ଘୋଷଣାରେ ସୀମିତ ପ୍ରକଳ୍ପ

ଢେଙ୍କାନାଳ ଅଫିସ, ୧୪।୫ ଢେଙ୍କାନାଳ ଜିଲାବାସୀଙ୍କ ପାଇଁ ପ୍ରସ୍ତାବିତ ଜନହିତକର ପ୍ରକଳ୍ପ କେବଳ ଘୋଷଣାରେ ସୀମିତ ରହିଯାଉଛି। ଏହାକୁ ନେଇ ଉଦ୍‌ବେଗ ବ୍ୟକ୍ତ କରିଛି ସଚେତନ ନାଗରିକ ଫୋରମ୍‌। ଏହାର ପ୍ରତିବାଦରେ ଶୁକ୍ରବାର ଜିଲାପାଳଙ୍କୁ ୫ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି।
ଫୋରମ୍‌ ପକ୍ଷରୁ ଅଭିଯୋଗ କରାଯାଇଛି, ଢେଙ୍କାନାଳବାସୀଙ୍କ ଜଳକଷ୍ଟ ଦୂର କରିବାକୁ ମହାନଦୀରୁ ଜଳଯୋଗାଣ ପାଇଁ ୫ବର୍ଷ ତଳେ ନିଷ୍ପତ୍ତି ହୋଇଥିଲା। ଏହି ବହୁମୁଖୀ ପ୍ରକଳ୍ପ ଫାଇଲ ତଳୁ ମୁଣ୍ଡ ଟେକିପାରୁନି। ଢେଙ୍କାନାଳ ପର୍ଯ୍ୟଟନକୁ ସମୃଦ୍ଧ କରିବା ପାଇଁ କପିଳାସରେ ‘ରୋପ ଓ୍ବେ’ ବ୍ୟବସ୍ଥା କରିବାକୁ ଦୁଇବର୍ଷ ତଳେ ରାଜ୍ୟ ସରକାର କହିଥିଲେ। ହେଲେ ଏହା ମଧ୍ୟ କାର୍ଯ୍ୟକ୍ଷମ ହେଲାନାହିଁ। ସେହିପରି ଢେଙ୍କାନାଳକୁ ମେଡିକାଲ ହବ୍‌ରେ ପରିଣତ କରିବା ଲାଗି ଘୋଷଣା ହୋଇଥିଲା। ଏହା ମଧ୍ୟ କାର୍ଯ୍ୟକାରୀ କରାଯାଉନାହିଁ। କେନ୍ଦ୍ର ସରକାର ଦେଶରେ ୧୯୬ ନୂତନ ମେଡିକାଲ କଲେଜ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ଏଥିରେ ଢେଙ୍କାନାଳର ସ୍ଥାନ ନାହିଁ, ଯାହା ଦୁର୍ଭାଗ୍ୟଜନକ। ସେହିପରି ଢେଙ୍କାନାଳ ସହରରେ ସିଟି ହସ୍ପିଟାଲ ନିର୍ମାଣ ପାଇଁ ଜିଲାକୁ ପ୍ରତିନିଧିତ୍ୱ କରୁଥିବା ଜନପ୍ରତିନିଧି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏହାକୁ କାର୍ଯ୍ୟରେ ରୂପାନ୍ତରିତ କରିବାରେ କାହାରି ଆନ୍ତରିକତା ନାହିଁ ବୋଲି ଫୋରମ୍‌ର ସଦସ୍ୟମାନେ ଦାବିପତ୍ରରେ ଦର୍ଶାଇଛନ୍ତି।
ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକର ସ୍ଥିତି ସମ୍ପର୍କରେ ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କୁ ଅବଗତ କରିବା ପାଇଁ ଫୋରମ୍‌ର କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଉପସଭାପତି ଦୀପକ ପ୍ରସାଦ ପଟ୍ଟନାୟକ, ଭରତ କୁମାର ଦାସ, ଅମ୍ବିକା ପ୍ରସାଦ ମିଶ୍ର, ଦୟାନିଧି ବେହେରା, ଅମରେନ୍ଦ୍ର ସାହୁ, ଦଣ୍ଡପାଣି ଦାସ, ରୁଦ୍ରମାଧବ ହୋତା, ନଗେନ କର, ପ୍ରଶାନ୍ତ ସାହୁ, ରୁଦ୍ର ପ୍ରକାଶ ଶରଣ, ଗୋକୁଳ ଚନ୍ଦ୍ର ମାଝି ପ୍ରମୁଖ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩,୨୨୨ ସ୍କୁଲରେ ଶତପ୍ରତିଶତ ରେଜଲ୍ଟ

କଟକ ଅଫିସ, ୧୮।୫: ଗୁରୁବାର ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ରେଜଲ୍ଟ  ଭଲ ହୋଇଥିବା ବେଳେ ଚଳିତ ବର୍ଷ ମାଟ୍ରିକ...

ରାଜ୍ୟରେ ସ୍ଥାପନ ହେବ ୩୬ଟି ନୂଆ ଥାନା

ଭୁବନେଶ୍ୱର,୨୭।୮(ବ୍ୟୁରୋ): ରାଜ୍ୟରେ ୩୬ଟି ନୂଆ ପୋଲିସ ଷ୍ଟେଶନ ସ୍ଥାପନ କରାଯିବ। ଖୁବ୍‌ଶୀଘ୍ର ନୂଆ ଥାନା କାର୍ଯ୍ୟକ୍ରମ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ତେବେ...

ପୁରୀ ହେବ ଐତିହ୍ୟ ସହର: ଐତିହ୍ୟସ୍ଥଳୀରେ ଲାଗିପାରିନି ନାମଫଳକ

ପୁରୀ ଅଫିସ, ୫।୧: ପୁରୀ ହେବ ବିଶ୍ୱ ଐତିହ୍ୟ ସହର। ପର୍ଯ୍ୟଟନ ଭିତ୍ତିଭୂମି ସଜଡ଼ାଯିବ। ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା କରାଯିବ।...

ପୁଣି ଡାକ୍ତରଖାନା ଛାତରୁ ଡେଇଁଲେ ରୋଗୀ, ଚାଲିଗଲା ଜୀବନ

ଢେଙ୍କାନାଳ ଅଫିସ,୧୮ା୮: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ପୁଣି ଅଘଟଣ। ଗୁରୁବାର ଭୋର୍‌ ସମୟରେ ଦୁର୍ଯ୍ୟୋଧନ ନାୟକ (୫୦) ନାମକ ଜଣେ ରୋଗୀ ଜିଲା ମୁଖ୍ୟ...

୫୦ ହଜାରରୁ ଊର୍ଦ୍ଧ୍ୱ ନୂତନ ନିଯୁକ୍ତି ଦେବ ଗଣଶିକ୍ଷା ବିଭାଗ

ଭୁବନେଶ୍ୱର, ୧୪ା୩(ବ୍ୟୁରୋ):ରାଜ୍ୟରେ ଥିବା ଶିକ୍ଷାନୁଷ୍ଠାନ, ଛାତ୍ରୀଛାତ୍ର ଓ ଶିକ୍ଷାଦାନ ସମ୍ପ୍ରଦାୟର ସାମଗ୍ରିକ ବିକାଶ ପାଇଁ ୨୨,୫୨,୭୮୦.୨୩ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି। ସେଥିମଧ୍ୟରୁ ପ୍ରଶାସନିକ ଖର୍ଚ୍ଚ...

ସିବିଆଇର ରିମାଣ୍ଡ ଆବେଦନ ଖାରଜ

ଭୁବନେଶ୍ୱର,୨୮।୮(ବ୍ୟୁରୋ): ପାରାଦୀପ ପୋର୍ଟ କନ୍‌ଭେୟର ବେଲ୍ଟ ଲାଞ୍ଚ କାରବାର ମାମଲାରେ ଗିରଫ ହୋଇଥିବା ଚର୍ଚ୍ଚିତ ମିଶ୍ରଙ୍କ ସମେତ ୬ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନକୁ ଶନିବାର ଭୁବନେଶ୍ୱର...

ପାଣି ପାଇଁ ଲୋକେ ଡହଳବିକଳ

ଧର୍ମଶାଳା,୧୭।୪(ଡି.ଏନ.ଏ.): ଗ୍ରାମାଞ୍ଚଳ ଲୋକଙ୍କୁ ବସୁଧା ଯୋଜନାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ଏନେଇ ବାର୍ଷିକ କୋଟିକୋଟି ଟଙ୍କା ଖର୍ଚ୍ଚ ମଧ୍ୟ...

ପଶୁ, ପକ୍ଷୀଙ୍କୁ କରୋନା ବ୍ୟାପିବା ଆଶଙ୍କା

ଭୁବନେଶ୍ୱର,୬।୫: ସଂକ୍ରମିତ ବ୍ୟକ୍ତିଙ୍କଠାରୁ ପଶୁ, ପକ୍ଷୀଙ୍କୁ କରୋନା ବ୍ୟାପିବା ଆଶଙ୍କା କରି କେନ୍ଦ୍ର ଜଙ୍ଗଲ ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟର ମୁଖ୍ୟ ବନ୍ୟ ସଂରକ୍ଷକ(ପିସିସିଏଫ୍‌)ଙ୍କୁ ଚିଠି...

Advertisement
Archives

Model This Week