Posted inଫୁରସତ

ଆଣ୍ଟାର୍କଟିକାର ବରଫାବୃତ ଅଞ୍ଚଳକୁ ଏକା ପାର କରିବେ

ଲଣ୍ଡନ: ଲୋକେ ନଁା କରିବାକୁ ବିଭିନ୍ନ ସ୍ତରକୁ ଯାଇପାରନ୍ତି। ତେବେ ବ୍ରିଟେନର ଜଣେ ବ୍ୟକ୍ତି ନିଜକୁ ଲୌହମାନବ ପ୍ରମାଣିତ କରିବାକୁ ଉଦ୍ୟମ ଚଳାଇଛନ୍ତି। ସେ ପ୍ରାୟତଃ ଏକ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିବାକୁ ପଣ କରିଛନ୍ତି। ସେ ଦୁନିଆର ସବୁଠୁ ଥଣ୍ଡା ସ୍ଥାନ ଅର୍ଥାତ୍‌ ଆଣ୍ଟାର୍କଟିକାର ବରଫାବୃତ୍ତ ଅଞ୍ଚଳକୁ ଏକା ଅତିକ୍ରମ କରିବାକୁ ଯାଉଛନ୍ତି। ଏହି ଯାତ୍ରା ତାଙ୍କ ପାଇଁ ବହୁତ ସଂଘର୍ଷମୟ ହେବ। ରିପୋର୍ଟ ମୁତାବକ, ବ୍ରିଟେନ ଡିଭୋନର ବାସିନ୍ଦା ୩୪ ବର୍ଷୀୟ ଶାମ୍‌ କକ୍ସ ଆସନ୍ତା ମାସରେ ଆଣ୍ଟାର୍କଟିକାର ବରଫାବୃତ୍ତ ଅଞ୍ଚଳକୁ ପାର ପାଇଁ ଯାତ୍ରା ଆରମ୍ଭ କରିବେ। ତାଙ୍କର ଏହି ଯାତ୍ରା ପ୍ରାୟ ୨ ହଜାର କି.ମି. ହେବ। ଯଦି ସେ ତାଙ୍କ ଯାତ୍ରାରେ ସଫଳ ହୋଇଯିବେ ତେବେ ସେ ଏରନେଷ୍ଟ ସାକଲେଟନ୍‌, ଡଗଲାସ ମଉସନ ଏବଂ ଲଉ ରୁଡ୍‌ଙ୍କ ଭଳି ଆଣ୍ଟାର୍କଟିକା ପାର୍‌ କରିଥିବା ବ୍ୟକ୍ତିଙ୍କ ରେକର୍ଡର ସମକକ୍ଷ ହେବେ। ହେଲେ ଏହି ଯାତ୍ରା ତାଙ୍କ ପାଇଁ ବହୁତ କଷ୍ଟକର ହେବ। ତାଙ୍କୁ ବିଯୁକ୍ତ ୫୦ ଡିଗ୍ରୀ ସେଲ୍‌ସିୟସ୍‌ରେ ଯାତ୍ରା କରିବାକୁ ପଡ଼ିବ। ସେ ତାଙ୍କ ସହିତ କେବଳ ତାଙ୍କ ଜରୁରୀ ଜିନିଷ ନେଇ ଯାଇପାରିବେ। ସେ ଆଣ୍ଟାର୍କଟିକାର ବର୍କନର ଦ୍ୱୀପରୁ ତାଙ୍କ ଯାତ୍ରା ଆରମ୍ଭ କରିବେ। ପରେ ସେ ଦକ୍ଷିଣ ଅକ୍ଷାଂଶକୁ ଯିବେ। ସେଠାରୁ ସେ ତାଙ୍କ ଲକ୍ଷ୍ୟସ୍ଥଳ ବେସ୍‌ ଅଫ୍‌ ଦି ରେଡି ଗ୍ଲାସିୟର୍‌ ଆଡ଼କୁ ଯାତ୍ରା ଆରମ୍ଭ କରିବେ। ସେ ଏହି ଯାତ୍ରା ପାଇଁ ନିଜକୁ ଫିଟ୍‌ ରଖିବା ସହ ଟ୍ରେନିଂ ମଧ୍ୟ ନେଉଛନ୍ତି। ୨୦୧୬ରେ ବ୍ରିଟିଶ ଏକ୍ସପ୍ଲୋରର୍‌ ହେଲ୍‌ରୀ ଓର୍ସଲେ ପ୍ରଥମ ବ୍ୟକ୍ତି ଭାବେ ଆଣ୍ଟାର୍କଟିକାର ଏହି ବରଫାବୃତ୍ତ ଅଞ୍ଚଳକୁ ଏକା ପାର କରିବାରେ ସକ୍ଷମ ହୋଇଥିଲେ। ସେ ୯୧୩ ମାଇଲ ରାସ୍ତା ଯିବା ପରେ ଇନ୍ଦ୍ରୀୟ ନଷ୍ଟ ହୋଇଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ମୃତ ରାମା ରାଓଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୩ା୧୦(ଅନାଥ ତରାଇ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଗୋଖୁରଗୁଦା ଗ୍ରାମର ଡବ୍ଲ୍ୟୁ ରାମା ରାଓଙ୍କର ତିରୁପତିଠାରେ କାର୍ଯ୍ୟରତ ଥିବା ସମୟରେ ଏକ ସଡ଼କ ଦୁର୍ଘଟଣାରେ ଅକାଳ…

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

୧୨ ଅକ୍ଟୋବରରୁ ୩ ରାଶି ମାଲାମାଲ! ବିଶାଖା ନକ୍ଷତ୍ରରେ ବୁଧଙ୍କ ଚଳନ, ଚମକିବ ଆପଣଙ୍କ ଭାଗ୍ୟ?

ବୈଦିକ ଜ୍ୟୋତିଷରେ ବୁଧଙ୍କୁ “ଗ୍ରହମାନଙ୍କ ରାଜକୁମାର” ବୋଲି କୁହାଯାଏ। ବୁଧ ହେଉଛନ୍ତି ବୁଦ୍ଧି, ବାଣୀ, ତର୍କ ଏବଂ ବ୍ୟବସାୟର କାରକ ଗ୍ରହ। ବର୍ତ୍ତମାନ ବୁଧ ତାଙ୍କ ମିତ୍ର…

ଏସୀୟ କ୍ରୀଡ଼ା: ବିଶ୍ୱର ଏକ ନମ୍ବର କୁସ୍ତିଯୋଦ୍ଧାଙ୍କୁ ପରାସ୍ତ କରି ଭାରତ ପାଇଁ ୨୦ତମ ସ୍ବର୍ଣ୍ଣ ପଦକ ଜିତିଲେ ଅମନ ସେହରାୱତ

ନୂଆଦିଲ୍ଲୀ,୩।୧୦: ଅମନ ସେହରାୱତ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ପୁରୁଷ ୫୭ କିଲୋଗ୍ରାମ ବର୍ଗର ଫାଇନାଲ ମୁକାବିଲାରେ ବିଶ୍ୱର ଏକ ନମ୍ବର କୁସ୍ତିଯୋଦ୍ଧାଙ୍କୁ ପରାସ୍ତ କରିଛନ୍ତି। ଏହି…

ପାର୍ବଣକୁ ନେଇ ଆନନ୍ଦପୁରରେ କଡ଼ା ସୁରକ୍ଷା: ନାକା ଡ୍ୟୁଟିରେ ପୋଲିସଙ୍କ ସହ ସାମିଲ ହେଲେ ଉପଜିଲାପାଳ

ବଞ୍ଚୋ, ୩/୧୦ (ପ୍ରଦୋଷ ବିଶ୍ୱାଳ): ପାର୍ବଣ ଋତୁ ଆରମ୍ଭ ହୋଇଥିବାରୁ ଆନନ୍ଦପୁର ଅଞ୍ଚଳରେ ଶାନ୍ତିଶୃଙ୍ଖଳା ଓ ସୁରକ୍ଷା ବଜାୟ ରଖିବା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା…

‘ମାତୃଭୂମି’କୁ ମିଳିଲା ଗ୍ରୀନ ସିଗ୍‌ନାଲ: ଏବେ ସଲମାନ…

ମୁମ୍ବାଇ,୩।୧୦: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଗାମୀ ୱାର୍‌-ଡ୍ରାମା ଫିଲ୍ମ ନେଇ ଆସିଛି ଖୁସି ଖବର। ଦୀର୍ଘଦିନ ଧରି ରିଲିଜକୁ ନେଇ ଚାଲିଥିବା ଅନିଶ୍ଚିତତା ମଧ୍ୟରେ ଫିଲ୍ମକୁ…

ଦୁର୍ଘଟଣାରେ ମୃତ ଅନିଲଙ୍କ ପରିବାରକୁ ମିଳିଲା ୪ ଲକ୍ଷ ଟଙ୍କାର ସହାୟତା

ଗଞ୍ଜାମ, ୩/୧୦ (ଅନାଥ ତରାଇ): ଦୁର୍ଘଟଣାରେ ଅକାଳରେ ପ୍ରାଣ ହରାଇଥିବା ଗଞ୍ଜାମ ଏନ୍‌ଏସି ସାମନ୍ତରା ସାହିର ଅନିଲ ମହାପାତ୍ରଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ୪ ଲକ୍ଷ…

ଅଭିଷେକ କିମ୍ବା ତିଲକ ନୁହଁନ୍ତି, ଏହି ଦୁଇ ବୋଲର୍‌ ଟିମ ଇଣ୍ଡିଆକୁ ଦେଲେ ସ୍ବର୍ଣ୍ଣ ପଦକ, ନାମ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୩।୧୦: ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ପାକିସ୍ତାନକୁ ୧୯ ରନରେ ପରାସ୍ତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?