କଟକ: ଆସନ୍ତା କାଲି ପ୍ରକାଶ ପାଇବ ନିର୍ବାଚନ ବିଜ୍ଞପ୍ତି

କଟକ,୨୮ା୪(କାର୍ତ୍ତିକ ସାହୁ)ଆସନ୍ତା ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି। ନିର୍ବାଚନ ନିମନ୍ତେ ଆସନ୍ତା ୨୯ ତାରିଖରେ କଟକ ଜିଲା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ। ତେବେ ଏହା ପୂର୍ବରୁ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦଙ୍କୁ ନେଇ ଏକ ବୈଠକ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଶନିବାର ଅନୁଷ୍ଠିତ ହୋଇଯାଇଛି।
ସୂଚନା ଅନୁସାରେ, ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ବିଭିନ୍ନ ରାଜନୈତିକ ଦଳର ଆଶାୟୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଛି। କେତେକ ସ୍ବାଧୀନ ପ୍ରାର୍ଥୀ ମଧ୍ୟ ନିର୍ବାଚନୀ ଦୃଶ୍ୟପଟରେ ନିଜର ଭାଗ୍ୟ ପରୀକ୍ଷା ପାଇଁ ଆଗେଇ ଆସିଲେଣି। ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ବିଭିନ୍ନ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଚୟନ ଚୂଡ଼ାନ୍ତ କରିଥିବାବେଳେ କେତେକ ନିର୍ବାଚନମଣ୍ଡଳିରେ ନିର୍ଣ୍ଣାୟକ ସ୍ଥିତି ଏଯାଏ ହୋଇପାରିନାହିଁ। ଶେଷ ମୁହୂର୍ତ୍ତରେ ବି ପ୍ରାର୍ଥୀ ବଦଳାଇବାର ଆଶଙ୍କା ରହିଛି। କେତେବେଳେ କାହା ନାମ ପ୍ରାର୍ଥୀ ତାଲିକାରୁ ବାଦ୍‌ ପଡ଼ିଯିବ ତାହା କହିବା ମୁସ୍କିଲ। ଏସବୁ ସତ୍ତ୍ୱେ ଭୋଟରଙ୍କ ନିକଟତର ହେବା ପାଇଁ ନୂଆ ଓ ପୁରୁଣା ମୁହଁ ଥିବା ପ୍ରାର୍ଥୀମାନେ ପ୍ରତିଦିନ ଜୋର୍‌ଦାର୍‌ କାର୍ଯ୍ୟକ୍ରମ କରୁଛନ୍ତି। କଟକ ଜିଲାର କେତେକ ସ୍ଥାନରେ ପ୍ରାକ୍‌ ନିର୍ବାଚନୀ ହିଂସା ମଧ୍ୟ ସଂଘଟିତ ହୋଇସାରିଲାଣି। ତେବେ ପ୍ରଶାସନ ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ନିମନ୍ତେ ଯୋଜନା ପ୍ରସ୍ତୁତି କରିଛି। ଜିଲା ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଜିଲାପାଳ ଅରିନ୍ଦମ ଡାକୁଆ, ଜିଲା ଅତିରିକ୍ତ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲାପାଳ ଶିବ ଟପ୍ପୋ, ଜିଲା ଅତିରିକ୍ତ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲାପାଳ ଉମାକାନ୍ତ ରାଜଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ରାଜନୈତିକ ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲେ। ନିର୍ବାଚନର ସୁପରିଚାଳନା ନିମନ୍ତେ ଜିଲା ମୁଖ୍ୟ ନିର୍ବାଚନ ଅଧିକାରୀ ରାଜନୈତିକ ନେତୃବୃନ୍ଦଙ୍କ ସହଯୋଗ କାମନା କରିଥିଲେ। ରାଜନୈତିକ ନେତୃବୃନ୍ଦ ସାମ୍ପ୍ରତିକ ପରିସ୍ଥିତିରେ ଦେଖାଯାଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ତେବେ ରାଜନୈତିକ ଦଳ, ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବା ପ୍ରାର୍ଥୀମାନଙ୍କ ସହ ନିର୍ବାଚନ ପରିଚାଳନା କରୁଥିବା ପ୍ରଶାସନ ମଧ୍ୟରେ ପାରସ୍ପରିକ ସହଯୋଗ ଉପରେ ଆଲୋଚନା ହୋଇଥିଲା। ଯେପରି ନିର୍ବାଚନ ସମୟରେ କୌଣସି ସ୍ଥାନରେ ହିଂସାତ୍ମକ କାର୍ଯ୍ୟକଳାପ ଦେଖା ନ ଯାଏ ସେଥିପ୍ରତି ରାଜନୈତିକ ଦଳଗୁଡ଼ିକର ନେତୃବୃନ୍ଦ ସଚେତନ ରହିବେ ବୋଲି କହିଥିଲେ। ତେବେ ଆସନ୍ତା ୨୯ ତାରିଖରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସବୁକିଛି ସ୍ପଷ୍ଟ ହେବ। ଏହାପୂର୍ବରୁ ନିର୍ବାଚନରେ ପ୍ରମୁଖ ଯୋଗଦାନ ରହୁଥିବା ଭୋଟରମାନଙ୍କୁ ମନାଇବା ପାଇଁ ପ୍ରଶାସନ ବିଭିନ୍ନ ଉପାୟରେ ପ୍ରୟାସ ଜାରି ରଖିଛି। ଏପରି କି ଘରକୁ ଯାଉଥିବା ଗ୍ୟାସ୍‌ ସିଲିଣ୍ଡରରେ ମତଦାନ ସଚେତନତା ବାର୍ତ୍ତା ଥିବା ପୋଷ୍ଟର ଲଗାଇ ଲୋକଙ୍କୁ ସଚେତନ କରାଯାଉଛି। ଜିଲାରେ ଶତ ପ୍ରତିଶତ ମତଦାନ ନିମନ୍ତେ ଜିଲା ପ୍ରଶାସନ ସମସ୍ତ ପ୍ରକାର କୌଶଳ ଉପଯୋଗ କରୁଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri