Advertisement
Posted inଜାତୀୟ

ସାଇରସ୍‌ ମିସ୍ତ୍ରୀଙ୍କ କାର୍‌ ଦୁର୍ଘଟଣା ସମୟରେ ଗାଡ଼ି ଚଳାଉଥିବା ଡାକ୍ତରଙ୍କ ବିରୋଧରେ ମାମଲା

ମୁମ୍ବାଇ,୫ା୧୧: ଭାରତର ସବୁଠାରୁ ପ୍ରତିଷ୍ଠିତ ବ୍ୟବସାୟୀ ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍‌ ମିସ୍ତ୍ରୀଙ୍କ ଗତ ସେପ୍ଟେମ୍ବରରେ ମହାରାଷ୍ଟ୍ରର ପାଲଘର ନିକଟରେ ଏକ କାର୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ସାଇରସ୍‌ଙ୍କ ମୃତ୍ୟୁ ଘଟଣାରେ କାସା ପୋଲିସ ଦୁର୍ଘଟଣା ସମୟରେ ଗାଡ଼ି ଚଳାଉଥିବା ଡାକ୍ତର ଅନାହିତା ପାଣ୍ଡୋଲଙ୍କ ବିରୋଧରେ ମାମଲା ରୁଜୁ କରିଛି।

ସାଇରସ୍‌ଙ୍କ ମର୍ସିଡିଜ୍‌ କାର୍‌କୁ ଡାକ୍ତର ଅନାହିତା ପାଣ୍ଡୋଲ ଚଳାଉଥିଲେ ଏବଂ ଦୁର୍ଘଟଣା ଘଟିବା ପରେ ବ୍ୟବସାୟୀ ପଛରେ ବସିଥିଲେ। ଅନାହିତାଙ୍କ ସ୍ବାମୀ ଡାରିୟସ ପାଣ୍ଡୋଲଙ୍କ ବିବୃତ୍ତି ନେଇ ପୋଲିସ ଏକ ମାମଲା ରୁଜୁ କରିଛି। କାର୍‌ ଦୁର୍ଘଟଣାର ଗୁରୁତର ହୋଇ ବଞ୍ଚିଥିବା ଡାରିୟସଙ୍କୁ ଗତ ମାସ ଶେଷରେ ମୁମ୍ବାଇର ଏକ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା।

ଡାରିୟସ ପୋଲିସକୁ ଦେଇଥିବା ବିବୃତ୍ତିରେ କହିଛନ୍ତି, ଦୁର୍ଘଟଣା ସମୟରେ ତାଙ୍କ ସ୍ତ୍ରୀ ତଥା ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. ଅନାହିତା କାର୍‌ ଚଳାଉଥିଲେ। ସେ ତାଙ୍କ ସହିତ ଆଗ ସିଟ୍‌ରେ ବସିଥିଲେ। ସାଇରସ ଏବଂ ତାଙ୍କ ଭାଇ ଜାହାଙ୍ଗୀର ପଛ ସିଟ୍‌ରେ ବସିଥିଲେ। ସେମାନେ ଗୁଜରାଟରୁ ମହାରାଷ୍ଟ୍ରକୁ ମର୍ସିଡିଜ-ବେଞ୍ଜ କାର୍‌ରେ ଫେରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୨ ସୁଦ୍ଧା ଭାରତୀୟ ସେନାର ଅଧା ହେବ ଅଗ୍ନିବୀରଙ୍କ ସଂଖ୍ୟା, ପ୍ରତିବର୍ଷ ଦେଢ଼ ଲକ୍ଷ ନିଯୁକ୍ତି …

ନୂଆଦିଲ୍ଲୀ, ୧୬।୬ : ଭାରତୀୟ ସେନାରେ ସମ୍ପ୍ରତି ୧୨ ଲକ୍ଷ ଯବାନ ଅଛନ୍ତି। ଅଗ୍ନିପଥ ଯୋଜନା ଅନୁସାରେ ୨୦୩୨ ସୁଦ୍ଧା ଅଗ୍ନିବୀରଙ୍କ ସଂଖ୍ୟା ଏହାର ଅଧା...

‘ଏଭଳି ଖାଦ୍ୟ କୁକୁର ଖାଇବନି’

ଲକ୍ଷ୍ନୌ, ୧୨ା୮: ୟୁପି ପୋଲିସ ଲାଇନ ମେସ୍‌ରେ ନିମ୍ନମାନର ଖାଦ୍ୟ ପ୍ରସ୍ତୁତ ହେଉଥିବା ଅଭିଯୋଗ କରି କନଷ୍ଟେବଳ ମନୋଜ କୁମାର ଧାରଣାରେ ବସିଛନ୍ତି। ଏକ ପ୍ଲେଟ୍‌ରେ...

ମଙ୍ଗଳବାର ୟେଦୁରପ୍ପାଙ୍କ କ୍ୟାବିନେଟ ସମ୍ପ୍ରସାରଣ

ବେଙ୍ଗାଲୁରୁ, ୧୮ା୮: କର୍ନାଟକରେ ଭାଜପା ସରକାରର କ୍ୟାବିନେଟ ସମ୍ପ୍ରସାରଣ ମଙ୍ଗଳବାର ଅପରାହ୍ନରେ କରାଯିବ। ସେହିଦିନ ପୂର୍ବାହ୍ନରେ ଭାଜପା ବିଧାୟକ ଦଳର ବୈଠକ ବସିବା ସହ ମନ୍ତ୍ରିମଣ୍ଡଳର...

ମଣିପୁର ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି

ଇମ୍ଫାଲ୍‌,୨।୭: ମଣିପୁର ନୋନି ଜିଲାରେ ବୁଧବାର ରାତିରେ ହୋଇଥିବା ଭୂସ୍ଖଳନରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଶନିବାର ମଧ୍ୟାହ୍ନ ସୁଦ୍ଧା ୨୫ ଜଣଙ୍କ ମୃତଦେହ ଜବତ କରିଛି। ସେମାନଙ୍କ...

କ୍ଷେତ୍ରୀୟ ଅଖଣ୍ଡତା-ଅନ୍ତର୍ଜାତୀୟ ଆଇନକୁ ସମ୍ମାନ ଦେବା ଆବଶ୍ୟକ: ଜୟ ଶଙ୍କର

ନୂଆଦିଲ୍ଲୀ,୧୫।୧୧: କ୍ଷେତ୍ରୀୟ ଅଖଣ୍ଡତାକୁ ସମ୍ମାନ ଦେବା ଦ୍ୱାରା ଦେଶ ଦେଶ ମଧ୍ୟରେ ଶାନ୍ତିପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇପାରିବ। ସେହିପରି ଅନ୍ତର୍ଜାତୀୟ ଆଇନର ପାଳନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ...

କଥା ରଖିଲେ ପଞ୍ଜାବ ସରକାର

ଚଣ୍ଡିଗଡ଼,୨୪ ।୭: ପଞ୍ଜାବର ଆମ ଆଦମୀ(ଏଏପି) ସରକାର ଦିଲ୍ଲୀ ଭଳି ପଞ୍ଜାବରେ ବି ମାଗଣା ବିଜୁଳୀ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏବେ ଏଥିନେଇ ସରକାର...

ବଢିବ କି ଲକ୍‌ଡାଉନ୍‌… ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଅମିତ ଶାହ

ନୂଆଦିଲ୍ଲୀ,୨୯।୫: କରୋନା ଯୋଗୁ ଦେଶରେ ଲାଗୁ କରାଯାଇଥିବା ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ମେ ୩୧ରେ ଶେଷ ହେବ। ଆଗକୁ ଏହା ବୃଦ୍ଧି କରାଯିବ କି ନାହିଁ...

ଗାଈଙ୍କ ଉପରେ ହେବ ଅନ୍‌ଲାଇନ୍‌ ପରୀକ୍ଷା, ଜାଣନ୍ତୁ ଏହା ପଛରେ କ’ଣ ରହିଛି କାରଣ

ନୂଆଦିଲ୍ଲୀ,୭।୧: କେନ୍ଦ୍ରୀୟ ପଶୁପାଳନ ବିଭାଗ ଗାଈଙ୍କୁ ନେଇ ଦେଶବ୍ୟାପୀ ପରୀକ୍ଷା କରିବାକୁ ଯାଉଛି। ବାସ୍ତବରେ ପଶୁପାଳନ ଏବଂ ଦୁଗ୍ଧ ମନ୍ତ୍ରଣାଳୟ ଅଧୀନରେ ‘ରାଷ୍ଟ୍ରୀୟ କାମଧେନୁ’ ନାମକ...

Advertisement
Archives

Model This Week