ପେଟ ମାଡ଼ି ଶୋଉଥିଲେ

ପେଟମାଡ଼ି ଶୋଇବା ଅଭ୍ୟାସ ଅନେକଙ୍କଠାରେ ଦେଖିବାକୁ ମିଳେ। ହେଲେ ଆପଣ ଜାଣନ୍ତି କି ଏପରି ଶୋଇବା ଦ୍ୱାରା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଉପୁଜିପାରେ। ଜାଣିରଖନ୍ତୁ ସେ ସମ୍ପର୍କରେ…
ପେଟ ମାଡ଼ି ଶୋଇବା ଦ୍ୱାରା ମାଂସପେଶୀଗୁଡ଼ିକ ଚାପିହୋଇ ରହିବା ସହ ବଡି ପୋଜିଶନ ଠିକ୍‌ ଭାବେ ନ ରହୁ ଥିବାରୁ ଶରୀରରେ ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହୋଇପାରେ ନାହିଁ। କେବେ କେବେ ଏଥିପାଇଁ ମସଲ କ୍ରାମ୍ପ୍‌ ହୋଇ ଖୁବ୍‌ ଯନ୍ତ୍ରଣା ହୋଇଥାଏ । ତା’ ଛଡ଼ା ହୃତ୍‌ପିଣ୍ଡରୁ ମସ୍ତିଷ୍କକୁ ଭଲ ଭାବେ ରକ୍ତ ସଞ୍ଚାଳନ ହେବାରେ ବାଧା ଉପୁଜିଥାଏ। ଫଳରେ ମୁଣ୍ଡବିନ୍ଧା ହୋଇଥାଏ।
ପେଟ ଚାପିହୋଇ ରହୁଥିବାରୁ ଖାଦ୍ୟ ଭଲ ଭାବେ ହଜମ ହେବାରେ କଷ୍ଟ ହୋଇଥାଏ। ବାରମ୍ବାର ଏପରି ହେଲେ ଧୀରେ ଧୀରେ ଗ୍ୟାସ୍‌, ବଦହଜମି ଭଳି ଅନେକ ସମସ୍ୟା ସୃଷ୍ଟି ହୋଇଥାଏ।
ଏହାଦ୍ୱାରା ମେରୁଦଣ୍ଡରେ ଚାପ ପଡ଼ିଥାଏ। ଫଳରେ କିଛିଦିନ ପରେ ଧୀରେ ଧୀରେ ପିଠି ଯନ୍ତ୍ରଣା ସମସ୍ୟା ଆରମ୍ଭ ହୋଇଥାଏ। ତୁରନ୍ତ ଏପରି ଶୋଇବା ନ ବଦଳାଇଲେ ବେକରୁ ଅଣ୍ଟା ପର୍ଯ୍ୟନ୍ତ ଯନ୍ତ୍ରଣା ଜଟିଳ ହେବା ଆଶଙ୍କା ବୃଦ୍ଧି ପାଇଥାଏ।
ଏହାଦ୍ୱାରା ମୁହଁ ଚାପିହୋଇ ରହୁଥିବାରୁ ମୁହଁକୁ ପର୍ଯ୍ୟାପ୍ତ ପରିମାଣରେ ଅମ୍ଳଜାନ ମିଳିପାରେ ନାହିଁ। ଫଳସ୍ବରୂପ ବ୍ରଣ, ଦାଗ ଭଳି ସମସ୍ୟା ସହ ଅଳ୍ପ ବୟସରୁ ଏଜ୍‌ଲାଇନ୍‌ ଏବଂ ରିଙ୍କିଲ୍‌ ମାର୍କ ଦେଖାଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ହାତଦେଇ ଛିଙ୍କିବା ଜରୁରୀ: ବାୟୁମଣ୍ଡଳରେ ମିଶିଥାଏ ୩,୦୦୦ କ୍ଷୁଦ୍ର ଜଳକଣିକା

ଓ୍ବାଶିଂଟନ,୨୩।୩: କରୋନା ମହାମାରୀ ବେଲଗାମ୍‌ ହେବାରେ ଲାଗିଛି। ଇତି ମଧ୍ୟରେ ମୃତ୍ୟୁ ସଂଖ୍ୟା ୧୪ ହଜାର ଟପିଛି। କରୋନା ଭୂତାଣୁ ସଂକ୍ରମଣଠାରୁ ଦୂରେଇ ରହିବା ଲାଗି...

କାଜୁ କଟ୍‌ଲି

କାଜୁ-୨କପ୍‌,ଚିନି-୧କପ୍‌ ପାଣି-ଅଧା କପ୍‌,ଘିଅ-୧ଚାମଚ ଗୁଜୁରାତି ଗୁଣ୍ଡ-୧/୪ଚାମଚ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ୨କପ୍‌ କାଜୁ ନେଇ ଭଲଭାବେ ଗ୍ରାଇଣ୍ଡିଂ କରନ୍ତୁ, ଯେପରି ଖଦଡ଼ିଆ ନ ରହେ ଧ୍ୟାନ...

ମେଥି ହେୟାର ମାସ୍କ

କେଶକୁ ସୁନ୍ଦର କରିବା ପାଇଁ ବିଭିନ୍ନ ପ୍ରକାରର ଦାମୀ ପ୍ରଡକ୍ଟ ବ୍ୟବହାର କରାଯାଏ। କିନ୍ତୁ ଘରୋଇ ଉପାୟରେ ମେଥି ବ୍ୟବହାର କରି ସୁନ୍ଦର ଘନ କେଶ...

ଯେଉଁଠାରେ ପ୍ରେମ ଥାଏ ସେଠାରେ ଏହିସବୁ ରହିବା ଉଚିତ୍‌ ନୁହେଁ: ଜାଣନ୍ତୁ ସେସବୁ କଣ…

ମହାନ ବିଶାରଦ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ ନୀତି ଉଲ୍ଲେଖ କରିଛନ୍ତି। ସେହିପରି ପ୍ରେମ ସମ୍ପର୍କକୁ ନେଇ ମଧ୍ୟ ଚାଣକ୍ୟ ଅନେକ କଥା ଲେଖିଛନ୍ତି।...

ନୃତ୍ୟ ଦେଇଛି ପରିଚୟ

ଭୁବନେଶ୍ୱର ନୟାପଲ୍ଲୀରେ ରହୁଥିବା ମାଆ ସୌମ୍ୟାସ୍ମିତା ଏବଂ ବାପା ଦିଲ୍ଲୀପ କୁମାର ପଟ୍ଟନାୟକଙ୍କ ଝିଅ ସ୍ବସ୍ତିଦୀପା। ନୃତ୍ୟ ତାଙ୍କର ନିଶା ହେଲେ ମଧ୍ୟ ଭବିଷ୍ୟତର ଲକ୍ଷ୍ୟ...

ଗ୍ୟାସ୍‌ ବଞ୍ଚାଇବାକୁ ଚାହୁଁଥିଲେ..

ରୋଷେଇ ଆରମ୍ଭ କରିବା ପୂର୍ବରୁ ସମସ୍ତ ଆବଶ୍ୟକ ସାମଗ୍ରୀ ଏକାଠିକରି ରଖନ୍ତୁ। ଏହାଦ୍ୱାରା ଉଭୟ ଗ୍ୟାସ୍‌ ଓ ସମୟ ବଞ୍ଚିଥାଏ। ଥଣ୍ଡା କ୍ଷୀର, ପନିପରିବା ଏବଂ...

ବିବାହ ପୂର୍ବରୁ ଜାଣି ନିଅନ୍ତୁ ଏସବୁ, ନଚେତ୍‌…

ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ ସ୍ତ୍ରୀ-ସ୍ବାମୀ ମଧ୍ୟରେ ସମନ୍ବୟ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରୀରେ ଜୀବନସାଥୀଙ୍କ ଅନେକ ଗୁଣ ବିଷୟରେ ଉଲ୍ଲେଖ...

ହୃଦୟରୁ କରନ୍ତୁ ଏହି ୩ କାମ: ସମସ୍ତେ କରିବେ ପସନ୍ଦ

ପ୍ରାୟ ସମସ୍ତଙ୍କୁ ଏହା ପସନ୍ଦ ହୋଇଥାଏ ଯେ ତାଙ୍କୁ କିଏ ପସନ୍ଦ କରୁ, ତାରିଫ କରୁ। ସେ ଘର ହେଉ ଅବା ଅଫିସ। ସମସ୍ତଙ୍କ ମୁହଁରେ...

Advertisement
Archives

Model This Week