Posted inକଟକ

ତାସ ଖେଳିବାପାଇଁ ଉଦ୍ଦିଷ୍ଟ ସରକାରୀ କୋଠଘର! ଆଶ୍ରୟସ୍ଥଳୀ କରିବା ପାଇଁ ଅନିଚ୍ଛୁକ…..

କଟକ ସଦର,୨୮।୧୦(ସୁଶାନ୍ତ କୁମାର ଜେନା): ବାତ୍ୟା ଅର୍ଣ୍ଣବ ପାଇଁ କଟକ ସଦର ବ୍ଲକ ପ୍ରଶାସନ ମଙ୍ଗଳାବର ତତ୍ପରତା ଦେଖାଇ ସବୁ ବିଦ୍ୟାଳୟକୁ ଆବଶ୍ୟକ ପଡିଲେ ଖୋଲା ରଖିବା ପାଇଁ ପ୍ରଧାନଶିକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଆବଶ୍ୟକ ପଡିଲେ ବିଦ୍ୟାଳୟର ଚାବି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରି ରାତିରେ ଘରକୁ ଯିବାପାଇଁ ବିଡ଼ିଓ ଙ୍କ ନିର୍ଦ୍ଦେଶ ଥିଲା। ପ୍ରତି ଗ୍ରାମରେ ଥିବା ଏକାଧିକ କୋଠଘର, କ୍ଲବ, ମହିଳା ସମିତି ଗୃହ ଭଳି ସରକାରୀ ଘରର ଚାବି ଦେବାପାଇଁ କିଛି ପ୍ରତିପତ୍ତି ବ୍ୟକ୍ତି ଅନିଚ୍ଛୁକ ଥିଲେ ।ସ୍ୱଳ୍ପ କାଳୀନ ଆଶ୍ରୟ ସ୍ଥଳ ଗାଁରେ କରିବା ପାଇଁ ସରପଞ୍ଚମାନେ ସ୍ଥିର କରି ନିରାଶ ହୋଇଥିବା ଜଣାପଡିଛି ।

ସରକାରୀ ଜମି ଉପରେ ନିର୍ମିତ କୋଠଘର କେବଳ ତାସ ଖେଳିବା ପାଇଁ ଉଦ୍ଦିଷ୍ଟ । ସେଥିପାଇଁ ଏହି ପ୍ରକାରର ଘରେ ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ବେଳେ ଗରିବ ଲୋକଙ୍କ ବ୍ୟବହାର କରିବାପାଇଁ ଅନୁମତି ଦେବାକୁ ନେତାମାନେ ରାଜି ନୁହନ୍ତି । ଶତପ୍ରତିଶତ ସରକାରୀ ଅନୁଦାନରେ ନିର୍ମିତ କୋଠଘର କେବଳ ହାତଗଣତି ଲୋକଙ୍କ ବ୍ୟବହାରରେ ଆସୁଥିବା ଅଭିଯୋଗ ହେଉଛି । ବାର୍ଷିକ ମରାମତି ଓ ରଙ୍ଗ ଦିଆଯିବା କାର୍ଯ୍ୟ ମଧ୍ୟ ସାଂସଦ ଓ ବିଧାୟକଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ କରାଯାଉଛି । କୋଠଘରର ନିୟନ୍ତ୍ରଣ କାହା ଅଧୀନରେ ରହିବା ତାର ନିର୍ଣ୍ଣୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ନିର୍ଣ୍ଣୟ କରିବାପାଇଁ ଦାବି ହେଉଛି । ଏନେଇ ବିଡିଓ ପ୍ରତୀକ ସାହୁଙ୍କୁ ପଚାରିବାରୁ ଏ ବିଷୟରେ କଟକ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

ଥାନା CUG ନମ୍ବର ଲୁଚାଇଲେ ହେବ କାର୍ଯ୍ୟାନୁଷ୍ଠାନ! ସାର୍ବଜନୀନ କରିବାକୁ ପୋଲିସ୍ HQରୁ କଡ଼ା ନିର୍ଦ୍ଦେଶ

କଟକ ସଦର, ୨୭/୧୦ (ସୁଶାନ୍ତ କୁମାର ଜେନା): ରାଜ୍ୟର ବିଭିନ୍ନ ଥାନାରେ ଥିବା BSNL ଲ୍ୟାଣ୍ଡଫୋନ୍ ଲାଇନ୍‌ଗୁଡ଼ିକ ଅଚଳ ହୋଇପଡ଼ିଥିବାରୁ, ଜରୁରୀ ସେବା ଓ ପୋଲିସ୍ ସହାୟତା…

ମାଡ଼ି ଆସୁଛି ବାତ୍ୟା: କଟକରେ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ

କଟକ,୨୭।୧୦(ପ୍ରଭୁକଲ୍ୟାଣ ପାଲ୍‌): ବଳ ଗୋଟାଇ ସ୍ଥଳଭାଗକୁ ମାଡ଼ି ଆସୁଛି ବାତ୍ୟା ଅର୍ଣ୍ଣବ। ଏହାର ପ୍ରଭାବରେ ମଙ୍ଗଳବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ପ୍ରବଳ ବର୍ଷା,…

ବର୍ଷା, ପବନ ସତ୍ତ୍ୱେ କଟକ ଜିଲାରେ ସ୍କୁଲ ଖୋଲା, ଅଭିଭାବକ ମହଲରେ ଅସନ୍ତୋଷ

କଟକ ସଦର,୨୭।୧୦(ସୁଶାନ୍ତ କୁମାର ଜେନା): ବାତ୍ୟା ଅର୍ଣ୍ଣବର ପ୍ରଭାବରେ କଟକ ଜିଲାରେ ମଙ୍ଗଳବାର ସକାଳୁ ବର୍ଷା ଆରମ୍ଭ ହୋଇଯାଇଛି। ହେଲେ କଟକ ଜିଲାରେ ଛୁଟି ଘୋଷଣା ହୋଇ…

ବିବାଦ ଘେରରେ କଟକ ଜିଲାପାଳଙ୍କ ନିର୍ଦ୍ଦେଶନାମା: ତହସିଲଦାରଙ୍କୁ ରାଜସ୍ବ କ୍ଷମତା ହସ୍ତାନ୍ତରକୁ ନେଇ ଉଠିଲା ପ୍ରଶ୍ନ

କଟକ ସଦର,୨୬ା୧୦(ସୁଶାନ୍ତ କୁମାର ଜେନା): ୨୦୨୫ରେ କଟକ ଜିଲାପାଳ ଏକ ନିର୍ଦ୍ଦେଶନାମା ଜାରି କରି ସରକାରୀ ଜମିର ହସ୍ତାନ୍ତର କରିବାର କ୍ଷମତା ଜିଲାର ସମସ୍ତ ତହସିଲଦାରଙ୍କୁ ପ୍ରଦାନ…

ନଦୀପଠା ଜମିରେ ବିଲ୍ଡରଙ୍କ ଆଖି: ଏନ୍‌ଜିଟି ନିର୍ଦ୍ଦେଶ ସମ୍ପର୍କରେ ଅବଗତ ନାହିଁ ରାଜସ୍ୱ ବିଭାଗ

କଟକ ସଦର, ୨୫ା୧୦ (ସୁଶାନ୍ତ କୁମାର ଜେନା): ୨୦୨୨ ମସିହାରେ କଟକ ଜିଲା କିଶନନଗର ତହସିଲ ଅନ୍ତର୍ଗତ ରଟିଲୋ ଗ୍ରାମରେ ମହାନଦୀ ପଠାରେ ଥିବା ଏକ ହନୁମାନ…

କଳପଡ଼ା ପୂଜା ବିବାଦର ହେଲା ଅନ୍ତ: ଏକତ୍ରିତ ଗଜଲକ୍ଷ୍ମୀ ପୂଜା କରିବା ପାଇଁ ସହମତି

କଟକ ସଦର, ୨୪।୧୦ (ସୁଶାନ୍ତ କୁମାର ଜେନା): ୪୨ମୌଜା ଥାନା ଅନ୍ତର୍ଗତ କଳପଡ଼ା ଗ୍ରାମରେ ଗଜଲକ୍ଷ୍ମୀ ପୂଜା ଆୟୋଜନକୁ ନେଇ ଦେଖାଦେଇଥିବା ବିବାଦର ସମାଧାନ ଶନିବାର ଥାନାରେ…

କଟକରେ ଚାଞ୍ଚଲ୍ୟ: ରେଳଧାରଣାରେ ଏଏସ୍‌ଆଇଙ୍କ ମୃତଦେହ, ଦଶହରା ଡ୍ୟୁଟିକୁ ଆସିଥିଲେ, ମୃତ୍ୟୁକୁ ନେଇ ବଢ଼ିଲା ସନ୍ଦେହ

କଟକ,୨୪ା୧୦: ସିଲଭର ସିଟି କଟକରେ ଦଶହରା ଭସାଣି ଓ ସୁରକ୍ଷା ବ୍ୟବସ୍ଥା ଚାଲିଥିବା ସମୟରେ ଘଟିଯାଇଛି ଏକ ଅତ୍ୟନ୍ତ ଦୁଃଖଦ ଓ ଚାଞ୍ଚଲ୍ୟକର ଘଟଣା। ରେଳ ଧାରଣାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?