କଲ୍‌ଗାର୍ଲ ଲୋଭ ଦେଖାଇ ଖାଲି କରିଦେଲେ ଆକାଉଣ୍ଟ

ଭୁବନେଶ୍ୱର,୯।୧(ବ୍ୟୁରେ) : ସୁନ୍ଦରୀ ତରୁଣୀଙ୍କ ମୋହ ଦେଖାଇ ଫସାଇବା ପରେ ଟଙ୍କା ଲୁଟୁଛନ୍ତି ସାଇବର ଠକ। ରାଜଧାନୀର ଜଣେ ଯୁବକଙ୍କୁ ଏଭଳି ମୋହରା ବନାଇ ତାଙ୍କ ଆକାଉଣ୍ଟକୁ ଖାଲି କରିଦେଇଛନ୍ତି ସାଇବର ଠକ। ମାତ୍ର ୨୦ ମିନିଟ୍‌ ଫୋନରେ କଥା ହେବା ଭିତରେ ସାଇବର ଠକ ଜଣକ ଗୁଗଲ୍‌ ପେ’ ମାଧ୍ୟମରେ ଯୁବକଙ୍କ ଆକାଉଣ୍ଟ୍‌ରୁ ବିଭିନ୍ନ ପର୍ଯ୍ୟାୟରେ ୯୪,୭୩୧ ଟଙ୍କା ଲୁଟିନେଇଛନ୍ତି। ଠକେଇର ଶିକାର ଯୁବକ ଜଣକ ଶୁକ୍ରବାର କମିଶନରେଟ୍‌ ପୋଲିସ ପକ୍ଷରୁ ଜାରି ହେଳ୍ପଲାଇନ୍‌ ନମ୍ବରକୁ କଲ୍‌ କରି ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ଇଣ୍ଡିଆ ଏସ୍କର୍ଟ ସର୍ଭିସ୍‌ ନାମକ ଏକ ସଂସ୍ଥାର କର୍ମଚାରୀର ପରିଚୟ ଦେଇ ଜଣେ ବ୍ୟକ୍ତି ଉକ୍ତ ଯୁବକଙ୍କ ମୋବାଇଲ ଫୋନ୍‌କୁ କଲ୍‌ କରିଥିଲେ। ଏହି ସଂସ୍ଥା କଲଗାର୍ଲ ଓ କଲ ବୟ ସେବା ଯୋଗାଉଛି। ତମେ ଚାହିଁଲେ କଲବୟ ଭାବେ କାର୍ଯ୍ୟ କରି ବିପୁଳ ରୋଜଗାର କରିପାରିବ। ଲାଇସେନ୍ସ ପାଇଁ ପ୍ରଥମେ ୨୪୫୦ ଟଙ୍କା ଦେଇ ରେଜିଷ୍ଟ୍ରେଶନ କରିବାକୁ ପଡିବ। ନିଜ ସହରରେ କଲବୟ କାମ କଲେ ଅଧା ଟଙ୍କା କମ୍ପାନୀର ଓ ଅଧା ଟଙ୍କା ଆପଣଙ୍କର। ଏଥିରେ ସଂସ୍ଥା ପକ୍ଷରୁ ଆପଣଙ୍କୁ ହାଇକ୍ଲାସ ସୁନ୍ଦରୀ ଯୁବତୀ ଯୋଗାଇ ଦିଆଯିବ। ବଡ଼ବଡ଼ ହୋଟେଲ୍‌ରେ ରାତ୍ରିଯାପନ କରିବାକୁ ସୁଯୋଗ ମିଳିବ। ନଚେତ ତମେ ଚାହିଁଲେ ୧୮ରୁ ୪୦ବର୍ଷୀୟା ସୁନ୍ଦରୀ କଲଗାର୍ଲଙ୍କ ସହ ମଜା ଉଠାଇପାରିବ। ଯେଉଁ ଯୁବତୀଙ୍କୁ ବାଛିବ ସେ ହୋଟେ୍‌ଲଠାରୁ ଆରମ୍ଭ କରି ତୁମ ପାର୍ଟନର ହୋଇ ବୁଲାବୁଲି କରିବ। ଏଭଳି ଲୋଭ ଦେଖାଇ ବ୍ୟକ୍ତିଜଣକ ଉକ୍ତ ଯୁବକଙ୍କ ହ୍ବାଟ୍‌ସ ଆପ୍‌ ନମ୍ବରକୁ କେତେଜଣ ସୁନ୍ଦରୀଙ୍କ ଫଟୋ ପଠାଇଥିଲେ। ଏହାପରେ କୌଶଳକ୍ରମେ ଯୁବକଙ୍କ ଆକାଉଣ୍ଟରୁ ପର୍ଯ୍ୟାୟକ୍ରମେ ଟଙ୍କା କାଟି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଏମ୍‌ସି ହାତକୁ ଗଲା କୋଚିଲେଇ ହାଟ

ଭୁବନେଶ୍ୱର, ୨୮।୯(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଚଳିତବର୍ଷ ତା’ର ରାଜସ୍ବ ବଢାଇବା ଉଦ୍ୟମ ଜାରି ରଖିଛି। ଏହି ମର୍ମରେ ରସୁଲଗଡ଼ ଛକ ନିକଟରେ ଥିବା...

ସୁଶାନ୍ତ ଧଳସାମନ୍ତ ଥିବା ଜେଲ ଭିତର ଫଟୋ ଭାଇରାଲ

ବଲାଙ୍ଗୀର ଅଫିସ,୧୫।୧୨: ୨୦୧୮ ମସିହାରୁ ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳସାମନ୍ତ ବଲାଙ୍ଗୀର ଜିଲା ଜେଲରେ ରହିଛନ୍ତି। ଏବେ ସୁଶାନ୍ତ ଥିବା ଜେଲ ଭିତରର ଫଟୋ ଭାଇରାଲ ହେବା...

ସମ୍ଭାବ୍ୟ ବାତ୍ୟା ନେଇ ସତର୍କ କରାଇଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ, କହିଲେ କଳାବଜାର ଉପରେ ରହିଛି ନଜର

ଭୁବନେଶ୍ୱର,୪।୫(ବ୍ୟୁରୋ): ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବୁଧବାର ସକାଳ ୫ଟା ୩୦ ମିନିଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ବାୟୁମଣ୍ଡଳର...

ଗ୍ରାହକଙ୍କୁ ଲୁଟୁଛନ୍ତି ଖୁଚୁରା ବ୍ୟବସାୟୀ

ଭୁବନେଶ୍ୱର, ୨୪।୮(ବ୍ୟୁରୋ): ରାଜ୍ୟରେ ପିଆଜ ଦର ବଢ଼ିଚାଲିଛି। ଗତ ଦୁଇ ସପ୍ତାହ ମଧ୍ୟରେ ପିଆଜ କିଲୋରେ ୧୦ରୁ ୧୫ ଟଙ୍କା ବୃଦ୍ଧି ହେଲାଣି। ଆଗକୁ ଦର...

ସୁପ୍ରିମକୋର୍ଟରେ ଦଶମ, ଦ୍ୱାଦଶ ପରୀକ୍ଷା ଶୁଣାଣି ଆଜି

ଭୁବନେଶ୍ୱର, ୨୩।୨(ବ୍ୟୁରୋ): ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଅନ୍‌ଲାଇନ୍‌ ନା ଅଫ୍‌ଲାଇନ୍‌ରେ ହେବ, ଏନେଇ ଦ୍ୱନ୍ଦ୍ୱ ଲାଗି ରହିଥିବାବେଳେ ବୁଧବାର ଏହି ମାମଲାର...

ରାଜଧାନୀରେ ୨ ଛୁଆଙ୍କୁ ହତ୍ୟା ପରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର,୨୮।୩: ଚନ୍ଦକା ଥାନା ଅଧୀନ ମେଣ୍ଢାଶାଳ ବିଞ୍ଝଗିରିରେ ରବିବାର ଏକ ଅଭାବନୀୟ ଘଟଣା ଘଟିିଛି। ୩ ଛୁଆଙ୍କୁ ବିଷ ପିଆଇ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ ରାଜଧାନୀବାସୀଙ୍କୁ...

ଉଦାହରଣ: ସରକାରୀ ଡାକ୍ତରଖାନାରେ ସ୍ତ୍ରୀଙ୍କ ପ୍ରସବ କରାଇଲେ ମାଲକାନଗିରି ଜିଲାପାଳ

ମାଲକାନଗିରି,୧୪।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଡାକ୍ତରଖାନାରେ ବିଭିନ୍ନ ସମୟରେ ରୋଗୀମାନଙ୍କ ଚିକିତ୍ସାରେ ଅବହେଳା ଓ ଟିକ୍‌ଟକ୍‌ ଭିଡିଓକୁ ନେଇ ମାଲକାନଗିରି ଜିଲା ଚର୍ଚ୍ଚା ହୋଇ ଆସୁଥିବାବେଳେ ଏବେ...

ମଧ୍ୟାହ୍ନଭୋଜନ ତରକାରୀରେ ପୋକ ବାହାରିବା ଘଟଣା : ତଦନ୍ତ ରିପୋର୍ଟ ଭିତ୍ତିରେ କାର୍ଯ୍ୟାନୁଷ୍ଠାନ

ବଡ଼ସାହି,୧୭ା୯(ସ୍ବ.ପ୍ର)- ମୟୂରଭଞ୍ଜ ଜିଲା ଉଠାଣୀ ନୂଆଗାଁ ନୋଡାଲ ଉପ୍ରା ବିଦ୍ୟାଳୟର ମଧ୍ୟାହ୍ନଭୋଜନ ତରକାରୀରେ ପୋକ ବାହାରିବା ଘଟଣାକୁ ନେଇ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି...

Advertisement
Archives

Model This Week