ଏହି ୩ ବଡ଼ ସମସ୍ୟାରୁ ମୁକ୍ତି ଦିଏ ସାଇକେଲ ଚାଳନା

ପ୍ରତିବର୍ଷ ଜୁନ୍‌ ୩ରେ ବିଶ୍ୱ ସାଇକେଲ ଦିବସ ପାଳନ କରାଯାଏ। ଏହି ଦିବସ ପାଳନ କରିବାର କଳ୍ପନା ପ୍ରଥମେ ଆମେରିକାରେ କାର୍ଯ୍ୟ କରୁଥିବା ପୋଲାଣ୍ଡ-ଆମେରିକାର ସାମାଜିକ ବୈଜ୍ଞାନିକ ପ୍ରଫେସର ଲେସ୍‌ଜେକ ସିବିଲସ୍କିଙ୍କ ଦ୍ୱାରା କରାଯାଇଥିଲା। ଏହା ପରେ ମିଳିତ ଜାତିସଂଘ ପକ୍ଷରୁ ପ୍ରତିବର୍ଷ ବିଶ୍ୱ ସାଇକେଲ ଦିବସ ପାଳନ କରିବା ପାଇଁ ଅଭିଯାନ ଆରମ୍ଭ ହୋଇଥିଲା। ଶେଷରେ ସେ ତୁର୍କମେନିସ୍ତାନ ଏବଂ ଅନ୍ୟ ୫୬ ଦେଶରୁ ସମର୍ଥନ ମିଳିଥିଲା। ଏପ୍ରିଲ ୨୦୧୮ରେ ମିଳିତ ଜାତିସଂଘର ସାଧାରଣ ସଭାରେ ଘୋଷଣା କରାଯାଇଥିଲା ଯେ, ପ୍ରତିବର୍ଷ ଜୁନ୍‌ ୩ରେ ବିଶ୍ୱ ସାଇକେଲ ଦିବସ ପାଳନ କରାଯିବ।

Why Riding A Bike Is Good For You | Transportation

ସୁସ୍ଥ ରହିବା ପାଇଁ ସାଇକେଲ ଚଲାଇବା ଏକ ସହଜ ଉପାୟ। ଯାହା ଆପଣଙ୍କୁ ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ସକ୍ରିୟ ରଖେ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ, ଯଦି ଆପଣ ପ୍ରତିଦିନ ୩୦ ମିନିଟ୍‌ ପାଇଁ ସାଇକେଲ ଚଳାଇବା ଆପଣଙ୍କ ରୁଟିନ୍‌ର ଏକ ଅଂଶ କରନ୍ତି, ତେବେ ଏହା ଆପଣଙ୍କ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। ଏଥିସହିତ କୋଲେଷ୍ଟରଲ ହ୍ରାସ କରିବାରେ ଏବଂ ଗୋଡ଼କୁ ଶକ୍ତ କରିବାରେ ସାହାଯ୍ୟ କରିଥାଏ।

Road Biker About To Start The Ride

ସାଇକେଲ ହେଉଛି ଏକ ସରଳ, ସୁଲଭ, ପରିଷ୍କାର ଏବଂ ପରିବେଶ ପାଇଁ ସ୍ଥାୟୀ ପରିବହନର ମାଧ୍ୟମ। ଏହି ସାଇକେଲ ସ୍ବଚ୍ଛ ବାୟୁ ଏବଂ କମ୍‌ ସମସ୍ୟାରେ ସହାୟକ ହୋଇଥାଏ। ଶିକ୍ଷା, ସ୍ବାସ୍ଥ୍ୟସେବା ଏବଂ ଅସୁରକ୍ଷିତ ଜନସଂଖ୍ୟା ପାଇଁ ଅଧିକ ସୁବିଧାଜନକ କରିଥାଏ। ଏକ ସ୍ଥାୟୀ ପରିବହନ ବ୍ୟବସ୍ଥା ଯାହା ଅଥନୈତିକ ଅଭିବୃଦ୍ଧିକୁ ବି ପ୍ରୋତ୍ସାହିତ କରିଥାଏ, ଅସମାନତାକୁ ହ୍ରାସ କରିଥାଏ ଏବଂ ଜଳବାୟୁ ପରିବର୍ତ୍ତନ ବିରୋଧରେ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମିଳିତ ଜାତିସଂଘ ତା’ର ଅଫିସିଆଲ ଓ୍ବେବ୍‌ସାଇଟ୍‌ରେ ଲେଖିଛି।

Proper Body Position on a Road Bike | Liv Cycling Official site
ସାଇକେଲ ପରିବହନର ଏକ ସ୍ଥାୟୀ ଧାରା। ପରିବେଶ ଅନୁକୂଳ ଏବଂ ବ୍ୟାୟାମ ପାଇଁ ଅତ୍ୟନ୍ତ ଉତ୍ତମ। ପ୍ରତିଦିନ ସାଇକେଲ ଚଳାଇବା ଦ୍ୱାରା ମାଂସପେଶୀ ଶକ୍ତି ବୃଦ୍ଧି ପାଇଥାଏ। ସାଇକେଲ ଚଳାଇଲେ ମଣିଷ ଖୁସି ଅନୁଭବ କରିଥାଏ ଏବଂ ମନୋବଳ ବଢ଼ିଥାଏ। ବାୟୁ ପ୍ରଦୂଷଣରୁ ଏହା ଆମକୁ ସାହାଯ୍ୟ କରେ। ବିଶ୍ୱ ସାଇକେଲ ଦିବସ ପାଳନର ଅର୍ଥ ସାଇକେଲ ଚାଳନାର ଉପକାରିତା ବିଷୟରେ ସଚେତନତା ସୃଷ୍ଟି କରିବା।


Enter your email to get our daily news in your inbox.

All Right Reserved By Dharitri.Com

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?