Posted inଜାତୀୟ

ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଭାରତ କହିଲା ଶତ୍ରୁତା ଛାଡି କଥାବାର୍ତ୍ତା ଜରିଆରେ ଶେଷ କରାଯାଉ ଯୁଦ୍ଧ

ନୂଆଦିଲ୍ଲୀ,୮ ।୩: ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଭାରତର ସ୍ଥାୟୀ ପ୍ରତିନିଧି ଥିବା ଟିଏମ ତିରୁମୂର୍ତ୍ତି କହିଛନ୍ତି, ୟୁକ୍ରେନର ସ୍ଥିତି ଓ ମାନବୀୟ ସଙ୍କଟ ଉପରେ ଆମକୁ ଧ୍ୟାନ ଦେବାକୁ ପଡିବ । ମିଳିତ ଜାତିସଂଘ ଅନୁମାନ କରିଛି, ୧୧ ଦିନ ମଧ୍ୟରେ ପ୍ରାୟ ୧୫ ଲକ୍ଷ ଶରଣାର୍ଥୀ ୟୁକ୍ରେନର ପଡୋଶୀ ଦେଶରେ ଆଶ୍ରୟ ନେଇଛନ୍ତି । ତିରୁମୂର୍ତ୍ତି ଆହୁରି ମଧ୍ୟ କରିଛନ୍ତି, ମିଳିତ ଜାତିସଂଘର ଅନୁମାନ ଯେ ଏବେ ପର୍ଯ୍ୟନ୍ତ ରୁଷିଆ-ୟୁକ୍ରେନ୍ ଯୁଦ୍ଧରେ ୧୪୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଗଲାଣି । ଯେଉଁଥିରେ ଭାରତର ଜଣେ ଯୁବ ଡାକ୍ତର ରହିଛନ୍ତି । ମୃତ ଡାକ୍ତରଙ୍କ ପରିବାରକୁ ସମବେଦନା ଜଣାଇବା ସହ ପ୍ରତ୍ୟେକ ମୃତକଙ୍କ କ୍ଷତିରେ ତିରୁମୂର୍ତ୍ତି ଶୋକ ପ୍ରକାଶ କରିଛନ୍ତି ।
ମିଳିତ ଜାତିସଂଘ ସୁରକ୍ଷା ବୈଠକରେ ଭାରତୀୟମାନଙ୍କ ସହ ସମସ୍ତ ନାଗରିକଙ୍କର ସୁରକ୍ଷା କଥା ପୁଣି ଉଠାଇଛି ଭାରତ । ହେଲେ ଭାରତ ଏଥିପାଇଁ ଚିନ୍ତିତ କି ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ପରେ ବି ସୁମିରେ ଫସି ରହିଥିବା ଛାତ୍ରଙ୍କ ପାଇଁ ଏକ ସୁରକ୍ଷିତ ବ୍ୟବସ୍ଥା କରାଗଲା ନାହିଁ ।
ରୁଷିଆ-ୟୁକ୍ରେନ୍ ତୁରନ୍ତ ଶତ୍ରୁତାକୁ ଶେଷ କରିବାକୁ ଭାରତ ଆହ୍ୱାନ କରିଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ପକ୍ଷର ରାଷ୍ଟ୍ରପତିଙ୍କ ସହ କଥା ହୋଇ ତୁରନ୍ତ ଯୁଦ୍ଧ ବିରାମ ଘୋଷଣା କରନ୍ତୁ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ ସ୍ତ୍ରୀଙ୍କ ଫଟୋ ସହ ସେଲ୍‌ଫି ନେଇ ଲାଇଭ୍‌ ଭିଡିଓ କରି ଜୀବନ ହାରିଲେ ଏହି ବ୍ୟକ୍ତି, କାରଣ …

ପାଟଣା,୮।୧: ବିହାରର ହାଜିପୁରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ବ୍ୟକ୍ତି ନିଜର ସମସ୍ତ ଆତ୍ମହତ୍ୟା ଘଟଣାକୁ ଲାଇଭ୍‌ ଭିଡିଓରେ ରେକର୍ଡ କରି...

ଅନୁରାଗ କଶ୍ୟପଙ୍କ ଉପରେ ଯୌନ ଉତ୍ପିଡନ ଅଭିଯୋଗ ଆଣିଲେ ପାୟଲ

ମୁମ୍ବାଇ,୨୦ ।୯: ବଲିଉଡ୍‌ରେ ବିବାଦ ଯେମିତି ଥମିବାର ନାଁ ନେଉନି । ଶନିବାର ନବାଗତା ନାୟିକା ପାୟଲ ଘୋଷ ଚର୍ଚ୍ଚିତ ସେଲିବ୍ରିଟି ଅନୁରାଗ କଶ୍ୟପଙ୍କ ଉପରେ...

ଜାହାଙ୍ଗୀରପୁରୀ ହିଂସା: ମୁଖ୍ୟ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ,୧୮।୪: ରାଜଧାନୀ ଦିଲ୍ଲୀ ଜାହାଙ୍ଗୀରପୁରୀରେ ହନୁମାନ ଜୟନ୍ତୀ ଅବସରରେ ଘଟିଥିବା ହିଂସା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୋନୁ ଶେଖ୍‌ ଗିରଫ। ଦିଲ୍ଲୀ ପୋଲିସର ସ୍ପେଶାଲ ଷ୍ଟାଫ୍‌...

ସାଢ଼େ ୮ ଲକ୍ଷ ଟଙ୍କାର ପିଆଜ ଚୋରି

ପାଟନା,୨୪।୯: ଦିନକୁ ଦିନ ପିଆଜ ଦାମ ଆକାଶ ଛୁଆଁ ହେବାରେ ଲାଗିଛି। ଏବେ ଏହା ବଜାରରେ କିଲୋ ପିଛା ୮୦ ଟଙ୍କାରେ ପହଞ୍ଚିଛି। ପିଆଜ କାରବାରରେ...

ଆଶିଷଙ୍କ ଜାମିନକୁ କାହିଁକି କରାଯାଇ ନାହିଁ ବିରୋଧ, ଉତ୍ତରପ୍ରଦେଶ ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ସମାଲୋଚନା…

ନୂଆଦିଲ୍ଲୀ, ୩୦।୩ : ଲଖୀମପୁର ଖେରୀ ମାମଲାରେ ଆଶିଷ ମିଶ୍ରଙ୍କ ଉପରେ ପୁଣି ଖଣ୍ଡା ଝୁଲିବାରେ ଲାଗିଛି। ଆଶିଷ ମିଶ୍ରଙ୍କ ଜାମିନ ଖାରଜ ପାଇଁ କରାଯାଇଥିବା...

ମଦ ଦୁର୍ନୀତି ମାମଲା: ଏମ୍‌ପିଙ୍କ ପୁଅ ଗିରଫ

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶୁକ୍ରବାର ଓ୍ବାଇଏସ୍‌ଆର୍‌ସିପି ଏମ୍‌ପି ମାଗୁଣ୍ଟା ଶ୍ରୀନିବାସୁଲା ରେଡ୍ଡୀଙ୍କ ପୁଅ ମାଗୁଣ୍ଟା ରାଘବଙ୍କୁ ଗିରଫ କରିଥିବା ସୂଚନା...

‘ମୋ ବିରୋଧରେ ଗୋଟିଏ ଅଭିଯୋଗ ଆଣିଲେ, ମୁଁ ୧୦ ଭଲ କାମ କରିବି’

ମୁମ୍ବାଇ,୨୬।୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ରବିବାର ବିରୋଧୀଙ୍କ ଉପରେ ବର୍ଷିଛନ୍ତି। ମୁମ୍ବାଇରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରି ସେ କହିଛନ୍ତି, ମୁମ୍ବାଇକୁ ସାଂଘାଇ ଭଳି...

ଏନ୍‌କାଉଣ୍ଟରରେ କୁଖ୍ୟାତ ହିଜବୁଲ ମୁଜାହିଦ୍ଦିନ ଜିଲା କମାଣ୍ଡର ନିହତ

ଡୋଡା,୧୫।୧: ଜମ୍ମୁ-କଶ୍ମୀରରେ ଭାରତୀୟ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଡୋଡାରେ ହୋଇଥିବା ଏନ୍‌କାଉଣ୍ଟରରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ଜିଲା କମାଣ୍ଡର ହାରୁନ ହାଫଜ...

Advertisement
Archives

Model This Week