ଲଗାଣ ବର୍ଷାରେ ଫସଲ ନଷ୍ଟ

ରାଉରକେଲା ଅଫିସ,୨୩।୮: ଲଗାଣ ବର୍ଷା ଯୋଗୁ ରାଉରକେଲା ସହର ଆଖପାଖ ଅଞ୍ଚଳରେ ଫସଲ ନଷ୍ଟ ହୋଇଛି। ଫଳାରେ ବର୍ଷଯାକର ଆହାର ପାଇଁ ଚାଷ କରିଥିବା ଚାଷୀ ଚିନ୍ତାରେ ପଡିଯାଇଛି। ଗତ ଶୁକ୍ରବାର ଠାରୁ ସହରରେ ଲଘୁଚାପଜନିତ ବର୍ଷା ଲାଗି ରହିଥିବାବେଳେ ବିଭିନ୍ନ ବସ୍ତି ତଳି ଅଞ୍ଚଳରେ ପାଣି ପଶିଯାଇଛି। ବହୁ ଚାଷଜମିରେ ପାଣି ମାଡିଯିବାରୁ ଫସଲ ନଷ୍ଟ ହୋଇଛି। ହନୁମାନ ବାଟିକ ପାଖ ଗାଡାଟୋଲା ବସ୍ତି, ସେକ୍ଟର-୬ ତାରିଣୀ ବସ୍ତି, ଝିରପାଣି, କୋଏଲବ୍ୟାଙ୍କ, ବାଗୁଡ଼ି ବସ୍ତି, ହମିରପୁର ଅଞ୍ଚଳରେ ଥିବା ଚାଷ ଜମିରେ ପାଣି ଜମି ରହିଥିବାରୁ ଧାନ ସହ ପରିବା ଚାଷ ନଷ୍ଟ ହୋଇଛି। ବାଗୁଡ଼ି ବସ୍ତିର କିଛି ଚାଷୀ ତାଙ୍କ ଜମିରେ ଦୁଇ ସପ୍ତାହ ତଳେ ଧାନ ରୋଇଥିଲେ। ଲଗାଣବର୍ଷା ଯୋଗୁ ଉକ୍ତ କ୍ଷେତରେ ପାଣି ଜମି ରହି ସବୁ ଧାନଗଛ ନଷ୍ଟ ହୋଇଯାଇଛି। ସେହିପରି ହମିରପୁର ଅଞ୍ଚଳର କିଛି ଚାଷୀଙ୍କର ଜମିରେ ବର୍ଷାପାଣି ଜମି ରହିଥିବାରୁ ଧାନ ଗଛ ଚେର ପଚି ଯାଇଥିବା ଅଭିଯୋଗ ହୋଇଛି। କୋଏଲ ବ୍ୟାଙ୍କ ଅଞ୍ଚଳରେ ପନିପରିବା ଚାଷ କରିଥିବା ଚାଷୀ ଅଜୟ ନାୟକଙ୍କ କ୍ଷେତରେ ପରିବା ଫସଲ ନଷ୍ଟ ହୋଇଛି। ଝିରପାଣିର ଧାନଚାଷୀ ଖେନକା ଓରାମଙ୍କ କ୍ଷେତରେ ବର୍ଷାଜଳ ଜମି ରହିଥିବାରୁ କ୍ଷେତର ଅଧା ଅଂଶ ଗଛ ପଚି ନଷ୍ଟ ହୋଇଛି। ଲଗାଣବର୍ଷା ଯୋଗୁ ହେକ୍ଟର ହେକ୍ଟର ଚାଷଜମି ଏବେ ପାଣି ଘେରରେ ବୁଡି ରହିଛି। ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ସ୍ଥାନୀୟ କୃଷକ ସଙ୍ଗଠନ ପକ୍ଷରୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଚର ଦିନକ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟ୍‌କା: ସିରିଜ ମଝିରେ ଭାରତୀୟ ଦଳରୁ ବିଦାୟ ନେବେ ଆଉ ଜଣେ ଷ୍ଟାର୍‌ ଖେଳାଳି! ଜାଣନ୍ତୁ କାରଣ

ନୂଆଦିଲ୍ଲୀ, ୧୨।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ଦିନିକିଆ ସିରିଜ ମଧ୍ୟରେ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଭାରତୀୟ ଦଳ। ଏଥିପାଇଁ ଟିମ ଇଣ୍ଡିଆର କିଛି…

ଦୀର୍ଘଦିନ ସମ୍ପର୍କର ଆଶା… ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟ୍ରେଡକୁ ନେଇ ମୁହଁ ଖୋଲିଲେ ପଞ୍ଜାବ କିଙ୍ଗ୍ସର ମାଲିକ

ନୂଆଦିଲ୍ଲୀ,୧୨।୧୧: ପଞ୍ଜାବ କିଙ୍ଗ୍ସର ସହ-ମାଲିକ ନେସ ୱାଡିଆ ପୂର୍ଣ୍ଣ ଆଶାବାଦୀ ଯେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଗମନ ଦଳ ପାଇଁ ବଡ଼ ସଫଳତା ଆଣିବ। ସେ ଆହୁରି ମଧ୍ୟ…

ମନ୍ଦିରରେ ଝୁଲୁଥିଲା ଡ୍ରାଇଭରଙ୍କ ମୃତଦେହ, ସ୍ଥାନୀୟ ଲୋକେ ଦେଖି…

କଳିଙ୍ଗନଗର,୧୨ା୧୧(ଶୁଭାଶିଷ ରାଉତ): ଯାଜପୁର ଜିଲା ବଡ଼ଚଣା ଥାନା ଅନ୍ତର୍ଗତ ଚଣ୍ଡିଖୋଲ ନିକଟସ୍ଥ ନୂଆସୁଙ୍ଗୁଡ଼ା ଗୋଲେଇ ଛକ ନିକଟରେ ଥିବା ଷଣ୍ଢ ମନ୍ଦିରରେ ଗୁରୁବାର ପୂର୍ବାହ୍ନରେ ଜଣେ ଡ୍ରାଇଭରଙ୍କ…

ରାହୁ-ମଙ୍ଗଳଙ୍କ ଅଶୁଭ ଯୋଗ: ଆଜିଠୁ ୩ ରାଶିଙ୍କ ଜୀବନରେ ଘୋଟି ଆସିବ ବଡ଼ ସମସ୍ୟା, ଅଚାନକ ମିଳିବ ଖରାପ ଖବର!

ନଭେମ୍ବର ୧୨ ତାରିଖ ରାତିରେ ମଙ୍ଗଳ ଗ୍ରହ ସିଂହ ରାଶିକୁ ଗୋଚର କରିବେ। ଏହା ଫଳରେ କୁମ୍ଭ ରାଶିରେ ଅବସ୍ଥାନ କରିଥିବା ରାହୁଙ୍କ ସହ ମଙ୍ଗଳଙ୍କର ସମସପ୍ତକ…

ପନ୍ତ ଦେଲେ ଖୁସି ଖବର; IND vs NZ ଟେଷ୍ଟ ସିରିଜ ପାଇଁ ସେ କେବେ ନ୍ୟୁଜିଲ୍ୟାଣ୍ଡ ଯାତ୍ରା କରିବେ, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୧୧: ଭାରତୀୟ କ୍ରିକେଟ ଦଳର ୱିକେଟକିପର-ବ୍ୟାଟର ସମ୍ପୂର୍ଣ୍ଣ ସୁସ୍ଥ ଥିବା ଘୋଷଣା କରାଯାଇଛି। ସେ ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବେ ଏବଂ ସେଠାରେ ଆୟୋଜକ ଦଳ ବିପକ୍ଷ…

ବିଦେଶରୁ ଛାଡ଼ପତ୍ର ନେଇ ଭାରତରେ ଦ୍ୱିତୀୟ ବିବାହ କରୁଛନ୍ତି କି? ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୧୨ା୧: ଭାରତରେ ବିବାହ କରିବା ପରେ କୌଣସି ବ୍ୟକ୍ତି ବିଦେଶ ଚାଲିଯାଇ ସେଠାକାର ଅଦାଲତରୁ ଛାଡ଼ପତ୍ର ନେଲେ, ତାହା ଭାରତରେ ଆପେଆପେ ମାନ୍ୟତା ପାଇବ ନାହିଁ ।…

ପଞ୍ଜାବ କିଙ୍ଗ୍ସକୁ ଯିବା ପରେ ମୁହଁ ଖୋଲିଲେ ହାର୍ଦ୍ଦିକ, ଅଧିନାୟକତ୍ୱକୁ ନେଇ କଲେ ବଡ଼ ଖୁଲାସା: ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ, ୧୨।୧୧: ଆଇପିଏଲ ୨୦୨୭ ନିଲାମ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଏକ ବଡ଼ ଟ୍ରେଡ ଡିଲ ହୋଇଛି। ପଞ୍ଜାବ କିଙ୍ଗ୍ସର ଦ୍ରୁତ…

ଅନିଶ୍ଚିତତା ଘେରରେ ମା’ ରାମଚଣ୍ଡୀଙ୍କ ଦିବ୍ୟ ମନ୍ଦିର ନିର୍ମାଣ

ମହାକାଳପଡ଼ା,୧୨ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିରର ଇତିହାସ ଅତ୍ୟନ୍ତ ପୁରାତନ। କିମ୍ବଦନ୍ତୀ ଅନୁସାରେ, ୧୭୩୭ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?