ମଷ୍ଟର ରୋଲ୍‌ରେ ଦାଦନଙ୍କ ନାଁ

କାମାକ୍ଷାନଗର, ୧୪।୫ (ଡି.ଏନ୍‌.ଏ.) ତେଲଙ୍ଗାନାରେ ଖଟୁଛନ୍ତି ଦାଦନ। ଦୀର୍ଘଦିନ ହେଲା ଗଁାରେ ନାହାନ୍ତି। ଅଥଚ ଗ୍ରାମରେ ଚାଲିଥିବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ର ମଷ୍ଟର ରୋଲ୍‌ରେ ତାଲିକାଭୁକ୍ତ ହୋଇଛି ନଁା। କେବଳ ଏତିକି ନୁହେଁ, ଏହି ଯୋଜନାରେ ଅନ୍ତର୍ଭୁକ୍ତ ଥିବା ଦର୍ଶାଇ ଜମାଖାତାକୁ ଟଙ୍କା ମଧ୍ୟ ଛଡ଼ାଯାଉଛି। ଏହାକୁ ବାଦ୍‌ଦେଲେ ଯୁକ୍ତ ୨ ପଢୁଥିବା ଛାତ୍ରଙ୍କୁ ଶ୍ରମଜୀବୀ ବୋଲି ଦର୍ଶାଇ ଅର୍ଥ ହଡ଼ପ କରାଯାଉଥିବା ଭଳି ସାଂଘାତିକ ଅଭିଯୋଗ ମଧ୍ୟ ଉଠିଛି। ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ଦଶୀପୁର ପଞ୍ଚାୟତରେ ଶ୍ରମିକ କଲ୍ୟାଣ ନିମନ୍ତେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ରୀୟ ଯୋଜନାରେ ମୂଳରୁ ଚୂଳ ଯାଏ ଏଭଳି କେଳେଙ୍କାରୀ ବିଭାଗୀୟ ଅଧିକାରୀଙ୍କ ସମ୍ପୃକ୍ତିଙ୍କୁ ସ୍ପଷ୍ଟ କରିଥିବାବେଳେ ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି।
ଦଶୀପୁର ପଞ୍ଚାୟତ ଅନ୍ତର୍ଗତ ଗୁରୁଜାଙ୍ଗୁଲି ଗ୍ରାମରେ ସାନବନ୍ଧ (କୋଡ୍‌ ନମ୍ବର ୨୪୦୭୦୦୫୦୦୭/ ଡବ୍ଲ୍ୟଏଚ୍‌/୧୦୩୮୬୧୨୮) ପୁନରୁଦ୍ଧାର ପାଇଁ ୨୦୨୧-୨୦୨୨ ଆର୍ଥିକ ବର୍ଷରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ତେବେ ଓ୍ବେବ୍‌ ସାଇଟ୍‌ରୁ ଯେଉଁ ଚିତ୍ର ଆସିଛି, ତାହା ଦୁର୍ନୀତିକୁ ପଦାରେ ପକାଇ ଦେଇଛି। ଏହି ଯୋଜନାରେ ମହାବିରୋଡ କଲେଜରେ ପଢୁଥିବା ଯୁକ୍ତ ୨ ପ୍ରଥମ ବର୍ଷର ଜଣେ ଛାତ୍ରଙ୍କ ନାମ ଶ୍ରମିକ ତାଲିକାରେ ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସମ୍ପୃକ୍ତ ଛାତ୍ରଙ୍କ ବୟସ ମାତ୍ର ୧୬ବର୍ଷ। ସେହିପରି ତେଲଙ୍ଗାନା ରାଜ୍ୟର ଏକ ବେସରକାରୀ ସଂସ୍ଥାରେ ଶ୍ରମିକ ଭାବେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ନାମ ମଷ୍ଟର ରୋଲ୍‌ରେ ଚଢ଼ାଯାଇଛି। ମଷ୍ଟରରୋଲ୍‌ ନମ୍ବର ୨୦୪୫ରେ ୧୩ ହଜାର ୩୨୦ ଟଙ୍କା ଛଡ଼ାଯାଇଛି। ଅନୁରୂପ ଭାବେ ମଷ୍ଟରରୋଲ୍‌ ନଂ. ୨୦୪୬ରେ ୫ ହଜାର ୩୨୮ ଟଙ୍କା ପୈଠ ହୋଇଛି। ପଞ୍ଚାୟତରେ ଚାଲିଥିବା ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟରେ ଶ୍ରମିକଙ୍କ ଜବ୍‌କାର୍ଡକୁ ମାଧ୍ୟମ କରି ଟଙ୍କା ହଡ଼ପ କରାଯାଉଥିବା ଅଭିଯୋଗ ଆସୁଥିବାବେଳେ ଏଥିରେ ବ୍ୟାପକ ଅନିୟମିତତା ହେଉଥିବା ସ୍ପଷ୍ଟ ହୋଇଛି।
ଦଣ୍ଡାବନ୍ଧ ପୁନରୁଦ୍ଧାର ସମୟରେ ଅନୁରୂପ ଦୁର୍ନୀତି ପଦାକୁ ଆସିଥିଲା। ରାଜ୍ୟ ବାହାରେ ରହି କାମ କରୁଥିବା ସ୍ଥାନୀୟ ହିତାଧିକାରୀଙ୍କ ଜବ୍‌କାର୍ଡରେ ଟଙ୍କା ଛଡ଼ାଯାଇଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ତେବେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଚଞ୍ଚକତା ପୂର୍ବକ ୱେବସାଇଟ୍‌ରୁ ମଷ୍ଟର ରୋଲ୍‌କୁ ଡିଲିଟ୍‌ କରିଦିଆଯାଇଥିଲା। ଠିକାଦାର ଏବଂ ସରକାରୀ କର୍ମଚାରୀଙ୍କ ସଲାସୁତୁରାରେ ଏଭଳି ଦୁର୍ନୀତି ଚାଲିଥିବାବେଳେ ଜିଲା ପ୍ରଶାସନ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।
ଏ ସମ୍ପର୍କରେ ଗ୍ରାମ ରୋଜଗାର ସେବକ ଦୀପୁନ ନାଏକଙ୍କ ସହିତ ଯୋଗାଯୋଗ କରାଯାଇଥିବାବେଳେ କୌଣସି ଉତ୍ତର ମିଳି ନ ଥିଲା। କନିଷ୍ଠ ଯନ୍ତ୍ରୀ ପ୍ରଦୀପ ମଲ୍ଲିକ କୁହନ୍ତି, ଏମିତି ହେବା କଥା ନୁହେଁ। ଏ ସମସ୍ତ କାମ ଗ୍ରାମ ରୋଜଗାର ସେବକଙ୍କର। ସେ ସମସ୍ତ ଗାଇଡ୍‌ଲାଇନ ଦେଖି କାର୍ଯ୍ୟ କରିବା କଥା। ବିଡିଓ ବୁଲ୍‌ବୁଲ୍‌ ବେହେରା କୁହନ୍ତି, ଅଭିଯୋଗ ସତ୍ୟ ହୋଇଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀଘାଟ ଥାନା ଅଧିକାରୀଙ୍କ ଅନୁଭୂତି: ହୋଟେଲ ମାଲିକଙ୍କ ସୂଚନାରୁ ଫିଟିଥିଲା ହତ୍ୟା ରହସ୍ୟ

କେବଳ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ନୁହେଁ, ଅପରାଧ ରୋକିବା ଏବଂ ଠିକ ଢଙ୍ଗରେ ତଦନ୍ତ ଚଳାଇ ଅପରାଧୀଙ୍କୁ ଧରିବା ପୋଲିସର ପ୍ରମୁଖ ଦାୟିତ୍ୱ। ଏହି ଗୁରୁଦାୟିତ୍ୱ...

ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା

ଭୁବନେଶ୍ୱର,୧୩।୫(ବ୍ୟୁରୋ): ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ଭିଜିଲାନ୍ସ ଅଧିକାରୀ। କଥାଟି ଅଡୁଆ ଲାଗିଲେ ବି ସତ। ସମ୍ବଲପୁର ଡିଭିଜନର ଇନ୍ସପେକ୍ଟର ମାନସୀ ଜେନା...

ଶ୍ରୀମନ୍ଦିରରେ ଯାଞ୍ଚ ସରିଲା: ଗର୍ଭଗୃହ କାନ୍ଥରେ ଧଳା ଆସ୍ତରଣ

ପୁରୀ ଅଫିସ,୨୬।୬: ଗର୍ଭଗୃହରେ ମଇଶ୍ଚର ହୋଇଛି। କାନ୍ଥରେ ଫିମ୍ପି ଭଳି ଧଳାର ଆସ୍ତରଣ ଜମିଯାଇଛି। ଏହାକୁ ସଫା କରାଯାଇ ରାସାୟନିକ ପ୍ରଲେପ ଦିଆଯିବ। ରୋଷଘର, ଭୋଗମଣ୍ଡପର...

ସପ୍ତମାତୃକା ବେଶର ଅନ୍ତିମ ଦିବସ: ମହାଲକ୍ଷ୍ମୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ ଭଦ୍ରକାଳୀ

ଭଦ୍ରକ ଅଫିସ,୨ା୧୧: ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଶନିବାର ଅନ୍ତିମ ଦିବସ। ଶେଷ ଦିନରେ ମା’ ମହାଲକ୍ଷ୍ମୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି।...

ମାନସିକ ଭାରସାମ୍ୟ ହରାଇ ବିଧବା ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ପାଟଣା,୨୯।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରୀ ପଞ୍ଚାୟତ ମଲ୍ଲୀପଶି ଗଁାର ଜଣେ ବିଧବା ମହିଳା ଶୁକ୍ରବାର ବିଳମ୍ବିତ ରାତିରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି।...

ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ ଗିରଫ

ଭଦ୍ରକ ଅଫିସ/ ଭୁବନେଶ୍ୱର ୨୮ା୩(ବ୍ୟୁରୋ): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ ଭଦ୍ରକ ଜିଲା ନଳାଙ୍ଗରୁ ସୋମବାର ଗିରଫ...

ଆମ୍‌ସାର୍‌ ଆଇନ ସଂଶୋଧନ କର

ଭୁବନେଶ୍ବର,୮।୮(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ରାନୀ କା ଭାବ୍‌କୁ ୟୁନେସ୍କୋ ଐତିହ୍ୟସ୍ଥଳ ତାଲିକାରେ ସାମିଲ କରିବା ଦିଗରେ ନେଇଥିବା ପଦକ୍ଷେପ ପ୍ରଶଂସନୀୟ।...

ପରୀକ୍ଷକଙ୍କୁ ମିଳିବ ସାବିତ୍ରୀ ଛୁଟି

ଭୁବନେଶ୍ୱର,୨୭।୫(ବ୍ୟୁରୋ): ପରୀକ୍ଷକ ସାବିତ୍ରୀରେ ଛୁଟି ନେଇପାରିବେ ବୋଲି ଶୁକ୍ରବାର ସରକାର ଘୋଷଣା କରିଛନ୍ତି। ଏ ନେଇ ସବୁ ବିଇଓ, କ୍ୟାମ୍ପ ଅଧିକାରୀ ଓ ସୁପରଭାଇଜରଙ୍କୁ ମାଧ୍ୟମିକ...

Advertisement
Archives

Model This Week