ଫସଲ ବୀମା ଯୋଜନା

ଭୁବନେଶ୍ୱର,୧୧ା୧୧(ବ୍ୟୁରେ): ପ୍ରଧାନମନ୍ତ୍ରୀ ଫସଲବୀମାକୁ ନେଇ ଭାଜପା ଓ ବିଜେଡି ପରସ୍ପର ଉପରେ ଦୋଷ ଲଦିଛନ୍ତି। ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି ନିର୍ବାଚନ ଆସିଲେ ଶାସକ ବିଜେଡିକୁ ରାଜ୍ୟବାସୀଙ୍କ ସ୍ବାର୍ଥ କଥା ମନେପଡ଼େ। ନିର୍ବାଚନ ବୈତରଣୀ ପାରି ହେବା ପାଇଁ
କେତେବେଳେ ମହିଳା ତ ଆଉ କେତେବେଳେ କୃଷକଙ୍କୁ ମୋହରା କରି ଶାସକ ଦଳ ବାରମ୍ବାର ପ୍ରତାରଣା କରିଆସିଛି। ରାଜ୍ୟ ସରକାର ନିଜ ଚାଷୀମାରଣ ନୀତିରୁ ନଜର ହଟାଇବା ପାଇଁ ପୁଣି ଥରେ ଫସଲ ବୀମାର ଡ୍ରାମାବାଜି ଆରମ୍ଭ କରିଦେଇଛନ୍ତି। ବୀମା କମ୍ପାନୀ ଓ ରାଜ୍ୟ ସରକାରଙ୍କ ମଧୁଚନ୍ଦ୍ରିକା କାରଣରୁ ଲକ୍ଷ ଲକ୍ଷ ଚାଷୀ ଯେତେବେଳେ ନିଜ ନ୍ୟାଯ୍ୟ ହକ୍‌ ‘ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା’ ପାଇବାରୁ ବଞ୍ଚିତ ହୋଇଛନ୍ତି, ସେତେବେଳେ ନିଜ ଉପରୁ ଦୋଷ ଖସାଇ କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦି ଦେବାର ଅପପ୍ରୟାସ ଆରମ୍ଭ କରାଯାଇଛି। କେନ୍ଦ୍ର ସରକାରଙ୍କ ତାଗିଦ୍‌ ପରେ ବୀମା କମ୍ପାନୀମାନେ ଯେତେବେଳେ ବୀମା ଟଙ୍କା ଦେବାର ଆରମ୍ଭ କରିଛନ୍ତି, ସେତେବେଳେ ଶାସକ ଦଳ ବାହାବା ନେବା ଆରମ୍ଭ କରିଦେଇଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ୨୦୨୦ ମସିହାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ନିର୍ଦ୍ଦେଶାବଳୀ ଦିଆଯାଇଥିଲା। ଏହି ନିର୍ଦ୍ଦେଶ ଅନୁସାରେ ସମସ୍ତ ରାଜ୍ୟ ନିଜ ରାଜ୍ୟର କୃଷି ବିଭାଗ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟ ବୈଷୟିକ ପରାମର୍ଶଦାତା କମିଟି (ଏସ୍‌ଟିଏସି) ଗଠନ କରିବେ। ଏହି କମିଟିର କ୍ଷୟକ୍ଷତି ଆକଳନ ଓ ସୁପାରିସ ଅନୁଯାୟୀ ଚାଷୀମାନଙ୍କୁ ବୀମା ଅର୍ଥ ପ୍ରଦାନ କରାଯିବ। ମାତ୍ର ଓଡ଼ିଶା ସରକାର ଏଭଳି କମିଟି ଗଠନ ନ କରି ନିଜ ଇଚ୍ଛାନୁଯାୟୀ କୃଷି ବିଭାଗ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ। ଦୀର୍ଘ ୨ ବର୍ଷ ଧରି ଠିକ୍‌ କମିଟି ଗଠନ କରି ନ ଥିବା ରାଜ୍ୟ ସରକାର ବାଧ୍ୟ ହୋଇ ଶେଷରେ ଗତ ସେପ୍ଟେମ୍ବରରେ ଏହି କମିଟି ଗଠନ କରିଥିଲେ। ବୈଜ୍ଞାନିକ ଭିତ୍ତିରେ ଫସଲ କାଟ ପରୀକ୍ଷଣ ହୋଇ ନଥିବାରୁ କୃଷକମାନଙ୍କ ବୀମା ଦାବିକୁ ସମ୍ପୂର୍ଣ୍ଣ ରୂପେ ଗ୍ରହଣ କରାଯାଇ ନାହିଁ। ପ୍ରାକୃତିକ ବିପଯର୍‌ୟୟ ପରିସ୍ଥିତିରେ ଚାଷୀମାନଙ୍କ ଫସଲ ନଷ୍ଟର ବିବରଣୀ ଅତ୍ୟନ୍ତ ଖାମଖିଆଲି ଓ ବେପରୁଆ ହୋଇଥିବା ବେଳେ ପ୍ରକୃତ ଫସଲ ନଷ୍ଟ ସହ ଏହାର କୌଣସି ସମ୍ପର୍କ ନାହିଁ ବୋଲି ମହାଲାନୋବିସ୍‌ ଜାତୀୟ ଫସଲ ପୂର୍ବାନୁମାନ କେନ୍ଦ୍ର (ଏମ୍‌ଏନସିଏଫ୍‌ସି) ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ରହିଛି। ଯାହାକି ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଏବଂ ଯୋଜନା ଓ ସମନ୍ବୟ (ଅର୍ଥନୀତି ଏବଂ ପରିସଂଖ୍ୟାନ) ତଥା ବିଭାଗୀୟ ମନ୍ତ୍ରୀଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବାବେଳେ ବାସ୍ତବରେ ଓଡ଼ିଶା ଚାଷୀଙ୍କ ପାଇଁ ଶାସକ ଦଳ ପ୍ରତିବନ୍ଧକ ସାଜିଛି ବୋଲି ପୁରୋହିତ କହିଛନ୍ତି। ଚାଷୀକୁଳ ସ୍ବାର୍ଥ ବିରୋଧୀ ଏବଂ ବୀମା କମ୍ପାନୀ ସ୍ବାର୍ଥ ପାଇଁ କାର୍ଯ୍ୟରତ ଶାସକ ବିଜୁ ଜନତା ଦଳର ଅସଲ ଚେହେରା ସାମ୍ନାକୁ ଆସିଯାଇଛି। ଆଗାମୀ ଦିନରେ ସମଗ୍ର ଚାଷୀକୁଳ ଏକାଠି ହୋଇ ଶାସକ ବିଜେଡିକୁ ଉଚିତ ଜବାବ ଦେବେ ବୋଲି ପୁରୋହିତ କହିଛନ୍ତି।
ଅନ୍ୟପକ୍ଷରେ ଭାଜପା ପକ୍ଷରୁ କରାଯାଇଥିବା ଅଭିଯୋଗ ଉପରେ ବିଜେଡି ପ୍ରତିକ୍ରିୟା ପ୍ରକାଶ କରିଛି। ବରଗଡ ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟ କହିଛନ୍ତି ଯେ ଫସଲବୀମା ଯୋଜନାର ପ୍ରଥମ ଅକ୍ଷରରୁ ହିଁ ଏହା କେନ୍ଦ୍ରର ବୋଲି ସ୍ପଷ୍ଟ। ଯୋଜନାର ବିଫଳତାକୁ ଲୁଚାଇବାକୁ ଭାଜପା ଚେଷ୍ଟା କରୁଛି। ତୁରନ୍ତ ବୀମା ଅର୍ଥ ନ ପାଇଲେ ପଶ୍ଚିମ ଓଡ଼ିଶାର ଚାଷୀ ଭାଜପାକୁ କ୍ଷମା କରିବେନି।
ଯେତେବେଳେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଆରମ୍ଭ ହୋଇଥିଲା, ସେତେବେଳେ ଭାଜପା ଦାବି କରିଥିଲା ଯେ ସେମାନେ ଚାଷୀଙ୍କ ପାଇଁ ବହୁତ ଭଲ କାମ କରିଛନ୍ତି। ବର୍ତ୍ତମାନ ଏହା ବିଫଳ ହେବା ପରେ ସେମାନେ କାହିଁକି ଦୋଷ ଲୁଚାଇ ରାଜ୍ୟ ସରକାରଙ୍କ ଉପରକୁ ଏହାକୁ ଠେଲିବାକୁ ଚେଷ୍ଟା କରୁଛନ୍ତି ବୋଲି ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି। କେନ୍ଦ୍ରରେ କ୍ଷମତାରେ ଥିବା ଭାଜପା ସରକାରଙ୍କ ଦ୍ୱାରା ବୀମା କମ୍ପାନୀଗୁଡିକୁ ହଜାର ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି। ଏବେ ପଶ୍ଚିମ ଓଡ଼ିଶାର ଲକ୍ଷ ଲକ୍ଷ କୃଷକଙ୍କ ସ୍ବାର୍ଥକୁ ଜଳାଞ୍ଜଳି ଦେଇ ବୀମା କମ୍ପାନୀଗୁଡ଼ିକୁ ସୁରକ୍ଷା ଦେବାକୁ ଭାଜପା ଚେଷ୍ଟା କରୁଛି। ପଶ୍ଚିମ ଓଡ଼ିଶାର ନିରୀହ ଚାଷୀଙ୍କୁ ମିଛ କହିବା ବନ୍ଦ କରିବା ଦରକାର। କେନ୍ଦ୍ରରେ ଥିବା ଭାଜପା ସରକାର ପଶ୍ଚିମ ଓଡ଼ିଶାର କୃଷକମାନଙ୍କୁ ପଡ଼ିରହିଥିବା ସେମାନଙ୍କ ବୀମା ଅର୍ଥ ରାଶି ଶୀଘ୍ର ପ୍ରଦାନ କରନ୍ତୁ। ନଚେତ୍‌ ଲକ୍ଷ ଲକ୍ଷ ଚାଷୀ ଏହି ମିଛ ତଥା ଶୋଷଣ ପାଇଁ ଭାଜପାକୁ ଆଦୌ କ୍ଷମା କରିବେ ନାହିଁ ବୋଲି ଆଚାର୍ଯ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫୮ ବର୍ଷ ପରେ ନବରାତ୍ରୀରେ ଦୁର୍ଲଭ ମହାସଂଯୋଗ: ଫିଟିବ ଏହି ୩ ରାଶିର ଭାଗ୍ୟ, ଧନ ବର୍ଷା ସହ ମିଳିବ ବଡ଼ ଚାକିରିର ଅଫର୍‌

୧୧ ଅକ୍ଟୋବର ୨୦୨୬ରୁ ଶାରଦୀୟ ନବରାତ୍ରୀ ଆରମ୍ଭ ହେବାକୁ ଯାଉଛି, ଯାହାକୁ ଏଥର ବେଶ ଖାସ ବୋଲି ଧରାଯାଉଛି। ପ୍ରକୃତରେ, ବହୁ ବର୍ଷ ପରେ ନବରାତ୍ରୀ ସମୟରେ…

କେତେ ସମ୍ପତ୍ତିର ମାଲିକ ରାହୁଲ ଗାନ୍ଧୀ? କେବଳ ଅଫିସର ଦାମ ୯ କୋଟି! ଜାଣନ୍ତୁ ନେଟଓ଼୍ବର୍ଥ

ନୂଆଦିଲ୍ଲୀ,୭।୧୦: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରାୟତଃ ନିଜର ରାଜନୈତିକ ନିଷ୍ପତ୍ତି ଏବଂ ସରକାରଙ୍କ ବିରୋଧରେ ଦେଉଥିବା ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି।…

ବିକଶିତ ଓଡ଼ିଶା ଗଠନରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ, ଡବଲ୍‌ ଇଞ୍ଜିନ ସରକାରରେ…

ଖୋର୍ଦ୍ଧା,୭।୧୦(ପ୍ରଭାତ ପାଣିଗ୍ରାହୀ): ‘ବିକଶିତ ଭାରତ’ ସହ ‘ବିକଶିତ ଓଡ଼ିଶା’ ଗଠନ ପ୍ରକ୍ରିୟାରେ ସମସ୍ତ ନାଗରିକ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ…

ବିରାଟଙ୍କୁ ବଡ଼ ଝଟକା, ଶୂନ୍ୟ ରନରେ ଆଉଟ ହେବା ପରେ ତଳକୁ ଖସି ଆସିଛନ୍ତି କୋହଲି, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୭।୧୦: ଭାରତର ଷ୍ଟାର୍‌ ବ୍ୟାଟର ବିରାଟ କୋହଲିଙ୍କୁ ନିକଟରେ ୱେଷ୍ଟଇଣ୍ଡିଜ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଖେଳୁଥିବାର ଦେଖିବାକୁ ମିଳିଥିଲା। କୋହଲି ପ୍ରଥମ ମ୍ୟାଚରେ…

ନବରାତ୍ରୀ ଆରମ୍ଭରୁ ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରଚୁର ଧନବର୍ଷା ସହ ଘରକୁ ଆସିବ ଖୁସି ଖବର

ଶାରଦୀୟ ନବରାତ୍ରୀର ପବିତ୍ର ପର୍ୱ ୧୧ ଅକ୍ଟୋବର, ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି। ନବରାତ୍ରୀର ପ୍ରଥମ ଦିନରେ ଆଶ୍ୱିନ ଶୁକ୍ଳ ପ୍ରତିପଦା ତିଥିରେ କଳସ ସ୍ଥାପନ କରାଯାଏ…

ODI ବ୍ୟାଟ୍ସମ୍ୟାନଙ୍କ ଟପ-୧୦ରେ ସାମିଲ ହେଲେ କେଏଲ ରାହୁଲ, ଜାଣନ୍ତୁ ପ୍ରଥମ ସ୍ଥାନରେ କିଏ ଅଛନ୍ତି

ନୂଆଦିଲ୍ଲୀ,୭।୧୦: ODI କ୍ରିକେଟରେ ଭାରତୀୟ ବ୍ୟାଟରମାନଙ୍କର ପ୍ରାଧାନ୍ୟ ପୁଣିଥରେ ସ୍ପଷ୍ଟ ହୋଇଛି। ସାମ୍ପ୍ରତିକ ICC ରାଙ୍କିଙ୍ଗରେ, କେ.ଏଲ. ରାହୁଲ ଏକ ବଡ଼ ଧରଣର ଅଗ୍ରଗତି କରି ଶ୍ରେଷ୍ଠ…

ଇନଷ୍ଟାଗ୍ରାମ୍ ପ୍ରେମିକଙ୍କ ସହ ବିବାହ କରିବାକୁ ରାଜି ହେଲେନି ମା’; ଏମିତି ହତ୍ୟା କଲେ ଝିଅ, ଶୁଣିଲେ ଥରିଉଠିବ ଛାତି

ନୂଆଦିଲ୍ଲୀ,୭ା୧୦: ହରିୟାଣାର ସୋନିପତରୁ ଆସିଛି ଛାତିଥରା ଘଟଣା।ଇନଷ୍ଟାଗ୍ରାମ୍‌ରେ ହୋଇଥିବା ପ୍ରେମ ଓ ବିବାହ କରିବାକୁ ନେଇ ମା’ ପ୍ରତିବନ୍ଧକ ସାଜିବାରୁ ନିଜ ପ୍ରେମିକ ସହ ମିଶି ମା’ଙ୍କୁ…

ଘର ଦୋହଲିଲା, ଟିଭି ଭାଙ୍ଗିଲା! ଗାଁଲୋକଙ୍କ ଅଭିଯୋଗ ପରେ ବେଆଇନ ପଥର ଖାଦାନ ଉପରେ ଚଢ଼ାଉ

ଦିଗପହଣ୍ଡି,୭ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ ଅନ୍ତର୍ଗତ ଆଙ୍କୋରଡ଼ା ମୌଜା ବଡ଼ଢ଼ିମିରା ପାହାଡ଼ରେ ବେଆଇନ ପଥର ଖନନ ଓ ବ୍ଲାଷ୍ଟିଂ ଅଭିଯୋଗ ହୋଇଛି। ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?