Posted inଜାତୀୟ

ଏକ୍‌ଜିଟ୍‌ ପୋଲ୍‌ରେ ଭାଜପା, ଏଏପି

ନୂଆଦିଲ୍ଲୀ,୮।୩(ପି.ଟି):ଉତ୍ତରପ୍ରଦେଶରେ ସୋମବାର ସପ୍ତମ ପର୍ଯ୍ୟାୟ ମତଦାନ ସରିବା ସହ ୫ ରାଜ୍ୟ ବିଧାନସଭା ନିର୍ବାଚନ ଶେଷ ହୋଇଛି। ଏଥିସହିତ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ଏକ୍‌ଜିଟ ପୋଲ୍‌ ବା ବୁଥ୍‌ଫେରନ୍ତା ଜନମତ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଉତ୍ତରପ୍ରଦେଶରେ ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରିବ ବୋଲି ଅଧିକାଂଶ ଗଣମାଧ୍ୟମ ପୂର୍ବାନୁମାନ କରିଛନ୍ତି। ତେବେ ୨୦୧୭ ତୁଳନାରେ ଭାଜପାର ଆସନ ସଂଖ୍ୟା କମିଯିବ ବୋଲି ଆକଳନ କରାଯାଇଛି। ଏକ୍‌ଜିଟ୍‌ ପୋଲ୍‌ ଅନୁଯାୟୀ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପଞ୍ଜାବରେ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରିବା ପୂର୍ବାନୁମାନ କରାଯାଇଛି। ଗୋଆ ଓ ମଣିପୁରରେ କୌଣସି ଦଳକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳି ନ ପାରେ। ଉତ୍ତରାଖଣ୍ଡ ପାଇଁ ମିଶ୍ରିତ ଆକଳନ କରାଯାଇଛି। ସେଠାରେ ଶାସକ ଭାଜପା ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହୋଇଛି। ଗୋଆରେ ଭାଜପା ଓ କଂଗ୍ରେସ ମଧ୍ୟରେ ପ୍ରତିଯୋଗିତା ଜୋର୍‌ଦାର ହୋଇଥିବା କୁହାଯାଉଛି। ସେହିପରି ମଣିପୁରରେ ଝୁଲା ବିଧାନସଭା ହେବାକୁ ଥିବାବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇପାରେ ବୋଲି ବିଭିନ୍ନ ସଂସ୍ଥା ଆକଳନ କରିଛନ୍ତି।
୪୦୩ ଆସନ ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭାରେ ଭାଜପା ନେତୃତ୍ୱାଧୀନ ମେଣ୍ଟ ଏନ୍‌ଡିଏ ୨୧୧ରୁ ୩୨୬ ଆସନ ଜିତିବ ବୋଲି ସିଏନ୍‌ଏନ୍‌ ନ୍ୟୁଜ୍‌ ୧୮, ରିପବ୍ଲିକ୍‌ ଟିଭି ଏବଂ ନ୍ୟୁଜ୍‌ ଏକ୍ସ ଚ୍ୟାନେଲ୍‌ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ସମାଜବାଦୀ ପାର୍ଟି ନେତୃତ୍ୱାଧୀନ ମେଣ୍ଟ ୭୧ରୁ ୧୬୦ ଆସନ ମଧ୍ୟରେ ସୀମିତ ରହିବ ବୋଲି କୁହାଯାଇଛି। ଇଣ୍ଡିଆ ଟୁଡେ-ଆକ୍ସିସ୍‌ ମାଇଁ ଇଣ୍ଡିଆ ଆକଳନ ଅନୁଯାୟୀ ଭାଜପାକୁ ୨୮୮ରୁ ୩୨୬ ଆସନ ମିଳିବାକୁ ଥିବାବେଳେ ସମାଜବାଦୀ ପାର୍ଟିକୁ ୭୧ରୁ ୧୦୧, ବିଏସ୍‌ପିକୁ ୩ରୁ ୯, କଂଗ୍ରେସକୁ ୧ରୁ ୩ ଏବଂ ଅନ୍ୟାନ୍ୟ ଦଳ ୨ରୁ ୩ ଆସନ ଜିତିବେ ବୋଲି ପୂର୍ବାନୁମାନ କରାଯାଇଛି। ସେହିପରି ନ୍ୟୁଜ୍‌ ୨୪- ଟୁଡେସ୍‌ ଚାଣକ୍ୟ ଅନୁଯାୟୀ ଏନ୍‌ଡିଏକୁ ୪୩ ପ୍ରତିଶତ ଏବଂ ଏସ୍‌ପି ଓ ଏହାର ସହଯୋଗୀଙ୍କୁ ୩୫% ଭୋଟ ମିଳିବ। ସିଏନ୍‌ଏନ୍‌ ନ୍ୟୁଜ୍‌୧୮-ମାଟ୍ରିଜ୍‌ ରିପୋର୍ଟ ଅନୁଯାୟୀ ଭାଜପା ନେତୃତ୍ୱାଧୀନ ମେଣ୍ଟକୁ ୨୬୨-୨୭୭ ଆସନ ମିଳିବାକୁ ଥିବାବେଳେ ଏସ୍‌ପି ଓ ସହଯୋଗୀଙ୍କୁ ୧୧୯ରୁ ୧୩୪ ଆସନ ମିଳିବ। ଟାଇମ୍ସ ନାଓ-ଭେଟୋ ସର୍ଭେରେ ଭାଜପାକୁ ୨୨୫ ଓ ଏସ୍‌ପିକୁ ୧୫୧ ଆସନ ମିଳିବ ବୋଲି କୁହାଯାଇଛି।
ଅନ୍ୟପକ୍ଷରେ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଏଏପି ପଞ୍ଜାବରେ ବଡ଼ ବିଜୟ ହାସଲ କରିବାକୁ ଯାଉଥିବା ଅଧିକାଂଶ ସଂସ୍ଥା ପୂର୍ବାନୁମାନ ଲଗାଇଛନ୍ତି। ୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭାରେ ଏହି ଦଳକୁ ୭୬ରୁ ୯୦ ଆସନ ମିଳିବ ବୋଲି ଇଣ୍ଡିଆ ଟୁଡେ୍‌ ଏକ୍‌ଜିଟ୍‌ ପୋଲ୍‌ରେ କୁହାଯାଇଥିବାବେଳେ ୫୬ରୁ ୬୧ ଆସନ ଆସନ ମିଳିବ ବୋଲି ଟିଭି୯ ଭାରତବର୍ଷ-ପୋଲଷ୍ଟ୍ରାଟ୍‌ କହିଛି। ପଞ୍ଜାବର ମାଲଓ୍ବା ଅଞ୍ଚଳରେ ୬୯ ଆସନରୁ ଏଏପି ୬୩ଟିରେ ବିଜୟୀ ହୋଇପାରେ ବୋଲି ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ ଏକ୍‌ଜିଟ୍‌ ପୋଲ୍‌ରେ କୁହାଯାଇଛି। ୨୦୧୭ରେ ଏଏପି ଉକ୍ତ ଅଞ୍ଚଳରୁ ୧୬ ଆସନ ପାଇଥିଲା। ଅନ୍ୟପକ୍ଷରେ ସେଠାରେ ଶାସକ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିବ। ଏବିପି ସି-ଭୋଟର ଏକ୍‌ଜିଟ୍‌ ପୋଲ ଅନୁଯାୟୀ ପଞ୍ଜାବରେ ଏଏପିକୁ ୫୬ ଆସନ ମିଳିବାକୁ ଥିବାବେଳେ କଂଗ୍ରେସକୁ ୨୫ ଏବଂ ଅକାଳୀ ଦଳକୁ ୨୩ ଆସନ ମିଳିବ। ନ୍ୟୁଜ୍‌୨୪- ଟୁଡେସ୍‌ ଚାଣକ୍ୟ ଅନୁଯାୟୀ ପଞ୍ଜାବରେ ଏଏପିକୁ ୧୦୦ ଆସନ ମିଳିବ। ସଂଖ୍ୟା ଏହାଠାରୁ ୧୦ ଅଧିକ କିମ୍ବା କମ୍‌ ହୋଇପାରେ।
ଉତ୍ତରାଖଣ୍ଡରେ ଭାଜପା ଅଧିକ ଆସନ ଜିତିବ ବୋଲି କେତେକ ଏକ୍‌ଜିଟ୍‌ ପୋଲ୍‌ରେ କୁହାଯାଇଥିବାବେଳେ ଅନ୍ୟ କେତେକ କଂଗ୍ରେସ ସପକ୍ଷରେ ପୂର୍ବାନୁମାନ ଲଗାଇଛନ୍ତି। ଏବିପି ସି-ଭୋଟର ଅନୁଯାୟୀ ୭୦ ଆସନ ବିଶିଷ୍ଟ ଉତ୍ତରାଖଣ୍ଡ ବିଧାନସଭାରେ କଂଗ୍ରେସ ୩୫ ଆସନ ପାଇବାକୁ ଥିବାବେଳେ ଶାସକ ଭାଜପା ୨୯ ଆସନରେ ବିଜୟୀ ହୋଇପାରେ। ସେଠାରେ ବିଏସ୍‌ପିକୁ ୩ ଆସନ ମିଳିବାକୁ ଥିବାବେଳେ ଅନ୍ୟାନ୍ୟ ଦଳଙ୍କୁ ୫ ଆସନ ମିଳିପାରେ। ଭାଜପାର ଭୋଟ ହାର ୫.୭ ପ୍ରତିଶତ ହ୍ରାସ ପାଇ ୪୦.୮% ରହିବାକୁ ଥିବାବେଳେ କଂଗ୍ରେସର ୩୯.୩ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି କୁହାଯାଇଛି। ନ୍ୟୁଜ୍‌୨୪- ଟୁଡେସ୍‌ ଚାଣକ୍ୟ ମତରେ ଉତ୍ତରାଖଣ୍ଡରେ ଭାଜପା ୪୩ ଓ କଂଗ୍ରେସ ୨୪ ଆସନ ଜିତିବ।
ଗୋଆରେ ଝୁଲା ବିଧାନସଭା ହୋଇପାରେ ବୋଲି ବିଭିନ୍ନ ସଂସ୍ଥା ପୂର୍ବାନୁମାନ କରିଛନ୍ତି। କାରଣ ଏଠାରେ କୌଣସି ଦଳ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ପାଇବେ ନାହିଁ। ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ ଶାସକ ଭାଜପା ୧୫ ଆସନ ଜିତିବାକୁ ଥିବାବେଳେ କଂଗ୍ରେସକୁ ୧୪ ଆସନ, ଏମ୍‌ଜିପିକୁ ୭ ଏବଂ ଏଏପିକୁ ୩ ଆସନ ମିଳିପାରେ ବୋଲି ଏବିପି ସି-ଭୋଟର ଏକ୍‌୍‌ଜିଟ୍‌ ପୋଲ୍‌ରେ କୁହାଯାଇଛି। ଭାଜପାର ଭୋଟ ହାର ୩୨.୭% ଏବଂ କଂଗ୍ରେସର ୩୦.୨% ରହିବ ବୋଲି ଆକଳନ କରାଯାଇଛି। ଇଣ୍ଡିଆ ଟୁଡେ-ଆକ୍ସିସ୍‌ ମାଇଁ ଇଣ୍ଡିଆ ଆକଳନ ଅନୁଯାୟୀ ଗୋଆରେ କଂଗ୍ରେସ-ଗୋଆ ଫରଓ୍ବାର୍ଡ ପାର୍ଟି ମେଣ୍ଟ ୧୫ରୁ ୨୦ ଆସନ ଜିତିପାରେ। ସେହିପରି ଭାଜପା ୧୪ରୁ ୧୮ ଆସନ ମଧ୍ୟରେ ସୀମିତ ରହିବ ବୋଲି ଉକ୍ତ ଜନମତ ସର୍ଭେରେ କୁହାଯାଇଛି।
ମଣିପୁରରେ ମଧ୍ୟ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳି ନ ପାରେ। ୬୦ ଆସନ ବିଶିଷ୍ଟ ମଣିପୁର ବିଧାନସଭାରେ ଭାଜପା ୨୫ ଆସନ ସହ ଏକକ ସଂଖ୍ୟାଗରିଷ୍ଠ ଦଳ ହେବ ବୋଲି ପୂର୍ବାନୁମାନ କରାଯାଇଥିବାବେଳେ କଂଗ୍ରେସକୁ ୧୪ ଏବଂ ଏନ୍‌ପିପିକୁ ୧୨ ଆସନ ମିଳିବ ବୋଲି କୁହଯାଇଛି।
୫ ରାଜ୍ୟ ମଧ୍ୟରୁ ପଞ୍ଜାବରେ କଂଗ୍ରେସ ସରକାର ଥିବାବେଳେ ୟୁପି, ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁରରେ ଭାଜପା ସରକାର ରହିଛି। ୟୁପି ବ୍ୟତୀତ ଅନ୍ୟ ୩ ରାଜ୍ୟରେ ଭାଜପା କଡ଼ା ଟକ୍କରର ସମ୍ମୁଖୀନ ହୋଇଛି। ସେହିପରି ଏକ୍‌ଜିଟ୍‌ ପୋଲ୍‌ ଅନୁଯାୟୀ ପଞ୍ଜାବରେ କଂଗ୍ରେସକୁ ଝଟ୍‌କା ଲାଗିଥିବାବେଳେ ଗୋଆ ଏବଂ ଉତ୍ତରାଖଣ୍ଡରେ ଏହି ଦଳ କ୍ଷମତାକୁ ଆସିବା ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାମନବମୀରେ ଭାଜପା ହିଂସାକୁ ଉସୁକାଇଥିଲା: ମମତା

କୋଲକାତା,୧୮ା୪: ପଶ୍ଚିମବଙ୍ଗରେ ରାମନବମୀ ପାଳନ ବେଳେ ଭାଜପା ହିଂସାକୁ ଉସୁକାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଅଭିଯୋଗ କରିଛନ୍ତି। ମୁର୍ଶିଦାବାଦ ଜିଲାରେ ଯେଉଁ ହିଂସାକାଣ୍ଡ...

ଏପ୍ରିଲ ୨୨ରୁ ସ୍କୁଲ ଛୁଟି

କୋଲକାତା,୧୮।୪: ରାଜ୍ୟରେ ଅତ୍ୟଧିକ ଉତ୍ତାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ୨୨ ଏପ୍ରିଲରୁ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି...

ଭୋଟିଂର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୋଇଯାଏ ପ୍ରଚାର, ଏହି ସାଇଲେନ୍ସ ପିରିୟଡରେ କ’ଣ କରନ୍ତି ପ୍ରାର୍ଥୀ ଜାଣନ୍ତୁ

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ୧୯ ଏପ୍ରିଲରୁ ଆରମ୍ଭ ହେବ। ଏହା ଅଧୀନରେ ଦେଶର ୨୧ ଟି ରାଜ୍ୟ...

ନିର୍ବାଚନ ପୂର୍ବରୁ ଏଏପିକୁ ଝଟକା, ଗିରଫ ହେଲେ ବିଧାୟକ ଅମାନତୁଲ୍ଲାହ ଖାନ

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲାହ ଖାନଙ୍କୁ ଗୁରୁବାର ଇଡି ଗିରଫ କରିଛି। ୱାକଫ ବୋର୍ଡ ନିଯୁକ୍ତି ସ୍କାମରେ ତାଙ୍କୁ ପିଏମଏଲଏ ଅଧୀନରେ ଗିରଫ...

ଇରାନ କବଜାରେ ଥିବା ଜାହାଜରୁ ଭାରତ ଫେରିଲେ ପ୍ରଥମ କ୍ରୁ ମେମ୍ବର

ନୂଆଦିଲ୍ଲୀ,୧୮।୪: କେରଳ ତ୍ରିଶୁରର ବାସିନ୍ଦା ମହିଳାକ୍ୟାଡେଟ ଆନ ଟେସା ଜୋସେଫ, କାର୍ଗୋ ଜାହାଜ MSC Aries ରେ ଥିବା ଭାରତୀୟ କ୍ରୁଙ୍କ ଅଂଶ ଭାବରେ ଗୁରୁବାର...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

କେଜରିଓ୍ବାଲଙ୍କୁ ଜେଲରେ ହତ୍ୟା ପାଇଁ କରାଯାଉଛି ଷଡଯନ୍ତ୍ର: ଆତିଶି

ନୂଆଦିଲ୍ଲୀ,୧୮।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘରେ ତିଆରି ଖାଦ୍ୟ ଖାଇ ତାଙ୍କ ସୁଗାର ଲେବଲକୁ ବଢାଉଥିବା ଇଡି ଅଭିଯୋକ କରିବା ପରେ ଏବେ ଆମ...

ପ୍ରଥମ ପର୍ଯ୍ୟାୟ ମତଦାନ: ୧୬.୬୩ କୋଟି ଭୋଟର, ୧୬୨୫ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୮।୪: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ମତଦାନରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି। ପ୍ରଥମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri