Posted inଜାତୀୟ

ଶିକ୍ଷାମିତ୍ର ପାଇଁ କଟ୍‌ ଅଫ୍‌ ମାର୍କ ୬୦ରୁ ୬୫ ପ୍ରତିଶତ ମଧ୍ୟରେ ରହିବ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୮।୧୧: ଉତ୍ତରପ୍ରଦେଶରେ ଶିକ୍ଷାମିତ୍ର ନିଯୁକ୍ତି ମାମଲାରେ ସୁପ୍ରିମ୍‌କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଆହ୍ଲାବାଦ୍‌ ହାଇକୋର୍ଟଙ୍କ ରାୟକୁ କାଏମ୍‌ ରଖି ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ, ଶିକ୍ଷାମିତ୍ର ନିଯୁକ୍ତି କ୍ଷେତ୍ରରେ କଟ୍‌ ଅଫ୍‌ ମାର୍କ ୬୦ରୁ ୬୫ ମଧ୍ୟରେ ରହିବ। ସେଥିମଧ୍ୟରୁ ସଂରକ୍ଷିତ ବର୍ଗଙ୍କ ପାଇଁ କଟ୍‌ ଅଫ୍‌ ମାର୍କ ୬୦ ପ୍ରତିଶତ ଏବଂ ସାଧାରଣ ବର୍ଗଙ୍କ ଲାଗି ୬୫ ପ୍ରତିଶତ ରହିବ। ବିଚାରପତି ୟୁ.ୟୁ. ଲଳିତଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଉତ୍ତରପ୍ରଦେଶ ପ୍ରାଥମିକ ଶିକ୍ଷାମିତ୍ର ସଂଘ ପକ୍ଷରୁ ଦାଖଲ କରାଯାଇଥିବା ମାମଲାକୁ ଖାରଜ କରିଛନ୍ତି। ୨୦୧୮ ଡିସେମ୍ବରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ୬୯ ହଜାର ଶିକ୍ଷାମିତ୍ର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ଏଥିରେ କଟ୍‌ ଅଫ୍‌ ମାର୍କ ସଂରକ୍ଷିତ ବର୍ଗଙ୍କ ପାଇଁ ୪୦ ଏବଂ ସାଧାରଣ ବର୍ଗଙ୍କ ପାଇଁ ୪୫ ରଖାଯାଇଥିଲା। ପରବର୍ତ୍ତୀ ସମୟରେ କଟ୍‌ ଅଫ୍‌ ମାର୍କକୁ ବଢ଼ାଇ ସାଧାରଣ ବର୍ଗଙ୍କ ପାଇଁ ୬୫ ଏବଂ ସଂରକ୍ଷିତ ବର୍ଗଙ୍କ ପାଇଁ ୬୦ ପ୍ରତିଶତ କରାଯାଇଥିଲା। ଏହାକୁ ବିରୋଧ କରି ପୂର୍ବ କଟ୍‌ ଅଫ୍‌ ମାର୍କକୁ ରଖିବା ଲାଗି ହାଇକୋର୍ଟରେ ମାମଲା ଦାଏର କରାଯାଇଥିଲା। ହାଇକୋର୍ଟ ସରକାରଭ୍କ ନିଷ୍ପତ୍ତି ସପକ୍ଷରେ ରାୟ ଦେଇଥିଲେ। ଏହାପରେ ହାଇକୋର୍ଟଙ୍କ ରାୟକୁ ବିରୋଧ କରି ସୁପ୍ରିମ୍‌କୋର୍ଟରେ ଆବେଦନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଉଦ୍ଧବ ଠାକରେ କରୋନା ପଜିଟିଭ୍‌

ମୁମ୍ବାଇ,୨୨।୬: ମହାରାଷ୍ଟ୍ରର ରାଜ୍ୟପାଳ ଭାଗବତ ସିଂ କୋଶିଆରିଙ୍କ ପରେ ଏବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ କଂଗ୍ରେସ ନେତା କମଲ ନାଥ...

ଗ୍ଲେସିୟର ବିପତ୍ତିକୁ ଦୈବୀ ଦଣ୍ଡ କହିଲେ ରାଇନି ଗ୍ରାମବାସୀ

ନୂଆଦିଲ୍ଲୀ, ୧୧।୨: ଗ୍ଲେସିୟର ଭାଙ୍ଗି ଉତ୍ତରାଖଣ୍ଡର ଚାମୋଲିରେ ବିପର୍ଯ୍ୟୟ ସୃଷ୍ଟି କରିଥିବାବେଳେ ରାଇନି ଗ୍ରାମର ସ୍ଥାନୀୟ ଲୋକେ ଓ ବରିଷ୍ଠ ବ୍ୟକ୍ତିମାନେ ଏହାକୁ ଦୈବୀ ଦଣ୍ଡ...

ଜିଦ୍‌ରେ ଅଟଳ ରାହୁଲ: ୟୁପିରେ ୩୫ କଂଗ୍ରେସ ନେତାଙ୍କ ଇସ୍ତଫା

ଲକ୍ଷ୍ନୌ, ୩୦ା୬ : ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରଠାରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ପଦରୁ ଇସ୍ତଫା ଦେବା ଲାଗି ଅଡ଼ି...

ବ୍ୟାପିଗଲା ମୃତ୍ୟୁର ଭୂତାଣୁ

ନୂଆଦିଲ୍ଲୀ,୨ା୪(ପି.ଟି.): ମହାମାରୀ କରୋନା ଭୂତାଣୁ ଭାରତ ସମେତ ସାରା ବିଶ୍ୱରେ ମୁଣ୍ଡ ଗଡ଼ାଇ ଚାଲିଥିବାବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସବୁ ରାଷ୍ଟ୍ର ନିଜ ନିଜ...

ମା’-ପୁଅ ଏକାଠି ପାସ୍‌ କଲେ ପବ୍ଲିକ୍‌ ସର୍ଭିସ୍‌ କମିଶନ ପରୀକ୍ଷା

ଥିରୁଭାନନ୍ତପୁରମ୍‌,୧୦।୮: କେରଳରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ସମସ୍ତ ଶିକୁଳି ଭାଙ୍ଗି ଜଣେ ୪୨ ବର୍ଷୀୟା ମା’ ଏବଂ ୨୪ ବର୍ଷର ପୁଅ ଏକାଠି...

ଲକ୍ଷ୍ନୌ ସଡ଼କରେ ଫୁଟିଲା ଗୁଳି

ଲକ୍ଷ୍ନୌ,୨।୨: ଉତ୍ତର ପ୍ରଦେଶର ଆଇନ ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜଧାନୀ ଲକ୍ଷ୍ନୌର ହଜରତଗଞ୍ଜଠାରେ ରବିବାର ସକାଳେ ରାସ୍ତା ଉପରେ ଗୁଳିକରି ଅଖିଳ...

ମାନିଲେ ରାଜନାଥ: ଚାଇନା ସହିତ ଆଲୋଚନାରେ ମିଳିନି ସମାଧାନ ସୂତ୍ର

ନୂଆଦିଲ୍ଲୀ,୩୦।୧୨: ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ବିବାଦ ଜାରି ରହିଛି। ଏନେଇ ବହୁଥର ଆଲୋଚନା ହୋଇଛି। ତେବେ ଏସବୁ ଅସଫଳ ରହିଥିବା ସରକାର ମାନିଛନ୍ତି। ଦୁଇଦେଶ...

ଭାଜପା ନିୟନ୍ତ୍ରଣରେ ୬୩୦ ଆସନ

ଲକ୍ଷ୍ନୌ, ୧୧।୭: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଅନୁଷ୍ଠିତ ଜିଲା ପଞ୍ଚାୟତ ଅଧ୍ୟକ୍ଷ ନିର୍ବାଚନରେ ଭାଜପାକୁ ବଡ଼ ସଫଳତା ମିଳିବା ପରେ ଶନିବାର ଅନୁଷ୍ଠିତ ବ୍ଲକ...

Advertisement
Archives

Model This Week