ଫସଲ ବୀମା ଯୋଜନା

ଭୁବନେଶ୍ୱର,୧୧ା୧୧(ବ୍ୟୁରେ): ପ୍ରଧାନମନ୍ତ୍ରୀ ଫସଲବୀମାକୁ ନେଇ ଭାଜପା ଓ ବିଜେଡି ପରସ୍ପର ଉପରେ ଦୋଷ ଲଦିଛନ୍ତି। ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି ନିର୍ବାଚନ ଆସିଲେ ଶାସକ ବିଜେଡିକୁ ରାଜ୍ୟବାସୀଙ୍କ ସ୍ବାର୍ଥ କଥା ମନେପଡ଼େ। ନିର୍ବାଚନ ବୈତରଣୀ ପାରି ହେବା ପାଇଁ
କେତେବେଳେ ମହିଳା ତ ଆଉ କେତେବେଳେ କୃଷକଙ୍କୁ ମୋହରା କରି ଶାସକ ଦଳ ବାରମ୍ବାର ପ୍ରତାରଣା କରିଆସିଛି। ରାଜ୍ୟ ସରକାର ନିଜ ଚାଷୀମାରଣ ନୀତିରୁ ନଜର ହଟାଇବା ପାଇଁ ପୁଣି ଥରେ ଫସଲ ବୀମାର ଡ୍ରାମାବାଜି ଆରମ୍ଭ କରିଦେଇଛନ୍ତି। ବୀମା କମ୍ପାନୀ ଓ ରାଜ୍ୟ ସରକାରଙ୍କ ମଧୁଚନ୍ଦ୍ରିକା କାରଣରୁ ଲକ୍ଷ ଲକ୍ଷ ଚାଷୀ ଯେତେବେଳେ ନିଜ ନ୍ୟାଯ୍ୟ ହକ୍‌ ‘ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା’ ପାଇବାରୁ ବଞ୍ଚିତ ହୋଇଛନ୍ତି, ସେତେବେଳେ ନିଜ ଉପରୁ ଦୋଷ ଖସାଇ କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦି ଦେବାର ଅପପ୍ରୟାସ ଆରମ୍ଭ କରାଯାଇଛି। କେନ୍ଦ୍ର ସରକାରଙ୍କ ତାଗିଦ୍‌ ପରେ ବୀମା କମ୍ପାନୀମାନେ ଯେତେବେଳେ ବୀମା ଟଙ୍କା ଦେବାର ଆରମ୍ଭ କରିଛନ୍ତି, ସେତେବେଳେ ଶାସକ ଦଳ ବାହାବା ନେବା ଆରମ୍ଭ କରିଦେଇଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ୨୦୨୦ ମସିହାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ନିର୍ଦ୍ଦେଶାବଳୀ ଦିଆଯାଇଥିଲା। ଏହି ନିର୍ଦ୍ଦେଶ ଅନୁସାରେ ସମସ୍ତ ରାଜ୍ୟ ନିଜ ରାଜ୍ୟର କୃଷି ବିଭାଗ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟ ବୈଷୟିକ ପରାମର୍ଶଦାତା କମିଟି (ଏସ୍‌ଟିଏସି) ଗଠନ କରିବେ। ଏହି କମିଟିର କ୍ଷୟକ୍ଷତି ଆକଳନ ଓ ସୁପାରିସ ଅନୁଯାୟୀ ଚାଷୀମାନଙ୍କୁ ବୀମା ଅର୍ଥ ପ୍ରଦାନ କରାଯିବ। ମାତ୍ର ଓଡ଼ିଶା ସରକାର ଏଭଳି କମିଟି ଗଠନ ନ କରି ନିଜ ଇଚ୍ଛାନୁଯାୟୀ କୃଷି ବିଭାଗ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ। ଦୀର୍ଘ ୨ ବର୍ଷ ଧରି ଠିକ୍‌ କମିଟି ଗଠନ କରି ନ ଥିବା ରାଜ୍ୟ ସରକାର ବାଧ୍ୟ ହୋଇ ଶେଷରେ ଗତ ସେପ୍ଟେମ୍ବରରେ ଏହି କମିଟି ଗଠନ କରିଥିଲେ। ବୈଜ୍ଞାନିକ ଭିତ୍ତିରେ ଫସଲ କାଟ ପରୀକ୍ଷଣ ହୋଇ ନଥିବାରୁ କୃଷକମାନଙ୍କ ବୀମା ଦାବିକୁ ସମ୍ପୂର୍ଣ୍ଣ ରୂପେ ଗ୍ରହଣ କରାଯାଇ ନାହିଁ। ପ୍ରାକୃତିକ ବିପଯର୍‌ୟୟ ପରିସ୍ଥିତିରେ ଚାଷୀମାନଙ୍କ ଫସଲ ନଷ୍ଟର ବିବରଣୀ ଅତ୍ୟନ୍ତ ଖାମଖିଆଲି ଓ ବେପରୁଆ ହୋଇଥିବା ବେଳେ ପ୍ରକୃତ ଫସଲ ନଷ୍ଟ ସହ ଏହାର କୌଣସି ସମ୍ପର୍କ ନାହିଁ ବୋଲି ମହାଲାନୋବିସ୍‌ ଜାତୀୟ ଫସଲ ପୂର୍ବାନୁମାନ କେନ୍ଦ୍ର (ଏମ୍‌ଏନସିଏଫ୍‌ସି) ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ରହିଛି। ଯାହାକି ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଏବଂ ଯୋଜନା ଓ ସମନ୍ବୟ (ଅର୍ଥନୀତି ଏବଂ ପରିସଂଖ୍ୟାନ) ତଥା ବିଭାଗୀୟ ମନ୍ତ୍ରୀଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବାବେଳେ ବାସ୍ତବରେ ଓଡ଼ିଶା ଚାଷୀଙ୍କ ପାଇଁ ଶାସକ ଦଳ ପ୍ରତିବନ୍ଧକ ସାଜିଛି ବୋଲି ପୁରୋହିତ କହିଛନ୍ତି। ଚାଷୀକୁଳ ସ୍ବାର୍ଥ ବିରୋଧୀ ଏବଂ ବୀମା କମ୍ପାନୀ ସ୍ବାର୍ଥ ପାଇଁ କାର୍ଯ୍ୟରତ ଶାସକ ବିଜୁ ଜନତା ଦଳର ଅସଲ ଚେହେରା ସାମ୍ନାକୁ ଆସିଯାଇଛି। ଆଗାମୀ ଦିନରେ ସମଗ୍ର ଚାଷୀକୁଳ ଏକାଠି ହୋଇ ଶାସକ ବିଜେଡିକୁ ଉଚିତ ଜବାବ ଦେବେ ବୋଲି ପୁରୋହିତ କହିଛନ୍ତି।
ଅନ୍ୟପକ୍ଷରେ ଭାଜପା ପକ୍ଷରୁ କରାଯାଇଥିବା ଅଭିଯୋଗ ଉପରେ ବିଜେଡି ପ୍ରତିକ୍ରିୟା ପ୍ରକାଶ କରିଛି। ବରଗଡ ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟ କହିଛନ୍ତି ଯେ ଫସଲବୀମା ଯୋଜନାର ପ୍ରଥମ ଅକ୍ଷରରୁ ହିଁ ଏହା କେନ୍ଦ୍ରର ବୋଲି ସ୍ପଷ୍ଟ। ଯୋଜନାର ବିଫଳତାକୁ ଲୁଚାଇବାକୁ ଭାଜପା ଚେଷ୍ଟା କରୁଛି। ତୁରନ୍ତ ବୀମା ଅର୍ଥ ନ ପାଇଲେ ପଶ୍ଚିମ ଓଡ଼ିଶାର ଚାଷୀ ଭାଜପାକୁ କ୍ଷମା କରିବେନି।
ଯେତେବେଳେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଆରମ୍ଭ ହୋଇଥିଲା, ସେତେବେଳେ ଭାଜପା ଦାବି କରିଥିଲା ଯେ ସେମାନେ ଚାଷୀଙ୍କ ପାଇଁ ବହୁତ ଭଲ କାମ କରିଛନ୍ତି। ବର୍ତ୍ତମାନ ଏହା ବିଫଳ ହେବା ପରେ ସେମାନେ କାହିଁକି ଦୋଷ ଲୁଚାଇ ରାଜ୍ୟ ସରକାରଙ୍କ ଉପରକୁ ଏହାକୁ ଠେଲିବାକୁ ଚେଷ୍ଟା କରୁଛନ୍ତି ବୋଲି ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି। କେନ୍ଦ୍ରରେ କ୍ଷମତାରେ ଥିବା ଭାଜପା ସରକାରଙ୍କ ଦ୍ୱାରା ବୀମା କମ୍ପାନୀଗୁଡିକୁ ହଜାର ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି। ଏବେ ପଶ୍ଚିମ ଓଡ଼ିଶାର ଲକ୍ଷ ଲକ୍ଷ କୃଷକଙ୍କ ସ୍ବାର୍ଥକୁ ଜଳାଞ୍ଜଳି ଦେଇ ବୀମା କମ୍ପାନୀଗୁଡ଼ିକୁ ସୁରକ୍ଷା ଦେବାକୁ ଭାଜପା ଚେଷ୍ଟା କରୁଛି। ପଶ୍ଚିମ ଓଡ଼ିଶାର ନିରୀହ ଚାଷୀଙ୍କୁ ମିଛ କହିବା ବନ୍ଦ କରିବା ଦରକାର। କେନ୍ଦ୍ରରେ ଥିବା ଭାଜପା ସରକାର ପଶ୍ଚିମ ଓଡ଼ିଶାର କୃଷକମାନଙ୍କୁ ପଡ଼ିରହିଥିବା ସେମାନଙ୍କ ବୀମା ଅର୍ଥ ରାଶି ଶୀଘ୍ର ପ୍ରଦାନ କରନ୍ତୁ। ନଚେତ୍‌ ଲକ୍ଷ ଲକ୍ଷ ଚାଷୀ ଏହି ମିଛ ତଥା ଶୋଷଣ ପାଇଁ ଭାଜପାକୁ ଆଦୌ କ୍ଷମା କରିବେ ନାହିଁ ବୋଲି ଆଚାର୍ଯ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri