ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇ ଫସାଉଥିଲେ,୪୫ ନାବାଳିକାଙ୍କୁ ବ୍ଲାକ୍‌ମେଲ୍‌ ପାଇଁ କରିଥିଲେ ଯୋଜନା

କଟକ ଅଫିସ, ୨୯ା୪: ନାବାଳିକାଙ୍କ ଅଶ୍ଳୀଳ ଫଟୋ ଏଡିଟିଂ କରି ସେମାନଙ୍କୁ ବ୍ଲାକ୍‌ମେଲ୍‌ କରୁଥିଲେ। ଏହି ଅଭିଯୋଗରେ କଟକ ସାଇବର ଥାନା ପୋଲିସ ଜଣେ ଯୁବକଙ୍କୁ ଶୁକ୍ରବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ କଟକ ନେମାଳ ଅଞ୍ଚଳର ୨୨ବର୍ଷୀୟ ବିଶ୍ୱଜିତ ଭୂୟାଁ। ଅଧିକ ତଥ୍ୟ ହାସଲ ପାଇଁ ତାଙ୍କୁ ପୋଲିସ ପଚରାଉଚରା କରୁଛି। ଏନେଇ ଜଣେ ଛାତ୍ରୀ କଟକ ସାଇବର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେଇଥିବା ଡିସିପି ପ୍ରତୀକ ସିଂ ଏକ ଖବତଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଡିସିପି ସିଂ କହିଛନ୍ତି ଯେ, ଅଭିଯୁକ୍ତ ବିଶ୍ୱଜିତ ସୋସିଆଲ ମିଡିଆ ମାଧ୍ୟମରେ ନାବାଳିକାମାନଙ୍କୁ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଉଥିଲେ। ସମ୍ପୃକ୍ତ ନାବାଳିକା ଫ୍ରେଣ୍ଡ ରିକ୍ୟୁଏଷ୍ଟ ଗ୍ରହଣ କରିବା ପରେ ତାଙ୍କ ଆକାଉଣ୍ଟରେ ଥିବା ଫଟୋଗୁଡ଼ିକୁ ଡାଉନଲୋଡ୍‌ କରି ଏଡିଟିଂ ଜରିଆରେ ସେଗୁଡିକୁ ଅଶ୍ଳୀଳ ଫଟୋ ରୂପଦେଇ ଏକ ଫେକ ଆକାଉଣ୍ଟରୁ ସମ୍ପୃକ୍ତ ନାବାଳିକାଙ୍କୁ ପଠାଉଥିଲେ। ପରେ ସେ ନାବାଳିକାଙ୍କୁ ଫେକ୍‌ ଆକାଉଣ୍ଟରୁ ଭିଡିଓ କଲ ଗ୍ରହଣ କରିବା ପାଇଁ ମେସେଜ କରୁଥିଲେ। ଭିଡିଓ କଲ୍‌ ବେଳେ ନାବାଳିକାଙ୍କ ଭିଡିଓ ରେକର୍ଡିଂ କରି ବ୍ଲାକମେଲ୍‌ କରୁଥିଲେ। ଏହିଭଳି ପ୍ରାୟ ୪୫ଜଣ ନାବାଳିକାଙ୍କୁ ବ୍ଲାକମେଲ୍‌ କରିବା ପାଇଁ ଅଭିଯୁକ୍ତ ମାଷ୍ଟର ପ୍ଲାନ କରିଥିବାବେଳେ ବରିଷ୍ଠ ନାଗରିକ ମଧ୍ୟ ଏହି ଜାଲରୁ ବାଦ୍‌ ପଡ଼ିନାହାନ୍ତି ବୋଲି ଡିସିପି ସୂଚନା ଦେଇଛନ୍ତି। ଏଭଳି ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏନେଇ ସତର୍କ ରହିବାକୁ ଡିସିପି ପରାମର୍ଶ ଦେଇଛନ୍ତି। ନିଜର ଫଲୋଅର୍ସ ବଢାଇବା ପାଇଁ ଅଜଣା ଲୋକଙ୍କୁ ବନ୍ଧୁତା ନିବେଦନ ନ ପଠାଇବା ସହ ଅଜଣା ଲୋକଙ୍କ ଫେଣ୍ଡ ରିକ୍ୟୁଏଷ୍ଟ ଗ୍ରହଣ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଜ୍‌ତଳୁ ମିଳିଲା ଯୁବକଙ୍କ ମୃତଦେହ, କାରଣ ଖୋଜୁଛି ପୋଲିସ

ବରଗଡ଼,୧୭ା୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠରେ ପ୍ରବାହିତ ଜୀରାନଦୀ ବ୍ରିଜତଳୁ ସୋମବାର ସକାଳୁ ଜଣେ ଯୁବକଙ୍କ ମୃତଦେହ ଜବତ ହୋଇଛି। ମୃତ ଯୁବକ ଜଣକ ହେଲେ, ସ୍ଥାନୀୟ…

ବାଲେଶ୍ବରରୁ ୧୮୦ କି.ମି. ଦୂରରେ ରହିଛି ଅବପାତ, ଏହି ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି

ଭୁବନେଶ୍ବର,୧୭ା୮: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି । ଅବପାତ ବାଂଲାଦେଶର ସାତଖିରାଠାରୁ ପ୍ରାୟ ୮୦ କିମି ପଶ୍ଚିମ-ଦକ୍ଷିଣପଶ୍ଚିମ, ପଶ୍ଚିମବଙ୍ଗର ବାଙ୍କୁଡ଼ାଠାରୁ ୧୬୦ କିମି…

ସିଂହ ରାଶିରେ ସୂର୍ଯ୍ୟଙ୍କ ଗୋଚର, ମେଷ-ମକର ସମେତ ୫ ରାଶିର ଚମକିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ ଆଜି ସକାଳ ୮ଟା ୩ ମିନିଟ୍‌ରେ ନିଜ ସ୍ୱରାଶି ସିଂହରେ ପ୍ରବେଶ କରିଛନ୍ତି। ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ସୂର୍ଯ୍ୟ ସିଂହ ରାଶିରେ…

ଆମ୍ବ ବଗିଚାରୁ ମିଳିଲା ଗର୍ଭବତୀ ପ୍ରେମିକାଙ୍କ ମୃତଦେହ, ୨ ପ୍ରେମିକ ଗିରଫ

କାନପୁର,୧୭।୮: ଉତ୍ତରପ୍ରଦେଶ କାନପୁରର ଘଟମପୁରରେ ଜଣେ ଗର୍ଭବତୀ ଯୁବତୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ଏକ ଆମ୍ବ ବଗିଚାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ମହିଳାଙ୍କ ପରିବାର ଯୁବତୀଙ୍କ…

ତେଜୁଛି ବନ୍ୟା ରାଜନୀତି; ‘ଇନ୍ଦ୍ରଙ୍କ ସହ କଥା ହେଉଥିଲେ କି ନବୀନ’, ପଚାରିଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ବର,୧୭ା୮: ରାଜ୍ୟର ଅନେକ ସ୍ଥାନରେ ଲଗାଣ ବର୍ଷା ସାଙ୍ଗକୁ ଜଳବନ୍ଦୀ ସ୍ଥିତି ଦେଖାଦେଇଛି । ଏହାକୁ ନେଇ ରାଜନୀତି ମଧ୍ୟ ସରଗରମ ହୋଇଛି । ସହରାଞ୍ଚଳରେ କୃତ୍ରିମ…

ବକେୟା ବିଲ୍ ପୈଠ କଲାନି ପଞ୍ଚାୟତ; ବିଦ୍ୟୁତ କାଟିଲା ବିଭାଗ, ରାଶନ ହିତାଧିକାରୀ ହନ୍ତସନ୍ତ

ମୋହନା,୧୭ା୮( ମନ୍ମଥ ମିଶ୍ର ): ବିଦ୍ୟୁତ ବକେୟା ପାଇଁ ପଞ୍ଚାୟତର ବିଦ୍ୟୁତ ସଂଯୋଗ କାଟିଲା ବିଦ୍ୟୁତ ବିଭାଗ । ଆଉ ବିଦ୍ୟୁତ ନଥିବାରୁ ଠପ୍‌ ହୋଇଗଲା ରାଶନ…

ବିପଦ ସଂକେତ ଟପିଲା ବୈତରଣୀ, ଲୋକେ ଭୟଭୀତ

ପାଟଣା,୧୭।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ରବିବାର ସାରୁ ଅବିଶ୍ରାନ୍ତ ବର୍ଷା ଲାଗିରହିଛି। ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପାଟଣା ମୁଖ୍ୟାଳୟ…

ହର୍ନ ବଜାଇ ଶୋଇଥିବା ଧଳା ଭାଲୁକୁ ଉଠାଇବାରୁ ଗଣିଲେ ମୋଟା ଅଙ୍କର ଜରିମାନା, ଅଭିଯୁକ୍ତ ଦୋଷ ସ୍ବୀକାର କରିବା ସହ…

ଓସ୍‌ଲୋ,୧୭ା୮: ଉତ୍ତର ମେରୁ ଠାରୁ ପ୍ରାୟ ୬୨୦ ମାଇଲ (୧,୦୦୦ କିଲୋମିଟର) ଦୂରରେ ଅବସ୍ଥିତ ନରୱେର ସୁଦୂର ଦ୍ୱୀପପୁଞ୍ଜ ‘ସ୍ବାଲବାର୍ଡ’ ଉପକୂଳରେ ଜାହାଜର ବିକଟାଳ ଫଗ୍‌ହର୍ନ ବଜାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri