ବିହନ ବୁଣାରୁ ଅମଳଯାଏ ସଂଘର୍ଷ

ପ୍ରତ୍ୟେକ ବର୍ଷ ଧାନ ବିକ୍ରି ପାଇଁ ଚାଷୀଙ୍କ ସମସ୍ୟା ବଢ଼ିଯାଉଛି। ଧାନକିଣା ସମୟରେ ଚାଷୀଙ୍କୁ ଯେଭଳି ହଇରାଣ ହରକତ ହେବାକୁ ପଡ଼ିଥାଏ, ତାହା ନୂଆ କଥା କିଛି ନ ହେଲେ ବି କିଣା ପୂର୍ବରୁ ଯେଉଁ ନୀତି ନିୟମ ନିର୍ଦ୍ଧାରଣ କରାଯାଇଥାଏ, ତାହାର ମୂଲ୍ୟ ସତେ ଯେମିତି କିଛି ନାହିଁ। କହିବାକୁ ଗଲେ ମିଲର୍ସଙ୍କ ହାତମୁଠାରେ ମଣ୍ଡିସବୁ କାମ କରୁଛି। ଧାନ ସଂଗ୍ରହ ବେଳେ ସ୍ବଚ୍ଛତା ରହୁନାହିଁ। କେତେକ ମଣ୍ଡିରେ ୩ରୁ ୫ କିଲୋଗ୍ରାମ କଟ୍‌ନିଛଟ୍‌ନିରେ ଧାନ କାଟି ଦିଆଯାଉଛି ତ, ୫ ରୁ ୧୦ କିଲୋଗ୍ରାମ ପର୍ଯ୍ୟନ୍ତ କୋରାପୁଟ ଭଳି ଅନେକ ସ୍ଥାନରେ ମଣ୍ଡିଗୁଡ଼ିକରେ କଟାଯାଉଛି। ଏହା ଏକ ଖୋଲା ଦୁର୍ନୀତି କହିଲେ ଭୁଲ ହେବ ନାହିଁ। ଏହା ମଧ୍ୟରେ ପୁଣି ଟୋକନ ସମସ୍ୟା ରହୁଛି। ଧାନବସ୍ତା ଧରି ମଣ୍ଡିଗୁଡ଼ିକରେ ଚାଷୀମାନେ ଦିନ ଦିନ ଧରି ପଡ଼ି ରହୁଛନ୍ତି। ବହୁ କୃଷକ ସଙ୍ଗଠନ ଏହା ବିରୋଧରେ ଆନ୍ଦୋଳନ କଲେ ବି ସୁଫଳ ମିଳୁନାହିଁ। ପ୍ରତିଥର ଶୀତକାଳୀନ ଅଧିବେଶନରେ ବିଧାନସଭାରେ ଧାନ କିଣା ବିକା କଟ୍‌ନିଛଟ୍‌ନି ଟୋକନ ସମସ୍ୟାକୁ ନେଇ ଆଲୋଚନା ହେଉଛି। ତଥାପି ସମସ୍ୟାର ଅନ୍ତ ଘଟୁନାହିଁ। ଧାନ ବିକ୍ରୟ ସମସ୍ୟାକୁ ସମାଧାନ କରିବା ପାଇଁ ପ୍ରଥମେ ଓଡ଼ିଶାରେ ୧୯୬୫ରେ ଧାନ କ୍ରୟ ବିକ୍ରୟ ଆଇନ ସରକାର ପ୍ରଣୟନ କରିଥିଲେ ମଧ୍ୟ ଚାଷୀ ତା’ର ଉପତ୍ାଦର ଠିକ୍‌ ମୂଲ୍ୟ ପାଇଲା ନାହିଁ। ପରେ ୧୯୭୮ରେ ସରକାର ପୁନର୍ବାର ଏକ ଆଇନ କରି ହାରାହାରି ଭଲ ମାନ ଥିବା ଧାନ କେନ୍ଦ୍ରକୁ ବିକ୍ରି କରୁଛନ୍ତିି। ରାଜ୍ୟରେ ଲେଭି ବ୍ୟବସ୍ଥା ଉଚ୍ଛେଦ କରି କଷ୍ଟମ ମିଲିଂରେ ଧାନ ସଂଗ୍ରହ କରାଯାଉଛି। ଏଥିରେ ମିଲରଙ୍କ ଭୂମିକା ପ୍ରତ୍ୟକ୍ଷ ଭାବେ ନାହିଁ। ଯୋଗାଣ ବିଭାଗ ନିଜ ମାର୍କେଟିଂ ଏଜେନ୍ସି ଜରିଆରେ ଧାନ କିଣୁଛନ୍ତି। କିନ୍ତୁ ବାସ୍ତବ କ୍ଷେତ୍ରରେ ମିଲରଙ୍କ ଇଙ୍ଗିତରେ ମଣ୍ଡିଗୁଡ଼ିକରେ ଧାନ କିଣାବିକା ହେଉଛି ବୋଲି ଚାଷୀ ସର୍ବଦା ଅଭିଯୋଗ କରୁଛନ୍ତି।
ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ତଥ୍ୟ ଅନୁସାରେ ଧାନ ସଂଗ୍ରହ ପାଇଁ ଚଳିତ ବର୍ଷ ୧୬ ଲକ୍ଷ ୫୪ ହଜାର ୩୦ ଜଣ ଚାଷୀଙ୍କୁ ପଞ୍ଜିକୃତ କରାଯାଇଛି। ମକର ସଂକ୍ରାନ୍ତି ପୂର୍ବରୁ ୬ ଲକ୍ଷ ୧୫ ହଜାର ୫୮୮ ଜଣ ଚାଷୀ ମୋଟ୍‌ ୨ କୋଟି ୯୨ ଲକ୍ଷ ୧୫ ହଜାର ୯୩୬ କ୍ୱିଣ୍ଟାଲ ଧାନ ବିକ୍ରି କରିଛନ୍ତିି ବୋଲି ସରକାରୀ ତଥ୍ୟ କହୁଛି। ରାଜ୍ୟରେ ଚଳିତବର୍ଷ ୨୧୦୭ଟି କୃଷି ସମବାୟ, ଲ୍ୟାମ୍ପ ଏବଂ ୫୧୭ଟି ଏସ୍‌ଏଚ୍‌ଜିଙ୍କ ଜରିଆରେ ଧାନ ସଂଗ୍ରହ କାର୍ଯ୍ୟ ଚାଲୁଛି। ଦୁଃଖର ବିଷୟ, ବହୁ ପଞ୍ଜିକୃତ ଚାଷୀ ଏବେ ବି ଟୋକନ ପାଇବାରୁ ବଞ୍ଚତ୍ତ । ଧାନ ସଂଗ୍ରହ ପାଇଁ ଝୋଟ ଅଖା ବ୍ୟବହାର ନିୟମ ଥିବାବେଳେ ଠିକ୍‌ ସମୟରେ ମଣ୍ଡି ଅଖା ଯୋଗାଇ ପାରୁନାହିଁ। ବଜାରରେ ଝୋଟ ଅଖାର ମୂଲ୍ୟ ବୃଦ୍ଧି ଯୋଗୁ ଚାଷୀ କିଣି ପାରୁନାହାନ୍ତି। ଧାନର ଅଭାବୀ ବିକ୍ରି ସହାୟକ ମୂଲ୍ୟ ବୃଦ୍ଧି ସହିତ ଫୁଡ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ ଚାଷୀଙ୍କଠାରୁ ସିଧାସଳଖ ଧାନ ସଂଗ୍ରହ ପାଇଁ ୨୦୦୨ରେ ରୁଜୁ ହୋଇଥିବା ଏକ ମାମଲାର ପୂର୍ଣ୍ଣାଙ୍ଗ ବିଚାର କରି ୨୦୨୨ ଅଗଷ୍ଟରେ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ଧାନ ସଂଗ୍ରହରେ କଟ୍‌ନିଛଟ୍‌ନି ଉଚ୍ଛେଦ ସହ ଯୋଗାଣ ବିଭାଗ ପ୍ରତ୍ୟକ୍ଷ ଦାୟିତ୍ୱ ନେଇ ମଣ୍ଡିଗୁଡ଼ିକରେ ଦେଖାଯାଉଥିବା ସମସ୍ୟାଗୁଡ଼ିକୁ ସମାଧାନ କରୁ। ଚଳିତବର୍ଷ ଆରମ୍ଭରୁ ହିଁ ମଣ୍ଡିଗୁଡ଼ିକରେ କଟ୍‌ନୀଛଟ୍‌ନୀ ଚାଲିଛି। ଯଦି ଏକ୍ୟୁ ମାନ ତଳକୁ ଅଛି, ସେଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ ନିର୍ଦ୍ଧାରଣ କରାଯାଇଛି। କିନ୍ତୁ ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀମାନେ ବିଭିନ୍ନ ଆଳ ଦେଖାଇ ମଣ୍ଡିରେ କଟ୍‌ନିଛଟ୍‌ନି କରି ଚାଷୀଙ୍କୁ ଶୋଷଣ କରୁଛନ୍ତି।
ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଥିଲା ୨୦୧୫-୧୬ ପ୍ରଧାନ ମହାଲେଖାକାର ତଥା ମହାସମୀକ୍ଷକ (ଏ.ଜି.)ଙ୍କ ଅଡିଟ୍‌ ରିପୋର୍ଟ; ଯାହାକୁ ନେଇ କେବଳ ଆମ ରାଜ୍ୟ ନୁହଁ, ଜାତୀୟ ସ୍ତରରେ ଏହି ଖବର ଚର୍ଚ୍ଚା ହୋଇଥିଲା। ବର୍ତ୍ତମାନ ସମୀକ୍ଷାରେ ତାହା ଦର୍ଶାଯାଉଛି। ସି.ଏ.ଜି. ତାଙ୍କ ରିପୋର୍ଟରେ ଧାନକିଣା ସମ୍ପର୍କରେ ଅନେକ ଅସଙ୍ଗତି ଏବଂ ଚାଷୀ କ୍ଷତି ଉପସ୍ଥାପନ କରିଥିଲେ। ସେ ଲେଖିଥିଲେ ପ୍ରତି କ୍ୱିଣ୍ଟାଲ ଧାନ ମିଲିଂରେ ୬୮ କିଲୋଗ୍ରାମ ଚାଉଳ (ଉଷୁନା) ମିଳିଥାଏ। ସେହିପରି ଅରୁଆ ଚାଉଳ ୬୫ ରୁ ୬୭ କି.ଗ୍ରା. ମିଳିଥାଏ। ମଣ୍ଡିରୁ ଧାନ ମିଲରଙ୍କୁ ଦେବା ଏବଂ ତାଙ୍କଠାରୁ ଚାହିଦା ମୁତାବକ ଚାଉଳ ଆଣିବା ସରକାରଙ୍କ କାମ। ସରକାରଙ୍କ ବିଭିନ୍ନ ଯୋଜନା ବାବଦରେ ୨୫ ଲକ୍ଷ କ୍ୱିଣ୍ଟାଲ ଚାଉଳ ବର୍ଷକୁ ଖର୍ଚ୍ଚ ହେଉଥିବା ବେଳେ ଅବଶିଷ୍ଟ ଚାଉଳ ଏଫ୍‌.ସି.ଆଇ. ନେବାର ବ୍ୟବସ୍ଥା ଥାଏ। ମଣ୍ଡିରୁ ଧାନ ମିଲ୍‌କୁ ଯିବା, ଧାନକିଣା, ମିଲିଂ ଏବଂ ପ୍ୟାକିଂ ଖର୍ଚ୍ଚ ତାହା କେନ୍ଦ୍ର ସରକାର ସମୟକୁ ସମୟ ଧାର୍ଯ୍ୟ କରି ବିନିଯୋଗ ପତ୍ର ମାଧ୍ୟମରେ ମିଲରମାନଙ୍କୁ ଟଙ୍କା ଦେଇଥାଆନ୍ତି। ମିଲରମାନଙ୍କର କୌଣସି ଆର୍ଥିକ କ୍ଷତି ହୁଏ ନାହିଁ ବୋଲି ସରକାର କୁହନ୍ତି। ତେବେ ଧାନମିଲିଂରୁ ବାହାରୁଥିବା ଉପ-ଦ୍ରବ୍ୟ ଅର୍ଥାତ୍‌ ଖୁଦ, କୁଣ୍ଡା, ରାଇସ୍‌ ବ୍ରାନ୍‌, ଭଙ୍ଗା ଚାଉଳ ଆଦି କେତେ ବାହାରୁଛି, କିଏ ନେଉଛି, ସରକାର ବୁଝନ୍ତି ନାହିଁ। ଏସବୁ ଚାଷୀଙ୍କ ଧାନରୁ ବାହାରୁଥିଲେ ବି ଚାଷୀଙ୍କୁ ଦିଆଯାଏ ନାହିଁ କିମ୍ବା ସରକାରଙ୍କୁ ମିଲରମାନେ ଏହାର ବିକ୍ରିଅର୍ଥ ପୈଠ କରନ୍ତି ନାହିଁ। ହିସାବରୁ ଜଣାଯାଇଛି ଯେ, ଗୋଟାଏ କ୍ୱିଣ୍ଟାଲ ଧାନରୁ ମିଲିଂ ପରେ ଚାଉଳକୁ ବାଦ୍‌ ଦେଲେ ପ୍ରାୟ ୭ କିଲୋଗ୍ରାମ୍‌ ଯାଏ ରାଇସ୍‌ ବ୍ରାନ୍‌, ୫ କି.ଗ୍ରା. ଖୁଦ ଓ ୨୦ କି.ଗ୍ରା. ଯାଏ କୁଣ୍ଡା ବାହାରିଥାଏ। ଏହିସବୁ ଉପ-ଦ୍ରବ୍ୟର ମାନ ନେଇ ବଜାରରେ ମିଲରମାନେ ବିକ୍ରି କରିଥାଆନ୍ତି, ଯାହାକି ରାଇସ୍‌ ବ୍ରାନ୍‌ରୁ ଖାଇବା ତେଲ, ଇଥାନଲ ଭଳି ଇନ୍ଧନ ପ୍ରସ୍ତୁତ କରାଯାଏ। କୁଣ୍ଡା ଗୋଖାଦ୍ୟ ପାଇଁ ଏବଂ ଖୁଦ ଚାଉଳ ବିଭିନ୍ନ ଜଳଖିଆ ପାଇଁ ହୋଟେଲଗୁଡ଼ିକୁ ବିକ୍ରି କରାଯାଏ। ମୋଟାମୋଟି ଭାବେ ଧାନର ଚାଉଳ ମୂଲ୍ୟକୁ ବାଦ୍‌ ଦେଲେ ମିଲରମାନେ କ୍ୱିଣ୍ଟାଲ ପିଛା ୪୭୦ ଟଙ୍କା ପାଉଛନ୍ତି। ଏହାସତ୍ତ୍ୱେ ଚାଷୀଙ୍କଠାରୁ ଧାନ କିଣିଲା ବେଳେ କ୍ଷତି ହେବାର ଆଳ ଦେଖାଇ କଟ୍‌ନୀଛଟ୍‌ନୀ କରି ଧାନ କାଟୁଛନ୍ତି। ଏଠି ଚାଷୀର ସ୍ବାର୍ଥକୁ ବଳି ପକାଇ ମିଲରଙ୍କ ପେଟଆଉଁଶା କଥା ହେଉଛି। ତେବେ ବିଶେଷ ସୂତ୍ରରୁ ଜଣାଯାଇଛି ଯେ, ଏହି ଉପ-ଦ୍ରବ୍ୟ ମୂଲ୍ୟ ହିସାବ କରାଗଲେ ବର୍ଷକୁ ବ୍ୟବସାୟ ହେଉଛି ପାଖାପାଖି ୩ ହଜାର କୋଟି ଟଙ୍କା। ଏଠି କୁହାଯାଇପାରେ କେନ୍ଦ୍ର ସରକାର, ଏ.ଜି. ରିପୋର୍ଟକୁ ଗୁରୁତ୍ୱ ଦେଇ ଧାନର ମିଲିଂ ଉପ-ଦ୍ରବ୍ୟ ମୂଲ୍ୟ ନିର୍ଦ୍ଧାରଣ କରନ୍ତୁ। ସେ ଅର୍ଥକୁ ଚାଷୀଙ୍କ ଯୋଜନାରେ ଖର୍ଚ୍ଚ କରାଯାଉ।
ସୁନା କିଣିଲାବେଳେ ଆମେ ଯାହା ମୂଲ୍ୟ ଥାଏ, ତାକୁ ଠିକ୍‌ଠାକ୍‌ ପୈଠ କରୁ। ଯଦି ଚାଷୀଠାରୁ ପରିବା କିଣୁ, ମୂଲଚାଲ କରି କିଛି ଟଙ୍କା କାଟିଲେ ଆମେ ଖୁସି ହେଉ। ଏହା ଆମ ଖାଉଟିମାନଙ୍କର ମାନସିକତା। କିନ୍ତୁ ବୁଝିବାକୁ ହେବ ଚାଷୀକୁ ବିହନ ବୁଣାରୁ ଅମଳ, ବିପଣନ ପର୍ଯ୍ୟନ୍ତ ସଂଘର୍ଷ କରିବାକୁ ପଡ଼ିଥାଏ।

  • ସୁଧୀର କୁମାର ନାୟକ
    ଶ୍ୟାମପୁର, ଧାମନଗର, ଭଦ୍ରକ
    ମୋ: ୯୯୩୮୦୮୦୨୯୪

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

ଅଦେଖା ଆଖି

ଆଜିକାଲି ସୁବିସ୍ତୃତ ଭୂମି ଉପରେ କିଛି ଅଧିକୃତ ସ୍ଥାନରେ କାହିଁ କେତେ ବାସଗୃହ ନିର୍ମିତ ହୋଇଛି ଏବଂ ହେଉଛି ମଧ୍ୟ। କେଉଁଠି ବାସଗୃହ ବା ଘରଟି ଏକ…

ପୃଥୁଙ୍କ ଗାଈ, ଅଶୋକଙ୍କ ସିଂହ

ପ୍ରାୟ ଏକ ହଜାର ବର୍ଷ ପୂର୍ବେ ରାଜଶେଖର ‘କାବ୍ୟମୀମାଂସା’ ରଚନା କରିଥିଲେ। ସେତେବେଳେ ଆର୍ଯ୍ୟାବର୍ତ୍ତ ହିମାଳୟଠାରୁ ବିନ୍ଧ୍ୟ ପର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା। ପୂର୍ବ ଓ ପଶ୍ଚିମ…

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?