ରାୟଗଡ଼ାରେ ପହଞ୍ଚିଲା କ୍ରାଇମବ୍ରାଞ୍ଚର ୧୨ ଜଣିଆ ଟିମ୍‌,ତଦନ୍ତ ଆରମ୍ଭ

ରାୟଗଡ଼ା ଅଫିସ,୩୦।୧୨: ବିଦାନୋଭ ଏବଂ ପାଭେଲଙ୍କ ମୃତ୍ୟୁ ତଦନ୍ତ ପାଇଁ ରାୟଗଡ଼ାରେ କ୍ରାଇମବ୍ରାଞ୍ଚର ୧୨ ଜଣିଆ ଟିମ୍‌ ଶୁକ୍ରବାର ପହଞ୍ଚିଛନ୍ତି। କ୍ରାଇମବ୍ରାଞ୍ଚ ଡିଏସ୍‌ପି ସରୋଜକାନ୍ତ ମହାନ୍ତଙ୍କ ନେତୃତ୍ୱରେ ଟିମ୍‌ ତଦନ୍ତ କରିବ। ଏପରିକି ୬ ଜଣିଆ ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ରହିଥିବା ମଧ୍ୟ ଜଣାପଡ଼ିଛି। ଟିମ୍‌ ଶୁକ୍ରବାର ଭୋରରେ ପହଞ୍ଚିବା ପରେ କ୍ରାଇମବ୍ରାଞ୍ଚ ଅଧିକାରୀ ଓ ଗୁରୁବାର ଅନୁସନ୍ଧାନ ପାଇଁ ଆସିଥିବା ଆଇବି ଟିମ୍‌ ମଧ୍ୟରେ ସାକ୍ଷାତ ହୋଇଥିଲା। ପାଖାପାଖି ହୋଟେଲରେ ରହୁଥିବା ଦୁଇଟି ତଦନ୍ତକାରୀ ସଂସ୍ଥା କର୍ତ୍ତୃପକ୍ଷ ମଧ୍ୟରେ ବିଭିନ୍ନ ତଦନ୍ତ ବିଷୟରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ଏହାପରେ କ୍ରାଇମବ୍ରାଞ୍ଚ ଟିମ୍‌ ଜିଲା ପୋଲିସ କାର୍ଯ୍ୟାଳୟଠାରେ ଏସ୍‌ପି, ଏସ୍‌ଡିପିଓଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଭେଟି ଆଲୋଚନା କରିଥିଲେ। ଏଥିସହିତ ପୋଲିସ ଗେଷ୍ଟ ହାଉସଠାରେ ଆଇଆଇସି ଓ ଅନ୍ୟ ତଦନ୍ତକାରୀ ଅଧିକାରୀ ସହିତ ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି। ତେବେ ଘଟଣା ଘଟିଥିବା ହୋଟେଲରେ କ୍ରାଇମବ୍ରାଞ୍ଚ ଟିମ୍‌ କେତେବେଳେ ପହଞ୍ଚିବେ ତାହା ଜଣାପଡ଼ିନାହିଁ। ବର୍ତ୍ତମାନ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଘଟଣାକୁ ନେଇ ବ୍ୟାପକ ଖୋଳତାଡ କରୁଥିବା ଜଣାପଡିଛି। ଅପରପକ୍ଷେ କ୍ରାଇମବ୍ରାଞ୍ଚ ଟିମ୍‌ ଋଷିଆ ଦମ୍ପତି ଏବଂ ଗାଇଡ ଜିତେନ୍ଦ୍ରଙ୍କୁ କଟକ ଅଫିସରେ ଜେରା ଜାରି ରଖିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri