ବଲାଙ୍ଗୀରରୁ ଫେରିଗଲେ କ୍ରାଇମ୍‌ବ୍ରାଞ୍ଚ ଟିମ

ବଲାଙ୍ଗୀର ଅଫିସ,୧୭ା୪: ବହୁଚର୍ଚ୍ଚିତ ଜାଲ୍‌ ସାର୍ଟିଫିକେଟ ମାମଲାର ତଦନ୍ତ କରୁଥିବା କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ୧୫ ଦିନର ତଦନ୍ତ ପରେ ବଲାଙ୍ଗୀରରୁ କ୍ୟାମ୍ପ ଉଠାଇ ନେଇଥିବା ଚର୍ଚ୍ଚାର ବିଷୟ ହୋଇଛି। ରବିବାର ସକାଳେ କ୍ରାଇମ୍‌ବ୍ରାଞ୍ଚର ୫ ଜଣିଆ ଟିମ୍‌ ଶନିବାର ବିଳମ୍ବିତ ରାତିରେ କଟକ ଅଭିମୁଖେ ଫେରି ଯାଇଥିବା ନେଇ ସୂଚନା ମିଳିଥିଲା। ଏଭଳି ଖବର ପାଇବା ପରେ ଗଣମାଧ୍ୟମ ପ୍ରତିନିଧିମାନେ ପୂର୍ତ୍ତ ବିଭାଗ ଡାକବଙ୍ଗଳାକୁ ଯାଇଥିଲେ। ତେବେ ସେଠାରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ର କୌଣସି ସଦସ୍ୟ ନ ଥିଲେ। ପୂର୍ତ୍ତ ବିଭାଗ ଡାକବଙ୍ଗଳା କର୍ମଚାରୀଙ୍କୁ ବିଶେଷ କିଛି ନ କହି କ୍ରାଇମ୍‌ବ୍ରାଞ୍ଚର ୫ ଜଣିଆ ସଦସ୍ୟ ଫେରି ଯାଇଥିବା ଜଣାପଡିଥିଲା। ଏନେଇ କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ଦେବବ୍ରତ ଚକ୍ରଙ୍କୁ ଫୋନ୍‌ରେ ଯୋଗାଯୋଗ ପାଇଁ ଉଦ୍ୟମ କରାଯାଇଥିଲା। କିନ୍ତୁ ଫୋନ ରିଂ ହେବା ସତ୍ତ୍ୱେ ସେ ଉଠାଇ ଥିଲେ। ଫଳରେ ତାଙ୍କ ମତାମତ ମିଳି ପାରିନାହିଁ। କ୍ରାଇମବ୍ରାଞ୍ଚ ଟିମ୍‌ ଫେରିଯିବା ପରେ ଜାଲ୍‌ ସାର୍ଟିଫିକେଟ ମାମଲାର ଗତି କୁଆଡେ ତାକୁ ନେଇ ସାଧାରଣରେ ନାନା ପ୍ରଶ୍ନ ସୃଷ୍ଟି ହୋଇଛି ା
ଗତ ମାର୍ଚ୍ଚ ୨୩ ତାରିଖ ଦିନ ବଲାଙ୍ଗୀର ଡାକମଣ୍ଡଳ ଗ୍ରାମୀଣ ଡାକ ସେବକ ପଦ ପାଇଁ ସାର୍ଟିଫିକେଟ ଭେରିଫିକେଶନ ବେଳେ ଡାକ ଅଧୀକ୍ଷକ ରାଜେନ୍ଦ୍ର କୁମାର ପଟ୍ଟନାୟକ କେତେକ ସାର୍ଟିଫିକେଟ ଜାଲ୍‌ ବୋଲି ସନ୍ଦେହ କରି ଟାଉନ୍‌ ଥାନାରେ ରିପୋର୍ଟ କରିଥିଲେ। ବଲାଙ୍ଗୀର ଏସ୍‌ପି ନିତିନ କୁଶଲକରଙ୍କ ନିର୍ଦ୍ଦେଶରେ ଟାଉନ୍‌ ଥାନା ପୋଲିସ ଏନେଇ ମାମଲା ରୁଜୁ କରି ବଲାଙ୍ଗୀର ରିଲାଏନ୍ସ କୋଚିଂ ସେଣ୍ଟରରେ ଚଢ଼ାଉ କରି ବିପୁଳ ମାତ୍ରାରେ ଜାଲ୍‌ ସାର୍ଟିଫିକେଟ ଜବତ କରିଥିଲା। ଏହି ମାମଲାରେ ପୋଲିସ ରିଲାଏନ୍ସ କୋଚିଂ ସେଣ୍ଟର ମାଲିକ ମନୋଜ ମିଶ୍ର, ସହଯୋଗୀ ଆଲୋକ ରଞ୍ଜନ ଉଦ୍‌ଗାତାଙ୍କ ସମେତ ୧୯ ଜଣଙ୍କୁ ଗିରଫ କରିଥିଲା। ଉକ୍ତ କୋଚିଂ ସେଣ୍ଟରରୁ ଦେଶର ବିଭିନ୍ନ ପ୍ରଦେଶର ୪୧ଟି ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟର ୫ ହଜାରରୁ ଊର୍ଦ୍ଧ୍ୱ ଜାଲ ସାର୍ଟିଫିକେଟ ଜବତ କରିବା ପରେ ଏହା ଏକ ଜାତୀୟ ସ୍ତରର ସ୍କାମ୍‌ ବୋଲି ଏସ୍‌ପି କୁଶଲକର କହିଥିଲେ। ଏହି ମାମଲାକୁ ନେଇ ବିଧାନସଭା ହୁଲସ୍ତୁଲ ହୋଇଥିଲା। ଜାଲ୍‌ ସାର୍ଟିଫିକେଟ କାରବାର କରୁଥିବା ଅଭିଯୁକ୍ତ ମନୋଜ ମିଶ୍ରଙ୍କ ସହ ଶାସକ ଦଳର କେତେଜଣ ନେତା ମନ୍ତ୍ରୀଙ୍କ ସମ୍ପୃକ୍ତି ବିଷୟରେ ଅଭିଯୋଗ ଉଠିବା ପରେ ସରକାର ତରବରିଆ ଭାବେ କ୍ରାଇମ୍‌ବ୍ରାଞ୍ଚକୁ ଏହି ମାମଲାର ତଦନ୍ତ ଦାୟିତ୍ୱ ଦେଇଥିଲେ। ଗତ ୧ ତାରିଖ ଠାରୁ ଡିଏସ୍‌ପି ଦେବବ୍ରତ ଚକ୍ରଙ୍କ ନେତୃତ୍ୱରେ ୫ ଜଣିଆ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ବଲାଙ୍ଗୀର ଆସିଥିଲା। ଅଭିଯୁକ୍ତ ମନୋଜ ମିଶ୍ର, ଆଲୋକ ଉଦ୍‌ଗାତାଙ୍କ ସହ ଅନ୍ୟ ଦୁଇ ଅଭିଯୁକ୍ତ ତ୍ରିବିହାରୀ ପଣ୍ଡା ଏବଂ ପରେଶ ବୁଡେକଙ୍କୁ ୩ ଦିନଆ ରିମାଣ୍ଡରେ ଆଣି କ୍ରାଇମ୍‌ବ୍ରାଞ୍ଚ୍‌ ପଚରାଉଚରା କରିଥିଲା। କ୍ରାଇମ୍‌ବ୍ରାଞ୍ଚ ଆଇଜି ଅମିତେନ୍ଦ୍ରନାଥ ସିହ୍ନା ବଲାଙ୍ଗୀରରେ କ୍ୟାମ୍ପ କରିଥିଲେ। ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଅଭିଯୁକ୍ତଙ୍କ ଠାରୁ ମିଳିଛି। ଏଥିରେ ଆର୍ଥିକ କାରବାର ହୋଇଥିବା ଦର୍ଶାଇ ଅଭିଯୁକ୍ତ ମିଶ୍ରଙ୍କ ସମ୍ପତ୍ତି ବ୍ୟାଜାପ୍ତି ଦିଗରେ କ୍ରାଇମ୍‌ବ୍ରାଞ୍ଚ ପଦକ୍ଷେପ ନେଉଥିବା ସୂଚନା ଦିଆଯାଇଥିଲା। ଜାଲ୍‌ ସାର୍ଟିଫିକେଟ କାରବାର ଏକ ଆନ୍ତଃରାଜ୍ୟ ର଼୍ୟାକେଟ ହୋଇଥିବାରୁ ଏ ଦିଗରେ ଆବଶ୍ୟକ ପଡିଲେ କ୍ରାଇମବ୍ରାଞ୍ଚ ଟିମ୍‌ ରାଜ୍ୟ ବାହାରକୁ ଯିବ ବୋଲି କୁହାଯାଇଥିଲା। ଅନେକ ସାଂଘାତିକ ତଥ୍ୟ ଓ ପ୍ରମାଣ କ୍ରାଇମ୍‌ବ୍ରାଞ୍ଚର ହସ୍ତଗତ ହୋଇଛି ଏବଂ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କ୍ରାଇମ୍‌ବ୍ରାଞ୍ଚ ଡିଏସପି କହୁଥିଲେ। ଏହାର କିଛି ଦିନ ପରେ ଉପର ଅଧିକାରୀଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି ବୋଲି କହିଥିଲେ। ମାତ୍ର ୧୫ ଦିନର ତଦନ୍ତ ପରେ କାହାକୁ କିଛି ନ ଜଣାଇ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ରାତିଅଧିଆ ଫେରିଯାଇଥିବାରୁ କ୍ରାଇମ୍‌ବ୍ରାଞ୍ଚ ତଦନ୍ତକୁ ନେଇ ଏବେ ସାଧାରଣରେ ଅନେକ ପ୍ରଶ୍ନ ଉଠିଛି। ବାସ୍ତବରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରିବାକୁ ଆସିଥିଲା ନା ମାମଲାକୁ ଚପାଇବାକୁ ଆସିଥିଲା ବୋଲି ପ୍ରଶ୍ନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୈତୃକ ଗାଁରୁ ପ୍ରଚାର ମଇଦାନକୁ ଓହ୍ଲାଇଲେ ପ୍ରଦୀପ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକସଭା ଆସନ ପାଇଁ ଭାଜପା ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି। ବରଗଡ଼ ଲୋକସଭା କ୍ଷେତ୍ର ଅଧୀନ ବିଜେପୁର ନିର୍ବାଚନ ମଣ୍ଡଳି ପୈତୃକ...

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri