ଓଡ଼ିଶାରେ ଜମିଲାଣି ଏନ୍‌ଆର୍‌ଆଇଙ୍କ ଭିଡ଼: ପ୍ରାକୃତିକ ସୌନ୍ଦର୍ଯ୍ୟର ନେଉଛନ୍ତି ମଜା

ଭୁବନେଶ୍ୱର,୭।୧: କାଲିଠୁ ଭୁବନେଶ୍ବରରେ ଆରମ୍ଭ ହେବ ପ୍ରବାସୀ ଭାରତୀୟ ସମ୍ମିଳନୀ। ଏନେଇ ଓଡ଼ିଶାରେ ଜମିଲାଣି ଏନ୍‌ଆର୍‌ଆଇଙ୍କ ଭିଡ଼ । ସାମିଲ ହେବେ ୭୦ ରାଷ୍ଟ୍ରରୁ ଆସିଥିବା ୪ ହଜାରରୁ ଅଧିକ ପ୍ରବାସୀ। ଏନେଇ ଚଳଚଞ୍ଚଳ ହୋଇପଡିଛି ରାଜଧାନୀ। ଏପରିକି ବିଦେଶରୁ ଆସିଥିବା ପ୍ରବାସୀ ଭାରତୀୟମାନେ ଭୁବନେଶ୍ୱରରେ ପହଞ୍ଚିବା ପରେ ପୁରୀ, କୋଣାର୍କ, ଚିଲିକାରେ ବୁଲିବା ଆରମ୍ଭ କରିଛନ୍ତି। ଅନ୍ୟପକ୍ଷେ କିଛି ପ୍ରବାସୀ ଭାରତୀୟ ଚିଲିକା ମଙ୍ଗଳାଯୋଡ଼ିରେ ପହଞ୍ଚି ଥିବା ଦେଖିବାକୁ ମିଳିଛି। ପ୍ରବାସୀ ଭାରତୀୟମାନେ ପ୍ରାୟ ୩୦ଟି ଡଙ୍ଗାରେ ମଙ୍ଗଳାଯୋଡ଼ିରେ ବୁଲିବା ସହ ପ୍ରକୃତିର ମଜା ନେଉଛନ୍ତି।

ଅନ୍ୟପକ୍ଷେ ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସୋମବାର ସନ୍ଧ୍ୟାରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସେ ସିଧାସଳଖ କୋଣାର୍କ ଯାଇଥିଲେ। କୋଣାର୍କ ଇକୋରିଟ୍ରିଟରେ ସେ ରାତ୍ରିଯାପନ କରିଥିଲେ। ମଙ୍ଗଳବାର ସକାଳେ ସେ କୋଣାର୍କ ପରିସର ବ୍ୟାଖାନ କେନ୍ଦ୍ର ବୁଲି ଦେଖୁଛନ୍ତି। ଏପରିକି କୋଣାର୍କ ସୂର୍ଯ୍ୟ ମନ୍ଦିର ସହ ପୁରୀ ଜଗନ୍ନାଥ ମନ୍ଦିର ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଭୁବନେଶ୍ୱର ଆସି ଧଉଳି ଶାନ୍ତିସ୍ତୂପ ପରିଦର୍ଶନ କରିବେ ବୋଲି ସୂଚନା ମିଳିଛି। ଏପରିକି ପ୍ରବାସୀ ଭାରତୀୟ ସମ୍ମିଳନୀ ନେଇ ଜୟଶଙ୍କର ଓଡ଼ିଶାରେ ଭବ୍ୟ ଭାବେ ‘ପ୍ରବାସୀ ଭାରତୀୟ ଦିବସ’ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ଅଗ୍ନିକାଣ୍ଡ: ୨ ପରିବାରର ଘର ଜଳି ପୋଡ଼ି ଛାରଖାର

କେନ୍ଦୁଝର,୧୬।୧ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ପୁରୁଣା ସହର ଶ୍ରୀ ବଳଦେବଜୀଉ ମନ୍ଦିର ନିକଟରେ ଅଗ୍ନିକାଣ୍ଡ ଘଟି ଦୁଇଟି ପରିବାରର ୭/୮ ଟି ଘର ଜଳି...

ସବୁଠି ଚାଲିଛି ମିଲର୍‌ଙ୍କ ରାଜୁତି, ମିଲର୍‌ଙ୍କ ମନମାନିକୁ ନେଇ ଜିଲା ଯୋଗାଣ ବିଭାଗ ନିକଟରେ ଦ୍ୱାରସ୍ଥ ହେଲେ ଚାଷୀ

ଛତ୍ରପୁର,୧୬।୧(ଦିଲ୍ଲୀପ ସାମଲ): ଏବେ ସବୁଠି ମିଲର୍‌ଙ୍କ ମନମାନିକୁ ନେଇ ଚାଷୀଙ୍କ ଅଭିଯୋଗ। କେଉଁଠି ମିଲର ୭୫ କେଜି ଧାନ ବସ୍ତାରେ ୭୯ କେଜି ମାଗୁଛନ୍ତି ତ...

ଶୁକ୍ରବାରଠାରୁ ଶିମିଳିପାଳ ଜଗିବେ ପୋଲିସ ଫୋର୍ସ, କଳାବାଘ ହତ୍ୟା ପରେ ତପ୍ତର ପ୍ରଶାସନ

ବାରିପଦା,୧୬।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳରେ ଶୁକ୍ରବାରଠାରୁ ନିୟୋଜିତ ହେବେ ପୋଲିସ ଫୋର୍ସ। ପ୍ରାଥମିକ ପର୍ଯ୍ୟାୟରେ ୧ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଜଏଣ୍ଟ ଟାସ୍କଫୋର୍ସ ସହ...

ଜଙ୍ଗଲ ସୁରକ୍ଷା ନେଇ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ

ପାପଡ଼ାହାଣ୍ଡି,୧୬।୧(ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଜଟାବାଲ ଫୋରେଷ୍ଟ ଅଧୀନ ବତାସର ପ୍ରସ୍ତାବିତ ଜଙ୍ଗଲରେ ଗୁରୁବାର ଜଙ୍ଗଲ ସୁରକ୍ଷା ନେଇ ଏକ ବୈଠକ ଅନୁଷ୍ଠିତ...

ଧନୁଯାତ୍ରା ଦେଖିବାକୁ ଯାଇ ଗଣବଳାତ୍କାରର ଶିକାର! ଏଯାଏ ଧରାପଡିନାହାନ୍ତି ଅଭିଯୁକ୍ତ, ଉଦ୍‌ବେଗ ପ୍ରକାଶ କଲେ ମହିଳା ସମିତି

ବରଗଡ଼,୧୬।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ଦେଖିବାକୁ ଆସିଥିବା ଜଣେ ଯୁବତୀ ନିଖୋଜ ହୋଇଯିବା ଏବଂ ଘଟଣାର ୪୮ଘଣ୍ଟା ପରେ ବରଗଡ଼ ସହର ଉପକଣ୍ଠ କୁର୍ଲା...

ପାଣି ହଣ୍ଡାରେ ପଡ଼ିଗଲେ ୨ ବର୍ଷର ଶିଶୁକନ୍ୟା, ତା’ପରେ…

ଝରିଗାଁ,୧୬।୧(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅଧୀନ ଏକମ୍ବା- ଖ ପଞ୍ଚାୟତ ସଦର ମହକୁମାରେ ବୁଧବାର ଏକ ଅଘଟଣ ଘଟିଛି। ପାଣି ଭର୍ତ୍ତି...

ଯୋଗ୍ଯ ରାସନ କାର୍ଡ ହିତାଧିକାରୀମାନେ ଇ-କେୱାଇସି କରିବା ଜରୁରୀ,ଆସିଲା ନୂଆ ସୂଚନା

ଭୁବନେଶ୍ୱର,୧୬।୧: ରାଜ୍ୟର ଯୋଗ୍ଯ ରାସନ କାର୍ଡ ହିତାଧିକାରୀମାନେ ସେମାନଙ୍କ ଆଧାରକାର୍ଡ ଇ-କେୱାଇସି କରିବା ଜରୁରୀ ଅଟେ। ଇ-କେୱାଇସି କରିଥିବାର ସଦ୍ୟତମ ସ୍ଥିତି ବିଷୟରେ ଜାଣିବା ପାଇଁ...

ବାଇକରେ ଗଞ୍ଜେଇ ନେଇ ଯାଉଥିଲେ ନାବାଳକ, ଧରିଲା ପୋଲିସ

ଦିଗପହଣ୍ଡି,୧୬।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଗୁରୁବାର ସାରେ ବାଇକ ସହ ଗଞ୍ଜେଇ ଜବତ କରିଛି। ପୋଲିସ ଟିମ ୩୨୬ ନଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri