ଭାରତୀୟ ଅର୍ଥନୀତିକୁ କଟାକ୍ଷ

ମାଡ୍ରିଡ୍‌/ ନୂଆଦିଲ୍ଲୀ,୧୫।୧୦: ଏକଦା ଭାରତକୁ ସାପୁଆକେଳାଙ୍କ ଦେଶ ବୋଲି ୟୁରୋପୀୟମାନେ କହୁଥିଲେ। ଦେଶ ବିକାଶ ଦିଗରେ ଅଗ୍ରସର ହେଉଥିବା ଦର୍ଶାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପୂର୍ବରୁ ଭାରତ ପ୍ରତି ପାଶ୍ଚାତ୍ୟର ସାପୁଆ କେଳା ଓ କଳାଯାଦୁ ଆଭିମୁଖ୍ୟ ବିଷୟରେ ଏକାଧିକଥର ଅବତାରଣା କରିଥିଲେ। ୟୁରୋପୀୟ ରାଷ୍ଟ୍ର ସ୍ପେନ୍‌ ସମ୍ଭବତଃ ସାପୁଆ କେଳା ପ୍ରସଙ୍ଗ ଭୁଲିପାରି ନାହିଁ। ଭାରତୀୟ ଅର୍ଥନୀତିର ଅଭିବୃଦ୍ଧିକୁ ଚିତ୍ରଣ କରିବାକୁ ଯାଇ ସ୍ପେନ୍‌ର ଏକ ଖବରକାଗଜ ଏହାର ପ୍ରଥମ ପୃଷ୍ଠାରେ ସାପୁଆ କେଳା ଛବି ଛାପିଛି। ଭାରତର ବିଭିନ୍ନ ମହଲରେ ଏହାକୁ ସମାଲୋଚନା କରାଯାଇଛି।
ଭାଙ୍ଗୁଆର୍ଡିଆ’ ହେଉଛି କାଟାଲୋନିଆର ଏକ ଅଗ୍ରଣୀ ଖବରକାଗଜ, ଯାହାର ମୁଖ୍ୟାଳୟ ବାର୍ସିଲୋନାରେ ଅବସ୍ଥିତ। ଅକ୍ଟୋବର ୯ରେ ଏହି ସ୍ପାନିଶ୍‌ ନ୍ୟୁଜ୍‌ପେପର ଭାରତୀୟ ଅର୍ଥନୀତି ସମ୍ପର୍କିତ ଏକ ରିପୋର୍ଟ ପ୍ରକାଶ କରିଛି, ଯାହାର ଶୀର୍ଷକ ରହିଛି ‘ଦି ଆଓ୍ବାର୍‌ ଅଫ୍‌ ଦ ଇଣ୍ଡିଆନ୍‌ ଇକୋନୋମି’। ଏହି ପ୍ରଚ୍ଛଦ ଷ୍ଟୋରିରେ ଏକ କାର୍ଟୁନ ରହିଛି। ଉକ୍ତ ବ୍ୟଙ୍ଗ ଚିତ୍ର ଜଣେ ସାପୁଆ କେଳାଙ୍କର, ଯିଏକି ଏକ ଗ୍ରାଫ୍‌ ଭିତରେ ବସି ନାଗେଶ୍ୱରୀ ବଜାଉଛନ୍ତି। ସାରା ବିଶ୍ୱ ମୁଦ୍ରାସ୍ଫୀତିଜନିତ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାବେଳେ ଆଗକୁ ମାନ୍ଦାବସ୍ଥା ଦେଖାଦେଇପାରେ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଏଭଳି ସମୟରେ ଭାରତୀୟ ଅର୍ଥନୀତିର ଉପରମୁହଁା ଗ୍ରାଫ୍‌କୁ ସାପୁଆକେଳା ଜଣକ ନିୟନ୍ତ୍ରଣ କରୁଥିବା ଏହି କାର୍ଟୁନରୁ ବୁଝାପଡ଼ୁଛି। ସାମାଜିକ ଗଣମାଧ୍ୟମରେ ଏହି ଫଟୋ ବହୁଳ ପ୍ରସାରିତ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବେଙ୍ଗାଲୁରୁର ଭାଜପା ଏମ୍‌ପି ପି.ସି.ମୋହନ କହିଛନ୍ତି, ଭାରତର ଦୃଢ଼ ଅର୍ଥନୀତି ବୈଶ୍ୱିକ ସ୍ବୀକୃତି ପାଇଛି। ସ୍ବାଧୀନତାର ଅନେକ ଦଶନ୍ଧି ପରେ ମଧ୍ୟ ଆମ ଛବିକୁ ସାପୁଆକେଳା ଭାବେ ଦର୍ଶାଇବା ମୂର୍ଖାମି ଛଡ଼ା କିଛି ନୁହେଁ। ସେହିପରି ଜିରୋଧା ସିଇଓ ନୀତୀନ କାମାଥ କହିଛନ୍ତି, ଭାରତୀୟ ଅର୍ଥନୀତି ସମ୍ପର୍କରେ ବିଶ୍ୱର ଧାରଣା ବଦଳିବାରେ ଲାଗିଛି। କିନ୍ତୁ ଭାରତକୁ ପ୍ରତିନିଧିତ୍ୱ କରିବା ଭଳି ସାପୁଆକେଳାର ସାଂସ୍କୃତିକ ବ୍ୟଙ୍ଗ ଚିତ୍ର ଦେଶ ପ୍ରତି ଏକ ଅପମାନ। ଲେଖକ ରଜତ ସେଠୀ ମଧ୍ୟ ଏଭଳି ତାଚ୍ଛଲ୍ୟକୁ ନିନ୍ଦା କରିଛନ୍ତି। ଆଉ କେତେଜଣ ୟୁଜର୍ସ ଏଥିରେ ଅପମାନିତ କଲା ଭଳି କିଛି ନାହିଁ ବୋଲି ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଏକ ଲଘୁଚାପ ସମ୍ଭାବନା: ୨୧ ଜିଲାକୁ ଝଡ଼ବର୍ଷା ସତର୍କତା

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ) – ୪ଦିନ ହେବ ରାଜ୍ୟରେ ବର୍ଷା ନ ଥିବାବେଳେ ଖରା ଓ ଗୁଳୁଗୁଳି ଜାରି ରହିଛି। ଏପରିସ୍ଥିତିରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଏମ୍‌ପିଙ୍କ ପୁଅ ଗାଡ଼ି ଧକ୍କାରେ ଚାଲିଗଲା ଓଡ଼ିଆ ଯୁବତୀଙ୍କ ଜୀବନ

ହାଇଦ୍ରାବାଦ,୨୧।୮: ହାଇଦ୍ରାବାଦରେ ଏମ୍‌ପିଙ୍କ ପୁଅ ଗାଡ଼ି ଧକ୍କାରେ ଜଣେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ ଘଟିଛି। ରାସ୍ତା ପାର୍‌ ବେଳେ ଏମ୍‌ପି ପୁଅଙ୍କ ଏକ ବିଳାସପୂର୍ଣ୍ଣ କାର୍‌ ଯୁବତୀଙ୍କୁ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

ନିଯୁକ୍ତି ମେଳାରେ ୧୩୭ ପ୍ରାର୍ଥୀ ଚୟନ

କୋରାପୁଟ,୨୧ା୮(ଅମିତାଭ ବେହେରା): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ପକ୍ଷରୁ ବୋର୍ଡ ଅଫ ପ୍ରାକ୍ଟିକାଲ ଟ୍ରେନିଂ (ଇଷ୍ଟର୍ଣ୍ଣ ରିଜିଅନ) ସହଯୋଗରେ ସୁନାବେଡ଼ାସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ସ୍ନାତକ ଛାତ୍ରୀଛାତ୍ରଙ୍କ ପାଇଁ…

ପ୍ରଶାସନିକ ଉଦାସୀନତା: ରାସ୍ତାରେ ଆଣ୍ଠୁଏ କାଦୁଅ, ଯାତାୟାତରେ ସମସ୍ୟା ନେଇ…

ଜମନକିରା,୨୧ା୮(ରବୀନ୍ଦ୍ର ପ୍ରସାଦ ଦାନୀ): ଗ୍ରାମାଞ୍ଚଳରେ ଯାତାୟାତ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରଶାସନିକ ଉଦାସୀନତା ଓ ଦୂରଦୃଷ୍ଟିହୀନ କାର୍ଯ୍ୟ ଯୋଗୁ…

ବରିଷ୍ଠ IPS ସ୍ତରରେ ଅଦଳବଦଳ: ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ

ଭୁବନେଶ୍ୱର,୨୧।୮: ରାଜ୍ୟ ସରକାର ବରିଷ୍ଠ IPS ସ୍ତରରେ ଅଦଳବଦଳ କରିଛନ୍ତି। ପୋଲିସ ପ୍ରଶାସନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଲକ୍ଷ୍ୟରେ ବରିଷ୍ଠ IPS ଅଧିକାରୀମାନଙ୍କୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri