Posted inଖେଳ

ପୂର୍ବତନ କ୍ରିକେଟରଙ୍କ ବଢ଼ିଲା ପେନ୍‌ସନ

ନୂଆଦିଲ୍ଲୀ,୧୪।୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପୂର୍ବତନ କ୍ରିକେଟର (ମହିଳା ଓ ପୁରୁଷ) ଏବଂ ଅମ୍ପାୟରଙ୍କ ପେନ୍‌ସନ ବୃଦ୍ଧି କରିଛି। ଯେଉଁ ପ୍ରଥମ ଶ୍ରେଣୀ କ୍ରିକେଟରମାନେ ମାସକୁ ୧୫,୦୦୦ ଟଙ୍କା ପାଉଥିଲେ ସେମାନେ ଏବେ ୩୦,୦୦୦ ପାଇବେ। ସେହିପରି ୩୭,୫୦୦ ଟଙ୍କା ପାଉଥିବା ପୂର୍ବତନ ଟେଷ୍ଟ ଖେଳାଳିମାନେ ଏଣିକି ୬୦,୦୦୦ ଏବଂ ୫୦,୦୦୦ ଟଙ୍କା ପାଉଥିବା ଖେଳାଳି ୭୦,୦୦୦ ପାଇବେ। ମହିଳା ଅନ୍ତର୍ଜାତୀୟ ଖେଳାଳିମାନେ ପୂର୍ବରୁ ୩୦,୦୦୦ ଟଙ୍କା ପାଉଥିବା ବେଳେ ଏବେ ତାକୁ ୫୨,୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ୨୦୦୩ ପୂର୍ବରୁ ଅବସର ନେଇଥିବା ପ୍ରଥମ ଶ୍ରେଣୀ କ୍ରିକେଟରମାନେ ମାସକୁ ୨୨,୫୦୦ ଟଙ୍କା ପାଉଥିଲେ। ଏବେ ତାହା ୪୫,୦୦୦ ଟଙ୍କା ହୋଇଛି। ”ପୂର୍ବତନ କ୍ରିକେଟରଙ୍କ ଯନତ୍ ନେବା ଏବଂ ସେମାନଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛଳ କରିବା ଗୁରୁତ୍ୱପୂର୍ଣ୍ଣ ଥିଲା। ଅମ୍ପାୟରମାନେ ହେଉଛନ୍ତି ଅନ୍‌ସଙ୍ଗ ହିରୋ। ବିସିସିଆଇ ସେମାନଙ୍କ ଅବଦାନର ମୂଲ୍ୟ ନିଶ୍ଚିତ ଦେବ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀ, ସିଏସ୍‌କେ ଫ୍ୟାନଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୨୪।୧୧: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଦୀର୍ଘ ଦିନର କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀଙ୍କୁ ଆଇପିଏଲର ଆଗାମୀ ୩ ସିଜନ ପାଇଁ ରିଟେନ କରିଛି। ଧୋନୀଙ୍କ...

କମନଓ୍ବେଲ୍‌ଥ ଗେମ୍ସ ୨୦୨୬: ବଜେଟ୍‌ ବଢ଼ିବାରୁ ଆୟୋଜକ ହେବାକୁ ମନା କଲା…

ନୂଆଦିଲ୍ଲୀ,୧୮।୭: ୨୦୨୬ରେ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା କମନୱେଲ୍‌ଥ ଗେମ୍ସର ଆୟୋଜନକୁ ନେଇ ଏକ ସନ୍ଦେହ ବଢ଼ିବାରେ ଲାଗିଛି। ବଜେଟରେ ବୃଦ୍ଧି ହେତୁ ଭିକ୍ଟୋରିଆ ସରକାର...

ଦକ୍ଷିଣ ଆଫ୍ରିକାକୁ ହରାଇ ସେମିଫାଇନାଲରେ ଅଷ୍ଟ୍ରେଲିଆ

ଗକବର୍ହା,୧୯।୨: ମହିଳା ଟି୨୦ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ଅଷ୍ଟ୍ରେଲିଆ। ଦଳର ବ୍ୟାଟ୍ସମ୍ୟାନ ତାହଲିଆ ମ୍ୟାକଗ୍ରାଥଙ୍କ ଅର୍ଦ୍ଧଶତକୀୟ ଇନିଂସ ଯୋଗୁ ଦଳ...

ମହିଳା ଶିକ୍ଷା ଉପରେ ପ୍ରତିବନ୍ଧକ ଯୋଗୁ ଆଫଗାନିସ୍ତାନ ବିପକ୍ଷରେ ଖେଳିବାକୁ ମନା କଲା ଅଷ୍ଟ୍ରେଲିଆ

ସିଡନୀ,୧୨।୧: ମହିଳା ଓ ବାଳିକାଙ୍କ ଶିକ୍ଷା ତଥା ନିଯୁକ୍ତି ଉପରେ ତାଲିବାନର ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି କ୍ରିକେଟ ଅଷ୍ଟ୍ରେଲିଆ ମାର୍ଚ୍ଚରେ ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜରୁ...

କିସ୍‌ ଓ ଏଫ୍‌ଆଇଭିବି ମଧ୍ୟରେ ବୁଝାମଣା

ଭୁବନେଶ୍ୱର, ୧୪।୧୨: ଭାରତ ଓ ଦକ୍ଷିଣ ଏସିଆରେ ଭଲିବଲର ପ୍ରସାର ନିମନ୍ତେ କିସ୍‌ ଓ ଅନ୍ତର୍ଜାତୀୟ ଭଲିବଲ୍‌ ସଂଘ (ଏଫ୍‌ଆଇଭିବି) ମଧ୍ୟରେ ସୋମବାର ସୁଇଜରଲାଣ୍ଡଠାରେ ଏକ...

ରୋହିତଙ୍କ କୀର୍ତ୍ତିମାନ

ବର୍ମିଂହାମ, ୩।୭ (ପି.ଟି.)-ଭାରତୀୟ ତାରକା ଓପନର ରୋହିତ ଶର୍ମା ମଙ୍ଗଳବାର ବାଂଲାଦେଶ ବିପକ୍ଷ ବିଶ୍ୱକପ ମ୍ୟାଚ୍‌ ଖେଳିବା ଅବସରରେ ଏକାଧିକ କୀର୍ତ୍ତିମାନ ହାସଲ କରିଛନ୍ତି। ୯୨...

ଟି-୨୦ ବିଶ୍ୱକପ୍‌ ପୂର୍ବରୁ କୋହଲି କଲେ ଖୁଲାସା

ଦୁବାଇ,୧୯।୧୦: ଭାରତ ଟି -୨୦ ବିଶ୍ୱକପ ୨୦୨୧ର ପ୍ରଥମ ଅଭ୍ୟାସ ଅପ୍‌ ମ୍ୟାଚରେ ଇଂଲଣ୍ଡକୁ ୭ ଉଇକେଟରେ ପରାସ୍ତ କରିଛି। କ୍ୟାପଟେନ ବିରାଟ କୋହଲି ଏହି...

ଟସ୍‌ ଜିତି ଗୁଜରାଟର ବ୍ୟାଟିଂ ଜାରି

ଲକ୍ଷ୍ନୌ,୨୨।୪: ଭରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ ଷ୍ଟାଡିୟମରେ ଶନିବାର ଖେଳାଯାଉଥିବା ଆଇପିଏଲ୍‌ର ୩୦ତମ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା...

Advertisement
Archives

Model This Week