Posted inଖେଳ

ଚାପ ବିନା କ୍ରିକେଟ ରୋମାଞ୍ଚହୀନ: ମୋରିସ

ଦୁବାଇ,୨୪।୧୦(ପି.ଟି.): ଚାପ ନ ଥିଲେ କ୍ରିକେଟର ମାନେ କିଛି ନାହିଁ। ଚାପ ନ ଥିଲେ କ୍ରିକେଟରେ ରୋମାଞ୍ଚ ନାହିଁ ବୋଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଲରାଉଣ୍ଡର କ୍ରିସ୍‌ ମୋରିସ୍‌ କହିଛନ୍ତି। ଜଣେ ଅଲରାଉଣ୍ଡର ଭାବେ ବାଙ୍ଗାଲୋର ଦଳରେ ତାଙ୍କର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ହୃଦୟଙ୍ଗମ କରିଛନ୍ତି। ଏହାଦ୍ୱାରା ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ତାଙ୍କର ପ୍ରଦର୍ଶନରେ ଯଥେଷ୍ଟ ସ୍ଥିରତା ଆସିଛି। ଆଇପିଏଲ୍‌ରେ ମୋରିସ ସବୁବେଳେ ଭଲ ପ୍ରଦର୍ଶନ କରିଆସିଛନ୍ତି। ପୂର୍ବରୁ ଦିଲ୍ଲୀ ଦଳ ପାଇଁ ସେ ୪ଟି ସଂସ୍କରଣରେ ଖେଳିଥିଲେ। ଏବେ ସେ ବାଙ୍ଗାଲୋର ପାଇଁ ଖେଳିବାର ସୁଯୋଗ ହାସଲ କରିଛନ୍ତି। ମୋରିସଙ୍କ ଯୋଗୁ ବାଙ୍ଗାଲୋର ଦଳରେ ସନ୍ତୁଳନ ଆସିଛି। ସେ ଅଧିନାୟକ ବିରାଟ କୋହଲିଙ୍କ ବିଶ୍ୱାସଭାଜନ ହୋଇପାରିଛନ୍ତି।
ଚଳିତ ଆଇପିଏଲ୍‌ର ପ୍ରଥମ ୪ଟି ମ୍ୟାଚ୍‌ ସେ ସାଇଡ୍‌ ଷ୍ଟ୍ରେନ୍‌ ଇଞ୍ଜୁରି କାରଣରୁ ଖେଳିପାରି ନ ଥିଲେ। ତେବେ ଏହାପରେ ଏହି ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର ୫ଟି ମ୍ୟାଚ୍‌ ଖେଳି ୯ଟି ଉଇକେଟ ହାସଲ କରିଛନ୍ତି। କଞ୍ଜୁସ ବୋଲିଂ କରି ସେ ଓଭରପିଛା ମାତ୍ର ୫ ରନ ବ୍ୟୟ କରିଛନ୍ତି। ଡେଥ୍‌ ଓଭରରେ ନବୀଦପ ସଇନିଙ୍କ ସମେତ ତାଙ୍କର ପ୍ରଦର୍ଶନ ଦୃଷ୍ଟାନ୍ତମୂଳକ।
କୋଭିଡ୍‌-୧୯ କାରଣରୁ ଜାରି କରାଯାଇଥିବା ଲକ୍‌ଡାଉନ ତାଙ୍କ ପାଇଁ ଆଶୀର୍ବାଦ ସାବ୍ୟସ୍ତ ହୋଇଛି। ଏହାଦ୍ୱାରା ସେ ଶାରୀରିକ ଓ ମାନସିକ ଭାବେ ବିଶ୍ରାମ ପାଇଛନ୍ତି ଓ ବେଶ୍‌ ତାଜା ଅନୁଭବ କରିଛନ୍ତି ବୋଲି ୩୩ ବର୍ଷୀୟ ମୋରିସ ଶୁକ୍ରବାର ଏକ ଅନ୍‌ଲାଇନ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି। ଆମେ ଯଥେଷ୍ଟ ହୋମ୍‌ଓ୍ବାର୍କ କରିଛୁ। ମ୍ୟାଚ୍‌ ପୂର୍ବରୁ ଆମେ ସ୍ପଷ୍ଟ ଯୋଜନା କରିଥାଉ। ଯଦି ଗୋଟିଏ ଯୋଜନା ଫେଲ୍‌ ମାରିଲା ତେବେ ପ୍ଲାନ୍‌- ବି’କୁ କାର୍ଯ୍ୟକାରୀ କରୁ। ଏହା ଫେଲ୍‌ ମାରିଲେ ଆମେ ପ୍ଲାନ୍‌-ସି’କୁ କାର୍ଯ୍ୟକାରୀ କରୁ। ଇଞ୍ଜୁରି ସମୟରେ ରିହାବିଲିଟେଶନ ପିରିୟଡ୍‌ରେ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହୋଇଥିଲି। ତେବେ ସପୋର୍ଟ ଷ୍ଟାଫ୍‌ ସବୁ କାମ ସହଜ କରିଥିଲେ। ଆରମ୍ଭ ଓ ଡେଥ୍‌ ଓଭରରେ ବୋଲିଂ କରିବା ନିଶ୍ଚିତ ଭାବେ ଏକ ଚ୍ୟାଲେଞ୍ଜ। ତେବେ ଚାପ ବିନା କ୍ରିକେଟ ରୋମାଞ୍ଚକ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି। ସାଥୀ ଖେଳାଳିମାନଙ୍କୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। ଯୁବ ଓପନର କିଛିମାତ୍ରାରେ ମାଥ୍ୟୁ ହେଡେନଙ୍କ ଭଳି ଖେଳୁଛନ୍ତି ଓ ସେ ଭାରତୀୟ କ୍ରିକେଟର ଭବିଷ୍ୟତ ବୋଲି ମୋରିସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି ଖେଳାଳିଙ୍କ ଅନୁପସ୍ଥିତି ଅନୁଭବ କରୁଛି ସିଏସ୍‌କେ

ମୁମ୍ବାଇ, ୧୧ା୪- ଚଳିତ ଆଇପିଏଲରେ ପରାଜୟ ସହ ଅଭିଯାନ ଆରମ୍ଭ କରିଛି ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)। ପ୍ରତିପକ୍ଷ ଦଳ...

୩୫୦ ବଲ୍‌ ଖେଳି ସବୁଠାରୁ ଧିମା ଅର୍ଦ୍ଧଶତକ ମାରିଥିଲେ ଏହି କ୍ରିକେଟର, ଏବେ ବି ଭାଙ୍ଗିନି ରେକର୍ଡ

ନୂଆଦିଲ୍ଲୀ,୧୩।୧: କ୍ରିକେଟର ତିନି ଫର୍ମାଟ ଭିତରୁ ଟେଷ୍ଟ ସବୁଠାରୁ ଲମ୍ବା ଏବଂ ପୁରୁଣା। ଏହି ଫର୍ମାଟରେ ସଂଯମତା ରଖି କ୍ରିକେଟରକୁ ବ୍ୟାଟିଂ କରିବାକୁ ପଡ଼ିଥାଏ। ହେଲେ...

ଗୋଇଠିରେ ଫୁଟ୍‌ବଲ

ନୂଆଦିଲ୍ଲୀ: ଫୁଟବଲ୍‌ ଖେଳର ବିଭିନ୍ନ କୌଶଳକୁ ଆପଣାଇ ବେଳେବେଳେ ଲୋକେ ଚର୍ଚ୍ଚିତ ହୋଇଥାନ୍ତି। ତେବେ ଫୁଟବଲକୁ ନିଜ ଗୋଇଠିରେ ଚଲାଇବାର ଏକ ସ୍ବତନ୍ତ୍ର ତଥା ଅଦ୍ଭୁତ...

ଅଷ୍ଟ୍ରେଲିଆକୁ ହରାଇଲା ଟିମ୍‌ ଇଣ୍ଡିଆ

କାନବେରା,୨ା୧୨- ଏଠାରେ ଅନୁଷ୍ଠିତ  ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍‌କୁ ୧୩ ରନ୍‌ରେ ଜିତି ନେଇଛି ଭାରତୀୟ ଦଳ। ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର...

ଯୋଜନାବଦ୍ଧ ଉଦ୍ୟମ ଜରୁରୀ

ଆମ ଦେଶ ଲୋକ ସଂଖ୍ୟା ଦୃଷ୍ଟିରୁ ଯେତିକି ଅଗ୍ରଗତି କରିଛି କ୍ରୀଡା କ୍ଷେତ୍ରରେ ଗୋଟିଏ ଅଲିମ୍ପିକ ପଦକ ପାଇଁ ସେତିକି ସଂଘର୍ଷର ସାମ୍ନା କରୁୂଛି ।...

କ୍ରୀଡ଼ା ମନ୍ତ୍ରଣାଳୟର ସହାୟତା ଲୋଡ଼ିଲା ଆଇଓଏ

ନୂଆଦିଲ୍ଲୀ, ୧୮।୫: କରୋନା ଭାଇରସ ସଂକ୍ରମଣ ଜନିତ ସ୍ଥିତିକୁ ଦୃଷ୍ଟିରେ ରଖି କ୍ରୀଡ଼ା ମନ୍ତ୍ରଣାଳୟ ସହାୟତା ଲୋଡ଼ିଛି ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ(ଆଇଓଏ)। ଆସନ୍ତାବର୍ଷ ପର୍ଯ୍ୟନ୍ତ କୌଣସି...

ଟି୨୦ ସିରିଜ ଜିତିଲା ଭାରତ

ପୁଣେ,୧୦।୧(ପି.ଟି.)- ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜରେ ଘରୋଇ ଭାରତ ୨-୦ରେ ବିଜୟୀ ହୋଇଛି। ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଗ୍ରାଉଣ୍ଡରେ ଶୁକ୍ରବାର ଖେଳାଯାଇଥିବା ତୃତୀୟ ତଥା...

ସର୍ଫରାଜଙ୍କୁ କ୍ଷମା ପ୍ରାର୍ଥନା କଲେ ପ୍ରଶଂସକ

ଲଣ୍ଡନ,୨୪।୬: ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦଙ୍କ ଜୀବନ ଗତ ୨୪ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ବଦଳି ଯାଇଛି। ଗତ ସପ୍ତାହରେ ଭାରତଠାରୁ ପରାସ୍ତ ହେବା ପରେ...

Advertisement
Archives

Model This Week