Posted inଖେଳ

ଆଇପିଏଲ୍‌ ୨୦୨୪ର ନୂଆ ହିରୋ ଶଶାଙ୍କ କିଏ? ୧୦୦ ଟେଷ୍ଟ ଖେଳିଥିବା କ୍ରିକେଟର ବି କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ ୨୦୨୪କୁ ମିଳିଛି ନୂଆ ହିରୋ। ସେ କୌଣସି ବିଦେଶୀ ଖେଳାଳି ନୁହନ୍ତି ବରଂ ପଞ୍ଜାବ କିଙ୍ଗ୍ସର ଅନ୍‌କ୍ୟାପ୍ଡ ଖେଳାଳି ଶଶାଙ୍କ ସିଂ। ଶଶାଙ୍କଙ୍କୁ ପଞ୍ଜାବ ୨୦ ଲକ୍ଷ ଟଙ୍କାରେ କିଣିଥିଲା। ହେଲେ କେକେଆର୍‌ ବିପକ୍ଷ ମ୍ୟାଚ୍‌ରେ ସେ ୨୮ ବଲ୍‌ରେ ଅପରାଜିତ ୬୮ ରନ୍‌ର ଇନିଂସ ଖେଳି ‘ଷ୍ଟାର’ ଭାବେ ଉଭା ହୋଇଛନ୍ତି। ନିଜ ଇନିଂସରେ ସେ ୨ ଚୌକା ଏବଂ ୮ ଛକା ଲଗାଇଥିଲେ। ୩ୟ ଉଇକେଟ ପାଇଁ ସେ ଜନି ବେୟରେଷ୍ଟୋଙ୍କ ସହ ମିଶି ୩୭ ବଲ୍‌ରେ ଅପରାଜିତ ୮୪ ରନ୍‌ ଯୋଡ଼ିଥିଲେ। ତାଙ୍କ ଇନିଂସ ବଳରେ ପଞ୍ଜାବ ଐତିହାସିକ ବିଜୟ ହାସଲ କରିଥିଲା।

କଥାରେ ଅଛି କଷ୍ଟ ସହିବା ପରେ ହିରା ଚମକିଥାଏ। ସେହିଭଳି ପଞ୍ଜାବର ଚିନ୍ତାଜନକ ସ୍କୋର ସମୟରେ ଶଶାଙ୍କ ଇନିଂସକୁ ସମ୍ଭାଳିଥିଲେ। ୧୨.୩ ଓଭରରେ ଦଳର ସ୍କୋର ୧୭୮ ରନ୍‌ ଥିଲା। ସେତେବେଳେ ବିଜୟ ଲାଗି ୪୫ ବଲରେ ୮୪ ରନ୍‌ର ଆବଶ୍ୟକତା ଥିଲା। ଶଶାଙ୍କ ମଇଦାନକୁ ଆସିବା ପରେ ଏଭଳି ଇନିଂସ ଖେଳିଥିଲେ ଯେ ପଞ୍ଜାବ ୮ ବଲ୍‌ ଥାଇ ବିଜେତା ହୋଇଥିଲା। ମ୍ୟାଚ୍‌ ପରେ ୧୦୦ ଟେଷ୍ଟ ଖେଳିଥିବା ଜନି ବେୟରେଷ୍ଟୋ ତାଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ସେ ତାଙ୍କର ଶଟ୍‌କୁ ଉପଭୋଗ କରୁଥିବା ସେ କହିଛନ୍ତି।

ତେବେ ଆଇପିଏଲ୍‌ରେ ଶଶାଙ୍କ ଅନେକ ସ୍ମରଣୀୟ ଇନିଂସ ଖେଳି ସାରିଲେଣି। ସେ ଏଯାବତ ୯ ମ୍ୟାଚ୍‌ରେ ୬୫.୭୫ ହାରରେ ୧୮୨.୬୩ ଷ୍ଟ୍ରାଇକ୍‌ ରେଟ୍‌ ସହ ୨୬୩ ରନ୍‌ କରିଛନ୍ତି। କେକେଆର୍‌ ବିପକ୍ଷ ସ୍କୋର ତାଙ୍କର ସର୍ବାଧିକ ସ୍କୋର।

ଶଶାଙ୍କ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୨୦୨୨ରେ ଚେନ୍ନାଇ ବିପକ୍ଷରେ ଡେବ୍ୟୁ କରିଥିଲେ। ଏଥିରେ ତାଙ୍କୁ ବ୍ୟାଟିଂ କରିବା ସୁଯୋଗ ମିଳିଥିଲା। ପଞ୍ଜାବ ତାଙ୍କର ୪ର୍ଥ ଟିମ୍‌। ଏହାପୂର୍ବରୁ ସେ ଦିଲ୍ଲୀ ଏବଂ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖେଳିସାରିଛନ୍ତି। ସେ ଛତିଶଗଡ଼ର ଖେଳାଳି। ତାଙ୍କ ନାମରେ ୫୮ ଘରୋଇ ଟି୨୦ ମ୍ୟାଚ୍‌ରେ ୧୩୭.୩୪ ରେଟ୍‌ରେ ୭୫୪ ରନ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?