Posted inଖେଳ

ହାର୍ଦ୍ଦିକ କେତେ ଠିକ୍‌ ସମୟ କହିବ?କାହିଁକି ଏଭଳି କହିଲେ ହରଭଜନ…

ନୂଆଦିଲ୍ଲୀ, ୨୧।୩: ଆଇପିଏଲ ଇତିହାସର ସଫଳ ଅଧିନାକୟ ରୋହିତ ଶର୍ମାଙ୍କ ନିକଟରୁ ଅଧିନାୟକତ୍ୱ ନେଇ ହାର୍ଦ୍ଦିକ ପାଣ୍ଡ୍ୟାକୁ ଦେଇଛି ମୁମ୍ବାଇ ଇଣ୍ଡିଆନ୍ସ। ଏହାକୁ ନେଇ ସୋସିଆଲ ମିଡିଆରେ ଫ୍ୟାନ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ ପୂର୍ବତନ ଭାରତୀୟ କ୍ରିକେଟର ତଥା ବର୍ତ୍ତମାନ ଭାଷ୍ୟକାର ଭାବରେ କାମ କରୁଥିବା ହରଭଜନ ସିଂ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପୂର୍ବରୁ ବର୍ତ୍ତମାନର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏହା ଉପରେ ପ୍ରତିକ୍ରିୟା ଦେବା ସହିତ ସବୁ କିଛି ଠିକ୍‌ ଥିବା କହିଥିଲେ। ରୋହିତଙ୍କ ଉପସ୍ଥିତି ମୋ ପାଇଁ ଏକ ସକରାତ୍ମକ ଜିନିଷ ବୋଲି କହିଛନ୍ତି ପାଣ୍ଡ୍ୟା। ଯେ କୌଣସି ପରସ୍ଥିତିରେ ରୋହିତଙ୍କ ଠାରୁ ମୁଁ ପରାମର୍ଶ ପାଇ ପାରିବି ବୋଲି ମଧ୍ୟ ସେ କହିଛନ୍ତି। ୨୦୧୫ରେ ମୁଁ ଏମ୍‌ଆଇରୁ ମୋର କ୍ୟାରିୟର ଆରମ୍ଭ କରିଥିଲି। ସମାନ ଦଳକୁ ଅଧିନାୟକ ଭାବରେ ପ୍ରତ୍ୟାବର୍ତ୍ତନ କରିବା ମୋ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ବୋଲି କହିଥିଲେ ପାଣ୍ଡ୍ୟା। କ୍ୟାରିୟର ଆରମ୍ଭରୁ ମୁଁ ରୋହିତଙ୍କ ଅଧୀନରେ ଖେଳିଛି ତେଣୁ ଯେତେବେଳେ ବି ପରାମର୍ଶ ଆବଶ୍ୟକ ତାହା ମିଳି ପାରିବ। ତେବେ ହରଭଜନ ଏଥିରେ ଅସହମତି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଉଭୟ ଖେଳାଳିଙ୍କ ମଧ୍ୟରେ ସମ୍ପର୍କ କେତେ ଠିକ୍‌ ଅଛି ତାହା କେବଳ ସମୟ କହିବ। ଏହା ସହ ସେ ରୋହିତଙ୍କ କ୍ୟାପଟେନ୍ସିକୁ ମଧ୍ୟ ପ୍ରଶଂସା କରିଛନ୍ତି। ୫ ଥର ଆଇପିଏଲ୍‌ ବିଜୟୀ ହୋଇଥିବା ବେଳେ ନିକଟରେ ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତିରେ ମଧ୍ୟ ଇଂଲଣ୍ଡ ବିପକ୍ଷରେ ଭାରତ ସିରିଜ ଜିତିବା ଏକ ଚମତ୍କାର ଉପଲବ୍ଧି ବୋଲି କହିଛନ୍ତି ହରଭଜନ। ବିରାଟ କୋହଲିଙ୍କ ପରି ଷ୍ଟାର ଖେଳାଳି ଅନୁପସ୍ଥିତ ଥିବା ବେଳେ ଭାରତ ୦-୧ରେ ପଛୁଆ ରହିଥିଲା। ତେବେ ଭାରତ ଯେଉଁ ଭଳି ପ୍ରତ୍ୟାବର୍ତ୍ତନ କଲା ତାହା ବେଶ ପ୍ରଶଂସନୀୟ। ଯୁବ ଖେଳାଳି ମାନେ ଭଲ ପ୍ରଦର୍ଶନ କରିଥିବା ବେଳେ ଏହାର ସମସ୍ତ ଶ୍ରେୟ ରୋହିତଙ୍କୁ ଯିବ ବୋଲି ହରଭଜନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ସିଂହ ରାଶିର ପ୍ରବେଶରେ ଘଟିବ ବୁଦ୍ଧାଦିତ୍ୟ ରାଜଯୋଗ! ଏହି ରାଶିଙ୍କୁ ଧନଲାଭରୁ କ୍ୟାରିୟର ଯାଏ ଫିଟିଯିବ ଭାଗ୍ୟ…

ଗ୍ରହମାନଙ୍କର ରାଜକୁମାର ବୁଧ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି| ୨୨ ଅଗଷ୍ଟ ୨୦୨୬ ସନ୍ଧ୍ୟା ୭ଟା ୨୪ ମିନିଟ୍‌ରେ ବୁଧ କର୍କଟ ରାଶିରୁ ବାହାରି ସିଂହ ରାଶିରେ…

ଦେବୀ ମିଶ୍ରଙ୍କ ଗାଡ଼ିକୁ ପିଟିଲା ଟ୍ରକ, ତା’ପରେ..

ଭୁବନେଶ୍ୱର,୨୦।୮: କଟକ ଜିଲା ନରସିଂହପୁର ମୁଖ୍ୟ ରାସ୍ତା କମଳାଦେଇପୁର ଛକ ନିକଟରେ ଗୁରୁବାର ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ…

ସୋରେନ ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟଙ୍କ ଝଟକା, JSSC-CGL ସମେତ ୨୨ଟି ରଦ୍ଦ ପରୀକ୍ଷା ଉପରେ…

ରାଞ୍ଚି, ୨୦।୮: ଝାଡ଼ଖଣ୍ଡର ହେମନ୍ତ ସୋରେନ ସରକାରଙ୍କୁ ବଡ଼ ଝଟକା ଲାଗିଛି । JSSC-CGL ସମେତ ୨୨ଟି ନିଯୁକ୍ତି ପରୀକ୍ଷା ରଦ୍ଦ କରିବା ନେଇ ସରକାର ନେଇଥିବା…

ବନ୍ଧ୍ୟାକରଣ ସତ୍ତ୍ୱେ କେମିତି ହେଲି ୬ଟି ଛୁଆର ବାପା? କୁକୁର ବେଶରେ ଆସି ଜନଶୁଣାଣିରେ ଏମିତି ପଚାରିଲେ…

ଭୋପାଳ,୨୦।୮: ମଧ୍ୟପ୍ରଦେଶର ଖଣ୍ଡୱାରେ ଜନଶୁଣାଣି ସମୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି କୁକୁରର ମୁଖା ଓ ପୋଷାକ ପିନ୍ଧି ‘କୁକୁର’ ହୋଇ କଲେକ୍ଟର…

କାର୍ଯ୍ୟକାରୀ ହେଲା ନିର୍ଦ୍ଦେଶ: ଆର୍ଯ୍ୟପଲ୍ଲୀ ତଟବର୍ତ୍ତୀ ଅଞ୍ଚଳରେ ଚାଲିଛି ପଥର ପ୍ୟାକିଂ କାର୍ଯ୍ୟ

ଛତ୍ରପୁର,୨୦ା୮(ଦିଲ୍ଲୀପ ସାମଲ): ଦିନକୁ ଦିନ ବଙ୍ଗୋପସାଗର ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ କୂଳ ଲଙ୍ଘି ଚାଲିଛି। ଏନେଇ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ସମସ୍ତ ଗାଁ ବିପଦରେ ଥିବାବେଳେ ଲୋକେ…

ପୂର୍ବତନ ବିଧାୟକଙ୍କୁ କାମୁଡ଼ିଲା ସାପ, ବନ୍ୟା ସ୍ଥିତି ସମୀକ୍ଷା ପାଇଁ ଯାଇ…

ରାଜନଗର,୨୦।୮: ରାଜନଗରର ପୂର୍ବତନ ବିଧାୟକଙ୍କୁ କାମୁଡ଼ିଦେଲା ସାପ । ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା ପାଇଁ ଯାଇଥିବା ବେଳେ ଅଂଶୁମାନ ମହାନ୍ତିଙ୍କୁ ସାପ କାମୁଡ଼ି ଦେଇଥିବା ଜଣାପଡିଛି ।…

ସୁପ୍ରିମକୋର୍ଟରୁ ଆସିଲା ସାଂଘାତିକ ତଥ୍ୟ: ମୁଖ୍ୟମନ୍ତ୍ରୀ ବିଜୟ ଥଲାପତିଙ୍କ ନାଁରେ ଏତେ ଆପରାଧିକ ମାମଲା, ଶୀର୍ଷରେ…

ନୂଆଦିଲ୍ଲୀ, ୨୦।୮: ନେତାମାନଙ୍କ ବିରୋଧରେ ରହିଥିବା ଆପରାଧିକ ମାମଲାର ଶୀଘ୍ର ଶୁଣାଣି ଦାବିକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ସମୟରେ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ…

ବନ୍ୟାସ୍ରୋତରେ ଭାସିଗଲେ ଯୁବକ, ବହୁ ସମୟ ଧରି ଖୋଜାଖୋଜି ପରେ ବି…

ପଟ୍ଟାମୁଣ୍ଡାଇ,୨୦ା୮(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ପେଣ୍ଠପାଳ ପଞ୍ଚାୟତ ନାହିଆ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ବନ୍ୟାପାଣିର ପ୍ରବଳ ସ୍ରୋତରେ ଭାସିଯାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri