ନାଲ୍‌କୋରେ ଯୋଗଦେଲେ ପଙ୍କଜ କୁମାର

ଭୁବନେଶ୍ୱର,୨।୨: ନବରତ୍ନ ଉଦ୍ୟୋଗ ନାଲ୍‌କୋର ନୂତନ ନିର୍ଦ୍ଦେଶକ (ଉତ୍ପାଦନ) ଭାବେ ପଙ୍କଜ କୁମାର ଶର୍ମା ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଶର୍ମା ଏନ୍‌ଏମ୍‌ଡିସିର ରାୟପୁରସ୍ଥିତ ବିଶ୍ୱ ଅନ୍ବେଷଣ କେନ୍ଦ୍ରଠାରେ ମୁଖ୍ୟ ମହାପ୍ରବନ୍ଧକ ଭାବେ କାର୍ଯ୍ୟରତ ଥିଲେ। ଏପରିକି ସେ ଏନ୍‌ଏମ୍‌ଡିସି ଓ ସିଏମ୍‌ଡିସିର ମିଳିତ ଉଦ୍ୟୋଗ ତଥା ବସ୍ତର ରେଲୱେ ପ୍ରାଇଭେଟ ଲିମିଟେଡ୍‌ର ସିଇଓ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ। ସେହିଭଳି ଶର୍ମା ବିଏଚ୍‌ୟୁ-ଆଇଆଇଟିରୁ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ ସହ ୧୯୯୨ରେ ସେ ଏନ୍‌ଏମ୍‌ଡିସିଠାରେ କାର୍ଯ୍ୟନିର୍ବାହୀ ପ୍ରଶିକ୍ଷାର୍ଥୀ ଭାବେ ଯୋଗ ଦେଇଥିଲେ। ଓପନ କାଷ୍ଟ ମାଇନିଂ ଇଣ୍ଡଷ୍ଟ୍ରିର ବିଭିନ୍ନ ଦିଗରେ କାର୍ଯ୍ୟ କରିବାରେ ତାଙ୍କର ଦକ୍ଷତା ଓ ଅଭିଜ୍ଞତା ରହିଛି। କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ନବରତ୍ନ ସିପିଏସ୍‌ଇ,ଏନ୍‌ଏମ୍‌ଡିସିରେ ଶର୍ମା ଦୀର୍ଘ ୩ଦଶନ୍ଧିରୁ ଅଧିକ ସମୟ କାର୍ଯ୍ୟ କରିବା ସହ ବିଭିନ୍ନ ପଦପଦବୀରେ ସଫଳତାର ସହିତ କାର୍ଯ୍ୟ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶର୍ମାଙ୍କୁ ନାଲ୍‌କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ର ଅଭିନନ୍ଦନ ଜଣାଇବା ସହ ତାଙ୍କ ଯୋଗଦାନ ଦ୍ୱାରା ନାଲ୍‌କୋ ବୋର୍ଡ ଆହୁରି ମଜଭୁତ ହେବ ବୋଲି ଆଶା ପ୍ରକଟ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆର୍‌ବିଆଇ ବୋର୍ଡକୁ ଉଦ୍‌ବୋଧନ ଦେବେ ସୀତାରାମନ୍‌

ନୂଆଦିଲ୍ଲୀ,୮-୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସୋମବାର ଏଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ବୋର୍ଡ ବୈଠକରେ ଉଦ୍‌ବୋଧନ ଦେବେ। ବଜେଟ ଉପସ୍ଥାପନ ପରେ ଆର୍‌ବିଆଇ ସହ...

ସେନ୍‌ସେକ୍ସ ବୃଦ୍ଧି: ନିବେଶକ ମାଲାମାଲ୍‌

ମୁମ୍ବାଇ ୯-୮: କେନ୍ଦ୍ର ସରକାର ଫରେନ ପୋର୍ଟଫୋଲିଓ ଇନ୍‌ଭେଷ୍ଟର୍ସ(ଏଫ୍‌ପିଆଇ)ଙ୍କ ନିବେଶ ଉପରେ ବୃଦ୍ଧି କରିଥିବା ସରଚାର୍ଜକୁ ପ୍ରତ୍ୟାହାର କରିନେବେ ବୋଲି ବିଚାର କରୁଥିବା ସୂଚନା ମିଳିବା...

୫% ବଢ଼ିଛି ଅତ୍ୟାବଶ୍ୟକ ସାମଗ୍ରୀ ଦର

ନୂଆଦିଲ୍ଲୀ: ସାରା ବିଶ୍ୱ କୋଭିଡ୍‌ ମହାମାରୀ ଭୟରେ ଭୟଭୀତ ହୋଇ ରହିଛିି। ଏଭଳି ସମୟରେ ଭାରତରେ ପରିବାଠାରୁ ପେଟ୍ରୋଲ ପର୍ଯ୍ୟନ୍ତ ଏପରିକି ଔଷଧ ଭଳି ବହୁ...

ବ୍ୟାନ୍‌ ହେବନି ପେଟ୍ରୋଲ, ଡିଜେଲ କାର୍‌:ଗଡ଼କରୀ

ନୂଆଦିଲ୍ଲୀ,୬-୯: ସଙ୍କଟରେ ଥିବା ଅଟୋ ସେକ୍ଟରକୁ ସାନ୍ତ୍ୱନା ଦେଇ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁବାର କହିଛନ୍ତି ଯେ, ମାନ୍ଦାବସ୍ଥାରୁ ବାହାରି ଆସିବା ଲାଗି ସରକାର ଏହି...

‘ଭିଭୋ ଇଗ୍‌ନାଇଟ୍‌ ଅଭିଯାନ’

ନୂଆଦିଲ୍ଲୀ,୨୮।୯: ଅନ୍ତର୍ଜାତୀୟ ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ଭିଭୋ ପକ୍ଷରୁ ଦେଶବ୍ୟାପୀ ଭିଭୋ ଇଗ୍‌ନାଇଟ୍‌ ଅଭିଯାନର ଶୁଭାରମ୍ଭ କରାଯାଇଛି। ଉକ୍ତ ଅଭିଯାନରେ ଦେଶର ୮ମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରୀଛାତ୍ରମାନେ...

ୟୁପିରେ ୭୫,୦୦୦ କୋଟି ନିବେଶ କରିବ ରିଲାଏନ୍ସ

ନୂଆଦିଲ୍ଲୀ,୧୧।୨: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଶୁକ୍ରବାର ଉତ୍ତର ପ୍ରଦେଶରେ ୭୫,୦୦୦ କୋଟି ଟଙ୍କା...

ବ୍ୟାଙ୍କ କର୍ମଚାରୀଙ୍କ ପେନ୍‌ସନ ବଢ଼ିବ

ନୂଆଦିଲ୍ଲୀ,୨୬।୮:  ବ୍ୟାଙ୍କ କର୍ମଚାରୀଙ୍କ ପେନ୍‌ସନ ପ୍ରସଙ୍ଗରେ ସରକାର ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ବର୍ତ୍ତମାନ ବ୍ୟାଙ୍କ କର୍ମଚାରୀଙ୍କୁ ୩୦ରୁ ୩୫ ହଜାର ଟଙ୍କା ପର୍ଯ୍ୟନ୍ତ ପେନ୍‌ସନ ମିଳିପାରେ।...

ଦେବାଳିଆ ହୋଇପାରନ୍ତି ଅଧିକ ଏମ୍‌ଏସ୍‌ଏମ୍‌ଇ

ନୂଆଦିଲ୍ଲୀ,୧୭।୭:କରୋନା ମହାମାରୀ ପାଇଁ ସାରା ବିଶ୍ୱ ବର୍ତ୍ତମାନ ଆର୍ଥତ୍କ ସଙ୍କଟ ସ୍ଥିତି ଦେଇ ଗତିକରୁଛି। ଏହି ସମୟରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)ଗୁଡ଼ିକର...

Advertisement
Archives

Model This Week