ନଦୀପଠା ଜମିରେ ବିଲ୍ଡରଙ୍କ ଆଖି: ଏନ୍‌ଜିଟି ନିର୍ଦ୍ଦେଶ ସମ୍ପର୍କରେ ଅବଗତ ନାହିଁ ରାଜସ୍ୱ ବିଭାଗ

କଟକ ସଦର, ୨୫ା୧୦ (ସୁଶାନ୍ତ କୁମାର ଜେନା): ୨୦୨୨ ମସିହାରେ କଟକ ଜିଲା କିଶନନଗର ତହସିଲ ଅନ୍ତର୍ଗତ ରଟିଲୋ ଗ୍ରାମରେ ମହାନଦୀ ପଠାରେ ଥିବା ଏକ ହନୁମାନ ମନ୍ଦିରକୁ ଜାତୀୟ ସବୁଜ ପ୍ରାଧିକରଣ (ଏନ୍‌ଜିଟି), ନୂଆଦିଲ୍ଲୀ ବେଞ୍ଚଙ୍କ ନିର୍ଦ୍ଦେଶକ୍ରମେ ଜିଲା ପ୍ରଶାସନ ଭାଙ୍ଗି ଦେଇଥିଲା। ଏହି ନିର୍ଦ୍ଦେଶକୁ ଆଧାର କରି ମହାନଦୀ ଓ କାଠଯୋଡ଼ି ନଦୀପଠାରେ ଥିବା ସରକାରୀ ଓ ବେସରକାରୀ ଜମିର କିସମ ପରିବର୍ତ୍ତନ ନ କରିବାକୁ ମଧ୍ୟ ଏନ୍‌ଜିଟିଙ୍କ ନିର୍ଦ୍ଦେଶ ରହିଥିବା କୁହାଯାଉଛି। ତେବେ ଏ ସମ୍ପର୍କିତ ନିର୍ଦ୍ଦେଶନାମା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ହସ୍ତଗତ ହୋଇ ନ ଥିବାରୁ ନଦୀପଠା ଜମିର କିସମ ପରିବର୍ତ୍ତନ ଚାଲିଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ, କାଠଯୋଡ଼ି ଓ ମହାନଦୀ ପଠାରେ ଥିବା ଜମିକୁ ଲୋକେ କିଣିବା ପରେ ଏହାର କିସମ ପରିବର୍ତ୍ତନ କରି ଘରବାଡ଼ିରେ ପରିଣତ କରୁଛନ୍ତି। ଏହାପରେ ନଦୀଧାର ନିକଟରେ ବଡ଼ ବଡ଼ କୋଠା ନିର୍ମାଣ ହେଉଛି। କେତେକ ବିଲ୍ଡର ନଦୀଧାର ନିକଟସ୍ଥ ଜମିକୁ କମ୍‌ ଦରରେ କିଣି ପରେ ପ୍ଲଟିଂ କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି।

କାଠଯୋଡ଼ି ଓ ସିଡୁଆ ନଦୀ ଅବବାହିକାରେ ଥିବା ୪୨ ମୌଜା ତ୍ରିକୋଣଭୂମି ଅଞ୍ଚଳରେ ନଦୀପଠା ଜମିର ମୂଲ୍ୟ ଡିସିମିଲ ପିଛା ୫ ଲକ୍ଷ ଟଙ୍କାରେ ପହଞ୍ଚିଥିବା କୁହାଯାଉଛି। ଏହି ଅଞ୍ଚଳ ପଞ୍ଚାୟତ ଅଧୀନରେ ଥିବାରୁ କମ୍‌ ପ୍ରିମିୟମ୍‌ରେ ତହସିଲ ପ୍ରଶାସନର ସହଯୋଗରେ ଜମିର କିସମ ପରିବର୍ତ୍ତନ କରାଯାଉଥିବା ଅଭିଯୋଗ ରହିଛି। ଏହାଦ୍ୱାରା ନଦୀପଠା ଜମିରେ ନିର୍ମାଣ କାର୍ଯ୍ୟ ବଢ଼ିବା ସହ ଚାଷଜମି ଓ ଜଳ ନିଷ୍କାସନ ପଥ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି।

ଅଭିଯୋଗ ଅନୁଯାୟୀ, ଘରବାଡ଼ି କିସମକୁ ପରିବର୍ତ୍ତିତ ହୋଇଥିବା ଜମି ପଛପଟେ ଥିବା ଚାଷଜମିକୁ ଯିବା ପାଇଁ ରାସ୍ତା ଛାଡ଼ିବା ସମ୍ପର୍କରେ ଭୂ-ସଂସ୍କାର ଆଇନରେ ବ୍ୟବସ୍ଥା ରହିଛି। ହେଲେ ରାସ୍ତା ଛଡ଼ାଯାଉ ନ ଥିବାରୁ ଅନ୍ୟ ଚାଷୀମାନେ ନିଜ ଜମିକୁ ଉଚିତ ଦରରେ ବିକ୍ରି କରିବାକୁ ଅସୁବିଧାରେ ପଡ଼ୁଥିବା ଅଭିଯୋଗ କରିଛନ୍ତି। ଏପରି ସ୍ଥିତିରେ କେତେକ ଚାଷୀ ବାଧ୍ୟ ହୋଇ କମ୍‌ ଦରରେ ଜମି ବିକ୍ରି କରୁଥିବା କୁହାଯାଉଛି।

ଅନ୍ୟପକ୍ଷରେ, ୪୨ ମୌଜା ଅଞ୍ଚଳର ଝରକଟା, ମଣିବାଡ଼, ଝିଙ୍କିରିଆ ଓ ବ୍ରହ୍ମପୁର ଗ୍ରାମରେ ନଦୀପଠା ଜମିକୁ କେତେକ ବିଲ୍ଡର କମ୍‌ ଦରରେ କିଣି ପରେ ଅଧିକ ଦରରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ବିଶେଷକରି କିଶନନଗର ଓ କଟକ ସଦର ତହସିଲ ଅଞ୍ଚଳରେ ନଦୀପଠା ଜମିର କିସମ ପରିବର୍ତ୍ତନ ଚାଷୀମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ଏ ସମ୍ପର୍କରେ ଉପଜିଲାପାଳ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓଙ୍କ ମତାମତ ନେବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ସେ ମତାମତ ଦେବାକୁ ମନା କରିଥିଲେ। ନଦୀପଠା ଜମିର ସୁରକ୍ଷା ଓ କିସମ ପରିବର୍ତ୍ତନ ପ୍ରସଙ୍ଗରେ ସମ୍ପୃକ୍ତ ବିଭାଗର ସ୍ପଷ୍ଟୀକରଣ ଏବେ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏହି ୪ ଗୁଣ ଥିଲେ ମଣିଷ ହୋଇଥାଏ ଭାଗ୍ୟଶାଳୀ, ମିଳିଥାଏ ଗୋଟିଏ ପରେ ଗୋଟିଏ ସଫଳତା

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଶାସ୍ତ୍ରରେ ଏପରି କିଛି ବିଶେଷ ଗୁଣ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି, ଯାହା ଜଣେ ବ୍ୟକ୍ତିକୁ ଜୀବନରେ ସଫଳତା ଏବଂ ପ୍ରସିଦ୍ଧି ଆଣିଦେଇଥାଏ। ଏହି ଗୁଣଗୁଡ଼ିକ…

ନ୍ୟୁଜିଲାଣ୍ଡକୁ ହରାଇବା ପରେ ଏହି ୩ ଖେଳାଳିଙ୍କ ଫ୍ୟାନ୍‌ ହେଲେ ଗମ୍ଭୀର, କଲେ ସ୍ପେଶାଲ ପୋଷ୍ଟ, ଚାରିଆଡେ ପଡିଗଲା ଚହଳ

ନୂଆଦିଲ୍ଲୀ, ୨୫।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ବିଜୟ ପରେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ଖେଳାଳିଙ୍କ ପ୍ରଶଂସାରେ ଏକ ସ୍ବତନ୍ତ୍ର…

କୋଟିଆରେ ଆନ୍ଧ୍ର ପୋଲିସକୁ କୋରାପୁଟ ବିଧାୟକଙ୍କ ବିରୋଧ: ‘ଆବଶ୍ୟକ ପଡ଼ିଲେ ଓଡ଼ିଶାର ଅନୁମତି ନେଇ ଆସ

ପଟ୍ଟାଙ୍ଗି, ୨୫ା୧୦ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ନେଇ ଦିନକୁ ଦିନ ସ୍ଥିତି ଜଟିଳ ହେବାରେ ଲାଗିଛି। ଏପରି…

ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା: ୨୮ରେ ଆନ୍ଧ୍ର ଉପକୂଳ ଛୁଇଁବା ଆଶଙ୍କା

ଭୁବନେଶ୍ୱର, ୨୫।୧୦ : ବଙ୍ଗୋପସାଗରରେ ସୃଷ୍ଟ ଅବପାତ କ୍ରମଶଃ ଘନୀଭୂତ ହେଉଛି। ଏହା ଶକ୍ତିଶାଳୀ ହୋଇ ଗଭୀର ଅବପାତ ଏବଂ ପରେ ଘୂର୍ଣ୍ଣିବାତ୍ୟାର ରୂପ ନେବାର ଆଶଙ୍କା…

ନବୀନଙ୍କୁ ଭେଟି ଆଶୀର୍ବାଦ ନେଲେ ବାୟାବାବା କଲେଜ ଛାତ୍ର ସଂସଦ ପ୍ରତିନିଧି , ସୁଜାତାଙ୍କ ସହ ସାକ୍ଷାତ କରି…

ମହାକାଳପଡ଼ା/କେନ୍ଦ୍ରାପଡ଼ା, ୨୫ା୧୦ (ପ୍ରତାପ ଚନ୍ଦ୍ର ସ୍ବାଇଁ/ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମହାକାକପଡ଼ା ବ୍ଲକ ବାୟାବାବା କଲେଜ ଛାତ୍ର ସଂସଦ ନିର୍ବାଚନରେ ନିର୍ବାଚିତ ପ୍ରାର୍ଥୀମାନେ ଶନିବାର ନବୀନ ନିବାସରେ…

ଗଛରେ କଣ୍ଟା ପିଟି ବିଜ୍ଞାପନ, ନିରବ ବନ ବିଭାଗ: ବେଧଡ଼କ ଗଛରେ ପୋଷ୍ଟର, ବିପଦରେ ବୃକ୍ଷର ସୁରକ୍ଷା

ଦାରିଙ୍ଗବାଡ଼ି, ୨୫।୧୦ (ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ବନାଞ୍ଚଳରେ ଜଙ୍ଗଲ ଓ ଗାଁ ମଧ୍ୟରେ ଥିବା ମୂଲ୍ୟବାନ ବୃକ୍ଷଗୁଡ଼ିକ ଏବେ ଅସୁରକ୍ଷିତ ହୋଇପଡ଼ିଛି। ଗଛରେ କଣ୍ଟା…

ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା: ସୋମବାର ଖୋଲିବନି ବ୍ୟାଙ୍କ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୫।୧୦: କାଲି ଅର୍ଥାତ ସୋମବାର, ୨୬ ଅକ୍ଟୋବରରୁ ଏକ ନୂଆ ସପ୍ତାହ ଆରମ୍ଭ ହେବାକୁ ଯାଉଛି। ଏପରି ପରିସ୍ଥିତିରେ ଯଦି ଆପଣ ଭାବୁଛନ୍ତି ଯେ କାଲି ବ୍ୟାଙ୍କ…

ନ୍ୟୁଜିଲାଣ୍ଡକୁ ହରାଇ ଇତିହାସ ରଚିଲା ଟିମ ଇଣ୍ଡିଆ: ବିଶ୍ୱରେ ସୃଷ୍ଟି କଲା ନୂଆ ରେକର୍ଡ, ଅଷ୍ଟ୍ରେଲିଆ-ଇଂଲଣ୍ଡ ପଡିଲେ ପଛରେ…

ନୂଆଦିଲ୍ଲୀ, ୨୫।୧୦: ଶନିବାର ନ୍ୟୁଜିଲାଣ୍ଡକୁ ଦ୍ୱିତୀୟ ଟି-୨୦ ମ୍ୟାଚରେ ୪ ଉଇକେଟ୍‌ରେ ପରାସ୍ତ କରିଛି ଭାରତ। ବ୍ୟାଟିଂରେ ତିଳକ ବର୍ମା, ନମନ ଧୀର ଓ ନୀତୀଶ କୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?