ବାଲେଶ୍ୱରରୁ ଚାନ୍ଦିପୁର ଚାଲିଲା ‘କ୍ରୁଜ୍‌’

ବାଲେଶ୍ୱର ଅଫିସ, ୧୪।୩: ବାଲେଶ୍ୱର ବୁଢ଼ାବଳଙ୍ଗ ନଦୀର ବାଲିଘାଟ ନିକଟରେ ଏକ ସୁସଜ୍ଜିତ ଓ ବିଳାସପୂର୍ଣ୍ଣ ଲଞ୍ଚ ‘କ୍ରୁଜ୍‌’ର ଶୁଭ ଉଦ୍‌ଘାଟନ ହୋଇଛି। ଏହି ଲଞ୍ଚ ପ୍ରତିଦିନ ଅପରାହ୍ନ ୪ଟାରେ ବାଲିଘାଟଠାରୁ ଚାନ୍ଦିପୁର ପର୍ଯ୍ୟନ୍ତ ଯାତ୍ରା କରିବ। ପର୍ଯ୍ୟଟକଙ୍କ ନଦୀ ଭିତରେ ୩ ଘଣ୍ଟା ରହଣି ପରେ ପୁଣି ଘାଟକୁ ଫେରିବ। ଏପରି ଏକ ନିଆରା ପ୍ରୟାସ କରିଛନ୍ତି ଯୁବ ବ୍ୟବସାୟୀ ତଥା ଚଳଚ୍ଚିତ୍ର ଅଭିନେତା ଡା. ଦେବବ୍ରତ ପ୍ରଧାନ। ଏହି ଲଞ୍ଚଯାତ୍ରାକୁ ବାଲେଶ୍ୱରର ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ଶୁଭାରମ୍ଭ କରିଛନ୍ତି।
ଇନ୍‌ ଲାଣ୍ଡ ୱାଟର ଟ୍ରାନ୍ସପୋର୍ଟଠାରୁ ଅନୁମତି ନେଇ ଏହି କ୍ରୁଜ୍‌ ସେବା ଆରମ୍ଭ ହୋଇଛି। ୧କୋଟି ୨୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୧୫ଜଣ କାରିଗର ବର୍ଷେ ହେଲା କାମରେ ଲାଗିଥିଲେ। ଲଞ୍ଚର ସାଜସଜ୍ଜା ସହିତ ପର୍ଯ୍ୟଟକମାନଙ୍କ ପାଇଁ ବିଶେଷ ସୁବିଧା ସୁଯୋଗ ଉପଲବ୍ଧ ରହିଛି। ଏଥିରେ ରହିବା, ଖାଇବା, ରାତ୍ରିଯାପନ ସୁବିଧା ସହିତ ବିଭିନ୍ନ ଉତ୍ସବ ମନାଇବାର ମଧ୍ୟ ସୁବିଧା ରହିଛି। ଶୌଚାଳୟ ସହ ୬ଟି ରୁମ୍‌ର ବ୍ୟବସ୍ଥା ଥିବା ବେଳେ ଏଥିରେ ଏକକାଳୀନ ୫୦ ଜଣ ପର୍ଯ୍ୟଟକ ଯାତ୍ରା କରିପାରିବେ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ଜିଲା ପର୍ଯ୍ୟଟନ ଅଧିକାରୀ ଗଗନ କୁମାର ସାହୁ, ବାସ୍ତୁବିତ୍‌ ପଣ୍ଡିତ ମନ୍ମଥ ମିଶ୍ର, ସ୍ଥାନୀୟ କାଉନ୍‌ସିଲର ମୀନା ମହାନ୍ତି, କାଉନସିଲର ଅନିନ୍ଦେୟ ପଣ୍ଡା, ସଞ୍ଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ମନୋରଞ୍ଜନ ପାଇଁ ଏଭଳି ପ୍ରୟାସ ସ୍ବାଗତଯୋଗ୍ୟ ବୋଲି ପ୍ରକାଶ କରିଥିଲେ। ଦେବାଶିଷ ମଲ୍ଲିକ, ହେମନ୍ତ ରାଜ, ଶୁଭଙ୍କର ପିରୀ, କାର୍ତ୍ତିକ ଭଟ୍ଟାଚାର୍ଯ୍ୟ, ନମିତା ବେହେରା, ସତ୍ୟଜିତ ପରିଡ଼ା ଓ ସନ୍ତୋଷ ନାୟକ ପ୍ରମୁଖ ପରିଚାଳନା କରିଥିଲେ।
ଏନେଇ ଡା. ଦେବବ୍ରତ ପ୍ରଧାନ କହନ୍ତି, ବାଲିଘାଟରୁ ଲୋକଙ୍କୁ ନେବା ଓ ଆଣିବା ପାଇଁ ସ୍ବତନ୍ତ୍ର ପାହାଚ ବ୍ୟବସ୍ଥା ନାହିଁ। ଏବେ ବାଉଁଶ ପୋଲ ତିଆରି କରି ଯାତାୟାତ ସୁବିଧା କରାଯାଇଛି। ପାହାଚ ସୁବିଧା ହେଲେ ଆହୁରି ଭଲ ହୋଇପାରନ୍ତା। ପର୍ଯ୍ୟଟକଙ୍କ ଚାହିଦା ବଢ଼ିଲେ ଆଗାମୀ ଦିନରେ ଏହି କ୍ରୁଜ୍‌ ଟୁର୍‌କୁ ପୁରୀ ପର୍ଯ୍ୟନ୍ତ ନିଆଯିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୭ ଅଗଷ୍ଟରେ ମଘା ନକ୍ଷତ୍ରରେ ପ୍ରବେଶ କରିବେ ସୂର୍ଯ୍ୟ, ମେଷ ସମେତ ୩ ରାଶିରେ ଧନବର୍ଷା

୧୭ ଅଗଷ୍ଟ ସକାଳେ ସୂର୍ଯ୍ୟ କେତୁଙ୍କ ଦ୍ୱାରା ଶାସିତ ମଘା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ପାଇଁ ନକ୍ଷତ୍ରର ଏହି ପରିବର୍ତ୍ତନ ସକାଳ ୮:୦୩ ରେ ଘଟିବ।…

ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ ଜିଲାପାଳ, ସ୍ବାଧୀନତା ସଂଗ୍ରାମୀ ତ୍ୟାଗ ଓ ବଳିଦାନକୁ ମନେ ପକାଇ…

ଛତ୍ରପୁର,୧୩ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସ୍ବାଧୀନତା ଦିବସ ପୂର୍ବରୁ ଦେଶବ୍ୟାପୀ ‘ହର୍‌ଘର ତ୍ରିରଙ୍ଗା’ ଅଭିଯାନକୁ ସଫଳ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ନିଜ ବାସଭବନରେ…

ଦାରିଙ୍ଗବାଡିରେ ହର୍‌ ଘର୍‌ ତ୍ରିରଙ୍ଗା: ଯୋଗଦେଲେ ଶହ ଶହ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୧୩।୮(ଅରୁଣ ସାହୁ): ଆଉ ମାତ୍ର ଗୋଟିଏ ଦିନ ପରେ ଦେଶ ପାଳିବ ସ୍ବାଧୀନତା ଦିବସ। ଏହି ଅବସରରେ ସାରା ଦେଶ ଉତ୍ସବ ମୁଖର ହୋଇଥିବାବେଳେ ଏଥିରେ…

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

ହୀରାକୁଦ ଡ୍ୟାମକୁ ପ୍ରବେଶ କରୁଛି ୧ ଲକ୍ଷ ଘନଫୁଟରୁ ଅଧିକ ବନ୍ୟାଜଳ, ୨ ଗେଟ୍‌ରେ ହେଉଛି ନିଷ୍କାସନ

ସମ୍ବଲପୁର,୧୩ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାର ପୁଣି ୪ଟି ସ୍ଲୁଇସ୍‌ ଗେଟ୍‌ ବନ୍ଦ କରାଯାଇଛି ଫଳରେ ବର୍ତ୍ତମାନ କେବଳ ୨ଟି ଗେଟ୍‌ରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି। ତେବେ…

କୂଳ ଲଙ୍ଘୁଛି ସମୁଦ୍ର: ପଥର ବନ୍ଧ ନିର୍ମାଣ ଦାବି ଦୋହରାଇଲେ ଅଞ୍ଚଳବାସୀ

ଛତ୍ରପୁର,୧୩।୮(ଦିଲୀପ ସାମଲ): ଦିନକୁ ଦିନ ସମୁଦ୍ର କୂଳ ଲଘୁଂଥିବାରୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ସମୁଦ୍ର ଉପକୂଳରେ ସ୍ଥାୟୀ ପଥର ବନ୍ଧ…

ଗୁଟଖା-ତମାଖୁ ଉପରେ ସରକାରଙ୍କ ବଡ଼ ଆକ୍ସନ୍! ୧ ବର୍ଷ ପାଇଁ ବ୍ୟାନ୍

ବେଙ୍ଗାଲୁରୁ,୧୩।୮: ଗୁଟଖା-ତମାଖୁକୁ ନେଇ ବଡ଼ ନିଷ୍ପତ୍ତି ନେଇନ୍ତି କର୍ନାଟକ ସରକାର । ରାଜ୍ୟ ସରକାର ଗୁଟ୍‌ଖା, ପାନ ମସଲା ଏବଂ ତମାଖୁ-ନିକୋଟିନ୍‌ଯୁକ୍ତ ଉତ୍ପାଦଗୁଡ଼ିକ ଉପରେ ଏକ ବର୍ଷ…

ମାତ୍ର ୧୫ ବର୍ଷ ବୟସରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ,୧୩।୮: ଭାରତୀୟ କ୍ରିକେଟରେ ସବୁଠାରୁ ବିସ୍ଫୋରକ ଯୁବ ବ୍ୟାଟରମାନଙ୍କ ମଧ୍ୟରେ ସାମିଲ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ଲଗାତାର ଚର୍ଚ୍ଚାରେ ରହିଛନ୍ତି। ଜିମ୍ବାୱେ ଗସ୍ତରେ ମଧ୍ୟ ବ୍ୟାଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri