୧୨କିମି ରାସ୍ତା ନିର୍ମାଣ ପାଇଁ ବିତିଲାଣି ୩ବର୍ଷ

ବେଗୁନିଆ,୧୫ା୧୦(ଡି.ଏନ୍‌.ଏ.): ଯାତ୍ରୀଙ୍କ ସୁରକ୍ଷିତ ଗମନାଗମନ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ମାତ୍ର ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମନମାନି ଯୋଗୁଁ ରାସ୍ତା ନିର୍ମାଣରେ ବହୁ ଅନିୟମିତତା ହେଉଥିବା ନଜିର ରହିଛି। ସେହିପରି ରାସ୍ତାର ମାନ ନିର୍ଦ୍ଧାରଣ କରାଯାଉନାହିଁ, ଫଳରେ କେଉଁଠି ପିଚୁ ଉଠିଗଲାଣି ତ ଆଉ କେଉଁଠି ପିଚୁ ଉପରେ ତାଳି ପଡ଼ିଲାଣି । ଅନେକ ସ୍ଥାନରେ ରାସ୍ତାରେ ବଡ଼ ବଡ଼ ଖାଲିଖମା ସୃଷ୍ଟି ହେଉଛି। ଫଳ ସ୍ବରୂପ ଅନେକ ସମୟରେ ଦୁର୍ଘଟଣା ଘଟି ଜୀବନ ହାନି ହେଉଛି।
ସୂଚନାଥାଉ କି, ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ. ଜାତୀୟ ରାଜପଥର ସାରୁଅଠାରୁ ଚକାପାଦ ପର୍ଯ୍ୟନ୍ତ ୧୨କି.ମି ରାସ୍ତା ନିର୍ମାଣ କାର୍ଯ୍ୟ ୨୦୧୯ରୁ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୭୫କୋଟି ଟଙ୍କା ଅନୁଦାନ ମିଳିଥିଲା। ଆବଶ୍ୟକ ପଡ଼ିଲେ ଅଧିକ ଟଙ୍କା ଅନୁଦାନ ମିଳିବ ବୋଲି ବିଭାଗ ପକ୍ଷରୁ କୁହାଯାଇଥିଲା। ହେଲେ ଆରମ୍ଭରୁ କାର୍ଯ୍ୟ ନିମ୍ନମାନର ହେବା ସହ ଅନେକ ସ୍ଥାନରେ ରାସ୍ତା ଅଣଓସାରିଆ ହୋଇଛି। ବହୁ ସ୍ଥାନରେ କାର୍ଯ୍ୟ ଅଧପନ୍ତରିଆ ଭାବେ ଛାଡି ଦିଆଯାଇଛି। ଫଳରେ ଦୈନନ୍ଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି। ନିର୍ମାଣ କାର୍ଯ୍ୟକୁ ୩ ବର୍ଷ ବିତିଥିଲେ ମଧ୍ୟ ଶେଷ ହୋଇପାରୁନାହିଁ। ସେହିପରି ରାଜପଥ ପାର୍ଶ୍ୱରେ ବଜାର ରହିଥିବା ବେଳେ ଡ୍ରେନ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଢଳେଇର ବାଡ଼ା ଓ ସ୍ଲାବ ମୋଟେଇରେ କୌଣସି ନିର୍ଦ୍ଦିଷ୍ଟତା ରହୁନାହିଁ। ସେହିପରି ବାଘମାରି-କଣ୍ଟିଲୋ ୪୮ନଂ. ରାଜପଥ ଉପରେ ଯିବା ଆସିବା କରିବା କଷ୍ଟକର ହୋଇପଡ଼ିଛି। କେଉଁଠି ଖାଲଖମା ତ ଆଉ କେଉଁଠି ପିଚୁ ରାସ୍ତା ଉପରେ ସିମେଣ୍ଟ ଢଳେଇର ତାଳି। ଏହି ରାଜପଥ ଅନ୍ତର୍ଗତ ଗୋବିନ୍ଦପୁର ଓ ଗେଡିଆପଲ୍ଲି ମଧ୍ୟବର୍ତ୍ତୀ ଅଞ୍ଚଳରେ ଥିବା ଏକ କଲର୍ଭଟ ଉପରେ ୩ ଫୁଟର ଗର୍ତ୍ତ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକେ ଏହାକୁ ଡାଳ ପତ୍ର ଦେଇ ପଥଚାରୀଙ୍କୁ ସଙ୍କେତ ପ୍ରଦାନ କରିଛନ୍ତି। ଏକ ସପ୍ତାହରୁ ଅଧିକ ଦିନ ହୋଇଥିଲେ ମଧ୍ୟ ବିଭାଗ ପକ୍ଷରୁ ମରାମତି କରାଯାଉନାହିଁ। ତେବେ ଏଭଳି ନିମ୍ନମାନର କାର୍ଯ୍ୟ ପ୍ରତି ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ଅକ୍ଷୟ ରଥ, ପ୍ରସନ୍ନ ମହାପାତ୍ର, ଆଶିଷ କୁମାର ବେହେରା ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ କୋଟି ଟଙ୍କାର କାମରେ ଦୁର୍ନୀତିର ଗନ୍ଧ

ଜଗତ୍‌ସିଂହପୁର ଅଫିସ,୨ା୩: ଜଗତ୍‌ସିଂହପୁର ସଦର ମହକୁମାସ୍ଥିତ ବଙ୍ଗଳା ଛକ ନିକଟରେ ଜଳ ସମ୍ପଦ ବିଭାଗର ୧୦ ନଂ. ଡିଷ୍ଟ୍ରିବ୍ୟୁଟାରୀରେ ଏକ ବକ୍ସ କଲଭର୍ଟ କରାଯାଇଛି। ଏହି...

ଡୋକ୍ରା ହସ୍ତଶିଳ୍ପରେ ଜନଜାତି ସଂସ୍କୃତିର କଥା

ରାୟଗଡ଼ା(ଭାଗ୍ୟଶ୍ରୀ ମିଶ୍ର): ରାୟଗଡ଼ା ଜିଲା ନିୟମଗିରି ପାଦଦେଶରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆଙ୍କ କଳା, ସଂସ୍କୃତି, ପରମ୍ପରା ଏବଂ ଜୀବନଶୈଳୀ ନିଆରା। ସ୍ବତନ୍ତ୍ର ବେଶଭୂଷା...

ଭିଡିଓ କର୍ମଶାଳାରେ ପ୍ରଦର୍ଶିତ ହେଲା ୬୦ ବିରଳ ଚିକିତ୍ସା ପଦ୍ଧତି

ପୁରୀ ଅଫିସ,୧୨ା୯: ଇଣ୍ଡିଆନ ସୋସାଇଟି ଫର୍‌ ସର୍ଜରୀ ଅଫ୍‌ ଦି ହ୍ୟାଣ୍ଡ (ଆଇଏସ୍‌ଏସ୍‌ଏଚ୍‌)ର ୪୩ତମ ଏବଂ ଇଣ୍ଡିଆନ ସୋସାଇଟି ଅଫ୍‌ ହ୍ୟାଣ୍ଡ ଥେରାପିଷ୍ଟ (ଆଇଏସ୍‌ଏଚ୍‌ଟି)ର ୭ମ...

ପୌରାଞ୍ଚଳରେ ଖର୍ଚ୍ଚ ହେବ ୪୨ କୋଟି

ଅନୁଗୋଳ ଅଫିସ,୨୮ା୪: ଅନୁଗୋଳ ପୌର ପରିଷଦ ବୈଠକରେ ଗୁରୁବାର ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରାଯାଇଛି। ଚଳିତ ବର୍ଷ ପୌରପାଳିକାର ବିଭିନ୍ନ ଉନ୍ନୟନ କାର୍ଯ୍ୟରେ...

କବିସୂର୍ଯ୍ୟନଗରରେ ଲତିକା ଆଗୁଆ

ବେଗୁନିଆପଡ଼ା,୨୩।୫(ଡି.ଏନ୍‌.ଏ.)-ଦଶମ ରାଉଣ୍ଡ ଭୋଟ ଗଣତି ସୁଦ୍ଧା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥନୀ ଲତିକା ପ୍ରଧାନ ୨୨,୫୬୯ ଭୋଟ ପାଇ ଆଗରେ ଥିବା ବେଳେ ଭାଜପା...

ଟ୍ରକ୍‌ ଭଡ଼ାକରି ନିଜ ରାଜ୍ୟକୁ ଗଲେ ଯାଯାବର

କୋରୁକୋଣ୍ଡା,୨୯ା୫(ଡି.ଏନ୍‌.ଏ.)-ମାଲକାନଗିରି ଜିଲା ବାଲିମେଳା ଏନ୍‌ଏସିର ଆଞ୍ଚଳିକ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖ ପଡ଼ିଆରେ ମଧ୍ୟପ୍ରଦେଶର ୫ଟି ପରିବାରର ୨୪ ଜଣ ସଦସ୍ୟ ଯାଯାବର ଜୀବନ ବିତାଉଥିଲେ। ସେମାନେ ଲୁହା...

କର୍ଲାପାଟ ହାତୀ ମୃତ୍ୟୁ ଘଟଣା: ତଦନ୍ତ କରି ଦିଲ୍ଲୀ ଫେରିଗଲେ କେନ୍ଦ୍ରୀୟ ଟିମ୍‌

ଭବାନୀପାଟଣା,୨୧।୨(ଡି.ଏନ୍‌.ଏ.): କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ପରେ ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ୩ ଜଣିଆ ଟିମ୍‌ କଳାହାଣ୍ଡି ଆସି ଦିନ ତମାମ ହାତୀ ମୃତ୍ୟୁ ସ୍ଥାନ...

ଡ୍ରେନ ଉପରୁ ଜବରଦଖଲ ଉଚ୍ଛେଦ

ଗୋପାଳପୁର,୧।୮- ଗୋପାଳପୁର ଏନ୍‌ଏସି ୧୦ ଓ ୧୧ନଂ ୱାର୍ଡର ଡ୍ରେନ ଉପରୁ ଗୁରୁବାର ଜବରଦଖଲ ଉଚ୍ଛେଦ କରାଯାଇଛି। ଦୀର୍ଘବର୍ଷ ଧରି ଏନଏସିର ବିଭିନ୍ନ ୱାର୍ଡରେ ଡ୍ରେନ...

Advertisement
Archives

Model This Week