ଡାବର ଟୁଥ୍‌ପେଷ୍ଟ ପ୍ୟାକିଂରେ ବ୍ୟବହୃତ ହେବନି କାଗଜ

ନୂଆଦିଲ୍ଲୀ,୨୩।୬: ଦେଶର ଅଗ୍ରଣୀ କମ୍ପାନୀ ଏଫ୍‌ଏମ୍‌ସିଜି କମ୍ପାନୀ ଡାବର ପରିବେଶ ସୁରକ୍ଷା ପାଇଁ ଏକ ବଡ଼ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ଏଣିକି କାଗଜ କାର୍ଟୁନରେ ପ୍ୟାକିଂ ହୋଇଥିବା ଡାବର ଟୁଥ୍‌ପେଷ୍ଟ ଆଉ ଉପଲବ୍ଧ ହେବ ନାହିଁ। ଅର୍ଥାତ୍‌ ଏବେଠାରୁ କେବଳ ଡାବର ଲାଲ୍‌ ଟୁଥ୍‌ପେଷ୍ଟର ଟ୍ୟୁବ୍‌ ହିଁ ମିଳିବ, କୌଣସି କାଗଜ ପ୍ୟାକିଂ ହେବ ନାହିଁ। ଏଭଳିି ପଦକ୍ଷେପ ନେଇଥିବା ଡାବର ହେଉଛି ପ୍ରଥମ କମ୍ପାନୀ। ସୂଚନା ମୁତାବକ ଡାବର ଇଣ୍ଡିଆ କମ୍ପାନୀ ବର୍ତ୍ତମାନ ବାହ୍ୟ ପେପର ପ୍ୟାକେଜିଂ ଯଥା ନାଲି ପେଷ୍ଟର କାର୍ଟନକୁ ହଟାଇବା ଦିଗରେ କାର୍ଯ୍ୟ କରୁଛି। ଏହାଦ୍ୱାରା ପ୍ରତିବର୍ଷ ୧୫୦ଟନ କାଗଜ ସଞ୍ଚୟ କରାଯାଇପାରିବ। ଦୀର୍ଘ ଦିନରୁ ଗ୍ରାହକମାନେ ଡାବର ଟୁଥପେଷ୍ଟରେ କାଗଜ ପ୍ୟାକେଜିଂ ଉପରେ ପ୍ରତିକ୍ରିୟା ଦେଉଥିଲେ। ଏହାକୁ ଦୃଷ୍ଟିରେ ରଖିବା ସହ ପରିବେଶ ହିତ ପାଇଁ କମ୍ପାନୀ ପକ୍ଷରୁ ଏହି ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରାଯାଇଛି ବୋଲି ଡାବର ଭାଇସ୍‌ ପ୍ରେସିଡେଣ୍ଟ (ମାର୍କେଟିଂ-ପର୍ସନାଲ କେୟାର) ରାଜୀବ ଜନ କହିଛନ୍ତି। ଡାବରର ଏଭଳି ପଦକ୍ଷେପ ଦ୍ୱାରା ବର୍ଷକୁ ୧୫୦ ଟନ କାଗଜ ସଞ୍ଚୟ କରାଯାଇପାରିବ ବୋଲି ଆଶା କରାଯାଉଛି। ତେବେ ଗ୍ରାମୀଣ ଭାରତ ପାଇଁ ଡାବର ଏକ ଅଣ-କାର୍ଟୁନ ସହ କମ୍‌ ୟୁନିଟ ମୂଲ୍ୟର ପ୍ୟାକ୍‌ ଖୁବ୍‌ଶୀଘ୍ର ଲଞ୍ଚ କରିବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ରୌପଦୀଙ୍କୁ ଜେଡ୍‌ ପ୍ଲସ୍‌ ସୁରକ୍ଷା

ନୂଆଦିଲ୍ଲୀ,୨୨।୬: ଜେଡ୍‌ ପ୍ଲସ୍‌ ସୁରକ୍ଷାରେ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ଏନ୍‌ଡିଏ ପକ୍ଷରୁ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯିବା ପରେ ଏହି ସ୍ବତନ୍ତ୍ର...

ମାଟି ତଳେ ପୋତି ହୋଇଛି ଶହଶହ ଗାଡ଼ିମୋଟର

ଜୟପୁର,୨୦ା୮: ୫ ଦିନ ଧରି ଲଗାଣ ବର୍ଷା ଯୋଗୁ ରାଜସ୍ଥାନର ରାଜଧାନୀ ଜୟପୁରରେ ଲୋକେ ବାରହୀନସ୍ତା ଭୋଗ କରୁଛନ୍ତି। ଘରୁ ବାହାରିବା କଷ୍ଟକର ହୋଇପଡ଼ିଛି। କେଉଁଠି...

ଅଯୋଧ୍ୟାରେ ମୁସଲିମଙ୍କୁ ଗ୍ରାମ ମୁଖ୍ୟ ବାଛିଲେ ହିନ୍ଦୁ

ଅଯୋଧ୍ୟା, ୧୨ା୫ : ଉତ୍ତର ପ୍ରଦେଶର ଅଯୋଧ୍ୟାର ରୁଦାଉଲି ନିର୍ବାଚନ ମଣ୍ଡଳିର ରଜନପୁର ଗାଁରେ ଅନ୍ୟ ସାଧାରଣ ଗାଁ ଭଳି ବାସ କରୁଛନ୍ତି ଶହ ଶହ...

ହେଲ୍‌ମେଟ ନ ପିନ୍ଧି ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ

ପୁଡୁଚେରୀ,୨୧।୧୦: ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି.ନାରାୟଣସ୍ବାମୀ ଓ ଲେପ୍ଟନାଣ୍ଟ ଗଭର୍ନର କିରଣ ବେଦୀଙ୍କ ମଧ୍ୟରେ ପୁଣିଥରେ ତୁତୁ ମେମେ ଆରମ୍ଭ ହୋଇଯାଇଛି। କିରଣ ବେଦୀ ନୂଆ ମୋଟର...

କରୋନାରେ ସଂକ୍ରମିତ ହେଲେ ଆଇସିଏମ୍‌ଆର୍‌ର ବରିଷ୍ଠ ବୈଜ୍ଞାନିକ

ନୂଆଦିଲ୍ଲୀ,୧।୬: ଇଣ୍ଡିଆନ୍‌ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌)ର ଜଣେ ବରିଷ୍ଠ ବୈଜ୍ଞାନିକଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି। ସେ ଗତ ୨...

ନିର୍ମାଣ ହେବ ନୂଆ ସଂସଦ ଭବନ: ଦୌଡ଼ରେ ୭ କମ୍ପାନୀ

ନୂଆଦିଲ୍ଲୀ, ୧୫।୭: ଭାରତର ନୂଆ ସଂସଦ ଭବନ ନିର୍ମାଣ କରାଯିବ। ଏଥିପାଇଁ ଦୌଡ଼ରେ ୭ଟି କମ୍ପାନୀ ରହିଛନ୍ତି। ସେସବୁ କମ୍ପାନୀ ମଧ୍ୟରେ ଉତ୍ତରପ୍ରଦେଶ ସରକାରୀ ନିଗମ...

୮୦ ହଜାର ପର୍ଯ୍ୟନ୍ତ ଶସ୍ତା ହେବ ଇଲେକ୍ଟ୍ରିକ ଯାନ

ନୂଆଦିଲ୍ଲୀ,୨୮-୭: ପେଟ୍ରୋଲ ଓ ଡିଜେଲ ଗାଡ଼ି ଯୋଗୁ ସୃଷ୍ଟି ହେଉଥିବା ବାୟୁ ପ୍ରଦୂଷଣକୁ ହ୍ରାସ କରିବା ଲାଗି କେନ୍ଦ୍ର ସରକାର ଏବେ ଇଲେକ୍ଟ୍ରିକ ଯାନ ପ୍ରଚଳନ...

ଛତିଶଗଡରେ ଭୂକମ୍ପ

ରାୟପୁର,୨୯।୭: ଛତିଶଗଡରେ ଭୂକମ୍ପ ଝଟକା। ରାତି ପ୍ରାୟ ୧୨ଟା ୫୬ ମିନିଟ୍‌ ସମୟରେ ଭୂକମ୍ପ ଅନୁଭୂତ ହୋଇଛି । ଏ ନେଇ ଜାତୀୟ ଭୂକମ୍ପ ବିଜ୍ଞାନ...

Advertisement
Archives

Model This Week