୨୧୬ କିମି ବେଗରେ ମାଡ଼ି ଆସୁଛି ଭୟଙ୍କର ବାତ୍ୟା! ଜାରି ହେଲା ହାଇ ଆଲର୍ଟ, ଏଇଠି କରିବ ଲ୍ୟାଣ୍ଡଫଲ

ଟୋକିଓ, ୮।୮: ଜାପାନରେ ଗତ କିଛି ମାସ ଧରି ଲଗାତାର ଭୟଙ୍କର ଭୂକମ୍ପର ଝଟକା ଆତଙ୍କ ସୃଷ୍ଟି କରିଛି। ସମୁଦ୍ରରେ ଉଠୁଥିବା ଉଚ୍ଚ ଲହରୀ ଏବଂ ସୁନାମି ଆସିବାର ଆଶଙ୍କା ୨୦୧୧ର ଭୟାବହ ସ୍ମୃତିକୁ ପୁଣି ତାଜା କରିଦେଇଛି। ଏବେ ଜାପାନରେ ଆଉ ଏକ ପ୍ରାକୃତିକ ବିପର୍ଯ୍ୟୟ ବଡ଼ ଧରଣର ତାଣ୍ଡବ ରଚିବାକୁ ଆଗେଇ ଆସିଛି। ପ୍ରଶାନ୍ତ ମହାସାଗରରେ ଏକ ଅତ୍ୟନ୍ତ ଶକ୍ତିଶାଳୀ ଓ ବିନାଶକାରୀ ଚକ୍ରବର୍ତ୍ତୀ ଝଡ଼ ପ୍ରବେଶ କରିଛି, ଯାହାର ନାମ ‘ଡଲଫିନ’ ରଖାଯାଇଛି। ଏହି ଘୂର୍ଣ୍ଣିିଝଡ ପ୍ରଥମେ ଜାପାନ ଏବଂ ପରେ ଚାଇନାରେ ଲ୍ୟାଣ୍ଡଫଲ କରିବ ବୋଲି କୁହାଯାଉଛି। ଏହା ଉଭୟ ଦେଶର ସମୁଦ୍ରତଟୀୟ ଅଞ୍ଚଳରେ ଭୟଙ୍କର ବିନାଶ ଘଟାଇପାରେ।

ଜାପାନ ପାଣିପାଗ ବିଭାଗ (JMA) ଘୂର୍ଣ୍ଣିିଝଡର ଗତି ଓ ଆକାରକୁ ଦୃଷ୍ଟିରେ ରଖି ହାଇ ଆଲର୍ଟ ଜାରି କରିବା ସହ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି। ଓକିନାୱା ଏବଂ କାଗୋଶିମା ଅଞ୍ଚଳର ପ୍ରାୟ ୨.୬ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ୫୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ କରାଯାଇଥିବା ବେଳେ ଲୋକଙ୍କୁ ଘର ଭିତରେ ରହିବାକୁ କୁହାଯାଇଛି। ଘୂର୍ଣ୍ଣିିଝଡ ‘ଡଲଫିନ’ର ଲ୍ୟାଣ୍ଡଫଲ ଯୋଗୁ ସମୁଦ୍ରତଟୀୟ ଅଞ୍ଚଳରେ ଘଣ୍ଟାପ୍ରତି ୧୪୪ କିଲୋମିଟର ବେଗରେ ପବନ ବହୁଛି ଏବଂ ୨୦୦ କିଲୋମିଟର ବେଗରେ ପବନର ଝଟକା ଅନୁଭୂତ ହେଉଛି। ଟାଇଫୁନର ପ୍ରଭାବରେ ୧୪,୦୦୦ରୁ ଅଧିକ ଘରରେ ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଛି ଏବଂ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି।

ଜାପାନ ପାଣିପାଗ ବିଭାଗ (JMA) ଅନୁସାରେ, ଟାଇଫୁନ ‘ଡଲଫିନ’ ଜାପାନର ଓକିନାୱା ଅଞ୍ଚଳର କୁମେ ଦ୍ୱୀପ ଉପରେ ରହିଛି। ଏହି ଦ୍ୱୀପ ରାଜଧାନୀଠାରୁ ପ୍ରାୟ ୧୬୦ କିଲୋମିଟର ଉତ୍ତର-ପଶ୍ଚିମରେ ଅବସ୍ଥିତ। ଦ୍ୱୀପ ଅତିକ୍ରମ କରିବା ପରେ ଟାଇଫୁନ ‘ଡଲଫିନ’ ପୂର୍ବ ଚାଇନା ସାଗରରେ ପହଞ୍ଚିବ ଏବଂ ସେଠାରୁ ଚୀନର ପୂର୍ବ ଉପକୂଳ ଦିଗକୁ ଗତି କରିବ।

ଚାଇନାରେ ଟାଇଫୁନର ପବନର ବେଗ ଘଣ୍ଟାପ୍ରତି ୫୦ରୁ ୧୬୨ କିଲୋମିଟର ପର୍ଯ୍ୟନ୍ତ ରହିପାରେ। ସେହିପରି ଘଣ୍ଟାପ୍ରତି ୨୧୬ କିଲୋମିଟର ବେଗରେ ପବନର ଝଟକା ମଧ୍ୟ ଅନୁଭୂତ ହୋଇପାରେ। ସମୁଦ୍ରରେ ୧୨ରୁ ୧୬.୫ ମିଟର ପର୍ଯ୍ୟନ୍ତ ଉଚ୍ଚ ଓ ବିପଜ୍ଜନକ ଲହରୀ ଉଠିପାରେ। ଆସନ୍ତା କିଛି ଘଣ୍ଟା ମଧ୍ୟରେ ଝଡ଼ ଆହୁରି ଶକ୍ତିଶାଳୀ ହୋଇପାରେ, ଯାହା ଫଳରେ ଭାରୀରୁ ଅତିଭାରୀ ବର୍ଷା ହେବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୮ମ ବେତନ ଆୟୋଗକୁ ନେଇ ଆସିଲା ବଡ଼ ଅପଡେଟ୍‌: ଏହି ସରକାରୀ କର୍ମଚାରୀଙ୍କୁ ମିଳିବ ୧୮ ଲକ୍ଷ ଟଙ୍କାର…

ନୂଆଦିଲ୍ଲୀ,୨୨।୯: ୮ମ ବେତନ ଆୟୋଗକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ଅପେକ୍ଷା ଜାରି ରହିଛି। ବର୍ତ୍ତମାନ ଆୟୋଗ ବିଭିନ୍ନ କର୍ମଚାରୀ ସଂଗଠନ ସହ ଆଲୋଚନା କରୁଛି। ରିପୋର୍ଟ ଲାଗୁ…

ଅକ୍ଟୋବର ୧ରୁ ଏସବୁ ବ୍ୟାଙ୍କିଙ୍ଗ୍‌ କାମରେ ଲାଗିବ ଚାର୍ଜ, ଆକାଉଣ୍ଟରେ ଟଙ୍କା ରଖୁଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍‌ଲୀ,୨୨।୯:ସେପ୍ଟେମ୍ୱର ମାସ ଶେଷ ହେବାକୁ ଯାଉଛି ଏବଂ ଏବେ ଅକ୍ଟୋବର ମାସ ଆରମ୍ଭ ହେବାକୁ ଯାଉଛି। ଅକ୍ଟୋବର ମାସ ଆରମ୍ଭ ହେବା ସହିତ ବ୍ୟାଙ୍କ ସହିତ ଜଡ଼ିତ…

ଗଜପତିରେ ପର୍ଯ୍ୟଟନସ୍ଥଳୀ ବନ୍ଦ

ନବରଙ୍ଗପୁର,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେବାରେ ଲାଗିଛି। ଏନେଇ ଆସନ୍ତା ୨୩ ଏବଂ ୨୪ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା…

ହଠାତ୍‌ ଅବସର ନେଇ ସମସ୍ତଙ୍କୁ ଚମକାଇଦେଲେ ଏହି ଖେଳାଳି: କ୍ରିକେଟ୍‌ ଜଗତ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୯: ଦକ୍ଷିଣ ଆଫ୍ରିକା ପାଇଁ ପ୍ରାୟ ଏକ ଦଶନ୍ଧି ପୂର୍ବେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ବ୍ୟାଟର କୋଲିନ ଇଙ୍ଗ୍ରାମ ୪୧ ବର୍ଷ ବୟସରେ ବୃତ୍ତିଗତ…

ରାହୁ-କେତୁଙ୍କ କୃପାରୁ ସିଂହ ସମେତ ୪ ରାଶିଙ୍କୁ ଫାଇଦା ହିଁ ଫାଇଦା: ବର୍ଷ ଶେଷ ସୁଦ୍ଧା ଧନଲାଭର ଯୋଗ! ହେବ ଏକ୍ସଟ୍ରା ରୋଜଗାର

ଭୁବନେଶ୍ୱର: ବର୍ଷ ଶେଷରେ ରାହୁ-କେତୁଙ୍କ ରାଶି ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁସାରେ, ୫ ଡିସେମ୍ବର ୨୦୨୬ରେ ରାହୁ କୁମ୍ଭ ରାଶିରୁ ବାହାରି ମକର ରାଶିରେ…

ପ୍ଲେଇଂ ଇଲେଭେନ୍‌ରେ ବୈଭବଙ୍କୁ ଦେଖିବାକୁ ନ ପାଇ ଆଶ୍ଚର୍ଯ୍ୟ ହୋଇଗଲେ ଜାପାନ ଅଧିନାୟକ; କହିଲେ ଏମିତି…

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ଏକମାତ୍ର ଟି-୨୦ ମ୍ୟାଚ ବେଶ ରୋମାଞ୍ଚକର ରହିଥିଲା। ବର୍ଷା ଯୋଗୁ ମ୍ୟାଚକୁ ୫-୫ ଓଭରରେ ସୀମିତ କରାଯାଇଥିଲା।…

ହାରୁ ହାରୁ ମ୍ୟାଚ ଜିତିଗଲା ଭାରତ, ଦୀର୍ଘ ନିଃଶ୍ୱାସ ମାରି ଶ୍ରେୟସ ଆୟର କହିଲେ…

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର (୨୨ ସେପ୍ଟେମ୍ବର) ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ଐତିହାସିକ ଟି-୨୦ ମ୍ୟାଚ ବେଶ ରୋମାଞ୍ଚକର ରହିଥିଲା। ହାରୁଥିବା ମ୍ୟାଚକୁ ଶେଷରେ ମାତ୍ର ୨…

ଭାରତ ପୁଣି ହେଲା ବିଶ୍ୱର ନମ୍ବର-୧ ଟିମ୍‌: ଇଂଲଣ୍ଡକୁ ହଟାଇ…

ନୂଆଦିଲ୍ଲୀ,୨୨।୯: ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଦଳ ପୁଣିଥରେ ICC T20 ମାନ୍ୟତାରେ ପ୍ରଥମ ସ୍ଥାନ ହାସଲ କରିଛି। ନିକଟରେ ଇଂଲଣ୍ଡ ଏହି ସ୍ଥାନ ଅକ୍ତିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?