ରାଜଧାନୀରେ ହେବ ‘କଲ୍‌ଚରାଲ କରିଡର’

ଭୁବନେଶ୍ୱର, ୧୦।୩ (ବ୍ୟୁରୋ): ଓଡ଼ିଶାର କଳା ଓ ସଂସ୍କୃତିର ବ୍ୟାପକ ପ୍ରଚାର ପ୍ରସାର ସହ ରାଜଧାନୀ ଭୁବନେଶ୍ୱରକୁ ଅଧିକ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଅନେକ ସୃଜନଶୀଳ ପ୍ରକଳ୍ପ ହାତକୁ ନିଆଯାଇଛି। ଏହି ପରିପ୍ରେକ୍ଷୀରେ ରାଜଧାନୀରେ ଏକ ‘କଲ୍‌ଚରାଲ୍‌ କରିଡର’ କରାଯିବାର ଯୋଜନା ରହିଛିି। ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀଙ୍କ ନିର୍ଦ୍ଦେଶରେ ମଙ୍ଗଳବାର ଏନେଇ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ମାର୍ଟ ଜନପଥରେ ସାଂସ୍କୃତିକସ୍ଥଳୀର ଦୃଶ୍ୟପଟ ଏବଂ କାର୍ଯ୍ୟକାରିତାକୁ ସ୍ଥାନ ଦେବା ପାଇଁ ଯୋଜନା ସ୍ଥିର ହୋଇଛି।
ପୂର୍ବରୁ ଷ୍ଟ୍ରିଟ୍‌ ଭେଣ୍ଡର ସର୍ବେକ୍ଷଣକୁ ଆଧାରକରି ବର୍ତ୍ତମାନ ସ୍ମାର୍ଟ ଜନପଥରେ ହୋଇଥିବା କିଓସ୍କଗୁଡିକର ଆବଣ୍ଟନ ଚାଲୁଛି। ଏଭଳି ସ୍ଥିତିରେ ସହରର ଏକ ପ୍ରମୁଖ ସ୍ଥାନରେ ରାଜ୍ୟର ସମସ୍ତ ଜିଲାକୁ ଉପସ୍ଥାପନ କରି ଏହାର ସଂସ୍କୃତିକୁ ବର୍ଣ୍ଣନା କରୁଥିବା କିଛି କିଓସ୍କ ସ୍ଥାପନ କରାଯିବ। ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ରମାଦେବୀ ମହିଳା ମହାବିଦ୍ୟାଳୟ ଠାରୁ ରୂପାଲୀ ଛକ ପର୍ଯ୍ୟନ୍ତ ବିସ୍ତୃତ ଜନପଥ ପାର୍ଶ୍ୱରେ କିଓସ୍କଗୁଡ଼ିକୁ ରଖାଯିବାର ନିଷ୍ପତ୍ତି ନିଆଯାଇଥିବା ବୈଠକରେ ସୂଚନା ଦିଆଯାଇଛି। ସ୍ମାର୍ଟସିଟି ଭୁବନେଶ୍ୱର ସାରା ବିଶ୍ୱ ପାଇଁ ଏକ ପର୍ଯ୍ୟଟନ ସ୍ଥାନ ତଥା ମନ୍ଦିରମୟୀ ନଗରୀ ଭାବେ ପ୍ରତିଷ୍ଠିତ। ତେଣୁ ସ୍ମାର୍ଟ ଜନପଥ ପ୍ରକଳ୍ପରେ ଏହାକୁ ଆହୁରି ସୁନ୍ଦର କରି ଗଢି ତୋଳିବାକୁ ଏହି ପଦକ୍ଷେପ ନିଆଯାଇଛି ବୋଲି କମିଶନର ଚୌଧାରୀ କହିଛନ୍ତି। ଏନେଇ କମିଶନର ସମସ୍ତ ଜିଲାର ଜିଲାପାଳଙ୍କୁ ଚିଠି ଲେଖି ସେମାନଙ୍କ ଜିଲାରୁ ଜଣେ ଲେଖାଏଁ ପ୍ରତିନିଧିଙ୍କୁ ଚୟନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯିଏ କି ସେହି ଜିଲାକୁ ପ୍ରତିନିଧିତ୍ୱ କରିପାରୁଥିବେ। ସମସ୍ତ ଅଞ୍ଚଳର ଉତ୍ପାଦନ ଏବଂ ସାଂସ୍କୃତିକ ସାମଗ୍ରୀର ପ୍ରଦର୍ଶନ ଓ ବିପଣନ ପାଇଁ ଏଠାରେ ସ୍ବତନ୍ତ୍ର ରୀତିରେ କିଓସ୍କ ରଖାଯାଇ ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ସୁହାଇଲା ଭଳି ବ୍ୟବସ୍ଥା କରାଯିବ। କନ୍ଧମାଳର ହଳଦୀ ହେଉ ଅବା କୋରାପୁଟ କଫି କିମ୍ବା ପିପିଲିର ଚାନ୍ଦୁଆ ସବୁକିଛି ସେଠାରେ ଉପଲବ୍ଧ ହୋଇପାରିବ। ଏଥିସହ କିଓସ୍କ ଗୁଡିକୁ ସ୍ବତନ୍ତ୍ର ଢଙ୍ଗରେ କରାଯାଇ ଆଗ୍ରହୀ ଗ୍ରାହକ ଓ ପର୍ଯ୍ୟଟକମାନଙ୍କର ବୁଲି ଦେଖିବା ଭଳ ଭିତ୍ତିଭୂମି ପ୍ରସ୍ତୁତ କରାଯିବ। ଉଭୟ ଅନ୍‌ଲାଇନ୍‌ ଏବଂ ଅଫ୍‌ଲାଇନ୍‌ କାରବାର ତଥା ଅଗ୍ରିମ ଅର୍ଡର ଦେବାର ବ୍ୟବସ୍ଥା ରହିବ। ଏ କ୍ଷେତ୍ରରେ ନିରାପତ୍ତା, ଆଇନ୍‌ଶୃଙ୍ଖଳା ଏବଂ ଜିଲା ପ୍ରଶାସନ ସହ ସଂଯୋଜନା ପାଇଁ ବିଏମ୍‌ସି ପକ୍ଷରୁ ପଦକ୍ଷେପ ନିଆଯିବ। ସେହିପରି ପରିମଳ ବ୍ୟବସ୍ଥା ପାଇଁ ସମ୍ପୃକ୍ତ ସ୍ଥାନରେ ସ୍ମାର୍ଟ ଟଏଲେଟ୍‌ର ସୁବିଧା ରହିବ। ସହର ବା ଦେଶ ବାହାରୁ ଆସୁଥିବା ପର୍ଯ୍ୟଟକ ଏଭଳି ସ୍ମାର୍ଟ ଜନପଥ ଦେଖିଲେ ରାଜ୍ୟର ସଂସ୍କୃତି ଓ ପ୍ରଗତି ବାବଦରେ ତାଙ୍କର ଅବଧାରଣା ଆସିବ। ଏଥିସହ ସମଗ୍ର ରାଜ୍ୟ ବିଷୟରେ ଜ୍ଞାନ ଆହରଣ ପାଇଁ ଏହା ଏକ ନମୁନା ଭାବେ ସ୍ଥାନ ପାଇବ ବୋଲି ବୈଠକରେ ସୂଚନା ଦିଆଯାଇଛି। ବିଏମ୍‌ସି ଅତିରିକ୍ତ କମିଶନର ଅବନୀକାନ୍ତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସାଉଥ୍‌ ଇଷ୍ଟ ଜୋନାଲ୍‌ ଡେପୁଟି କମିଶନର ଅଂଶୁମାନ ରଥ, ଡେପୁଟି କମିଶନର ପ୍ରମୋଦ ପୃଷ୍ଟି ଏବଂ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ର କର୍ମଚାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ମଙ୍ଗଳବାର ଭାଜପା ଷ୍ଟାର ପ୍ରଚାରକ ଲିଷ୍ଟରେ ଅନୁଭବଙ୍କ ନାଁ ଥିଲା।

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

ନିର୍ବାଚନ ଲଢିପାରିବେନି ମୋକିମ, ମଇଦାନକୁ ଓହ୍ଲାଇଲେ ଝିଅ!

ଭୁବନେଶ୍ୱର,୨୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ...

କନଫ୍ୟୁଜରେ ସୁର, ବଡ଼ପୁଅ ନା ସାନପୁଅ ପାଇଁ କରିବେ ପ୍ରଚାର

ଭୁବନେଶ୍ୱର,୨୪।୪: ରୋଚକ ମୋଡ ନେଇଛି ସୁରଙ୍କ ଫ୍ୟାମିଲି ପଲିଟିକ୍ସ । ସାନ ପୁଅ ବିଜେଡି ଟିକେଟ ନେଇ ମଇଦାନକୁ ଓହ୍ଲାଇଥିବା ବେଳେ ବଡ଼ ପୁଅକୁ ନିମାପଡ଼ା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ବିଜେଡି ସରକାର ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା

ଭୁବନେଶ୍ୱର,୨୪।୪: ବିଜେଡି ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା। ବିଜେଡି ସରକାରରେ ଅନ୍ୟାୟ, ଦୁର୍ନୀତି, ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା, ମହିଳା ବିରୋଧୀ ହିଂସାକୁ ଚାର୍ଜସିଟରେ ସ୍ଥାନ ଦେଇଛି...

ଭୁବନେଶ୍ୱରରେ ହେବ ବିଗ୍‌ ଫାଇଟ୍‌, କାହାର ପଲା ଭାରି

ଭୁବନେଶ୍ବର,୨୪।୪: ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ହେବ ବିଗ ଫାଇଟ । ଯୁବ ଓ ମହିଳା ଭୋଟରଙ୍କୁ ହାତେଇପାରନ୍ତି ଭାଜପା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ବିଜେଡିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri