Posted inଖେଳ

୨.୫୧ କୋଟି ଟଙ୍କାରେ ନିଲାମ ହେଲା ଡନ୍‌ ବ୍ରାଡମ୍ୟାନଙ୍କ ପ୍ରଥମ ଟେଷ୍ଟ କ୍ୟାପ

ସିଡ୍‌ନୀ ,୨୨।୧୨: କିମ୍ବଦନ୍ତୀ ଅଷ୍ଟ୍ରେଲିଆନ ବ୍ୟାଟ୍ସମ୍ୟାନ ଡନ୍‌ ବ୍ରାଡମ୍ୟାନଙ୍କୁ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣବେଳେ ମିଳିଥିବା କ୍ୟାପକୁ କିଣିଛନ୍ତି ଅଷ୍ଟ୍ରେଲିଆର ଜଣେ ବ୍ୟବସାୟୀ। ବ୍ରାଡମ୍ୟାନଙ୍କ ବ୍ୟାଗି ଗ୍ରୀନ ଟେଷ୍ଟ କ୍ୟାପକୁ କିଣିବା ଲାଗି ସ୍ଥାନୀୟ ବ୍ୟବସାୟୀ ପିଟର ଫ୍ରିଡମ୍ୟାନଙ୍କୁ ଖର୍ଚ୍ଚ କରିବାକୁ ପଡ଼ିଛି ୩୪୦ ହଜାର ଆମେରିକୀୟ ଡଲାର। ଏହାର ମୂଲ୍ୟ ଭାରତୀୟ ମୁଦ୍ରାରେ ୨ କୋଟି ୫୧ ଲକ୍ଷ ୨୩ ହଜାର ୫୮୬ ଟଙ୍କା। ତେବେ ଏହା ଅଷ୍ଟ୍ରେଲିଆ ଖେଳାଳିଙ୍କ ପ୍ରଥମ ଟେଷ୍ଟ କ୍ୟାପକୁ ମିଳିଥିବା ସର୍ବାଧିକ ମୂଲ୍ୟ ନୁହେଁ ।

ଚଳିତ ବର୍ଷ ପ୍ରାରମ୍ଭରେ ବିକ୍ରି ହୋଇଥିବା ଅଷ୍ଟ୍ରେଲିଆନ ଲେଗ୍‌ ସ୍ପିନର ଶେନ ଓ୍ବାର୍ନଙ୍କ ପ୍ରଥମ ଟେଷ୍ଟ କ୍ୟାପ ହାତେଇଥିଲା ସର୍ବାଧିକ ୭୬୦ ହଜାର ଆମେରିକୀୟ ଡଲାର, ଯାହାକି ସର୍ବାଧିକ। ଏହା ପଛକୁ ରହିଛି ବ୍ରାଡମ୍ୟାନଙ୍କ ପଦାର୍ପଣ କ୍ୟାପର ମୂଲ୍ୟ। ୧୯୨୮ରେ ପଦାର୍ପଣ କରିଥିବା ବ୍ରାଡମ୍ୟାନ ୧୯୪୮ ମଧ୍ୟରେ ୫୨ ଟେଷ୍ଟ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗଙ୍ଗାରେ ସ୍ନାନ କଲେ ଜଣ୍ଟି ରୋଡ୍ସ

ନୂଆଦିଲ୍ଲୀ,୫ା୩- ପୂର୍ବତନ ଦକ୍ଷିଣ ଆଫ୍ରିକୀୟ କ୍ରିକେଟର ଜଣ୍ଟି ରୋଡ୍ସ ରିଶିକେଶଠାରେ ପବୀତ୍ର ନଦୀ ଗଙ୍ଗାରେ ସ୍ନାନ କରିଛନ୍ତି। ଏହାର ଏକ ଫଟୋ ସେ ନିଜ ଟୁଇଟରରେ...

ଭାରତର ବିଜୟରେ ଏହି ୬ ଖେଳାଳି ହେଲେ ହିରୋ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ଭାରତ ଐତିହାସିକ ବିଜୟ ହାସଲ କରିଛି। ଏହି ଐତିହାସିକ ବିଜୟ ପରେ ଦେଶରେ...

ବାଂଲାଦେଶକୁ ପ୍ରାରମ୍ଭିକ ଝଟ୍‌କା

ଇନ୍ଦୋର,୧୬।୧୧- ସ୍ଥାନୀୟ ହୋଲ୍‌କାର ଷ୍ଟାଡିୟମ୍‌ରେ ଚାଲିଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ବାଂଲାଦେଶ ଦଳ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ପ୍ରଥମ ଇନିଂସରେ ମାତ୍ର ୧୫୦...

ଟୁର୍‌ ଅଫ୍‌ ପୋଲାଣ୍ଡ ସାଇକ୍ଲିଂ: ଲାମ୍ବ୍ରେଚ୍‌ଙ୍କ ମୃତ୍ୟୁ ପାଇଁ ୪ର୍ଥ ଷ୍ଟେଜ୍‌ ରେସ୍‌ ବାତିଲ

ଓ୍ବାରସ, ୬ା୮ (ଏଏଫ୍‌ପି)- ବେଲଜିୟମର ରାଇଡର ବ୍ୟର୍ଗ ଲାମ୍ବ୍ରେଚ୍‌ଙ୍କ ମୃତ୍ୟୁ କାରଣରୁ ଚଳିତ ଆୟୋଜକମାନେ ଚଳିତ ଟୁର୍‌ ଅଫ୍‌ ପୋଲାଣ୍ଡ ସାଇକେଲ ରେସ୍‌ର ଚତୁର୍ଥ ଷ୍ଟେଜ୍‌କୁ...

ଯୁବରାଜ ସିଂଙ୍କୁ କାହିଁକି କ୍ଷମା ମାଗିଲେ ତାଙ୍କ ଭାଉଜ

ଭାରତୀୟ ଦଳର ପୂର୍ବତନ ଖେଳାଳି ଯୁବରାଜ ସିଂଙ୍କୁ ତାଙ୍କ ଭାଉଜ କ୍ଷମା ମାଗିଛନ୍ତି। ଯୁବରାଜ ଏବଂ ତାଙ୍କ ପରିବାର ନାଁରେ ଘରୋଇ ହିଂସା ଏବଂ ଯୌତୁକ...

ପଜିଟିଭ ନୁହେଁ ନେଗେଟିଭ ଆସିଛି ନୀତିଶ ରାଣାଙ୍କ କୋଭିଡ୍‌ ରିପୋର୍ଟ

କୋଲକାତା,୧।୪: ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ପୂର୍ବରୁ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଷ୍ଟାର ବ୍ୟାଟ୍ସମ୍ୟାନ ନୀତିଶ ରାଣାଙ୍କ କୋଭିଡ୍‌ ଟେଷ୍ଟ ରିପୋର୍ଟ ନେଗେଟିଭ...

ରିଟାୟର୍ଡ ହର୍ଟ ହୋଇ ମ୍ୟାଚ୍‌ରୁ ବାଦ୍‌ ପଡିଲେ ଲିଟନ, ନଇମ ବଦଳ ଖେଳାଳିଭାବେ ମେହିଦି, ତାଇଜୁଲ ସାମିଲ

କୋଲକାତା,୨୩।୧୧(ପି.ଟି.)- ପ୍ରଥମ ଦିବାରାତ୍ର ଟେଷ୍ଟରେ ଦୁଇଟି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଦୁଇ ବାଂଲାଦଶ ବ୍ୟାଟ୍ସମ୍ୟାନ ଲିଟନ ଦାସ ଓ ନଇମ ହାସନ ରିଟାୟାର୍ଡ ହର୍ଟ...

ଆଣ୍ଠୁମାଡି ସ୍ତ୍ରୀଙ୍କ ଫଟୋ ଉଠାଇଲେ କୋହଲି: ମହିଳା କ୍ରିକେଟର୍‌ କଲେ ଖୁଲାସା

ଭାରତୀୟ ମହିଳା ଏବଂ ପୁରୁଷ ଦଳ କେବଳ ଜୁନ ୩ରେ ଇଂଲଣ୍ଡରେ ପହଞ୍ଚିଛନ୍ତି। ଉଭୟ ଦଳ ଏବେ ସାଉଥମ୍ପଟନରେ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ମହିଳା ଦଳ ଜୁନ୍‌...

Advertisement
Ten Cric Info


Archives

Model This Week