ମଷ୍ଟର ରୋଲ୍‌ରେ ଦାଦନଙ୍କ ନାଁ

କାମାକ୍ଷାନଗର, ୧୪।୫ (ଡି.ଏନ୍‌.ଏ.) ତେଲଙ୍ଗାନାରେ ଖଟୁଛନ୍ତି ଦାଦନ। ଦୀର୍ଘଦିନ ହେଲା ଗଁାରେ ନାହାନ୍ତି। ଅଥଚ ଗ୍ରାମରେ ଚାଲିଥିବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ର ମଷ୍ଟର ରୋଲ୍‌ରେ ତାଲିକାଭୁକ୍ତ ହୋଇଛି ନଁା। କେବଳ ଏତିକି ନୁହେଁ, ଏହି ଯୋଜନାରେ ଅନ୍ତର୍ଭୁକ୍ତ ଥିବା ଦର୍ଶାଇ ଜମାଖାତାକୁ ଟଙ୍କା ମଧ୍ୟ ଛଡ଼ାଯାଉଛି। ଏହାକୁ ବାଦ୍‌ଦେଲେ ଯୁକ୍ତ ୨ ପଢୁଥିବା ଛାତ୍ରଙ୍କୁ ଶ୍ରମଜୀବୀ ବୋଲି ଦର୍ଶାଇ ଅର୍ଥ ହଡ଼ପ କରାଯାଉଥିବା ଭଳି ସାଂଘାତିକ ଅଭିଯୋଗ ମଧ୍ୟ ଉଠିଛି। ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ଦଶୀପୁର ପଞ୍ଚାୟତରେ ଶ୍ରମିକ କଲ୍ୟାଣ ନିମନ୍ତେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ରୀୟ ଯୋଜନାରେ ମୂଳରୁ ଚୂଳ ଯାଏ ଏଭଳି କେଳେଙ୍କାରୀ ବିଭାଗୀୟ ଅଧିକାରୀଙ୍କ ସମ୍ପୃକ୍ତିଙ୍କୁ ସ୍ପଷ୍ଟ କରିଥିବାବେଳେ ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି।
ଦଶୀପୁର ପଞ୍ଚାୟତ ଅନ୍ତର୍ଗତ ଗୁରୁଜାଙ୍ଗୁଲି ଗ୍ରାମରେ ସାନବନ୍ଧ (କୋଡ୍‌ ନମ୍ବର ୨୪୦୭୦୦୫୦୦୭/ ଡବ୍ଲ୍ୟଏଚ୍‌/୧୦୩୮୬୧୨୮) ପୁନରୁଦ୍ଧାର ପାଇଁ ୨୦୨୧-୨୦୨୨ ଆର୍ଥିକ ବର୍ଷରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ତେବେ ଓ୍ବେବ୍‌ ସାଇଟ୍‌ରୁ ଯେଉଁ ଚିତ୍ର ଆସିଛି, ତାହା ଦୁର୍ନୀତିକୁ ପଦାରେ ପକାଇ ଦେଇଛି। ଏହି ଯୋଜନାରେ ମହାବିରୋଡ କଲେଜରେ ପଢୁଥିବା ଯୁକ୍ତ ୨ ପ୍ରଥମ ବର୍ଷର ଜଣେ ଛାତ୍ରଙ୍କ ନାମ ଶ୍ରମିକ ତାଲିକାରେ ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସମ୍ପୃକ୍ତ ଛାତ୍ରଙ୍କ ବୟସ ମାତ୍ର ୧୬ବର୍ଷ। ସେହିପରି ତେଲଙ୍ଗାନା ରାଜ୍ୟର ଏକ ବେସରକାରୀ ସଂସ୍ଥାରେ ଶ୍ରମିକ ଭାବେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ନାମ ମଷ୍ଟର ରୋଲ୍‌ରେ ଚଢ଼ାଯାଇଛି। ମଷ୍ଟରରୋଲ୍‌ ନମ୍ବର ୨୦୪୫ରେ ୧୩ ହଜାର ୩୨୦ ଟଙ୍କା ଛଡ଼ାଯାଇଛି। ଅନୁରୂପ ଭାବେ ମଷ୍ଟରରୋଲ୍‌ ନଂ. ୨୦୪୬ରେ ୫ ହଜାର ୩୨୮ ଟଙ୍କା ପୈଠ ହୋଇଛି। ପଞ୍ଚାୟତରେ ଚାଲିଥିବା ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟରେ ଶ୍ରମିକଙ୍କ ଜବ୍‌କାର୍ଡକୁ ମାଧ୍ୟମ କରି ଟଙ୍କା ହଡ଼ପ କରାଯାଉଥିବା ଅଭିଯୋଗ ଆସୁଥିବାବେଳେ ଏଥିରେ ବ୍ୟାପକ ଅନିୟମିତତା ହେଉଥିବା ସ୍ପଷ୍ଟ ହୋଇଛି।
ଦଣ୍ଡାବନ୍ଧ ପୁନରୁଦ୍ଧାର ସମୟରେ ଅନୁରୂପ ଦୁର୍ନୀତି ପଦାକୁ ଆସିଥିଲା। ରାଜ୍ୟ ବାହାରେ ରହି କାମ କରୁଥିବା ସ୍ଥାନୀୟ ହିତାଧିକାରୀଙ୍କ ଜବ୍‌କାର୍ଡରେ ଟଙ୍କା ଛଡ଼ାଯାଇଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ତେବେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଚଞ୍ଚକତା ପୂର୍ବକ ୱେବସାଇଟ୍‌ରୁ ମଷ୍ଟର ରୋଲ୍‌କୁ ଡିଲିଟ୍‌ କରିଦିଆଯାଇଥିଲା। ଠିକାଦାର ଏବଂ ସରକାରୀ କର୍ମଚାରୀଙ୍କ ସଲାସୁତୁରାରେ ଏଭଳି ଦୁର୍ନୀତି ଚାଲିଥିବାବେଳେ ଜିଲା ପ୍ରଶାସନ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।
ଏ ସମ୍ପର୍କରେ ଗ୍ରାମ ରୋଜଗାର ସେବକ ଦୀପୁନ ନାଏକଙ୍କ ସହିତ ଯୋଗାଯୋଗ କରାଯାଇଥିବାବେଳେ କୌଣସି ଉତ୍ତର ମିଳି ନ ଥିଲା। କନିଷ୍ଠ ଯନ୍ତ୍ରୀ ପ୍ରଦୀପ ମଲ୍ଲିକ କୁହନ୍ତି, ଏମିତି ହେବା କଥା ନୁହେଁ। ଏ ସମସ୍ତ କାମ ଗ୍ରାମ ରୋଜଗାର ସେବକଙ୍କର। ସେ ସମସ୍ତ ଗାଇଡ୍‌ଲାଇନ ଦେଖି କାର୍ଯ୍ୟ କରିବା କଥା। ବିଡିଓ ବୁଲ୍‌ବୁଲ୍‌ ବେହେରା କୁହନ୍ତି, ଅଭିଯୋଗ ସତ୍ୟ ହୋଇଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ଶୀତର ଆଗମନ: ବଢ଼ୁଛି ପର୍ଯ୍ୟଟକଙ୍କ ସଂଖ୍ୟା

ଦାରିଙ୍ଗବାଡ଼ି,୯।୧୦(ଅରୁଣ ସାହୁ): କନ୍ଧମାଳ ଜିଲାର ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡ଼ି ଅଞ୍ଚଳରେ ଧୀରେ ଧୀରେ ଶୀତର ଆଗମନ ଅନୁଭୂତ ହେବାରେ ଲାଗିଛି। ଗତ କିଛି ଦିନ ହେଲା ଅଞ୍ଚଳରେ ହାଲୁକା…

ମନ୍ତ୍ରୀ କରିଡର ଖାଁ ଖାଁ: ତୃତୀୟ ମହଲା ଚଳଚଞ୍ଚଳ

ଭୁବନେଶ୍ୱର, ୯ା୧୦(ରବିନାରାୟଣ ଜେନା):ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ଆହୂତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ବେଳେ ପୂର୍ବାହ୍ନରେ ଲୋକସେବା ଭବନରେ ତୃତୀୟ ମହଲା ଚଳଚଞ୍ଚଳ ରହିିଥିଲା। ମାତ୍ର ଖାରବେଳ…

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

ବରଗଡ଼ରେ ହେବ ବଡ଼ ବିକ୍ଷୋଭ ସମାବେଶ, ଜାଣନ୍ତୁ…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ବରଗଡ଼ ଜିଲାର ବିଭିନ୍ନ ଜନ ସଂଗଠନ, କୃଷକ ସଂଗଠନ ଓ ନାଗରିକମାନଙ୍କୁ ନେଇ ସମ୍ବିଧାନ ଓ ଗଣତନ୍ତ୍ର…

College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍‌. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…

ମେମୁ ଟ୍ରେନରୁ ପ୍ରିନ୍ସପାଲଙ୍କ ମୃତଦେହ ଉଦ୍ଧାର

ନୟାଗଡ଼,୮।୧୦(ଲୋକନାଥ ମିଶ୍ର): ଭୁବନେଶ୍ୱର-ଦଶପଲ୍ଲା ମେମୁ ଟ୍ରେନରୁ ଶରଣକୁଳ କଲେଜ ପ୍ରିନ୍ସପାଲ ମହେଶ୍ୱର ମହାପାତ୍ର(୫୬)ଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି। ଦଶପଲ୍ଲା ଷ୍ଟେଶନରେ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଠାବ…

କଂଗ୍ରେସର ବନ୍ଦ ଡାକରା: ରାଜ୍ୟ ରାଜପଥ ଅବରୋଧ କଲେ ବିକ୍ଷୋଭକାରୀ

ବଞ୍ଚୋ,୮ା୧୦(ପ୍ରଦୋଷ ବିଶ୍ୱାଳ): ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ଆନନ୍ଦପୁରରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ କଂଗ୍ରେସ, ସିପିଆଇ ସମେତ ବାମପନ୍ଥୀ…

ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା: ୨୫ ଦିନ ହେଲା ନାହିଁ ବିଜୁଳି, ଗରମରେ ସିଝୁଛନ୍ତି ଛାତ୍ରୀଛାତ୍ର

ବାଲିଗୁଡ଼ା,୮ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): ସରକାରୀ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍‌ରୁମ୍‌ ନିର୍ମାଣ କରି ଡିଜିଟାଲ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ହେଲେ ବିଦ୍ୟୁତ୍‌ ନ ଥିବାରୁ ସେହି ସ୍ମାର୍ଟ କ୍ଲାସ୍‌ରୁମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?