![](https://www.dharitri.com/wp-content/uploads/2024/04/shashank.jpg)
ନୂଆଦିଲ୍ଲୀ,୨୭।୪: ଆଇପିଏଲ୍ ୨୦୨୪କୁ ମିଳିଛି ନୂଆ ହିରୋ। ସେ କୌଣସି ବିଦେଶୀ ଖେଳାଳି ନୁହନ୍ତି ବରଂ ପଞ୍ଜାବ କିଙ୍ଗ୍ସର ଅନ୍କ୍ୟାପ୍ଡ ଖେଳାଳି ଶଶାଙ୍କ ସିଂ। ଶଶାଙ୍କଙ୍କୁ ପଞ୍ଜାବ ୨୦ ଲକ୍ଷ ଟଙ୍କାରେ କିଣିଥିଲା। ହେଲେ କେକେଆର୍ ବିପକ୍ଷ ମ୍ୟାଚ୍ରେ ସେ ୨୮ ବଲ୍ରେ ଅପରାଜିତ ୬୮ ରନ୍ର ଇନିଂସ ଖେଳି ‘ଷ୍ଟାର’ ଭାବେ ଉଭା ହୋଇଛନ୍ତି। ନିଜ ଇନିଂସରେ ସେ ୨ ଚୌକା ଏବଂ ୮ ଛକା ଲଗାଇଥିଲେ। ୩ୟ ଉଇକେଟ ପାଇଁ ସେ ଜନି ବେୟରେଷ୍ଟୋଙ୍କ ସହ ମିଶି ୩୭ ବଲ୍ରେ ଅପରାଜିତ ୮୪ ରନ୍ ଯୋଡ଼ିଥିଲେ। ତାଙ୍କ ଇନିଂସ ବଳରେ ପଞ୍ଜାବ ଐତିହାସିକ ବିଜୟ ହାସଲ କରିଥିଲା।
କଥାରେ ଅଛି କଷ୍ଟ ସହିବା ପରେ ହିରା ଚମକିଥାଏ। ସେହିଭଳି ପଞ୍ଜାବର ଚିନ୍ତାଜନକ ସ୍କୋର ସମୟରେ ଶଶାଙ୍କ ଇନିଂସକୁ ସମ୍ଭାଳିଥିଲେ। ୧୨.୩ ଓଭରରେ ଦଳର ସ୍କୋର ୧୭୮ ରନ୍ ଥିଲା। ସେତେବେଳେ ବିଜୟ ଲାଗି ୪୫ ବଲରେ ୮୪ ରନ୍ର ଆବଶ୍ୟକତା ଥିଲା। ଶଶାଙ୍କ ମଇଦାନକୁ ଆସିବା ପରେ ଏଭଳି ଇନିଂସ ଖେଳିଥିଲେ ଯେ ପଞ୍ଜାବ ୮ ବଲ୍ ଥାଇ ବିଜେତା ହୋଇଥିଲା। ମ୍ୟାଚ୍ ପରେ ୧୦୦ ଟେଷ୍ଟ ଖେଳିଥିବା ଜନି ବେୟରେଷ୍ଟୋ ତାଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ସେ ତାଙ୍କର ଶଟ୍କୁ ଉପଭୋଗ କରୁଥିବା ସେ କହିଛନ୍ତି।
ତେବେ ଆଇପିଏଲ୍ରେ ଶଶାଙ୍କ ଅନେକ ସ୍ମରଣୀୟ ଇନିଂସ ଖେଳି ସାରିଲେଣି। ସେ ଏଯାବତ ୯ ମ୍ୟାଚ୍ରେ ୬୫.୭୫ ହାରରେ ୧୮୨.୬୩ ଷ୍ଟ୍ରାଇକ୍ ରେଟ୍ ସହ ୨୬୩ ରନ୍ କରିଛନ୍ତି। କେକେଆର୍ ବିପକ୍ଷ ସ୍କୋର ତାଙ୍କର ସର୍ବାଧିକ ସ୍କୋର।
ଶଶାଙ୍କ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୨୦୨୨ରେ ଚେନ୍ନାଇ ବିପକ୍ଷରେ ଡେବ୍ୟୁ କରିଥିଲେ। ଏଥିରେ ତାଙ୍କୁ ବ୍ୟାଟିଂ କରିବା ସୁଯୋଗ ମିଳିଥିଲା। ପଞ୍ଜାବ ତାଙ୍କର ୪ର୍ଥ ଟିମ୍। ଏହାପୂର୍ବରୁ ସେ ଦିଲ୍ଲୀ ଏବଂ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖେଳିସାରିଛନ୍ତି। ସେ ଛତିଶଗଡ଼ର ଖେଳାଳି। ତାଙ୍କ ନାମରେ ୫୮ ଘରୋଇ ଟି୨୦ ମ୍ୟାଚ୍ରେ ୧୩୭.୩୪ ରେଟ୍ରେ ୭୫୪ ରନ୍ ରହିଛି।