Posted inଜାତୀୟ

ଟିକେଟ୍‌ ନ ମିଳିବାରୁ ଏଏପିରେ ଯୋଗ ଦେଲେ ଭାଜପା ବିଧାୟକ

ଅହମ୍ମଦାବାଦ୍‌,୧୧।୧୧: ଗୁଜରାଟ ବିଧାନସଭା ନିର୍ବାଚନର ତାରିଖ ଘୋଷଣା ହେବା ପରଠାରୁ ସମସ୍ତ ରାଜନୈତିକ ଦଳ ଜିତିବା ପାଇଁ କସରତ ଆରମ୍ଭ କରିଦେଇଛି। ଏଥି ସହିତ କିଛି ନେତା ଅଛନ୍ତି, ଯେଉଁମାନେ ଟିକେଟ ନ ମିଳିବାରୁ ରାଗିଯାଇ ଅନ୍ୟ ଦଳରେ ଯୋଗ ଦେଉଛନ୍ତି। ଆଜିକାଲି ଗୁଜରାଟରେ ଏଭଳି ପରିସ୍ଥିତି ଆସିଛି। ବର୍ତ୍ତମାନ ଏହି ତାଲିକାରେ ଭାଜପା ବିଧାୟକ କେସରୀ ସିଂ ସୋଲାଙ୍କିଙ୍କ ନାମ ମଧ୍ୟ ଯୋଡି ହୋଇଛି। ବଭାରତୀୟ ଜନତା ପାର୍ଟି ଆସନ୍ତା ବିଧାନସଭା ନିର୍ବାଚନରେ ମାତର ଆସନରୁ ବିଧାୟକ କେସରୀ ସିଂଙ୍କୁ ଟିକେଟ ଦେଇନାହିଁ। ସେଥିପାଇଁ କେସରୀ ସିଂ ଆମ ଆଦମୀ ପାର୍ଟିରେ ଯୋଗ ଦେଇ ବିଦ୍ରୋହୀ ମନୋଭାବ ପ୍ରଦର୍ଶନ କରିଛନ୍ତି। କେସର ସିଂ ଦାବି କରିଛନ୍ତି ଯେ ସେ ମାତାର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। କିନ୍ତୁ ଆମ ଆଦମୀ ପାର୍ଟି ମହିପତ ସିଂଙ୍କୁ ମାତର ଆସନରୁ ପ୍ରାର୍ଥୀ ଘୋଷଣା କରିଛି।
କେସରୀ ସିଂ ସୋଲାଙ୍କି ଗୁଜରାଟର ମାତରରୁ ଭାଜପା ବିଧାୟକ ଅଛନ୍ତି। ଭାଜପା ଟିକେଟରେ ନିର୍ବାଚନ ଜିତିବା ପରେ ସେ ଦୁଇଥର ବିଧାନସଭାରେ ପହଞ୍ଚିଛନ୍ତି। କେସରୀ ସିଂ ତାଙ୍କ କାର୍ଯ୍ୟ ବିଷୟରେ ଅନେକ ସମୟରେ ବିବାଦରେ ରହିଥା’ନ୍ତି। ୨୦୨୧ରେ କେସରୀ ସିଂ ପାଭଗଡରେ ଏକ ମଦ ପାର୍ଟି ଏବଂ ଜୁଆ ଖେଳୁଥିବାବେଳେ ପୋଲିସ ତାଙ୍କୁ ଧରିଥିଲା। ଏହି ମାମଲାରେ କୋର୍ଟ ତାଙ୍କୁ ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ତାଙ୍କ ଉପରେ ଚାରି ହଜାର ଟଙ୍କା ଜୋରିମନା ମଧ୍ୟ ଲାଗୁ କରାଯାଇଥିଲା।
ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୧୦ରେ ଭାଜପା ପ୍ରଥମ ତାଲିକା ପ୍ରକାଶ କରିଛି। ୧୮୨ ବିଧାନସଭା ଆସନ ମଧ୍ୟରୁ ୧୬୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଭାଜପା ଦ୍ୱାରା ପ୍ରକାଶିତ ପ୍ରାର୍ଥୀ ତାଲିକାରେ ୬୯ ଜଣ ବିଧାୟକଙ୍କୁ ପୁଣି ଟିକେଟ ମିଳିଥିବାବେଳେ ୩୩ ଜଣ ବିଧାୟକଙ୍କ ଟିକେଟ କଟାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?