ରାଜଧାନୀରେ ଉପୁଜିପାରେ କଞ୍ଚା ପରିବା ସଙ୍କଟ

ଭୁବନେଶ୍ୱର, ୧୭।୧୦ (ବନ୍ଦନା ସେଠୀ):ଆସନ୍ତା ୨୦ ତାରିଖରୁ ରାଜଧାନୀରେ କଞ୍ଚା ପରିବା ସଙ୍କଟ ଦେଖାଦେଇପାରେ। କାରଣ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ୟୁନିଟ-୧ ପରିବା ହାଟ। ଏନେଇ କଞ୍ଚା ପରିବା ବ୍ୟବସାୟୀ ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଥିବାବେଳେ ଏଥିରେ ରାଜଧାନୀବାସୀଙ୍କ ସମେତ ଆଖପାଖ ଅଞ୍ଚଳ ତଥା ଜିଲାବାସୀ ପ୍ରଭାବିତ ହେବେ। ୟୁନିଟ-୧ ପରିବା ହାଟ ରାସ୍ତାକୁ ବେଆଇନ ଅବରୋଧ କରାଯାଇଥିବାରୁ ଏହାର ପ୍ରତିବାଦରେ ମହାସଂଘ ଏହି ଆନ୍ଦୋଳନ ଡାକରା ଦେଇଛି।
ରାଜମହଲରୁ ଷ୍ଟେଟ୍‌ବ୍ୟାଙ୍କ କଡରେ ଥିବା ଇଲେକ୍ଟ୍ରି ଅଫିସ ଗଳି ହେଉଛି ୟୁନିଟ୍‌-୧ ହୋଲସେଲ ପରିବା ମାର୍କେଟକୁ ଯିବାର ଏକମାତ୍ର ରାସ୍ତା। ମାତ୍ର ଉକ୍ତ ରାସ୍ତାରେ ବେଆଇନ ଅବରୋଧ ସହ ବିଭିନ୍ନ ପୂଜା ସମୟରେ ଲାଇଟ ଗେଟ ଏବଂ ତୋରଣ ଲାଗିବା, ମୂର୍ତ୍ତି ବିକ୍ରି, ଅସ୍ଥାୟୀ ଶୀତବସ୍ତ୍ର ବଜାର, ପ୍ଲାଷ୍ଟିକ ବଜାର ପଡିବା ଦ୍ୱାରା ମଣ୍ଡି ମଧ୍ୟକୁ ଭାରିଯାନ ଚଳାଚଳରେ ଅସୁବିଧା ହେଉଛି। ତେଣୁ ସମ୍ପୃକ୍ତ ରାସ୍ତାକୁ ଅବରୋଧମୁକ୍ତ କରିବା, ୧ନଂ. ହାଟରେ ୯ ମହଲା ବିଶିଷ୍ଟ ମାର୍କେଟ କମ୍ପେକ୍ସ ନ କରି ୨ମହଲା ବିଲ୍ଡିଂ ନିର୍ମାଣ କରିବା, ଏଜିରୁ ରାଜମହଲ ପର୍ଯ୍ୟନ୍ତ ଥିବା ସମସ୍ତ ବ୍ୟବସାୟୀଙ୍କୁ ହାଟରେ ଥଇଥାନ କରିବା, ପରିବା ମାର୍କେଟକୁ ଭଗବାନପୁରକୁ ସ୍ଥାନାନ୍ତର କରିବା, ଅସ୍ଥାୟୀ ପ୍ଲାଷ୍ଟିକ ବଜାର, ଶୀତବସ୍ତ୍ର ବଜାର ବନ୍ଦ କରିବା ଆଦି ୧୦ଦଫା ଦାବି ନେଇ ମହାସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ତେବେ ଏ ସମ୍ପର୍କରେ ଖବର ପାଇବା ପରେ ସୋମବାର ବିଏମ୍‌ସି ଜେଡିସି ଓ ଡେପୁଟି କମିଶନର (ମାର୍କେଟ) ଅଶୋକ ଲେଙ୍କା ହାଟକୁ ଆସି ସଂଘ ସହିତ ଆଲୋଚନା କରିବା ସହ ସ୍ଥିତି ସମୀକ୍ଷା କରିଥିଲେ। ତେବେ ମହାସଂଘର ଦାବି ପୂରଣ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନ ଥିବାରୁ ୨୦ରୁ ହୋଲ୍‌ସେଲ ପରିବା ବିକ୍ରି ବନ୍ଦ ହେବ ବୋଲି ମହାସଂଘ ସଭାପତି କବିରାଜ ସ୍ବାଇଁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ହୋଲ୍‌ସେଲ ପରିବା ହାଟକୁ ପ୍ରତିଦିନ କୋଲକାତା, ବେଙ୍ଗାଲୁରୁ, ଆନ୍ଧ୍ରପ୍ରଦେଶ ଆଦି ବିଭିନ୍ନ ରାଜ୍ୟରୁ ୨୦୦ରୁ ଅଧିକ କଣ୍ଟେନର, ଟ୍ରକ୍‌ ଭଳି ବଡ ଗାଡ଼ିରେ ପରିବା ଆସେ। ଏଠାରୁ ହୋଲ୍‌ସେଲ୍‌ରେ କିଣି ଖୁଚୁରା ବ୍ୟବସାୟୀମାନେ ବିଭିନ୍ନ ଜିଲା ଓ ଅନ୍ୟ ସ୍ଥାନରେ ବିକ୍ରି କରିଥାନ୍ତି। ୫ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ପେଟପାଟଣା ଏହି ହାଟ ସହିତ ଜଡିତ ଅଛି। ମାତ୍ର ରାସ୍ତା ଜବରଦଖଲ ଯୋଗୁ ଗତ ୩ଦିନ ହେବ ପରିବା ହାଟକୁ ଗାଡି ଆସିପାରୁନାହିଁ। ମହାସଂଘ ବିପରୀତ ଦିଗରେ ଥିବା ଆବାସିକ ଅଞ୍ଚଳ ଦେଇ ଗାଡି ଆଣିବାକୁ ଚେଷ୍ଟା କରିବା ବେଳେ ସ୍ଥାନୀୟ ବାସିନ୍ଦା ବିରୋଧ କରୁଛନ୍ତି। ଫଳରେ ହାଟ ଭିତରକୁ ପରିବା ପଶିବା ଅସମ୍ଭବ ହୋଇପଡିଛି। ଏନେଇ ମହାସଂଘ ପକ୍ଷରୁ ବିଏମସି ଓ ପୋଲିସକୁ ଅବଗତ କରାଯାଇଥିଲେ ବି କୌଣସି ସୁଫଳ ମିଳିନାହିଁ। ହାଟ ବନ୍ଦ ହେଲେ ବାହାର ରାଜ୍ୟରୁ ଗାଡ଼ି ଆସିବ ନାହିଁ କିମ୍ବା ମାର୍କେଟରୁ ଅନ୍ୟ ଜିଲାକୁ ଗାଡ଼ି ଯିବ ନାହିଁ ବୋଲି ସ୍ବାଇଁ କହିଛନ୍ତି। ଅପରପକ୍ଷେ ଆନ୍ଦୋଳନ ନ କରିବାକୁ ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ ଅନୁରୋଧ କରିଛନ୍ତି। ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରାଯିବ। ମଙ୍ଗଳବାର ଆଉଥରେ ବ୍ୟବସାୟୀଙ୍କ ସହିତ ଆଲୋଚନା ହେବାର ଅଛି। ପୂଜା ଯେପରି ବନ୍ଦ ହେବନାହିଁ ଏବଂ ବ୍ୟବସାୟୀମାନେ ହଇରାଣ ହେବେନାହିଁ ସେଥିପ୍ରତି ଦୃଷ୍ଟି ଦିଆଯିବ। ହାଟ ବନ୍ଦ କରି ସାଧାରଣ ଲୋକଙ୍କୁ ହଇରାଣ କରିବା ଠିକ୍‌ ନୁହେଁ ବୋଲି କମିଶନର କହିଛନ୍ତି।
ସୂଚନାଯୋଗ୍ୟ, କିଛିଦିନ ତଳେ ବିଭିନ୍ନ ଦାବି ନେଇ ୟୁନିଟ-୧ ହାଟ ୮ଦିନ ଧରି ବନ୍ଦ ରହିଥିଲା। ଏଥିରେ ଲୋକମାନେ ନାହିଁ ନ ଥିବା ହଇରାଣ ହୋଇଥିଲେ। ଏବେ ରାଜଧାନୀ କଞ୍ଚା ପରିବା ବ୍ୟବସାୟୀ ମହାସଂଘ ଆନ୍ଦୋଳନକୁ ଓହ୍ଲାଇବାକୁ ଯାଉଥିବାରୁ ଖୁଚୁରା ପରିବା ବିକ୍ରେତା ଓ ଖାଉଟି ଆଶଙ୍କାରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?