Posted inଜାତୀୟ

ଏକ୍‌ଜିଟ୍‌ ପୋଲ୍‌ରେ ଭାଜପା, ଏଏପି

ନୂଆଦିଲ୍ଲୀ,୮।୩(ପି.ଟି):ଉତ୍ତରପ୍ରଦେଶରେ ସୋମବାର ସପ୍ତମ ପର୍ଯ୍ୟାୟ ମତଦାନ ସରିବା ସହ ୫ ରାଜ୍ୟ ବିଧାନସଭା ନିର୍ବାଚନ ଶେଷ ହୋଇଛି। ଏଥିସହିତ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ଏକ୍‌ଜିଟ ପୋଲ୍‌ ବା ବୁଥ୍‌ଫେରନ୍ତା ଜନମତ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଉତ୍ତରପ୍ରଦେଶରେ ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରିବ ବୋଲି ଅଧିକାଂଶ ଗଣମାଧ୍ୟମ ପୂର୍ବାନୁମାନ କରିଛନ୍ତି। ତେବେ ୨୦୧୭ ତୁଳନାରେ ଭାଜପାର ଆସନ ସଂଖ୍ୟା କମିଯିବ ବୋଲି ଆକଳନ କରାଯାଇଛି। ଏକ୍‌ଜିଟ୍‌ ପୋଲ୍‌ ଅନୁଯାୟୀ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପଞ୍ଜାବରେ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରିବା ପୂର୍ବାନୁମାନ କରାଯାଇଛି। ଗୋଆ ଓ ମଣିପୁରରେ କୌଣସି ଦଳକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳି ନ ପାରେ। ଉତ୍ତରାଖଣ୍ଡ ପାଇଁ ମିଶ୍ରିତ ଆକଳନ କରାଯାଇଛି। ସେଠାରେ ଶାସକ ଭାଜପା ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହୋଇଛି। ଗୋଆରେ ଭାଜପା ଓ କଂଗ୍ରେସ ମଧ୍ୟରେ ପ୍ରତିଯୋଗିତା ଜୋର୍‌ଦାର ହୋଇଥିବା କୁହାଯାଉଛି। ସେହିପରି ମଣିପୁରରେ ଝୁଲା ବିଧାନସଭା ହେବାକୁ ଥିବାବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇପାରେ ବୋଲି ବିଭିନ୍ନ ସଂସ୍ଥା ଆକଳନ କରିଛନ୍ତି।
୪୦୩ ଆସନ ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭାରେ ଭାଜପା ନେତୃତ୍ୱାଧୀନ ମେଣ୍ଟ ଏନ୍‌ଡିଏ ୨୧୧ରୁ ୩୨୬ ଆସନ ଜିତିବ ବୋଲି ସିଏନ୍‌ଏନ୍‌ ନ୍ୟୁଜ୍‌ ୧୮, ରିପବ୍ଲିକ୍‌ ଟିଭି ଏବଂ ନ୍ୟୁଜ୍‌ ଏକ୍ସ ଚ୍ୟାନେଲ୍‌ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ସମାଜବାଦୀ ପାର୍ଟି ନେତୃତ୍ୱାଧୀନ ମେଣ୍ଟ ୭୧ରୁ ୧୬୦ ଆସନ ମଧ୍ୟରେ ସୀମିତ ରହିବ ବୋଲି କୁହାଯାଇଛି। ଇଣ୍ଡିଆ ଟୁଡେ-ଆକ୍ସିସ୍‌ ମାଇଁ ଇଣ୍ଡିଆ ଆକଳନ ଅନୁଯାୟୀ ଭାଜପାକୁ ୨୮୮ରୁ ୩୨୬ ଆସନ ମିଳିବାକୁ ଥିବାବେଳେ ସମାଜବାଦୀ ପାର୍ଟିକୁ ୭୧ରୁ ୧୦୧, ବିଏସ୍‌ପିକୁ ୩ରୁ ୯, କଂଗ୍ରେସକୁ ୧ରୁ ୩ ଏବଂ ଅନ୍ୟାନ୍ୟ ଦଳ ୨ରୁ ୩ ଆସନ ଜିତିବେ ବୋଲି ପୂର୍ବାନୁମାନ କରାଯାଇଛି। ସେହିପରି ନ୍ୟୁଜ୍‌ ୨୪- ଟୁଡେସ୍‌ ଚାଣକ୍ୟ ଅନୁଯାୟୀ ଏନ୍‌ଡିଏକୁ ୪୩ ପ୍ରତିଶତ ଏବଂ ଏସ୍‌ପି ଓ ଏହାର ସହଯୋଗୀଙ୍କୁ ୩୫% ଭୋଟ ମିଳିବ। ସିଏନ୍‌ଏନ୍‌ ନ୍ୟୁଜ୍‌୧୮-ମାଟ୍ରିଜ୍‌ ରିପୋର୍ଟ ଅନୁଯାୟୀ ଭାଜପା ନେତୃତ୍ୱାଧୀନ ମେଣ୍ଟକୁ ୨୬୨-୨୭୭ ଆସନ ମିଳିବାକୁ ଥିବାବେଳେ ଏସ୍‌ପି ଓ ସହଯୋଗୀଙ୍କୁ ୧୧୯ରୁ ୧୩୪ ଆସନ ମିଳିବ। ଟାଇମ୍ସ ନାଓ-ଭେଟୋ ସର୍ଭେରେ ଭାଜପାକୁ ୨୨୫ ଓ ଏସ୍‌ପିକୁ ୧୫୧ ଆସନ ମିଳିବ ବୋଲି କୁହାଯାଇଛି।
ଅନ୍ୟପକ୍ଷରେ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଏଏପି ପଞ୍ଜାବରେ ବଡ଼ ବିଜୟ ହାସଲ କରିବାକୁ ଯାଉଥିବା ଅଧିକାଂଶ ସଂସ୍ଥା ପୂର୍ବାନୁମାନ ଲଗାଇଛନ୍ତି। ୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭାରେ ଏହି ଦଳକୁ ୭୬ରୁ ୯୦ ଆସନ ମିଳିବ ବୋଲି ଇଣ୍ଡିଆ ଟୁଡେ୍‌ ଏକ୍‌ଜିଟ୍‌ ପୋଲ୍‌ରେ କୁହାଯାଇଥିବାବେଳେ ୫୬ରୁ ୬୧ ଆସନ ଆସନ ମିଳିବ ବୋଲି ଟିଭି୯ ଭାରତବର୍ଷ-ପୋଲଷ୍ଟ୍ରାଟ୍‌ କହିଛି। ପଞ୍ଜାବର ମାଲଓ୍ବା ଅଞ୍ଚଳରେ ୬୯ ଆସନରୁ ଏଏପି ୬୩ଟିରେ ବିଜୟୀ ହୋଇପାରେ ବୋଲି ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ ଏକ୍‌ଜିଟ୍‌ ପୋଲ୍‌ରେ କୁହାଯାଇଛି। ୨୦୧୭ରେ ଏଏପି ଉକ୍ତ ଅଞ୍ଚଳରୁ ୧୬ ଆସନ ପାଇଥିଲା। ଅନ୍ୟପକ୍ଷରେ ସେଠାରେ ଶାସକ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିବ। ଏବିପି ସି-ଭୋଟର ଏକ୍‌ଜିଟ୍‌ ପୋଲ ଅନୁଯାୟୀ ପଞ୍ଜାବରେ ଏଏପିକୁ ୫୬ ଆସନ ମିଳିବାକୁ ଥିବାବେଳେ କଂଗ୍ରେସକୁ ୨୫ ଏବଂ ଅକାଳୀ ଦଳକୁ ୨୩ ଆସନ ମିଳିବ। ନ୍ୟୁଜ୍‌୨୪- ଟୁଡେସ୍‌ ଚାଣକ୍ୟ ଅନୁଯାୟୀ ପଞ୍ଜାବରେ ଏଏପିକୁ ୧୦୦ ଆସନ ମିଳିବ। ସଂଖ୍ୟା ଏହାଠାରୁ ୧୦ ଅଧିକ କିମ୍ବା କମ୍‌ ହୋଇପାରେ।
ଉତ୍ତରାଖଣ୍ଡରେ ଭାଜପା ଅଧିକ ଆସନ ଜିତିବ ବୋଲି କେତେକ ଏକ୍‌ଜିଟ୍‌ ପୋଲ୍‌ରେ କୁହାଯାଇଥିବାବେଳେ ଅନ୍ୟ କେତେକ କଂଗ୍ରେସ ସପକ୍ଷରେ ପୂର୍ବାନୁମାନ ଲଗାଇଛନ୍ତି। ଏବିପି ସି-ଭୋଟର ଅନୁଯାୟୀ ୭୦ ଆସନ ବିଶିଷ୍ଟ ଉତ୍ତରାଖଣ୍ଡ ବିଧାନସଭାରେ କଂଗ୍ରେସ ୩୫ ଆସନ ପାଇବାକୁ ଥିବାବେଳେ ଶାସକ ଭାଜପା ୨୯ ଆସନରେ ବିଜୟୀ ହୋଇପାରେ। ସେଠାରେ ବିଏସ୍‌ପିକୁ ୩ ଆସନ ମିଳିବାକୁ ଥିବାବେଳେ ଅନ୍ୟାନ୍ୟ ଦଳଙ୍କୁ ୫ ଆସନ ମିଳିପାରେ। ଭାଜପାର ଭୋଟ ହାର ୫.୭ ପ୍ରତିଶତ ହ୍ରାସ ପାଇ ୪୦.୮% ରହିବାକୁ ଥିବାବେଳେ କଂଗ୍ରେସର ୩୯.୩ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି କୁହାଯାଇଛି। ନ୍ୟୁଜ୍‌୨୪- ଟୁଡେସ୍‌ ଚାଣକ୍ୟ ମତରେ ଉତ୍ତରାଖଣ୍ଡରେ ଭାଜପା ୪୩ ଓ କଂଗ୍ରେସ ୨୪ ଆସନ ଜିତିବ।
ଗୋଆରେ ଝୁଲା ବିଧାନସଭା ହୋଇପାରେ ବୋଲି ବିଭିନ୍ନ ସଂସ୍ଥା ପୂର୍ବାନୁମାନ କରିଛନ୍ତି। କାରଣ ଏଠାରେ କୌଣସି ଦଳ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ପାଇବେ ନାହିଁ। ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ ଶାସକ ଭାଜପା ୧୫ ଆସନ ଜିତିବାକୁ ଥିବାବେଳେ କଂଗ୍ରେସକୁ ୧୪ ଆସନ, ଏମ୍‌ଜିପିକୁ ୭ ଏବଂ ଏଏପିକୁ ୩ ଆସନ ମିଳିପାରେ ବୋଲି ଏବିପି ସି-ଭୋଟର ଏକ୍‌୍‌ଜିଟ୍‌ ପୋଲ୍‌ରେ କୁହାଯାଇଛି। ଭାଜପାର ଭୋଟ ହାର ୩୨.୭% ଏବଂ କଂଗ୍ରେସର ୩୦.୨% ରହିବ ବୋଲି ଆକଳନ କରାଯାଇଛି। ଇଣ୍ଡିଆ ଟୁଡେ-ଆକ୍ସିସ୍‌ ମାଇଁ ଇଣ୍ଡିଆ ଆକଳନ ଅନୁଯାୟୀ ଗୋଆରେ କଂଗ୍ରେସ-ଗୋଆ ଫରଓ୍ବାର୍ଡ ପାର୍ଟି ମେଣ୍ଟ ୧୫ରୁ ୨୦ ଆସନ ଜିତିପାରେ। ସେହିପରି ଭାଜପା ୧୪ରୁ ୧୮ ଆସନ ମଧ୍ୟରେ ସୀମିତ ରହିବ ବୋଲି ଉକ୍ତ ଜନମତ ସର୍ଭେରେ କୁହାଯାଇଛି।
ମଣିପୁରରେ ମଧ୍ୟ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳି ନ ପାରେ। ୬୦ ଆସନ ବିଶିଷ୍ଟ ମଣିପୁର ବିଧାନସଭାରେ ଭାଜପା ୨୫ ଆସନ ସହ ଏକକ ସଂଖ୍ୟାଗରିଷ୍ଠ ଦଳ ହେବ ବୋଲି ପୂର୍ବାନୁମାନ କରାଯାଇଥିବାବେଳେ କଂଗ୍ରେସକୁ ୧୪ ଏବଂ ଏନ୍‌ପିପିକୁ ୧୨ ଆସନ ମିଳିବ ବୋଲି କୁହଯାଇଛି।
୫ ରାଜ୍ୟ ମଧ୍ୟରୁ ପଞ୍ଜାବରେ କଂଗ୍ରେସ ସରକାର ଥିବାବେଳେ ୟୁପି, ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁରରେ ଭାଜପା ସରକାର ରହିଛି। ୟୁପି ବ୍ୟତୀତ ଅନ୍ୟ ୩ ରାଜ୍ୟରେ ଭାଜପା କଡ଼ା ଟକ୍କରର ସମ୍ମୁଖୀନ ହୋଇଛି। ସେହିପରି ଏକ୍‌ଜିଟ୍‌ ପୋଲ୍‌ ଅନୁଯାୟୀ ପଞ୍ଜାବରେ କଂଗ୍ରେସକୁ ଝଟ୍‌କା ଲାଗିଥିବାବେଳେ ଗୋଆ ଏବଂ ଉତ୍ତରାଖଣ୍ଡରେ ଏହି ଦଳ କ୍ଷମତାକୁ ଆସିବା ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?