Posted inଖେଳ

ପେନାଲ୍ଟି ଶୁଟ୍‌ଆଉଟରେ କ୍ରୋଏସିଆ କ୍ୱାର୍ଟରରେ

ଦୋହା,୬ା୧୨: ଅଣ୍ଡରଡଗ୍‌ ଜାପାନ ବିପକ୍ଷ କଡା ସଂଘର୍ଷପୂର୍ଣ୍ଣ ମ୍ୟାଚକୁ ପେନାଲ୍ଟି ଶୁଟ ଆଉଟରେ ଜିତି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ୨୦୧୮ ସଂସ୍କରଣ ରନର୍ସଅପ୍‌ କ୍ରୋଏସିଆ। ନିର୍ଦ୍ଧାରିତ ସମୟରେ ମ୍ୟାଚଟି ୧-୧ରେ ରହିଥିଲା। ଅତିରିକ୍ତ ସମୟରେ ମଧ୍ୟ ଉଭୟ ଦଳ ପରସ୍ପରକୁ ଗୋଲ ଦେବାରେ ଅସମର୍ଥ ରହିଥିଲେ। ୧୨୦ ମିନିଟ ଧରି ମ୍ୟାଚରେ ଉଭୟ ଦଳ ସମାନ ସ୍ଥିତିରେ ରହିଥିଲେ। ମ୍ୟାଚ ପେନାଲ୍ଟି ଶୁଟ ଆଉଟକୁ ଯାଇଥିବା ବେଳେ କ୍ରୋଏସିଆ ୩-୧ରେ ଏହାକୁ ଜିତି ନେଇଥିଲା। ପ୍ରଥମାର୍ଦ୍ଧରେ ୪୩ତମ ମିନିଟରେ ଜାପାନର ଡାଇଜେନ୍‌ ମାଏଦା ପ୍ରଥମ ଗୋଲ ସ୍କୋର କରି ଦଳକୁ ୧-୦ରେ ଆଗୁଆ କରିଥିଲେ। ତେବେ ଦ୍ୱିତୀୟାର୍ଦ୍ଧର ୫୫ତମ ମିନିଟରେ ଇଭାନ ପେରିସିକ୍‌ କ୍ରୋଏସିଆ ପକ୍ଷରୁ ଗୋଲ ପରିଶୋଧ କରିଥିଲେ। ପେରିସିକଙ୍କ ଗୋଲଟି ଜାପାନ ଗୋଲର ଅବିକଳ କପି ଥିଲା। ଲଭରେନଙ୍କ କ୍ରସକୁ ହେଡର ଜରିଆରେ ଗୋଲ ସ୍କୋର କରିଥିଲେ ପେରିସିକ୍‌।

ଚଳିତ ବିଶ୍ୱକପର ପ୍ରଥମ ଶୁଟଆଉଟ ଅଲ ଜନୌବ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା। ଜାପାନ ଟସ୍‌ ଜିତି ଆଟାକ୍‌ର ନିଷ୍ପତ୍ତି ନେଇଥିଲା। ଜାପାନ ପକ୍ଷରୁ ମିନି ମାଓ ପ୍ରଥମ ଶଟ୍‌ ମାରିଥିବା ବେଳେ ଏହାକୁ ଅଟକାଇଥିଲେ କ୍ରୋଏସିଆ ଗୋଲ ରକ୍ଷକ ଲିଭାକୋଭିକ୍‌। ଭ୍ଲାସିକ୍‌ କ୍ରୋଏସିଆ ପକ୍ଷରୁ ସ୍କୋର କରିଥିବା ବେଳେ ଲିଭାକୋଭିକ୍‌ ମିତୋମାଙ୍କ ଶଟକୁ ମଧ୍ୟ ଅଟକାଇ ଦେଇଥିଲେ। ବ୍ରୋଜୋଭିକ୍‌ ଦ୍ୱିତୀୟ ଗୋଲ ସ୍କୋର କରିବ ସହ କ୍ରୋଏସିଆକୁ ୨-୦ରେ ଆଗୁଆ କରିଥିଲେ। ଜାପାନ ପକ୍ଷରୁ ଆସାନୋ ତୃତୀୟ ଶଟରେ ସ୍କୋର କରିଥିବା ବେଳେ ଲିଭାଜାଙ୍କ ଶଟ ବାରରେ ବାଜିଥିଲା। ଜାପାନ ଅଧିନାୟକ ୟୋଶିଦା ୪ର୍ଥ ପ୍ରୟାସରେ ଗୋଲ ଦେବାରେ ଅସମର୍ଥ ରହିଥିବା ବେଳେ ପାସାଲିକ ସ୍କୋର କରିବାରୁ କ୍ରୋଏସିଆ କ୍ୱାର୍ଟରରେ ପ୍ରବେଶ କରିଥିଲା। ଏହାକୁ ମିଶାଇ କ୍ରୋଏସିଆ ତୃତୀୟ ଥର ପାଇଁ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ୧୯୯୮ ଓ ୨୦୧୮ ପରେ ଦଳ ତୃତୀୟ ଥର ପାଇଁ ଏହି ସଫଳତା ହାସଲ କରିଛି। ବ୍ରାଜିଲ ଓ ଦକ୍ଷିଣ କୋରିଆ ମ୍ୟାଚର ବିଜେତାକୁ କ୍ୱାର୍ଟର ମୁକାବିଲାରେ ଭେଟିବ କ୍ରୋଏସିଆ।


Enter your email to get our daily news in your inbox.

All Right Reserved By Dharitri.Com

ଗରମ ସାଙ୍ଗକୁ ଦାଉ ସାଧୁଛି ଅଘୋଷିତ ବିଦ୍ୟୁତ୍‌ କାଟ

ଭୁବନେଶ୍ୱର, ୨୫।।୫ (ବନ୍ଦନା ସେଠୀ): ପ୍ରବଳ ଖରାରେ ସିଝୁଛି ପୂରା ଓଡ଼ିଶା। ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାବେଳେ ତାତି ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri