ସାଙ୍ଗ ଗାଡ଼ିରେ ଅପରାଧ

ଭୁବନେଶ୍ୱର,୨୮।୩(ବ୍ୟୁରୋ):ସାଙ୍ଗକୁ ଗାଡି ଦେଉଥିଲେ ହୋଇଯାଅ ସାବଧାନ। ନ ହେଲେ ଆପଣଙ୍କ ଗାଡିକୁ ବି ଜବତ କରିପାରେ ପୋଲିସ। କାରଣ କେହି ବି ଆପଣଙ୍କ ଗାଡିକୁ ଆପରାଧିକ କାର୍ଯ୍ୟରେ ବ୍ୟବହାର କରିପାରେ। ସାଙ୍ଗଠାରୁ ଗାଡ଼ି ମାଗିଆଣି ରାଜଧାନୀରେ ଲୁଟ୍‌ପାଟ କରୁଥିବା ଜଣେ ଚତୁର ଯୁବକଙ୍କୁ ନୟାପଲ୍ଲୀ ଥାନା ପୋଲିସ ଗିରଫ କରିଛି। ସେ ହେଲେ ପୁରୀ ଜିଲା କୋଣାର୍କର ଚନ୍ଦନ ଓରଫ ବିଷ୍ଣୁ ପ୍ରସାଦ ଜେନା (୨୧)। ତାଙ୍କଠାରୁ ୭ଟି ସୁନା ଚେନ ଓ ଲୁଟ୍‌ରେ ବ୍ୟବହୃତ ପଲ୍‌ସରକୁ ପୋଲିସ ଜବତ କରିଛି। ଜବତ ପଲ୍‌ସର ଅଭିଯୁକ୍ତଙ୍କ ସାଙ୍ଗର ବୋଲି ଜଣାପଡିଛି। ଅଭିଯୁକ୍ତ ଚନ୍ଦନ ଜଣେ ପେସାଦାର ଅପରାଧୀ ହୋଇଥିବାବେଳେ ସେ ଧରା ନ ପଡ଼ିବା ପାଇଁ ଚତୁର ବୁଦ୍ଧି ଖଟାଇଥିଲେ। ଭୁବନେଶ୍ୱରକୁ କୌଣସି କାମରେ ଯିବାକୁ ସାଙ୍ଗଙ୍କଠାରୁ ଗାଡି ମାଗି ଆଣୁଥିଲେ। ଏଠାରେ ହୋଟେଲରେ ରହି ଜାତୀୟ ରାଜପଥରେ ଲୁଟ୍‌ପାଟ କରୁଥିଲେ। ଗୋଟିଏ ଘଟଣା ଘଟାଇବା ପରେ ହୋଟେଲ ବଦଳାଇବା ସହ ସାଙ୍ଗର ଗାଡି ମଧ୍ୟ ଫେରାଉଥିଲେ। କିଛିଦିନ ଅନ୍ତରରେ ପୁଣି ସମାନ ଢଙ୍ଗରେ ଲୁଟ୍‌ପାଟ କରୁଥିଲେ। ବିଶେଷକରି ରାଜପଥରେ ଏକୁଟିଆ ଯାଉଥିବା ପୁରୁଷ କିମ୍ବା ମହିଳାଙ୍କୁ ଟାର୍ଗେଟ କରି ମୋବାଇଲ୍‌ ଫୋନ୍‌, ଟଙ୍କା, ସୁନା ଆଦି ଲୁଟି ନେଉଥିଲେ। ଲୁଟ୍‌ ଟଙ୍କା ଓ ସୁନା ବିକି ଅୟସ ଜୀବନ ବିତାଉଥିଲେ। ସୁନା ଚେନ ବିକି ଏକ ବୁଲେଟ ଗାଡି କିଣିବା ସହ ଚୋରି ଟଙ୍କା ଗର୍ଲଫେଣ୍ଡ ପିଛାରେ ଖର୍ଚ୍ଚ କରୁଥିବା ମଧ୍ୟ ପୋଲିସ ଜାଣିବାକୁ ପାଇଛି। ଏନେଇ ପୋଲିସ ଚୋରିବେଳେ ବ୍ୟବହୃତ ହୋଇଥିବା ଅନ୍ୟ ଏକ ମୋଟରସାଇକେଲ, ବିକ୍ରି କରିଥିବା ସୁନା, କିଣିଥିବା ବୁଲେଟକୁ ଖୋଜା ଚାଲିଛି। ଏହାସହ ଅଧିକ ତଦନ୍ତ ପାଇଁ ରିମାଣ୍ଡରେ ଆଣିବାକୁ ଯୋଜନା କରାଯାଉଛି ବୋଲି ଜୋନ୍‌-୫ ଏସିପି ସଞ୍ଜୀବ ଶତପଥୀ କହିଛନ୍ତି। ଅଭିଯୁକ୍ତ ଚନ୍ଦନଙ୍କ ନାମରେ ଭୁବନେଶ୍ୱରର ବିଭିନ୍ନ ଥାନାରେ ୧୫ରୁ ଅଧିକ ଆପରାଧିକ ମାମଲା ରହିଛି। ତେବେ ମାମଲା (ନଂ ୧୧୫/୨୩)ରେ ଅଭିଯୁକ୍ତ ଚନ୍ଦନଙ୍କୁ କୋର୍ଟ ଚାଲାଣ କରିଥିଲା ପୋଲିସ। ଜାମିନ ନ ମିଳିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ପୋଲିସ ସୂଚନାନୁସାରେ, ଗତ ୨୧ ତାରିଖରେ ଅଭିଯୋଗକାରୀ ଆକାଶ କୁମାର ଗୁପ୍ତା ଏକ ବିବାହ ଉତ୍ସବରେ ଯୋଗଦେବାକୁ ପାତ୍ରପଡା ଅଞ୍ଚଳରୁ ବାଲିଅନ୍ତା ଯାଉଥିବାବେଳେ ଇସ୍କନ ମନ୍ଦିର ସମ୍ମୁଖ ଏନ୍‌ଏଚ୍‌-୧୬ରେ ଅଭିଯୁକ୍ତ ଚନ୍ଦନ ପଛରୁ ଏକ ପଲ୍‌ସରରେ ଦ୍ରୁତଗତିରେ ଆସି ତାଙ୍କ ବେକରୁ ସୁନା ଚେନ ଛିଣ୍ଡାଇ ନେଇ ଫେରାର ହୋଇଯାଇଥିଲେ। ଏନେଇ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୂର୍ବରୁ ସମାନ ଭାବେ ଆଉଏକ ଅଭିଯୋଗ ଆସିଥିବାରୁ ଏଥିରେ ଗୋଟିଏ ଗ୍ୟାଙ୍ଗ୍‌ର ସମ୍ପୃକ୍ତି ଥିବା ସନ୍ଦେହ କରି ସିସିଟିଭି ଫୁଟେଜ ଆଧାରରେ ଗାଡିର ନମ୍ବର ଚିହ୍ନଟ ପରେ ପୋଲିସ ମାଲିକଙ୍କ ସହ ଯୋଗାଯୋଗ କରିଥିଲେ। ତାଙ୍କ ଗାଡିକୁ ସାଙ୍ଗ ମାଗି ନେଇଥିବା ଓ ଶହୀଦନଗରସ୍ଥିତ ଏକ ହୋଟେଲରେ ଥିବା ଜଣାଇବା ପରେ ପୋଲିସ ରବିବାର ରାତିରେ ସେଠାରେ ଚଢ଼ାଉ କରି ଅଭିଯୁକ୍ତ ଚନ୍ଦନଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri