୨୧୬ କିମି ବେଗରେ ମାଡ଼ି ଆସୁଛି ଭୟଙ୍କର ବାତ୍ୟା! ଜାରି ହେଲା ହାଇ ଆଲର୍ଟ, ଏଇଠି କରିବ ଲ୍ୟାଣ୍ଡଫଲ

ଟୋକିଓ, ୮।୮: ଜାପାନରେ ଗତ କିଛି ମାସ ଧରି ଲଗାତାର ଭୟଙ୍କର ଭୂକମ୍ପର ଝଟକା ଆତଙ୍କ ସୃଷ୍ଟି କରିଛି। ସମୁଦ୍ରରେ ଉଠୁଥିବା ଉଚ୍ଚ ଲହରୀ ଏବଂ ସୁନାମି ଆସିବାର ଆଶଙ୍କା ୨୦୧୧ର ଭୟାବହ ସ୍ମୃତିକୁ ପୁଣି ତାଜା କରିଦେଇଛି। ଏବେ ଜାପାନରେ ଆଉ ଏକ ପ୍ରାକୃତିକ ବିପର୍ଯ୍ୟୟ ବଡ଼ ଧରଣର ତାଣ୍ଡବ ରଚିବାକୁ ଆଗେଇ ଆସିଛି। ପ୍ରଶାନ୍ତ ମହାସାଗରରେ ଏକ ଅତ୍ୟନ୍ତ ଶକ୍ତିଶାଳୀ ଓ ବିନାଶକାରୀ ଚକ୍ରବର୍ତ୍ତୀ ଝଡ଼ ପ୍ରବେଶ କରିଛି, ଯାହାର ନାମ ‘ଡଲଫିନ’ ରଖାଯାଇଛି। ଏହି ଘୂର୍ଣ୍ଣିିଝଡ ପ୍ରଥମେ ଜାପାନ ଏବଂ ପରେ ଚାଇନାରେ ଲ୍ୟାଣ୍ଡଫଲ କରିବ ବୋଲି କୁହାଯାଉଛି। ଏହା ଉଭୟ ଦେଶର ସମୁଦ୍ରତଟୀୟ ଅଞ୍ଚଳରେ ଭୟଙ୍କର ବିନାଶ ଘଟାଇପାରେ।

ଜାପାନ ପାଣିପାଗ ବିଭାଗ (JMA) ଘୂର୍ଣ୍ଣିିଝଡର ଗତି ଓ ଆକାରକୁ ଦୃଷ୍ଟିରେ ରଖି ହାଇ ଆଲର୍ଟ ଜାରି କରିବା ସହ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି। ଓକିନାୱା ଏବଂ କାଗୋଶିମା ଅଞ୍ଚଳର ପ୍ରାୟ ୨.୬ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ୫୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ କରାଯାଇଥିବା ବେଳେ ଲୋକଙ୍କୁ ଘର ଭିତରେ ରହିବାକୁ କୁହାଯାଇଛି। ଘୂର୍ଣ୍ଣିିଝଡ ‘ଡଲଫିନ’ର ଲ୍ୟାଣ୍ଡଫଲ ଯୋଗୁ ସମୁଦ୍ରତଟୀୟ ଅଞ୍ଚଳରେ ଘଣ୍ଟାପ୍ରତି ୧୪୪ କିଲୋମିଟର ବେଗରେ ପବନ ବହୁଛି ଏବଂ ୨୦୦ କିଲୋମିଟର ବେଗରେ ପବନର ଝଟକା ଅନୁଭୂତ ହେଉଛି। ଟାଇଫୁନର ପ୍ରଭାବରେ ୧୪,୦୦୦ରୁ ଅଧିକ ଘରରେ ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଛି ଏବଂ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି।

ଜାପାନ ପାଣିପାଗ ବିଭାଗ (JMA) ଅନୁସାରେ, ଟାଇଫୁନ ‘ଡଲଫିନ’ ଜାପାନର ଓକିନାୱା ଅଞ୍ଚଳର କୁମେ ଦ୍ୱୀପ ଉପରେ ରହିଛି। ଏହି ଦ୍ୱୀପ ରାଜଧାନୀଠାରୁ ପ୍ରାୟ ୧୬୦ କିଲୋମିଟର ଉତ୍ତର-ପଶ୍ଚିମରେ ଅବସ୍ଥିତ। ଦ୍ୱୀପ ଅତିକ୍ରମ କରିବା ପରେ ଟାଇଫୁନ ‘ଡଲଫିନ’ ପୂର୍ବ ଚାଇନା ସାଗରରେ ପହଞ୍ଚିବ ଏବଂ ସେଠାରୁ ଚୀନର ପୂର୍ବ ଉପକୂଳ ଦିଗକୁ ଗତି କରିବ।

ଚାଇନାରେ ଟାଇଫୁନର ପବନର ବେଗ ଘଣ୍ଟାପ୍ରତି ୫୦ରୁ ୧୬୨ କିଲୋମିଟର ପର୍ଯ୍ୟନ୍ତ ରହିପାରେ। ସେହିପରି ଘଣ୍ଟାପ୍ରତି ୨୧୬ କିଲୋମିଟର ବେଗରେ ପବନର ଝଟକା ମଧ୍ୟ ଅନୁଭୂତ ହୋଇପାରେ। ସମୁଦ୍ରରେ ୧୨ରୁ ୧୬.୫ ମିଟର ପର୍ଯ୍ୟନ୍ତ ଉଚ୍ଚ ଓ ବିପଜ୍ଜନକ ଲହରୀ ଉଠିପାରେ। ଆସନ୍ତା କିଛି ଘଣ୍ଟା ମଧ୍ୟରେ ଝଡ଼ ଆହୁରି ଶକ୍ତିଶାଳୀ ହୋଇପାରେ, ଯାହା ଫଳରେ ଭାରୀରୁ ଅତିଭାରୀ ବର୍ଷା ହେବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?