ସାମ୍ପ୍ରତିକ ସମୟବୋଧ

ଡ. ମନୋରଞ୍ଜନ ବିଷୋୟୀ

ଏକବିଂଶ ଶତକର ବିଶ୍ୱ ସମଗ୍ର ଜଗତ ପାଇଁ ଆଣିଛି ଏକ ଅବିଶ୍ୱସନୀୟ ପରିବର୍ତ୍ତନ। ଜଗତୀକରଣର ଦୃଷ୍ଟିଭଙ୍ଗୀ ନେଇ ଆଜି ସମଗ୍ର ବିଶ୍ୱ ହୋଇଛି ଗୋଟିଏ ପରିବାର। ବୈଷୟିକ ଜ୍ଞାନର ବିକାଶ ଫଳରେ ପୃଥିବୀର କୋଣ ଅନୁକୋଣରେ ଘଟିଯାଉଥିବା ଘଟଣା ମୁହୂର୍ତ୍ତକ ଭିତରେ ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି। ପୃଥିବୀର ଯେକୌଣସି ଅଞ୍ଚଳରେ ଘଟୁଥିବା ଏକ ଆକସ୍ମିକ ବିପର୍ଯ୍ୟୟ ସମଗ୍ର ବିଶ୍ୱ ପାଇଁ ଆଣିଛି ସମାନ ଭାବରେ ଦୁଃଖଦ ସ୍ମୃତି। ଏପରିକି ବିଜ୍ଞାନର ଚରମ ଅଭ୍ୟୁଦୟ ଯେତିକି ଆଣିଛି ସମନ୍ବୟ, ସେତିିକି ବି ସୃଷ୍ଟି କରିଛି ବିପର୍ଯ୍ୟୟ, ଯାହାର ଜ୍ୱଳନ୍ତ ଉଦାହରଣ ସମ୍ପ୍ରତି ଦେଖାଦେଇଥିବା ପରିସ୍ଥିତି।
ପ୍ରକୃତପକ୍ଷେ କହିବାକୁ ଗଲେ ଆଜି ମଣିଷ ମୁହୂର୍ତ୍ତ ସର୍ବସ୍ବ ମନସ୍ଥିତିକୁ ନେଇ କାଳ ଅତିବାହିତ କରୁଛି। ଅତୀତର ପ୍ରଲମ୍ବିତ ଯୁଗସର୍ବସ୍ବ ମନୋବୃତ୍ତି ଆଜି ତିରୋହିତ। ଆଜି ମଣିଷ ପରିବର୍ତ୍ତିତ ପରିସ୍ଥିତି ସହ ସାଲିସ୍‌ କରିବାକୁ ବାଧ୍ୟ। ସାମ୍ପ୍ରତିକ କାଳରେ ଛଳନାମୟ ରାଜନୈତିକ ଯାତ୍ରା, ଫମ୍ପା ମୂଲ୍ୟବୋଧର ଜୟଗାନ, ମାନବୀୟ ଦୃଷ୍ଟିଭଙ୍ଗୀର ଅବମୂଲ୍ୟାୟନ ସହ ସମ୍ପର୍କ ଓ ସଂପ୍ରୀତିର ମୃତ୍ୟୁ ଘଟିଛି। ପ୍ରତିଷ୍ଠା ଓ ସ୍ବୀକୃତି କାଙ୍ଗାଳ ମଣିଷ ବସ୍ତୁବାଦୀ ଦୃଷ୍ଟିକୋଣର ମୋହରେ ଆତ୍ମମଗ୍ନ ହୋଇଉଠିଛି। ଭୋଗସର୍ବସ୍ବ ମନୋବୃତ୍ତି ଆଜି ମଣିଷକୁ ମଣିଷ ପାଖରେ ବିଭେଦର ରେଖା ଟାଣି ଠିଆ କରାଇଛି। ସମ୍ପ୍ରତି ଏହି ସମସ୍ୟା କେବଳ ବ୍ୟକ୍ତିର ନୁହେଁ; ଏହା ହେଉଛି ସମୟର। ମଣିଷପଣିଆର ଡୋରି କ୍ରମେ ଶିଥିଳ ହେବାରେ ଲାଗିଛି। ଆଜି ପାରସ୍ପରିକ ସଂପ୍ରୀତି ଓ ସୌହାର୍ଦ୍ଦ୍ୟ ପରାହତ ହୋଇଛି। ଦେଶଠାରୁ ଆରମ୍ଭ କରି ବିଦେଶ ସର୍ବତ୍ର ଆଜି ମଣିଷ ଆପଣାର ପ୍ରାପ୍ତି ପାଇଁ ନିଖିଳ ବିଶ୍ୱକୁ ଉପେକ୍ଷା କରିଚାଲିଛି।
ଏ ପରିପ୍ରେକ୍ଷୀରେ କହିରଖେ, ବ୍ୟକ୍ତି ଏକ ବୃହତ୍ତର ପରିସରରେ ସଂଚରିତ ହେବାର ଅଭିପ୍ରାୟ ରଖି ସୃଷ୍ଟି କରିଛି ସମାଜ। ବୃହତ୍ତର ମଣିଷର ସ୍ବାର୍ଥ ସିଦ୍ଧି ଏବଂ କଲ୍ୟାଣ ଉଦ୍ଦେଶ୍ୟରେ ସମାଜର ପରିକଳ୍ପନା। ସମାଜକୁ ଶୃଙ୍ଖଳିତ କରିବା ଏକ ସାମୂହିକ କଲ୍ୟାଣର ପ୍ରତିଫଳନ ମାତ୍ର। ନୀତି, ଆଦର୍ଶ, ଚଳଣି ଓ ବିଶ୍ୱାସ ବଞ୍ଚତ୍ବାର ମାର୍ଗ ଉପରେ ପର୍ଯ୍ୟବସିତ। ସମୟର ଧାରାରେ କିନ୍ତୁ ଆଜି ମୂଲ୍ୟବୋଧ କ୍ରମଶଃ ଏକ କ୍ଷୟିଷ୍ଣୁ ପଥରେ ଗତି କରୁଛି। ଦିନେ ଉପନିଷଦୀୟ ଅଭିବ୍ୟକ୍ତିର ମଣିଷ ଥିଲା ଅମୃତର ସନ୍ତାନ। ଏ ବିଶ୍ୱ ଏକ ମହତ୍‌ କାର୍ଯ୍ୟ ସମ୍ପାଦନ ଦିଗରେ ମଣିଷ ସୃଷ୍ଟି ଲାଭ କରିଥିବା ବିଶ୍ୱାସ କରାଯାଏ। ଜୀବନ ବ୍ୟକ୍ତିରୁ ଆରମ୍ଭ ହୋଇ ପରିବାରକୁ ଆଧାର କରି କ୍ରମେ ବୃହତ୍ତର ସମାଜ ଦିଗରେ ପରିବ୍ୟାପ୍ତ ହୋଇଥିଲା। କିନ୍ତୁ ଆଜିର ଏହି ସଙ୍କଟମୟ ବିଶ୍ୱରେ ଜୀବନ ହୋଇଛି ସତତ ବିଦୀର୍ଣ୍ଣ।
ଏଠାରେ କହିରଖେ, ଭାରତୀୟ ଅନୁଭୂତିରେ ଜୀବନ-ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଏକ ଯାତ୍ରାପଥ ମାତ୍ର ନୁହେଁ। ଧର୍ମ, ଅର୍ଥ, କାମ, ମୋକ୍ଷ ପରି ଚତୁଃବର୍ଗ ପ୍ରାପ୍ତି ହେଉଛି ଜୀବନର ଲକ୍ଷ୍ୟ। ଏକଦା ମନୁଷ୍ୟ ବିଶ୍ୱାସ କରୁଥିଲା, ଏକ ବୃହତ୍ତର ସ୍ବାର୍ଥ ସିଦ୍ଧି ପାଇଁ ଆତ୍ମ ଉତ୍ସର୍ଗ ହେଉଛି ଏକମାତ୍ର ପନ୍ଥା। ସମଗ୍ର ବସୁଧାକୁ ଏକ କୁଟୁମ୍ବ ଭାବରେ ପରିକଳ୍ପନା କରି ସାମୂହିକ ସ୍ବାର୍ଥସିଦ୍ଧି ନିମନ୍ତେ ବ୍ୟକ୍ତି ଆପଣାକୁ ଉତ୍ସର୍ଗ କରିଥିଲା। କିନ୍ତୁ ପରିବର୍ତ୍ତିତ ପରିବେଶରେ ପରମ୍ପରା କ୍ରମେ ଗଡ଼ି ଆସୁଥିବା ଏହି ଚିନ୍ତାଧାରାରେ ପରିବର୍ତ୍ତନ ଆଜି ଜୀବନକୁ କରିଛି ବିପର୍ଯ୍ୟସ୍ତ। ଆପଣାର ସ୍ବାର୍ଥ ସିଦ୍ଧି ପାଇଁ ଅହରହ ଚେଷ୍ଟିତ ମଣିଷ ପ୍ରତ୍ୟେକ ମୁହୂର୍ତ୍ତରୁ ସଫଳତା ହିଁ ଖୋଜି ଚାଲିଛି। ପରିଣତି ସ୍ବରୂପ ନା ସେ ବ୍ୟକ୍ତିଗତ ଜୀବନରେ ପାଇଛି ପୂର୍ଣ୍ଣତା, ନା ସମୂହରେ ପାଇଛି ସ୍ବୀକୃତି। କହିବାକୁ ଗଲେ ସାମ୍ପ୍ରତିକ ମଣିଷ ଆଜି ଦୁଇଟି ପୃଥିବୀର ଅଧିବାସୀ। ଗୋଟିଏ ଦିଗରେ ପରମ୍ପରାର ପୃଥିବୀ ତାକୁ ନିତ୍ୟ ପ୍ରତ୍ୟହ ଆନ୍ଦୋଳିତ କଲାବେଳେ ଅନ୍ୟ ଏକ ପୃଥିବୀ ତାକୁ ପ୍ରତିଷ୍ଠା ଓ ସଫଳତା ଦିଗରେ ଉଚ୍ଚକିତ କରିଛି।
ପରିଶେଷରେ କେବଳ ଏତିକି କହିବି- ସାମ୍ପ୍ରତିକ ସମାଜରେ ସମସ୍ୟା ବିଜଡ଼ିତ ମଣିଷ ନିଶ୍ଚିତ ଭାବରେ ଏକ ବିଷଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଛି। କିନ୍ତୁ ଏ ବିଷଣ୍ଣତା, ଏ ଅସହାୟତା ବ୍ୟକ୍ତିତ୍ୱର ପରାଜୟ ନୁହେଁ। ଭାରତୀୟ ପରମ୍ପରା ଯୁଗେ ଯୁଗେ ଦସ୍ୟୁ ରତ୍ନାକରରୁ ବାଲ୍ମୀକିରେ ରୂପାନ୍ତରଣ ପ୍ର୍ରକ୍ରିୟା ପାଇଁ ପଥ ଉନ୍ମୋଚନ କରିଥାଏ। ସେହି ଧାରାରେ ସମାଜର ପୁନର୍ଗଠନ ଓ ନୈତିକ ଉତ୍ତରଣ ନିମନ୍ତେ ସାମୂହିକ ଉଦ୍ୟମର ଆବଶ୍ୟକତା ରହିଅଛି।
ସ୍ନାତକୋତ୍ତର ଓଡ଼ିଆ ବିଭାଗ
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର
ମୋ: ୮୮୯୫୧୪୧୭୨୭


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?