ଭୁବନେଶ୍ୱର, ୧୦।୩ (ବ୍ୟୁରୋ): ଓଡ଼ିଶାର କଳା ଓ ସଂସ୍କୃତିର ବ୍ୟାପକ ପ୍ରଚାର ପ୍ରସାର ସହ ରାଜଧାନୀ ଭୁବନେଶ୍ୱରକୁ ଅଧିକ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଅନେକ ସୃଜନଶୀଳ ପ୍ରକଳ୍ପ ହାତକୁ ନିଆଯାଇଛି। ଏହି ପରିପ୍ରେକ୍ଷୀରେ ରାଜଧାନୀରେ ଏକ ‘କଲ୍ଚରାଲ୍ କରିଡର’ କରାଯିବାର ଯୋଜନା ରହିଛିି। ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀଙ୍କ ନିର୍ଦ୍ଦେଶରେ ମଙ୍ଗଳବାର ଏନେଇ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ମାର୍ଟ ଜନପଥରେ ସାଂସ୍କୃତିକସ୍ଥଳୀର ଦୃଶ୍ୟପଟ ଏବଂ କାର୍ଯ୍ୟକାରିତାକୁ ସ୍ଥାନ ଦେବା ପାଇଁ ଯୋଜନା ସ୍ଥିର ହୋଇଛି।
ପୂର୍ବରୁ ଷ୍ଟ୍ରିଟ୍ ଭେଣ୍ଡର ସର୍ବେକ୍ଷଣକୁ ଆଧାରକରି ବର୍ତ୍ତମାନ ସ୍ମାର୍ଟ ଜନପଥରେ ହୋଇଥିବା କିଓସ୍କଗୁଡିକର ଆବଣ୍ଟନ ଚାଲୁଛି। ଏଭଳି ସ୍ଥିତିରେ ସହରର ଏକ ପ୍ରମୁଖ ସ୍ଥାନରେ ରାଜ୍ୟର ସମସ୍ତ ଜିଲାକୁ ଉପସ୍ଥାପନ କରି ଏହାର ସଂସ୍କୃତିକୁ ବର୍ଣ୍ଣନା କରୁଥିବା କିଛି କିଓସ୍କ ସ୍ଥାପନ କରାଯିବ। ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ରମାଦେବୀ ମହିଳା ମହାବିଦ୍ୟାଳୟ ଠାରୁ ରୂପାଲୀ ଛକ ପର୍ଯ୍ୟନ୍ତ ବିସ୍ତୃତ ଜନପଥ ପାର୍ଶ୍ୱରେ କିଓସ୍କଗୁଡ଼ିକୁ ରଖାଯିବାର ନିଷ୍ପତ୍ତି ନିଆଯାଇଥିବା ବୈଠକରେ ସୂଚନା ଦିଆଯାଇଛି। ସ୍ମାର୍ଟସିଟି ଭୁବନେଶ୍ୱର ସାରା ବିଶ୍ୱ ପାଇଁ ଏକ ପର୍ଯ୍ୟଟନ ସ୍ଥାନ ତଥା ମନ୍ଦିରମୟୀ ନଗରୀ ଭାବେ ପ୍ରତିଷ୍ଠିତ। ତେଣୁ ସ୍ମାର୍ଟ ଜନପଥ ପ୍ରକଳ୍ପରେ ଏହାକୁ ଆହୁରି ସୁନ୍ଦର କରି ଗଢି ତୋଳିବାକୁ ଏହି ପଦକ୍ଷେପ ନିଆଯାଇଛି ବୋଲି କମିଶନର ଚୌଧାରୀ କହିଛନ୍ତି। ଏନେଇ କମିଶନର ସମସ୍ତ ଜିଲାର ଜିଲାପାଳଙ୍କୁ ଚିଠି ଲେଖି ସେମାନଙ୍କ ଜିଲାରୁ ଜଣେ ଲେଖାଏଁ ପ୍ରତିନିଧିଙ୍କୁ ଚୟନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯିଏ କି ସେହି ଜିଲାକୁ ପ୍ରତିନିଧିତ୍ୱ କରିପାରୁଥିବେ। ସମସ୍ତ ଅଞ୍ଚଳର ଉତ୍ପାଦନ ଏବଂ ସାଂସ୍କୃତିକ ସାମଗ୍ରୀର ପ୍ରଦର୍ଶନ ଓ ବିପଣନ ପାଇଁ ଏଠାରେ ସ୍ବତନ୍ତ୍ର ରୀତିରେ କିଓସ୍କ ରଖାଯାଇ ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ସୁହାଇଲା ଭଳି ବ୍ୟବସ୍ଥା କରାଯିବ। କନ୍ଧମାଳର ହଳଦୀ ହେଉ ଅବା କୋରାପୁଟ କଫି କିମ୍ବା ପିପିଲିର ଚାନ୍ଦୁଆ ସବୁକିଛି ସେଠାରେ ଉପଲବ୍ଧ ହୋଇପାରିବ। ଏଥିସହ କିଓସ୍କ ଗୁଡିକୁ ସ୍ବତନ୍ତ୍ର ଢଙ୍ଗରେ କରାଯାଇ ଆଗ୍ରହୀ ଗ୍ରାହକ ଓ ପର୍ଯ୍ୟଟକମାନଙ୍କର ବୁଲି ଦେଖିବା ଭଳ ଭିତ୍ତିଭୂମି ପ୍ରସ୍ତୁତ କରାଯିବ। ଉଭୟ ଅନ୍ଲାଇନ୍ ଏବଂ ଅଫ୍ଲାଇନ୍ କାରବାର ତଥା ଅଗ୍ରିମ ଅର୍ଡର ଦେବାର ବ୍ୟବସ୍ଥା ରହିବ। ଏ କ୍ଷେତ୍ରରେ ନିରାପତ୍ତା, ଆଇନ୍ଶୃଙ୍ଖଳା ଏବଂ ଜିଲା ପ୍ରଶାସନ ସହ ସଂଯୋଜନା ପାଇଁ ବିଏମ୍ସି ପକ୍ଷରୁ ପଦକ୍ଷେପ ନିଆଯିବ। ସେହିପରି ପରିମଳ ବ୍ୟବସ୍ଥା ପାଇଁ ସମ୍ପୃକ୍ତ ସ୍ଥାନରେ ସ୍ମାର୍ଟ ଟଏଲେଟ୍ର ସୁବିଧା ରହିବ। ସହର ବା ଦେଶ ବାହାରୁ ଆସୁଥିବା ପର୍ଯ୍ୟଟକ ଏଭଳି ସ୍ମାର୍ଟ ଜନପଥ ଦେଖିଲେ ରାଜ୍ୟର ସଂସ୍କୃତି ଓ ପ୍ରଗତି ବାବଦରେ ତାଙ୍କର ଅବଧାରଣା ଆସିବ। ଏଥିସହ ସମଗ୍ର ରାଜ୍ୟ ବିଷୟରେ ଜ୍ଞାନ ଆହରଣ ପାଇଁ ଏହା ଏକ ନମୁନା ଭାବେ ସ୍ଥାନ ପାଇବ ବୋଲି ବୈଠକରେ ସୂଚନା ଦିଆଯାଇଛି। ବିଏମ୍ସି ଅତିରିକ୍ତ କମିଶନର ଅବନୀକାନ୍ତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସାଉଥ୍ ଇଷ୍ଟ ଜୋନାଲ୍ ଡେପୁଟି କମିଶନର ଅଂଶୁମାନ ରଥ, ଡେପୁଟି କମିଶନର ପ୍ରମୋଦ ପୃଷ୍ଟି ଏବଂ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ର କର୍ମଚାରୀମାନେ ଉପସ୍ଥିତ ଥିଲେ।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

