Posted inଖେଳ

୩୬ ବର୍ଷ ପୂର୍ବେ ଆଜିର ଦିନରେ ଏହି ଖେଳାଳିଙ୍କୁ ମିଳିଥିଲା ଅଡ୍ଡି କାର: ପାକିସ୍ତାନକୁ ୮ ଉଇକେଟରେ ହରାଇ ଜିତିଥିଲେ ମିନି ବିଶ୍ୱକପ୍‌

କ୍ରିକେଟ ଦୁନିଆରେ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି ହେଉଥିବା ବେଳେ ରେକର୍ଡ ଭାଙ୍ଗିଥାଏ ମଧ୍ୟ। ଠିକ୍‌ ସେହିପରି ମାର୍ଚ୍ଚ ୧୦ ଭାରତୀୟ କ୍ରିକେଟ ଇତିହାସରେ ସ୍ବର୍ଣ୍ଣ ଅକ୍ଷରରେ ଲେଖାଯାଇଛି। କାରଣ ଏହି ଦିନ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କରଙ୍କ ନେତୃତ୍ୱରେ ଦଳ ପାକିସ୍ତାନକୁ ୮ ଉଇକେଟରେ ହରାଇ ‘ମିନି ବିଶ୍ୱକପ୍‌’ ନିଜ ନାମରେ କରିଥିଲା।
୧୦ ମାର୍ଚ୍ଚ ୧୯୮୫ରେ ବେନସନ ଏବଂ ହେଜେସ୍‌ ବିଶ୍ୱ ଚାମ୍ପିୟନସିପ୍‌ର ଫାଇନାଲ ମ୍ୟାଚ୍‌ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା। ଏହା ମିନି ବିଶ୍ୱକମ୍‌ ଭାବେ ମଧ୍ୟ ଜଣାଯାଏ। ଏହି ଦିନ ଅଷ୍ଟ୍ରେଲିୟାର ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଭାରତ ଏବଂ ପାକିସ୍ତାନ ଧ୍ୱନି ଶୁଣିବାକୁ ମିଳୁଥିଲା। କାରଣ ଏହି ୨ ଦଳ ବିଶ୍ୱ ଚାମ୍ପିୟନସିପ୍‌ର ଫାଇନାଲ ମ୍ୟାଚ୍‌ ଖେଳୁଥିଲେ। ପାକିସ୍ତାନ ୫୦ ଓଭରରେ ୯ ଉଇକେଟରେ ୧୭୬ ରନ୍‌ କରିଥିଲା। ୧୭୭ ଲକ୍ଷରେ ଭାରତ ୧୭ ବଲ ବାକି ଥିବାବେଳେ ୨ ଉଇକେଟରେ ଦଳକୁ ଜିତାଇବାରେ ସକ୍ଷମ ହୋଇଥିଲା। ଏହି ମ୍ୟାଚ୍‌ରେ ଶ୍ରୀକାନ୍ତଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଭାବେ ଚୟନ କରାଯାଇଥିଲା। ସେହିପରି ରବି ଶାସ୍ତ୍ରୀଙ୍କୁ ଏହି ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ୍‌ ଅଫ୍‌ ଚାମ୍ପିୟନ୍‌ ଉପାଧି ମିଳିଥିଲା। ଏହି ମହାନ ଖେଳ ପାଇଁ ରବିଙ୍କୁ ଏକ ଅଡ୍ଡି କାର ମଧ୍ୟ ମିଳିଥିଲା। ଏହା ପରେ ସମସ୍ତ ଭାରତୀୟ ଖେଳାଳି ଏହି କାରରେ ବସି ପଡିଆରେ ବୁଲିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଷ୍ଟ୍ରେଲିଆନ ଓପନ୍‌ ଟେନିସ୍‌: କ୍ୱାର୍ଟରରେ ସେରେନା, ହାଲେପ, ଓସାକା

ମେଲବୋର୍ନ,୧୫।୨: ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ ଟୁର୍ନାମେଣ୍ଟ ରବିବାର ସପ୍ତମ ଦିବସରେ ପ୍ରବେଶ କରିଛି। ବର୍ଷର ଏହି ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ ଇଭେଣ୍ଟରେ...

ଖେଳରତ୍ନ ପାଇଁ ଶ୍ରୀକାନ୍ତଙ୍କ ନାମ ସୁପାରିସ

ନୂଆଦିଲ୍ଲୀ, ୨୦।୬(ପି.ଟି.)- ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ଅଫ୍‌ ଇଣ୍ଡିଆ (ବାଇ) ପକ୍ଷରୁ ତାରକା ଖେଳାଳି କିଡାମ୍ବି ଶ୍ରୀକାନ୍ତଙ୍କ ନାମ ଖେଳରତ୍ନ ପୁରସ୍କାର ପାଇଁ ସୁପାରିସ କରାଯାଇଛି। ଏକ...

ଏସିଆ କପ କାର୍ଯ୍ୟସୂଚୀରେ ବାଂଲାଦେଶ କ୍ରିକେଟ ବୋର୍ଡ ଅସନ୍ତୁଷ୍ଟ

ନୂଆଦିଲ୍ଲୀ,୨୧।୭: ଏସିଆ କପ ୨୦୨୩ କାର୍ଯ୍ୟସୂଚୀ ଘୋଷଣା ହେବା ପରେ ଏହା ସ୍ପଷ୍ଟ ହୋଇଛି ଯେ ଟୁର୍ଣ୍ଣାମେଣ୍ଟର ୪ଟି ମ୍ୟାଚ ପାକିସ୍ତାନରେ ଏବଂ ବାକି ୯ଟି...

ଶାହାଜାଦ୍‌ଙ୍କ ଶତକ: ସିରିଜ ଡ୍ର’ କଲା ଆଫଗାନିସ୍ତାନ

ବେଲ୍‌ଫାଷ୍ଟ, ୨୨।୫- ଘରୋଇ ଆୟର୍ଲାଣ୍ଡ ବିପକ୍ଷରେ ମଙ୍ଗଳବାର ଏଠାରେ ଖେଳାଯାଇଥିବା ଅନ୍ତିମ ତଥା ୨ୟ ଦିନିକିଆ ମ୍ୟାଚ୍‌କୁ ଆଫଗାନିସ୍ତାନ ୧୨୬ ରନରେ ଜିତିନେଇଛି। ଏଥିସହ ଦୁଇ...

‘ଆଇରନମ୍ୟାନ୍‌ଙ୍କ ସାହସ ଯୁବ କ୍ରୀଡ଼ାବିତ୍‌ଙ୍କ ପାଇଁ ପ୍ରେରଣା’

ଭୁବନେଶ୍ୱର, ୨୨।୮(ତପନ ସ୍ବାଇଁ):କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ସୋମବାର ଓଡ଼ିଶାର ୩ ଆଇରନମ୍ୟାନ୍‌ଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଦୁଃସାହସିକ ପ୍ରଦର୍ଶନ କରି ଟ୍ରାଇଥଲନ ଚ୍ୟାଲେଞ୍ଜ୍‌ର ସମ୍ମୁଖୀନ ହୋଇଥିବା ଏହି...

ବିଶ୍ୱକପ୍‌ରେ ଭାରତ

ହକି ବିଶ୍ୱକପରେ ଭାରତ ଥରେ ଚାମ୍ପିୟନ ହୋଇଛି। ମାଲେସିଆର କୁଆଲାମ୍ପୁରଠାରେ ଅନୁଷ୍ଠିତ ବିଶ୍ୱକପର ତୃତୀୟ ସଂସ୍କରଣରେ ଭାରତ ପିନ୍ଧିଥିଲା ବିଜୟ ମୁକୁଟ। ଏହା ବ୍ୟତୀତ ୧୯୭୩...

ଧୋନୀଙ୍କ ପାଇଁ ପାଗଳ ସମର୍ଥକ: ଗାଡି ନମ୍ବର ପ୍ଲେଟରେ ଲେଖିରେ ନାଁ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ ବରଂ ବିଦେଶରେ ମଧ୍ୟ ଅଛନ୍ତି। ଯଦିଓ ଧୋନୀ ଏବେ...

କ୍ରିକେଟର ହରଭଜନ ସିଂ ଏଏପିର ରାଜ୍ୟ ସଭା ପ୍ରାର୍ଥୀ

ଚଣ୍ଡିଗଡ,୧୭।୩: ପୂର୍ବତନ କ୍ରିକେଟର ହରଭଜନ ସିଂଙ୍କୁ ଆମ ଆଦମୀ ପାର୍ଟିରୁ ରାଜ୍ୟ ସଭା ପ୍ରାର୍ଥୀ କରାଯାଇଛି। ଭଗଓ୍ବନ୍ତ ମାନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ...

Advertisement
Archives

Model This Week