ମୁଖ୍ୟମନ୍ତ୍ରୀଙ୍କ ଆଗରେ ବିଜେଡି ବିଧାୟକ ଦେଲେ ବିବାଦୀୟ ବୟାନ, ଭାଜପା ମହିଳା ମୋର୍ଚ୍ଚାର ବିରୋଧ

ନବରଙ୍ଗପୁର,୧୦।୧୨(ସଦାଶିବ ପ୍ରହରାଜ): ବିଜେଡି ବିଧାୟକଙ୍କ ବିବାଦୀୟ ବୟାନ। କହିଲେ ସବୁ ମହିଳା ମୋ ମୋ ଗର୍ଲଫ୍ରେଣ୍ଡ। ଏଭଳି ବିବାଦୀୟ ବୟାନ ଦେଇଛନ୍ତି ନବରଙ୍ଗପୁର ଜିଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ। ନବରଙ୍ଗପୁର ଲୋକ ମହୋତ୍ସବ ମଣ୍ଡେଇ ଉଦ୍‌ଯାପନୀ ଦିବସରେ ମନୋହର ରନ୍ଧାରୀ ଅତିଥିଭାବେ ଯୋଗ ଦେଇଥିଲେ।

ମଞ୍ଚରେ ଉଦ୍‌ବୋଧନରେ ବିଧାୟକ କହିଥିଲେ ଯେତେ ମନୁଷ୍ୟ ପିଲା ଅଛନ୍ତି ମୋର ବୟଫ୍ରେଣ୍ଡ ଓ ମହିଳା ମୋର ଗର୍ଲଫ୍ରେଣ୍ଡ। ତେବେ ମଞ୍ଚ ଉପରେ ବିଧାୟକଙ୍କର ଏପ୍ରକାର ବୟାନକୁ ଲୋକେ ହଜମ କରି ପାରିନାହାନ୍ତି। ଏହା ଅତ୍ୟନ୍ତ ଲଜ୍ଜାକର ଓ ଭାଜପା ଏହାକୁ ନିନ୍ଦା କରୁଛି ବୋଲି ମହିଳା ଭାଜପା ପକ୍ଷରୁ କୁହାଯାଇଛି। ଏଥିପାଇଁ ବିଧାୟକ ସମସ୍ତ ମହିଳାଙ୍କୁ କ୍ଷମା ମାଗନ୍ତୁ ବୋଲି ମଙ୍ଗଳବାର ଜିଲା ମହିଳା ଭାଜପା ଏକ ଖବରଦାତା ସମ୍ମିଳନୀକରି ଦାବି କରିଛି। ଏହା ନ କଲେ ଭାଜପା ମହିଳା ମୋର୍ଚ୍ଚା ମହିଳା କମିଶନରଙ୍କ ଦ୍ବାରସ୍ଥ ହେବ ବୋଲି ଜିଲା ଭାଜପା ମହିଳା ମୋର୍ଚ୍ଚା ସଭାନେତ୍ରୀ ଶର୍ମିଷ୍ଠା ଦେଓ ଚେତାବନୀ ଦେଇଛନ୍ତି।

ଶର୍ମିଷ୍ଠା କହିଥିଲେ, ମଣ୍ଡେଇ ଜିଲାର କଳା ଓ ସଂସ୍କୃତିର ପର୍ବ। ମଣ୍ଡେଇ ସାମାଜିକ, ଅର୍ଥନୈତିକ ଓ କୃଷିଭିତ୍ତିକ ପ୍ରଦର୍ଶନୀର ମାଧ୍ୟମ। ଏପରି ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଡାବୁଗାଁ ବିଧାୟକ ରନ୍ଧାରୀ ନିଜ ଉଦ୍‌ବୋଧନରେ ସମସ୍ତ ମହିଳା ମୋର ଗର୍ଲ ଫ୍ରେଣ୍ଡ ଆଶାଳୀନ ମନ୍ତବ୍ୟ ଦେଇଥିଲେ ବୋଲି କହିଥିଲେ। ଏଥିସହ କେବଳ ରନ୍ଧାରୀ ନୁହନ୍ତି, ରାଜ୍ୟ ସଭା ସଦସ୍ୟ ମୁଜିବୁଲ୍ଲା ଖାନ ମଣ୍ଡେଇର ପ୍ରଥମ ଦିନରେ ‘ଆହେ ଦୟାମୟ ବିଶ୍ବବିହାରୀ ପ୍ରାର୍ଥନାର ମୋର ଧନଜନ ଲୋଡ଼ା ନାହିଁ’ ଉକ୍ତିକୁ ସିନେ ତାରକା ଶ୍ରୀରାମ ପଣ୍ଡା ସନ୍ନ୍ୟାସୀ ହେବା ସହ ତୁଳନା କରିଥିଲେ। ଏହାକୁ ମଧ୍ୟ ଭାଜପା ପକ୍ଷରୁ ନିନ୍ଦା କରାଯାଇଥିବା ସେ କହିଥିଲେ। ଖବରଦାତା ସମ୍ମିଳନୀରେ ମମତା ମହାରଣା, କିଶୋରୀ ପଟ୍ଟନାୟକ, ଜିଲା ସଭାପତି ଜଗଦୀଶ ଚନ୍ଦ୍ର ବିଷୋୟୀ ଓ କାହ୍ନୁ ଦାସ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଆରମ୍ଭ ୬ ହଜାରରୁ ହେଲେ ଏବେ ୧୩ ପ୍ଲଟ୍‌, ଲକ୍‌ରରେ କୋଟି କୋଟି ଟଙ୍କା ; ଆଇଟିଡିଏ ନିର୍ବାହୀ ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି…

ଭୁବନେଶ୍ୱର/ବାଲିଗୁଡ଼ା,୬।୬(ତ୍ରିନାଥ ମହାନ୍ତି/ ସଞ୍ଜୟ କୁମାର ପାଣିଗ୍ରାହୀ): ଚାକିିରି ଆରମ୍ଭ କରିଥିଲେ ୬ ହଜାର ଟଙ୍କାରେ। ହେଲେ ସେ କିଛି ଦିନ ପରେ ଆୟଠାରୁ ଢେର ପରିମାଣର ଅଧିକ…

ମେଗା ପ୍ରକଳ୍ପର ମେନ୍ ପାଇପ୍ ଫାଟିଲା, ପ୍ରବଳ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ୫ରୁ ଊର୍ଦ୍ଧ୍ୱ ଗ୍ରାମକୁ ପାନୀୟ ଜଳ ଯୋଗାଣ ଠପ୍

ଭେଡ଼େନ, ୬ ଜୁନ୍ (ହୃଷିକେଶ ଖମାରୀ): ସମଗ୍ର ଅଞ୍ଚଳରେ ତାପମାତ୍ରା ଥମିବାର ନାଁ ନେଉ ନଥିବା ବେଳେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଏଭଳି…

କୂଅ ସଫା କରିବା ବେଳେ ବ୍ଲିଚିଂ ଗ୍ୟାସରେ ଶ୍ରମିକ ଅଣନିଶ୍ୱାସୀ, ଅଗ୍ନିଶମ ବାହିନୀ ଦ୍ୱାରା…

ଭଞ୍ଜନଗର, ୬ ଜୁନ୍ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଏକ ସାହିରେ କୂଅ ସଫା କରିବା ସମୟରେ ଜଣେ ଶ୍ରମିକ ବିଷାକ୍ତ ଗ୍ୟାସ ସଂସ୍ପର୍ଶରେ…

ହିଟ୍‌ ଓ୍ବେଭ୍‌ ସହ କାଳବୈଶାଖୀ, ୧୦ ଯାଏ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୬ା୬ (ବନ୍ଦନା ସେଠୀ) – ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ଜାରି ରହିଥିବାବେଳେ ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚୁଛି। ଆସନ୍ତା ୧୦ ତାରିଖ…

ଶୁଳିଆ ପାହାଡ଼ରେ ରୋପଣ ହେଲା ୪ ହଜାର ବାଉଁଶ ଚାରା: ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ପାଇଁ…

ଦିଗପହଣ୍ଡି,୬|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ପୋଡ଼ାମାରି ଗ୍ରାମ ସ୍ଥିତ ଚନ୍ଦ୍ରଗିରି ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ରେଞ୍ଜର ରୂପକ ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ…

ଥୁଆମୂଳ ରାମପୁରରେ ପରିବର୍ତ୍ତନ କ୍ଲାସେସ୍ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ: ସଫେଇ ଅଭିଯାନ ସହ ଛାତ୍ରଛାତ୍ରୀ ପୁରସ୍କୃତ

ଥୁଆମୂଳ ରାମପୁର, ୦୬ ଜୁନ୍ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରଠାରେ ସ୍ଥାନୀୟ ଅଗ୍ରଣୀ ଶିକ୍ଷାନୁଷ୍ଠାନ ‘ପରିବର୍ତ୍ତନ କ୍ଲାସେସ୍’ ଆନୁକୂଲ୍ୟରେ ବିଶ୍ୱ ପରିବେଶ ଦିବସ ସମାରୋହ…

RI ଚାକିରି ଆଶା ଦେଖାଇ ଲୁଟିଥିଲେ ୫.୫ ଲକ୍ଷ ଟଙ୍କା; ହୀରାକୁଦରୁ ଅଭିଯୁକ୍ତଙ୍କୁ ବାନ୍ଧିଲା କେନ୍ଦୁଝର ପୋଲିସ

କେନ୍ଦୁଝର,୬।୬(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାରୀ ଚାକିରି ଯୋଗାଇଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିବା ମାମଲାରେ କେନ୍ଦୁଝର ଟାଉନ ପୋଲିସକୁ ଏକ ବଡ଼…

ମା ଙ୍କୁ ଆକ୍ରମଣ ପରେ ଝିଅଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୬|୬(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ଚୁଡୁଙ୍ଗପୁର ଗ୍ରାମର ଜଣେ ବିବାହିତା ଯୁବତୀ ତାଙ୍କ ଘର ବାରଣ୍ଡାରେ ବସିଥିବା ବେଳେ  ଗ୍ରାମର ଏ.ଶଙ୍କର ପାତ୍ର ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri