ସାଙ୍ଗ ଗାଡ଼ିରେ ଅପରାଧ

ଭୁବନେଶ୍ୱର,୨୮।୩(ବ୍ୟୁରୋ):ସାଙ୍ଗକୁ ଗାଡି ଦେଉଥିଲେ ହୋଇଯାଅ ସାବଧାନ। ନ ହେଲେ ଆପଣଙ୍କ ଗାଡିକୁ ବି ଜବତ କରିପାରେ ପୋଲିସ। କାରଣ କେହି ବି ଆପଣଙ୍କ ଗାଡିକୁ ଆପରାଧିକ କାର୍ଯ୍ୟରେ ବ୍ୟବହାର କରିପାରେ। ସାଙ୍ଗଠାରୁ ଗାଡ଼ି ମାଗିଆଣି ରାଜଧାନୀରେ ଲୁଟ୍‌ପାଟ କରୁଥିବା ଜଣେ ଚତୁର ଯୁବକଙ୍କୁ ନୟାପଲ୍ଲୀ ଥାନା ପୋଲିସ ଗିରଫ କରିଛି। ସେ ହେଲେ ପୁରୀ ଜିଲା କୋଣାର୍କର ଚନ୍ଦନ ଓରଫ ବିଷ୍ଣୁ ପ୍ରସାଦ ଜେନା (୨୧)। ତାଙ୍କଠାରୁ ୭ଟି ସୁନା ଚେନ ଓ ଲୁଟ୍‌ରେ ବ୍ୟବହୃତ ପଲ୍‌ସରକୁ ପୋଲିସ ଜବତ କରିଛି। ଜବତ ପଲ୍‌ସର ଅଭିଯୁକ୍ତଙ୍କ ସାଙ୍ଗର ବୋଲି ଜଣାପଡିଛି। ଅଭିଯୁକ୍ତ ଚନ୍ଦନ ଜଣେ ପେସାଦାର ଅପରାଧୀ ହୋଇଥିବାବେଳେ ସେ ଧରା ନ ପଡ଼ିବା ପାଇଁ ଚତୁର ବୁଦ୍ଧି ଖଟାଇଥିଲେ। ଭୁବନେଶ୍ୱରକୁ କୌଣସି କାମରେ ଯିବାକୁ ସାଙ୍ଗଙ୍କଠାରୁ ଗାଡି ମାଗି ଆଣୁଥିଲେ। ଏଠାରେ ହୋଟେଲରେ ରହି ଜାତୀୟ ରାଜପଥରେ ଲୁଟ୍‌ପାଟ କରୁଥିଲେ। ଗୋଟିଏ ଘଟଣା ଘଟାଇବା ପରେ ହୋଟେଲ ବଦଳାଇବା ସହ ସାଙ୍ଗର ଗାଡି ମଧ୍ୟ ଫେରାଉଥିଲେ। କିଛିଦିନ ଅନ୍ତରରେ ପୁଣି ସମାନ ଢଙ୍ଗରେ ଲୁଟ୍‌ପାଟ କରୁଥିଲେ। ବିଶେଷକରି ରାଜପଥରେ ଏକୁଟିଆ ଯାଉଥିବା ପୁରୁଷ କିମ୍ବା ମହିଳାଙ୍କୁ ଟାର୍ଗେଟ କରି ମୋବାଇଲ୍‌ ଫୋନ୍‌, ଟଙ୍କା, ସୁନା ଆଦି ଲୁଟି ନେଉଥିଲେ। ଲୁଟ୍‌ ଟଙ୍କା ଓ ସୁନା ବିକି ଅୟସ ଜୀବନ ବିତାଉଥିଲେ। ସୁନା ଚେନ ବିକି ଏକ ବୁଲେଟ ଗାଡି କିଣିବା ସହ ଚୋରି ଟଙ୍କା ଗର୍ଲଫେଣ୍ଡ ପିଛାରେ ଖର୍ଚ୍ଚ କରୁଥିବା ମଧ୍ୟ ପୋଲିସ ଜାଣିବାକୁ ପାଇଛି। ଏନେଇ ପୋଲିସ ଚୋରିବେଳେ ବ୍ୟବହୃତ ହୋଇଥିବା ଅନ୍ୟ ଏକ ମୋଟରସାଇକେଲ, ବିକ୍ରି କରିଥିବା ସୁନା, କିଣିଥିବା ବୁଲେଟକୁ ଖୋଜା ଚାଲିଛି। ଏହାସହ ଅଧିକ ତଦନ୍ତ ପାଇଁ ରିମାଣ୍ଡରେ ଆଣିବାକୁ ଯୋଜନା କରାଯାଉଛି ବୋଲି ଜୋନ୍‌-୫ ଏସିପି ସଞ୍ଜୀବ ଶତପଥୀ କହିଛନ୍ତି। ଅଭିଯୁକ୍ତ ଚନ୍ଦନଙ୍କ ନାମରେ ଭୁବନେଶ୍ୱରର ବିଭିନ୍ନ ଥାନାରେ ୧୫ରୁ ଅଧିକ ଆପରାଧିକ ମାମଲା ରହିଛି। ତେବେ ମାମଲା (ନଂ ୧୧୫/୨୩)ରେ ଅଭିଯୁକ୍ତ ଚନ୍ଦନଙ୍କୁ କୋର୍ଟ ଚାଲାଣ କରିଥିଲା ପୋଲିସ। ଜାମିନ ନ ମିଳିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ପୋଲିସ ସୂଚନାନୁସାରେ, ଗତ ୨୧ ତାରିଖରେ ଅଭିଯୋଗକାରୀ ଆକାଶ କୁମାର ଗୁପ୍ତା ଏକ ବିବାହ ଉତ୍ସବରେ ଯୋଗଦେବାକୁ ପାତ୍ରପଡା ଅଞ୍ଚଳରୁ ବାଲିଅନ୍ତା ଯାଉଥିବାବେଳେ ଇସ୍କନ ମନ୍ଦିର ସମ୍ମୁଖ ଏନ୍‌ଏଚ୍‌-୧୬ରେ ଅଭିଯୁକ୍ତ ଚନ୍ଦନ ପଛରୁ ଏକ ପଲ୍‌ସରରେ ଦ୍ରୁତଗତିରେ ଆସି ତାଙ୍କ ବେକରୁ ସୁନା ଚେନ ଛିଣ୍ଡାଇ ନେଇ ଫେରାର ହୋଇଯାଇଥିଲେ। ଏନେଇ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୂର୍ବରୁ ସମାନ ଭାବେ ଆଉଏକ ଅଭିଯୋଗ ଆସିଥିବାରୁ ଏଥିରେ ଗୋଟିଏ ଗ୍ୟାଙ୍ଗ୍‌ର ସମ୍ପୃକ୍ତି ଥିବା ସନ୍ଦେହ କରି ସିସିଟିଭି ଫୁଟେଜ ଆଧାରରେ ଗାଡିର ନମ୍ବର ଚିହ୍ନଟ ପରେ ପୋଲିସ ମାଲିକଙ୍କ ସହ ଯୋଗାଯୋଗ କରିଥିଲେ। ତାଙ୍କ ଗାଡିକୁ ସାଙ୍ଗ ମାଗି ନେଇଥିବା ଓ ଶହୀଦନଗରସ୍ଥିତ ଏକ ହୋଟେଲରେ ଥିବା ଜଣାଇବା ପରେ ପୋଲିସ ରବିବାର ରାତିରେ ସେଠାରେ ଚଢ଼ାଉ କରି ଅଭିଯୁକ୍ତ ଚନ୍ଦନଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri