Posted inଫୁରସତ

ପତ୍ରରେ କାରିଗରି

ସନ୍ଦେଶ ଏନ୍‌ ରଙ୍ଗନେକର୍‌ ଜଣେ ଚିତ୍ରକର। ଯେଉଁଠି ଚିତ୍ରକରମାନେ ବଡ ବଡ କାନ୍‌ଭାସ୍‌ରେ ନିଜ ହାତର ଯାଦୁକରି ଦେଖାନ୍ତି, ରଙ୍ଗନେକର୍‌ କିନ୍ତୁ ଚିତ୍ର କରିବା ପାଇଁ ଓସ୍ତପତ୍ରକୁ କାନ୍‌ଭାସ୍‌ଭାବେ ବାଛିଛନ୍ତି। ସେଥିରେ ସେ ବହୁପ୍ରସିଦ୍ଧ ବ୍ୟକ୍ତିଙ୍କ ଚିତ୍ର ବେଶ୍‌ ନିଖୁଣଭାବେ କରନ୍ତି। ଓସ୍ତ ପତ୍ରରେ ଚିତ୍ର ଏକ ବହୁ ପୁରୁଣା କଳା ଅଟେ। ସେ ଏହି କଳା ତାଙ୍କ ବାପାଙ୍କଠାରୁ ଶିଖିଛନ୍ତି। ଆଉ ମାତ୍ର ୧୦ ବର୍ଷ ବୟସରୁ ଓସ୍ତ ପତ୍ରରେ ଚିତ୍ର କରିବା ଆରମ୍ଭ କରିଛନ୍ତି। ଏବେ ସେ ଏହି କଳାରେ ବେଶ୍‌ ସିଦ୍ଧହସ୍ତ। ତେବେ ସେ କଞ୍ଚା ସବୁଜ ପତ୍ରରେ ଚିତ୍ର କରନ୍ତି ନାହିଁ। ବରଂ ପତ୍ର ଶୁଖି ତା’ର ସବୁଜ ରଙ୍ଗ ଉଡ଼ିଗଲା ପରେ ରହିଯାଉଥିବା ଶୁଖିଲା ଢାଞ୍ଚା ଉପରେ ହିଁ ସେ ଚିତ୍ର କରିଥାନ୍ତି। ଏଥିପାଇଁ ସେ କଞ୍ଚା ପତ୍ରକୁ କିଛି ଦିନ ପାଣିରେ ବୁଡାଇ ରଖନ୍ତି। ଏହାପରେ ଏହାକୁ ହାଲ୍‌କାଭାବେ ବ୍ରଶ୍‌ କରି ତା’ର ସବୁଜ୍‌ ଅଂଶ ବାହାର କରିଦିଅନ୍ତି। ଥରେ ପତ୍ର ଚିତ୍ର କରିବା ପାଇଁ ପ୍ରସ୍ତୁତ ହୋଇଗଲେ ସରୁ ତୂଳୀ ସାହାଯ୍ୟରେ ସେ ଚିତ୍ର କରିବା ଆରମ୍ଭ କରିଦିଅନ୍ତି। ଦୁଇ ଦିନ ଲାଗିଯାଏ ଗୋଟିଏ ଚିତ୍ର କରିବାପାଇଁ। ଏଥିରେ ସେ ମାଇକେଲ୍‌ ଜ୍ୟାକ୍ସନ, ଅମିତାଭ ବଚ୍ଚନ, ସଚିନ ତେନ୍ଦୁଲକର୍‌, ବହୁ ପ୍ରସିଦ୍ଧ ଐତିହାସିକ ବ୍ୟକ୍ତି, ହଲିଉଡ୍‌ ଅଭିନେତା/ଅଭିନେତ୍ରୀଙ୍କର ଚିତ୍ର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଦି ପ୍ରାଇମ୍‌ ମିନିଷ୍ଟର୍ସ ଟେବୁଲ’

ନୂଆଦିଲ୍ଲୀ,୨୪ା୮(ପିଟି): ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ଥାଳିଠାରୁ ଆରମ୍ଭ କରି ସେମାନଙ୍କ ବ୍ୟକ୍ତିଗତ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇଛି, ଯାହାକି ସେମାନଙ୍କ ରାଜନୈତିକ ଜୀବନୀଠାରୁ ମଧ୍ୟ କିଛି…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri