Posted inଖେଳ

ଆଇପିଏଲ୍‌ ୨୦୨୦: କ୍ରେଡ୍‌ ନୂଆ ଅଫିସିଆଲ ସ୍ପୋନ୍ସରଶିପ୍‌ ପାର୍ଟନର

ନୂଆଦିଲ୍ଲୀ,୨୭।୮: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପାଇଁ ଏକ ଖୁସି ଖବର। ଏବେ କ୍ରେଡିଟ୍‌ କାର୍ଡ କମ୍ପାନୀ ସିଆରଇଡି (କ୍ରେଡ୍‌) ଆଇପିଏଲ୍‌ ୨୦୨୦ର ନୂଆ ଅଫିସିଆଲ ସ୍ପୋନ୍ସରଶିପ୍‌ ପାର୍ଟନର ହିସାବରେ ଚୁକ୍ତି କରିଛି। ଆଇପିଏଲ୍‌ର ୧୩ତମ ସଂସ୍କରଣ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଆୟୋଜନ ହେବାକୁ ଯାଉଥିବା ବେଳେ ଏହି ଚୁକ୍ତି ଟୁର୍ନାମେଣ୍ଟ ଷ୍ଟେକ୍‌ ହୋଲ୍ଡରଙ୍କୁ ଆହୁରି ଉତ୍ସାହିତ କରିବ ବୋଲି ଆଶା କରାଯାଉଛି। ପୂର୍ବରୁ ଅନ୍‌ଏକାଡେମୀ ସହିତ ବିସିସିଆଇ ଚୁକ୍ତି କରିଥିଲା। ଏବେ କ୍ରେଡ୍‌ ଏଥିରେ ସାମିଲ ହେବା ଫଳରେ ଗତ ସଂସ୍କରଣ ଭଳି ଆଇପିଏଲ୍‌ ୨୦୨୦ରେ ସବୁ ୩ଟି ପାର୍ଟନରଶିପ୍‌ ସ୍ଥାନ ପୂରା ହୋଇଛି।
ଟାଟା ମୋଟର୍ସ, ଅନ୍‌ଏକାଡେମୀ ଓ କ୍ରେଡ୍‌ ଏବେ ବିସିସିଆଇ ୩ଟି ପାର୍ଟନଶିପ୍‌ ସ୍ଲଟ୍‌ ପୂର୍ଣ୍ଣ କରିଛନ୍ତି। ଏଥିରୁ ବିସିସିଆଇ ୧୨୦ କୋଟି ଟଙ୍କା ଅର୍ଥ ଉପାର୍ଜନ କରିବ। ଅଫିସିଆଲ ପାର୍ଟନରଶିପ୍‌ ସ୍ଲଟ୍‌ ପୂରା କରିଥିବାରୁ ଆମେ ବହୁତ ଖୁସି ଓ ଏହା ଆଇପିଏଲ୍‌ ବ୍ରାଣ୍ଡ୍‌ର ଶକ୍ତିକୁ ଦର୍ଶାଉଛି ବୋଲି ବୋର୍ଡର ଜଣେ ବରିଷ୍ଠ ଅଧିକାରୀ ଇନ୍‌ସାଇଡ୍‌ସ୍ପୋଟର୍‌ସକୁ କହିଛନ୍ତି। ଡ୍ରିମ୍‌ ୧୧ ଟାଇଟଲ ପ୍ରାୟୋଜକ ଭାବେ ଚୁକ୍ତିବଦ୍ଧ ହେବା ପରେ ଦୁଇଟି ପାର୍ଟନରଶିପ୍‌ ସ୍ଲଟ୍‌ ଫାଙ୍କା ପଡିଥିଲା। ବର୍ତ୍ତମାନ ଅନ୍‌ଏକାଡେମୀ ଓ କ୍ରେଡ୍‌ ଏହି ଫାଙ୍କା ସ୍ଥାନକୁ ପୂରଣ କରିଛନ୍ତି। ବିସିସିଆଇ ଏବେ ବେଶ୍‌ ସହଜ ଅନୁଭବ କରିବ। ଅନ୍‌ଏକାଡେମୀ ସହ ୩ ବର୍ଷିଆ ଚୁକ୍ତି ହୋଇଛି। ତେବେ ଏ ସଂକ୍ରାନ୍ତରେ ଆମେ ଆନୁଷ୍ଠାନିକ ଭାବେ ଘୋଷଣା କରିବୁ ବୋଲି ବୋର୍ଡର ଅଧିକାରୀ ଜଣକ କହିଛନ୍ତି।
ବର୍ତ୍ତମାନ ପରିସ୍ଥିତିରେ ବିସିସିଆଇର ସେଣ୍ଟ୍ରାଲ ସ୍ପୋନ୍ସରଶିପ୍‌ ରେଭିନ୍ୟୁ ୩୦ ପ୍ରତିଶତ ଅବନତି ହୋଇଛି। ୨୦୧୯ ଆଇପିଏଲ୍‌ରେ ମୋଟ୍‌ ସେଣ୍ଟ୍ରାଲ ସ୍ପୋନ୍ସରଶିପ୍‌ ବାବଦରେ ୬୧୮ କୋଟି ଟଙ୍କା ଉପାର୍ଜନ ହୋଇଥିଲା। କିନ୍ତୁ ଆଇପିଏଲ ୨୦୨୦ରେ ମୋଟ ସେଣ୍ଟ୍ରାଲ ସ୍ପୋନ୍ସସରଶିପ୍‌ ମାଧ୍ୟମରେ ୩୬୦ କୋଟି ଟଙ୍କା ଉପାର୍ଜନ ହେବ। ଟାଇଟଲ ସ୍ପୋନ୍ସରଶିପ୍‌ରେ ୫୦ ପ୍ରତିଶତ କାଟ୍‌ କରାଯିବା ଦ୍ୱାରା ଏପରି ପରିସ୍ଥିତି ଉପୁଜିଛି। ବର୍ତ୍ତମାନ ଆଇପିଏଲ୍‌ ୨୦୨୦ର ମୋଟ ସ୍ପୋନ୍ସରଶିପ୍‌ ରେଭିନ୍ୟୁ ୩୬୦ କୋଟି ଟଙ୍କା ରହିଛି। ଷ୍ଟାର ଇଣ୍ଡିଆ ଆଇପିଏଲ୍‌ର ଅଫିସିଆଲ ବ୍ରୋଡ୍‌କାଷ୍ଟର ରହିଛି। ଇତିମଧ୍ୟରେ ଆଇପିଏଲ୍‌ ୨୦୨୦ ପାଇଁ ଷ୍ଟାର ଇଣ୍ଡିଆ କୋ- ପ୍ରେଜେଣ୍ଟିଂ ପାର୍ଟନର ଭାବେ ଆମାଜନ, ଫୋନ୍‌ପେ ଓ ଡ୍ରିମ୍‌ ୧୧ ସହ ଚୁକ୍ତି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ପ୍ରଥମ ଟି-୨୦ରେ ଅଭିଷେକଙ୍କ ବଡ଼ କାରନାମା, ଭାଙ୍ଗିଲେ ୩ ବଡ଼ ରେକର୍ଡ; ଭାରତୀୟଙ୍କ ମଧ୍ୟରେ ନମ୍ବର-୧

ନୂଆଦିଲ୍ଲୀ,୧୪।୯: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍‌ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ…

ଟିମ ଇଣ୍ଡିଆ କାହିଁକି ଗ୍ରହଣ କଲା ନାହିଁ ଟ୍ରଫି? ଜବାବ ରଖିଲା BCCI

ନୂଆଦିଲ୍ଲୀ,୧୪।୯: ମୋହସିନ ନକଭିଙ୍କ ଠାରୁ ଟ୍ରଫି ଗ୍ରହଣ ନ କରିବାକୁ ନେଇ ଟିମ ଇଣ୍ଡିଆ ନେଇଥିବା ନିଷ୍ପତ୍ତି ଉପରେ BCCI ପ୍ରତିକ୍ରିୟା ରଖିଛି। BCCI ସମ୍ପାଦକ ଦେବଜିତ…

‘ନକଭିଙ୍କ ଖେଳ…’ ‘ଚୋର’ ବୋଲି ସ୍ଲୋଗାନରେ ପାକିସ୍ତାନ କ୍ଷୁବ୍ଧ; ଭାରତ ଗ୍ରହଣ କଲା ନାହିଁ ଟ୍ରଫି

ନୂଆଦିଲ୍ଲୀ,୧୪।୯: ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ୨୦୨୬ ମହିଳା ଏସିଆ କପ ଟାଇଟଲ ଜିତିଥିଲା, କିନ୍ତୁ ମ୍ୟାଚ ପରବର୍ତ୍ତୀ ଟ୍ରଫି…

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?