରିଛନ୍ତି। ଧାନର...

ବିଟ୍‌ କଏନ କାରବାର ସମ୍ପର୍କରେ ସରକାରଙ୍କୁ ଅବଗତ କରାଇବେ ନିବେଶକ କମ୍ପାନୀ

ନୂଆଦିଲ୍ଲୀ,୨୮। ୩: ସାରା ବିଶ୍ୱରେ ବିଟ୍‌ କଏନର କାରବାର କାୟାବିସ୍ତାର କରିଚାଲିଛି। ଏହି ପରିପ୍ରେକ୍ଷୀରେ ଭାରତ ସରକାର ମଧ୍ୟ ଶେଷରେ ବିଟ୍‌ କଏନ (କ୍ରିପ୍ଟୋ କରେନ୍ସି)ର କାରବାରକୁ...

ପୁଞ୍ଜିବଜାର ଲଗାତର ୬ ଦିନ ଧରି ଊର୍ଦ୍ଧ୍ୱଗାମୀ

ନୂଆଦିଲ୍ଲୀ: ଲଗାତର ୬ ଦିନ ହେବ ଦେଶର ପୁଞ୍ଜି ବଜାରରେ ଊର୍ଦ୍ଧ୍ୱଗାମୀ ଧାରା ଲାଗି ରହିଛି। ଶୁକ୍ରବାର ସେନ୍‌ସେକ୍ସ ୭୦ ପଏଣ୍ଟ ବଢିବା ଯୋଗୁ ନୂଆ...

ଭାରତରେ ୧୦୦ ବିଲିୟନ ଡଲାର ନିବେଶ କରିବ ଅଷ୍ଟ୍ରେଲିଆ

ଭୁବନେଶ୍ୱର, ୨୧-୮(ବ୍ୟୁରୋ): ଘରୋଇ ବଜାର ବିଦେଶୀ ପୁଞ୍ଜି ଆକୃଷ୍ଟ କରିବାରେ ଏକ ପ୍ରମୁଖ ସ୍ଥଳ ପାଲଟିଛି। ଅଷ୍ଟ୍ରେଲିଆ ପାଇଁ ଭାରତ ନିବେଶର ଏକ ପସନ୍ଦଯୋଗ୍ୟ ସ୍ଥାନ...

ଏଣ୍ଟରପ୍ରେନ୍ୟୁରଶିପକୁ ପ୍ରୋତ୍ସାହନ;ସ୍ଥାପନ ହେବ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ

ଭୁବନେଶ୍ୱର, ୨୦-୭(ବ୍ୟୁରୋ): ଏଣ୍ଟରପ୍ରେନ୍ୟୁରଶିପକୁ ପ୍ରୋତ୍ସାହନ ଲାଗି ରାଜ୍ୟରେ ନୂଆ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ସ୍ଥାପନ କରାଯିବ। ଏହି ଧାରାକୁ ଆଗେଇ ନେବା ଲାଗି ରାଷ୍ଟ୍ରାୟତ୍ତ ଆଲୁମିନିୟମ...

କୁଚିନାର ପ୍ରାଥମିକତା ଟେକ୍ନୋଲୋଜିଯୁକ୍ତ ପ୍ରଡକ୍ଟ

ରୋଷେଇ ଘରେ ବ୍ୟବହାର ହେଉଥିବା ଚିମିନୀ ମାନୁଫାକଚରିଂ କ୍ଷେତ୍ରରେ କୁଚିନା ଏକ ପରିଚିତ ବ୍ରାଣ୍ଡ। ଏହା ଉକ୍ତ ବର୍ଗରେ ପ୍ରମୁଖ ବଜାର ଅଂଶୀଦାର ହୋଇ ପାରିଛି।...

ରେଲଓ୍ବେ ଲାଗି ଓଡ଼ିଶାକୁ ୬୯୯୫ କୋଟି

ଭୁବନେଶ୍ୱର: ବଜେଟ ୨୦୨୧-୨୨ରେ ଓଡିଶାକୁ ବ୍ୟୟ ବରାଦ ବୃଦ୍ଧି କରାଯାଇଛି। ୨୦୨୦-୨୧ରେ ରାଜ୍ୟକୁ ୫୭୫୯.୬୪ କୋଟି ଟଙ୍କା ମିଳିଥିବା ବେଳେ ଚଳିତ ବର୍ଷ ବଜେଟରେ ଏହା...

ମୋଦି ସରକାରଙ୍କ ଡିଜିଟାଲ ଷ୍ଟ୍ରାଇକ୍‌: ୨୯ ପ୍ରତିଶତକୁ କମିଲା ଚାଇନା ଆପ୍‌ ବଜାର

ନୂଆଦିଲ୍ଲୀ,୧୬।୨: କରୋନା ମହାମାରୀ ସଂକ୍ରମଣ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଚାଇନା ଉପରେ ଡିଜିଟାଲ ଷ୍ଟ୍ରାଇକ୍‌ କରିଥିଲେ। ୫୯ ଚାଇନା ଆପ୍‌କୁ ବ୍ୟାନ୍‌ କରାଯାଇଥିଲା।...

Advertisement
Archives

Model This Week