ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ ବଡ଼ ଆକ୍ସନ: ଦରମା ବନ୍ଦ ସହ ଚୁକ୍ତିଭିତ୍ତିକ ଡାକ୍ତରଙ୍କୁ ନୋଟିସ୍‌ ପରେ କାର୍ଯ୍ୟରୁ ନିବୃତ୍ତ ପାଇଁ ନିର୍ଦ୍ଦେଶ !

ଭୁବନେଶ୍ୱର, ୨ା୭: ରାଜ୍ୟରେ ଚାଲିଥିବା ଡାକ୍ତରୀ ଆନ୍ଦୋଳନକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଡ଼ ଏବଂ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ(ଓମ୍‌ସା) ନେତୃତ୍ୱରେ ଆନ୍ଦୋଳନରେ ସାମିଲ ହୋଇଥିବା ଡାକ୍ତରମାନଙ୍କ ବିରୋଧରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆନ୍ଦୋଳନରତ ଡାକ୍ତରମାନଙ୍କର ଦରମା ବନ୍ଦ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ ଓ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି।

ସ୍ୱାସ୍ଥ୍ୟ ବିଭାଗର ଚିଠି ଅନୁଯାୟୀ, ଓଡ଼ିଶା ମେଡିକାଲ ଆଣ୍ଡ ହେଲ୍ଥ ସର୍ଭିସେସ୍ (OMHS) କ୍ୟାଡର ଅଧୀନରେ ଆସୁଥିବା ଯେଉଁ ମେଡିକାଲ ଅଫିସରମାନେ କାର୍ଯ୍ୟରେ ଯୋଗ ନଦେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି, ସେମାନଙ୍କର ଦରମା ତୁରନ୍ତ ବନ୍ଦ କରିବାକୁ କୁହାଯାଇଛି। କେବଳ ସେତିକି ନୁହେଁ, ଆନ୍ଦୋଳନରେ ସାମିଲ ଥିବା ଚୁକ୍ତିଭିତ୍ତିକ ଡାକ୍ତରମାନଙ୍କ ଉପରେ ମଧ୍ୟ ଖଣ୍ଡା ଝୁଲିଛି। ସେମାନଙ୍କୁ ପ୍ରଥମେ ନୋଟିସ୍‌ ଦିଆଯିବା ସହ ପରବର୍ତ୍ତୀ ସମୟରେ କାର୍ଯ୍ୟରୁ ନିବୃତ୍ତ କରିବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି।

ରାଜ୍ୟର ସ୍ୱାସ୍ଥ୍ୟ ସେବା ଯେପରି ବିପର୍ଯ୍ୟସ୍ତ ନହେବ, ସେଥିପାଇଁ ବିଭାଗ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଏ ସଂକ୍ରାନ୍ତରେ ରାଜ୍ୟର ସବୁ ମେଡିକାଲ କଲେଜ, ସରକାରୀ ହସ୍ପିଟାଲ, ସିଡିଏମଓ (CDMO) ଏବଂ ପିଏଚଓ (PHO) ମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଲେଖି ତୁରନ୍ତ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରଙ୍କ ଏହି ବଡ଼ କାର୍ଯ୍ୟାନୁଷ୍ଠାନ ପରେ ଏବେ ଆନ୍ଦୋଳନରତ ଡାକ୍ତରଙ୍କ ମହଲରେ କମ୍ପନ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ, ବଦଳି ନୀତିରେ ସ୍ବଚ୍ଛତା ଏବଂ କ୍ୟାଡର ପୁନର୍ଗଠନ ସମେତ ୧୩ ଦଫା ଦାବି ନେଇ ଓଡ଼ିଶାର ବିଭିନ୍ନ ସରକାରୀ ହସ୍ପିଟାଲରେ ଡାକ୍ତରମାନେ ଗୁରୁବାର ଲଗାତାର ଦ୍ୱିତୀୟ ଦିନ ପାଇଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ଜାରି ରଖିଛନ୍ତି। ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ(ଓମ୍‌ସା) ବ୍ୟାନରରେ ପ୍ରାୟ ୮ହଜାର ଡାକ୍ତର ବୁଧବାର ଜାତୀୟ ଡାକ୍ତର ଦିବସରୁ ଜିଲା ମୁଖ୍ୟ ଚିକିତ୍ସାଳୟ, ସବ୍‌-ଡିଭିଜନ ଏବଂ ଗ୍ରାମାଞ୍ଚଳର ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି।  ଫଳରେ ରୋଗୀ ସେବା ବହୁମାତ୍ରାରେ ପ୍ରଭାବିତ ହୋଇଛି। ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଠାରୁ ଆରମ୍ଭ କରି ଜିଲା ମୁଖ୍ୟ ହସ୍ପିଟାଲ ଗୁଡ଼ିକରେ ଥିବା ବର୍ହିବିଭାଗକୁ ଆସୁଥିବା ରୋଗୀମାନେ ସିଧାସଳଖ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଆନ୍ଦେଳନରେ ମଧ୍ୟ କିଛି ଜୁନିୟର ଡାକ୍ତରମାନେ ସମର୍ଥନ ଜଣାଛନ୍ତି। ସେମାନେ ହସ୍ପିଟାଲରେ କଳା ବ୍ୟାଜ୍‌ ପିନ୍ଧି ରୋଗୀ ଚିକିତ୍ସା କରୁଥିବା ଦେଖିବାକୁ ମିଳିଛି। ରୋଗୀଙ୍କୁ ଦିଆଯାଇଥିବା ଅସ୍ତ୍ରୋପଚାର ତାରିଖକୁ ମଧ୍ୟ ଘୁଞ୍ଚାଇ ଦିଆଯାଇଛି। ଯଦ୍ୱାରା ରୋଗୀମାନେ କଷ୍ଟ ଓ ଯନ୍ତ୍ରଣାରେ ଛଟପଟ ଦେଉଛନ୍ତି।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?