Posted inଖେଳ

ଡ୍ୟୁକ୍ସ ବଲ୍‌ ବ୍ୟବହାର କରିବ ନାହିଁ କ୍ରିକେଟ ଅଷ୍ଟ୍ରେଲିଆ

ମେଲବୋର୍ନ,୩ା୭ (ପି.ଟି.)-ସିଜନ ୨୦୨୦-୨୧ରୁ ପ୍ରଥମ ଶ୍ରେଣୀ କ୍ରିକେଟରେ ଆଉ ଡ୍ୟୁକ୍ସ ବଲ୍‌ ବ୍ୟବହାର ନ କରିବା ଲାଗି କ୍ରିକେଟ ଅଷ୍ଟ୍ରେଲିଆ ନିଷ୍ପତ୍ତି ନେଇଛି। ଏହି ବଲ୍‌ ଗତ ୪ ସିଜନ ଧରି କୁକାବୁରା ବଲ୍‌ ସହ ବ୍ୟବହାର ହୋଇ ଆସୁଥିଲା। ଅଷ୍ଟ୍ରେଲିଆ ୨୦୧୬-୧୭ ସିଜନଠାରୁ ଶିଫିଲ୍ଡ ସିିଲ୍‌ଡ ମ୍ୟାଚଗୁଡ଼ିକରେ ଡ୍ୟୁକ୍ସ ବଲ୍‌ ବ୍ୟବହାର କରି ଆସୁଥିଲା। କାରଣ ଏହା ଦେଶର କ୍ରିକେଟରମାନଙ୍କୁ ଇଂଲିଶ କଣ୍ଡିଶନ ପାଇଁ ପ୍ରସ୍ତୁତି କ୍ଷେତ୍ରରେ ସହାୟକ ହୋଇପାରିବ। କ୍ରିକେଟ ଅଷ୍ଟ୍ରେଲିଆର କ୍ରିକେଟ ଅପରେସନ୍ସ ମୁଖ୍ୟ ପିଟର ରୋଚ୍‌ ଡ୍ୟୁକ୍ସ ବାଦ୍‌ ଦେବା ନିଷ୍ପତ୍ତି ସ୍ବାଗତଯୋଗ୍ୟ। ଇଂଲଣ୍ଡରେ ଆଶେସ ସରିଜ ବେଳେ ଆୟୋଜନ ଦେଶ ଡ୍ୟୁକ୍ସ ବଲ୍‌ ବ୍ୟବହାର କରିଥାଏ। ଏହି ବଲ୍‌ର ଅଷ୍ଟ୍ରେଲିଆ କଣ୍ଡିଶନ୍‌ରେ କିଭଳି ପ୍ରଭାବ ରହୁଛି ତାହା ଆମେ ଗତ ୪ଟି ସିଜନରେ ତାହାର ପରୀକ୍ଷାନିରୀକ୍ଷା କରି ଦେଖିଲୁ। ଦେଖାଗଲା ଡ୍ୟୁକ୍ସ ବଲ୍‌ରୁ ସ୍ପିନରମାନଙ୍କୁ ଫାଇଦା ମିଳୁ ନାହିଁ। ଶିଫିଲ୍ଡ ସିଲ୍‌ଡର ଗତ କେତୋଟି ସିଜନ ହେଲା ସ୍ପିନରମାନଙ୍କ ଗୁରୁତ୍ୱ ରହୁ ନାହିଁ। ଆମେ କିନ୍ତୁ ଚାହୁଁଛୁ ପ୍ରଥମଶ୍ରେଣୀ କ୍ରିକେଟରେ ସ୍ପିନରମାନେ ବୋଲିଂ କରନ୍ତୁ, ଯଦ୍ଦ୍ବାରା ଆମ ବ୍ୟାଟ୍ସମ୍ୟାନ ସ୍ପିନ ବୋଲିଂ ସାମ୍ନା କରିବାର କୌଶଳ ଶିକ୍ଷା ଲାଭ କରିପାରିବେ। ଘରୋଇ କ୍ରିକେଟରେ ଗୋଟିଏ ବଲ୍‌ ବ୍ୟବହାର କରାଗଲେ ଅଧିକ ଫାଇଦା ମିଳିବ ବୋଲି ରୋଚ୍‌ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କେଉଁ ବୋଲରଙ୍କୁ ଡରନ୍ତି ବୈଭବ ସୂର୍ଯ୍ୟବଂଶୀ? ଜାଡେଜା କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୯।୭: ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ସମ୍ପୂର୍ଣ୍ଣ ଫିଟ୍ ହୋଇ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦିନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି…

ହାତଛଡ଼ା ହେଲା ସ୍ବର୍ଣ୍ଣ, ରୌପ୍ୟ ପାଇଲେ ଅଜୟ

ଗ୍ଲାସ୍‌ଗୋ,୨୮ା୭: ଭାରତର ଉଦୀୟମାନ ଭାରୋତ୍ତୋଳକ ଭେଲୁରି ଅଜୟ ବାବୁ ମଙ୍ଗଳବାର ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି। ସେ ପୁରୁଷ ୭୯ କେଜି କାଟେଗୋରୀରେ ଏହି…

ଅଚାନକ ଭାରତୀୟ କୋଚ୍‌ ଦେଲେ ଇସ୍ତଫା: କ୍ରିକେଟ ଜଗତରେ ହଇଚଇ, ଏମିତି ନିଷ୍ପତ୍ତି ନେଇ…

ମୁମ୍ବାଇ,୨୮।୭: ଅଚାନକ ଟିମ ଇଣ୍ଡିଆର ସହକାରୀ କୋଚ୍‌ ରୟାନ ଟେନ ଡୋଶେଟ (Ryan ten Doeschate) ନିଜ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ୟୁକେ (UK) ଗସ୍ତରେ…

ଅଧିନାୟକ ବଦଳରେ ଅଧିନାୟକ… ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସକୁ ସବୁଠାରୁ ବଡ଼ ପ୍ରସ୍ତାବ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ,୨୮।୭: ପାଞ୍ଚଥରର IPL ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଆଗାମୀ ସିଜିନ ପୂର୍ବରୁ ସେମାନଙ୍କର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ Trade କରିବାକୁ ମନସ୍ଥ କରିସାରିଛି। ଅନେକ ଦଳ ହାର୍ଦ୍ଦିକଙ୍କ…

କିଏ ଏହି ସାରାଂଶ ଜୈନ? ପ୍ରଥମ ଥର ପାଇଁ ଭାରତୀୟ ଟେଷ୍ଟ ଦଳରେ ମିଳିଲା ସୁଯୋଗ

ନୂଆଦିଲ୍ଲୀ, ୨୮।୭: ଶ୍ରୀଲଙ୍କା ବିରୋଧରେ ଆଗାମୀ ଅଗଷ୍ଟ ୧୫ରୁ ଆରମ୍ଭ ହେବାକୁ ଯାଉଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି।…

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ମ୍ୟାଚ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: ଜାଣନ୍ତୁ କିଏ ଗଲେ, କିଏ ଆସିଲେ…

ନୂଆଦିଲ୍ଲୀ, ୨୮।୭: ଅଗଷ୍ଟ ମାସରେ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତରେ ଯାଇ ୨ଟି ଟେଷ୍ଟ ମ୍ୟାଚ ସିରିଜ ଖେଳିବ। ଏହି ସିରିଜ ପାଇଁ ବିସିସିଆଇ (BCCI) ମଙ୍ଗଳବାର…

ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ ବିରୁଷ୍କା: ଦାମ୍‌ ଜାଣିଲେ ଉଡ଼ିଯିବ ହୋଶ୍‌

ମୁମ୍ବାଇ,୨୭।୭:ଭାରତୀୟ କ୍ରିକେଟ କିମ୍ବଦନ୍ତୀ ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଏହି ଦମ୍ପତି ମୁମ୍ବାଇର ଭର୍ସୋଭା ଅଞ୍ଚଳରେ ୧୯.୨୯…

ଏହି ଅଭିନେତ୍ରୀଙ୍କ ପ୍ରେମରେ ବୋଲ୍ଡ ହେଲେ ଅର୍ଶଦୀପ ସିଂ

ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଅର୍ଶଦୀପ ସିଂହ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ଅର୍ଶଦୀପ ଇନଷ୍ଟାଗ୍ରାମରେ ମଡେଲ ତଥା ଅଭିନେତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri