ନିଶା କାରବାରରୁ ବଢ଼ି ଚାଲିଛି ଅପରାଧ

ବରଗଡ଼,୧୧।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ସାଧାରଣରେ ପରିଣତ ହୋଇଯାଇଛି। ଜିଲାର ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ଯାଏ ଗଳିକନ୍ଦିରେ ଅବାଧରେ ଏହି କାରବାର ଚାଲିଛି। କଫ୍‌ ସିରପ୍‌, ଦେଶୀ ଓ ବିଦେଶୀ ମଦ, ରନ୍ଧାମଦ ଭଳି ନିଶା କାରବାର ଯୋଗୁ ମାରପିଟ୍‌, ଲୁଟ୍‌ପାଟ୍‌ଠାରୁ ଆରମ୍ଭ କରି ହତ୍ୟାକାଣ୍ଡ ଭଳି ଅପରାଧ ଘଟି ଚାଲିଛି। ଏହାସତ୍ତ୍ୱେ ଜିଲାରେ ଚାଲିଥିବା ନିଶା କାରବାର ବେଲଗାମ ହୋଇ ପଡ଼ିଛି। ପୋଲିସ ଏବଂ ଅବକାରୀ କାଁ ଭଁ ଧରପଗଡ଼ କରୁଥିବାବେଳେ ତାହା ଧର୍ମକୁ ଆଖିଠାର ଭଳି ହୋଇଛି। ପୋଲିସ, ଅବକାରୀଙ୍କୁ ଚ୍ୟାଲେଞ୍ଜ କରି ଜିଲାରେ ନିଶା କାରବାର ବଢ଼ି ଚାଲିଛି ଏବଂ ଦିନକୁ ଦିନ ନିଶା ଜନିତ ଅପରାଧ ମଧ୍ୟ ବୃଦ୍ଧି ପାଉଛି।
ଜିଲାରେ ୩୯ଟିଦେଶୀ ମଦଭାଟି, ଦେଶୀ ଭାଟିର ୮୪ବ୍ରାଞ୍ଚ, ୨୩ଟି ଠିପିବନ୍ଦ ବିଦେଶୀ ମଦ ଦୋକାନ ଏବଂ ୭ଟି ବାର୍‌ ରହିଛି। ଏସବୁ ଲାଇସେନ୍ସପ୍ରାପ୍ତ ହେଉଥିବାବେଳେ ମଦବିକ୍ରି ବାବଦକୁ ରାଜକୋଷକୁ ମଧ୍ୟ ଏହି ଜିଲାରୁ ସର୍ବାଧିକ ରାଜସ୍ବ ଯାଉଛି। ଅନ୍ୟପଟେ ଏହି ଲାଇସେନ୍ସପ୍ରାପ୍ତ ଦେଶୀ, ବିଦେଶୀ ମଦ ଦୋକାନଠାରୁ ଚୋରା ମଦ ଏବଂ କଫ୍‌ ସିରପ୍‌ କାରବାର ଢ଼େର୍‌ ଗୁଣରେ ଟପି ଯାଇଛି। ଜିଲାର ଉଭୟ ଗ୍ରାମାଞ୍ଚଳ, ସହରାଞ୍ଚଳର ଛକସ୍ଥାନ ଗୁଡ଼ିକରେ ବିଭିନ୍ନ ଦୋକାନ, ହୋଟେଲ, ଠେଲା ଦୋକାନ ଆଳରେ ଏହିସବୁ ନିଶା ସାମଗ୍ରୀ ଅବାଧରେ ବିକ୍ରି ହେଉଥିବା ଅଭିଯୋଗ ହେଉଛି।
ସେହିପରି ବିଭିନ୍ନ ଗ୍ରାମରେ ବେଆଇନଭାବେ ଦେଶୀମଦ ଦୋକାନ ଖୋଲା ଯାଇଛି ଏବଂ ସେଠାରେ ଅବାଧରେ ମଦ ବିକ୍ରି ଚାଲିଛି। ଏଥିପ୍ରତି ପୋଲିସ, ଅବକାରୀ ତ ଦୂରର କଥା, ସ୍ଥାନୀୟ ଜନ ପ୍ରତିନିଧିମାନେ ମଧ୍ୟ ହାତ ବାନ୍ଧି ବସିଛନ୍ତି। ଅନ୍ୟପଟେ ମଦ ଜନିତ ଅପରାଧ ବଢ଼ି ଚାଲିଥିବା ଯୋଗୁ ମହିଳାମାନେ ମଦ ବିରୋଧି ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେଉଛନ୍ତି। ଏହା ସହିତ ଗ୍ରାମକୁ ନିଶାମୁକ୍ତ କରିବା ଦାବିରେ ପ୍ରଶାସନକୁ ମଧ୍ୟ ଫେରାଦ ହେଉଛନ୍ତି। ଏହାସତ୍ତ୍ୱେ କିଛି ସୁଫଳ ମିଳୁ ନାହିଁ। ଅପରପକ୍ଷେ ମଦ ଜନିତ ହିଂସା ବଢ଼ି ଚାଲୁଥିବା ପରିଲକ୍ଷିତ ହୋଇଛି।
ଗତ କିଛିଦିନ ତଳେ ଜିଲାର ଭେଡ଼େନ ଥାନା ଅନ୍ତର୍ଗତ ଗୁଦରାମୁଣ୍ଡାରେ ମଦଭାଟି ଠିକାକୁ କେନ୍ଦ୍ର କରି ଏକ ହତ୍ୟାକାଣ୍ଡ ଘଟିଥିଲା। ସମ୍ପୃକ୍ତ ମଦଭାଟି ଲାଇସେନ୍ସପ୍ରାପ୍ତ ନଥିଲା ଏବଂ ୨ଗୋଷ୍ଠୀ ମଧ୍ୟରେ ତାକୁ ନେଇ ବିବାଦ ଉପୁଜିଥିଲା। ସେହିପରି ଗତ ଧନୁଯାତ୍ରା ମହୋତ୍ସବ ଚାଲିଥିବାବେଳେ ବରଗଡ଼ ସହରରେ ଶାଳକ ନିଜ ଭିଣୋଇଙ୍କୁ ହତ୍ୟା କରିବା ଚର୍ଚ୍ଚାର ବିଷୟ ହୋଇଥିଲା। ଏହା କେବଳ ଗୋଟିଏ ଲେଖାଏ ଦୃଷ୍ଟାନ୍ତ ମାତ୍ର। ନିଶା କାରବାର ଯୋଗୁ ଦିନ ଦ୍ୱିପ୍ରହରରେ ଲୁଟ୍‌ପାଟ୍‌ଠାରୁ ହତ୍ୟା ଉଦ୍ୟମ, ହତ୍ୟାକାଣ୍ଡ ଭଳି ଅପରାଧ ଘଟୁଛି। ଏହାକୁ ନେଇ ସ୍ଥାନୀୟ ଲୋକେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି।
ତେବେ ପୋଲିସ ଏବଂ ଅବକାରୀ ବିଭିନ୍ନ ସମୟରେ ଚଢ଼ାଉ କରି କଫ ସିରପ, ଚୋରାମଦ, ଗଞ୍ଜେଇ ଜବତ କରୁଛନ୍ତି। କିନ୍ତୁ ତାହା ଜବତ ହେବାର ଅଳ୍ପଦିନ ପରେ ନିଶା ବେପାରୀମାନେ ପୁଣି ସକ୍ରିୟ ହୋଇ ପଡୁଛନ୍ତି। ବରଗଡ଼ ପୋଲିସ ବିଗତ ଦିନରେ ଚଢ଼ାଉ କରି ବିପୁଳ ପରିମାଣରେ କଫ ସିରପ, ଗଞ୍ଜେଇ ଜବତ କରିଥିଲା। ପୋଲିସର ସେହି କାର୍ଯାନୁଷ୍ଠାନ ପରେ ନିଶା ବେପାରୀଙ୍କ ମଧ୍ୟରେ ନୀରବତା ଦେଖାଯାଇଥିଲା। କିନ୍ତୁ ଏବେ ପୁଣି ଜିଲାରେ ନିଶା ବେପାରୀମାନେ ଅବାଧରେ କଫ ସିରପ୍‌ କାରବାର ଚଲାଇ ଥିବାବେଳେ ଚୋରାମଦ କାରବାର ଗଳିକନ୍ଦିରେ ଚାଲୁଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଅବକାରୀ ଅଧୀକ୍ଷକ ସୁବନ କୁମାର ନାଏକଙ୍କୁ ପଚାରିବାରୁ ନିଶା କାରବାର ଉପରେ ପ୍ରତ୍ୟେକ ଦିନ ଚଢ଼ାଉ ହେଉଛି। ଜିଲାରେ ରହିଥିବା ୬ଅବକାରୀ ଷ୍ଟେଶନ, ଗୋଟିଏ ମୋବାଇଲ ଟିମ୍‌ ଏବଂ ପଦ୍ମପୁର, ବରଗଡ଼ ରେଞ୍ଜର କର୍ମଚାରୀମାନେ ଏହି ଚଢ଼ାଉ କରୁଛନ୍ତି। ମାସକରେ ପ୍ରାୟ ୩୦୦ ମାମଲା ସେ ନେଇ ରୁଜୁ ହେଉଛି ଏବଂ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ନିଶା ସାମଗ୍ରୀ ଜବତ ହୋଇ ତାକୁ ନଷ୍ଟ କରାଯାଉଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

IPL 2027 ପୂର୍ବରୁ CSKର ବଡ଼ ଘୋଷଣା: ନୂଆ ହେଡ କୋଚ ହେଲେ…

ଚେନ୍ନାଇ,୨୧।୯: ଇଣ୍ଡିଆନ ପ୍ରିମିୟର ଲିଗ (IPL) 2027 ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏକ ବଡ଼ ଘୋଷଣା କରିଛି। ଭାରତର ପୂର୍ବତନ ତାରକା ଦ୍ରୁତ ବୋଲର୍‌…

ଆଉନାହାନ୍ତି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ ରଥ: ଖେଳିଗଲା ଶୋକର ଛାୟା

ଦିଗପହଣ୍ଡି,୨୧।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଭୀମପୁର ଶାସନ ବାସିନ୍ଦା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ରଥ (୬୪)ଙ୍କ ହୃଦଘାତରେ ପରଲୋକ…

ଅଧୁରା ରହିଗଲା ବୈଭବଙ୍କ ବଡ଼ ଇଚ୍ଛା, ଏବେ ଶ୍ରେୟସଙ୍କ ନିଷ୍ପତ୍ତି ଉପରେ ନଜର

ନୂଆଦିଲ୍ଲୀ: ଏସିଆନ ଗେମ୍ସ ପୂର୍ବରୁ ଜାପାନ ବିପକ୍ଷରେ ଭାରତୀୟ କ୍ରିକେଟ ଦଳ ଏକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ। ଏହି ମ୍ୟାଚ ପାଇଁ ଶ୍ରେୟସ ଆୟରଙ୍କ ନେତୃତ୍ୱରେ…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ୪ ରାଶିଙ୍କୁ ଫାଇଦା ହିଁ ଫାଇଦା, ୨୪ ତାରିଖରୁ ବର୍ଷିିବ ଧନ, ଚାକିରିରେ ବଡ଼ ପଦୋନ୍ନତି!

ଭୁବନେଶ୍ୱର: ଜ୍ୟୋତିଷୀୟ ଗଣନା ଅନୁଯାୟୀ, ମଙ୍ଗଳ ଦେବ ବର୍ତ୍ତମାନ ପୁନର୍ବସୁ ନକ୍ଷତ୍ରରେ ଅବସ୍ଥାନ କରୁଛନ୍ତି। ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬ରେ ମଙ୍ଗଳ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ।…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?