ଶ୍ରୀନୀଳମାଧବ ମନ୍ଦିରରେ ଫାଟ

ଖଣ୍ଡପଡ଼ା,୧୧ା୨(ଅଜୟ କୁମାର ମହାରଣା)ଶ୍ରୀଜଗନ୍ନାଥ ସଂସ୍କୃତିର ଆଦି ପୀଠ ଭାବେ କଣ୍ଟିଲୋର ଶ୍ରୀନୀଳମାଧବ ମନ୍ଦିର ସର୍ବଜନ ବିଦିତ। ପୁରୀ ଶ୍ରୀମନ୍ଦିର ପୂଜାନୀତି ସହ ସାମଞ୍ଜସ୍ୟ ରହିଥିବା ଏହି ମନ୍ଦିରର ପୁରାତନ କୀର୍ତ୍ତିରାଜି ଆଜି ଧ୍ୱଂସାଭିମୁଖୀ। ଶ୍ରୀନୀଳମାଧବଙ୍କ ସହ ବିଭିନ୍ନ ମନ୍ଦିରରେ ଫାଟ ସୃଷ୍ଟି ହୋଇଛି। ଫଳରେ ବର୍ଷାଦିନେ ପାଣି ଗଳୁଥିବାବେଳେ ମନ୍ଦିରର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅପରପକ୍ଷରେ ରାଜ୍ୟ ଓ କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଏହି ମନ୍ଦିରର ସୁରକ୍ଷା ପ୍ରତି ଅଣଦେଖା ପ୍ରଦର୍ଶନ କରୁଛନ୍ତି ବୋଲି ସାଧାରଣରେ ମତପ୍ରକାଶ ପାଉଛି।
ଓଡ଼ିଶାର ଗଡ଼ଜାତ ରାଜାମାନେ ନୀଳମାଧବ ଜୀଉଙ୍କ ବିଭିନ୍ନ ଯାନିଯାତ୍ରା, ସେବା ପୂଜା ପାଇଁ ଶ୍ରୀଜୀଉଙ୍କ ନାମରେ ବିପୁଳ ଭୂ-ସମ୍ପତି ଖଞ୍ଜା ଓ ନିଷ୍କର ଭାବେ ରଖି ଯାଇଥିଲେ। ଶ୍ରୀଜୀଉଙ୍କ ନାମରେ ଥିବା ଭୂ ସମ୍ପତି ଏବେ ପ୍ରଜା ଦଖଲରେ। ଫଳରେ ଠାକୁରଙ୍କ ପୂଜା ନୀତି ସମ୍ପନ୍ନ କରିବାରେ ସମସ୍ୟା ସୃଷ୍ଟି ହେଉଛି। ଆର୍ଥତ୍କ ଅନାଟନ ଯୋଗୁ ଦେବୋତ୍ତର ବିଭାଗ ମଧ୍ୟ ନଷ୍ଟ ହୋଇଯାଉଥିବା ପୁରାତନ କୀର୍ତ୍ତିରାଜିର ସୁରକ୍ଷା ଦେବା ଅସମ୍ଭବ ହୋଇପଡ଼ିଛି। ବିଭିନ୍ନ ସମୟରେ ସୃଷ୍ଟି ହେଉଥିବା ବଜ୍ରପାତ ପ୍ରଭାବରେ ନୀଳମାଧବ ମନ୍ଦିର ଚୂଡା(ଦଧି ନଉତି) ତଥା ନୀଳଚକ୍ର ଦକ୍ଷିଣପାର୍ଶ୍ୱ ଅଁଳା ବେଢ଼ାରେ ଗର୍ତ୍ତ ଓ ଫାଟ ସୃଷ୍ଟି ହୋଇଥିବା ବେଳେ ମନ୍ଦିର ପୂର୍ବ ପାର୍ଶ୍ୱରେ ଥିବା ବଟ ଗଣେଶ ମନ୍ଦିର ସଂଲଗ୍ନ ରୋଷ ବେଢ଼ା କାନ୍ଥରେ ମଧ୍ୟ ଫାଟ ସୃଷ୍ଟି ହୋଇଛି। ମୁଖ୍ୟ ମନ୍ଦିର ଦୁର୍ଗା ମୋହନ ଦକ୍ଷିଣପାର୍ଶ୍ୱ କବାଟଠାରେ ଓ ଗରୁଡ ମୋହନର ଉଭୟ ପ୍ରବେଶ ଦ୍ୱାରରେ ଫାଟ ସୃଷ୍ଟି ହୋଇ ବର୍ଷା ସମୟରେ ପାଣି ଗଳୁଛି। ବିମଳାଙ୍କ ମନ୍ଦିର ଅଗ୍ର ଭାଗରେ ଫାଟ ସୃଷ୍ଟି ହେବା ସହ ଏକାଧିକ ମନ୍ଦିରର ନୀଳଚକ୍ର ଭାଙ୍ଗିଯାଇଛି। ଏହାଛଡ଼ା ମୂଳ ମନ୍ଦିର ସିଂହର ମୁଣ୍ଡଟି ଭାଙ୍ଗି ଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୨ ମେ ମାସରେ ଶହେ କୋଟି ଟଙ୍କାର ଅନୁଦାନ ରାଶି ମଞ୍ଜୁର କରାଯାଇ ନୀଳମାଧବ ପୀଠ ବିକାଶ ପ୍ରକଳ୍ପ କାର୍ଯ୍ୟ ଚାଲୁଛି। ବିଭିନ୍ନ ମନ୍ଦିରଗୁଡିକରେ ଧଳା ରଙ୍ଗ କରା ନ ଯାଇ ବିବିଧ ସ୍ଥାୟୀ ରଙ୍ଗ ଦ୍ୱାରା ସୁସଜ୍ଜିତ କରିବା, ମହାପ୍ରଭୁଙ୍କ ଦୟଣାଚୋରି ବଗିଚାରେ ଥିବା ପୁଷ୍କରିଣୀର ପରିସୀମାକୁ ସମ୍ପ୍ରତି ବିକାଶ ପ୍ରକଳ୍ପରେ ଚାଲିଥିବା କାର୍ଯ୍ୟରେ ପରିସୀମାକୁ ସଂକୁଚିତ କରାଯାଉଥିବାରୁ ଭବିଷ୍ୟତରେ ଠାକୁରଙ୍କ ନୀତିରେ ବିଶୃଙ୍ଖଳା ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି। ଏସବୁ କାର୍ଯ୍ୟର ପ୍ରତିକାର ତଥା ସମାଧାନ ଲାଗି ଗତ ୮ ତାରିଖରେ ବିକାଶ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରିବାକୁ ଆସିଥିବା ଓବିସିସି ସଚିବ ଭି. ଭି. ଯାଦବଙ୍କୁ ନୀଳମାଧବ ପୂଜକ ସମାଜର କର୍ମକର୍ତ୍ତାମାନେ ଭେଟି ଏ ସମ୍ପର୍କରେ ଆଲୋଚନା କରିବା ସହ ଏକ ଦାବିପତ୍ର ପ୍ରଦାନ କରିଥିବା ନୀଳମାଧବ ପୂଜକ ସଭାପତି ସଚ୍ଚିଦାନନ୍ଦ ମିଶ୍ର ଓ ସମ୍ପାଦକ ନୀଳମାଧବ ମିଶ୍ର ସୂଚନା ଦେଇଛନ୍ତି। ଏସବୁ ସମସ୍ୟା ପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ତଥା ରାଜ୍ୟ ଓ କେନ୍ଦ୍ର ପ୍ରନତ୍ତତ୍ତ୍ୱ ବିଭାଗ ଦୃଷ୍ଟି ନ ଦେଲେ ଶ୍ରୀଜୀଉଙ୍କ ମନ୍ଦିର ଓ ପୁରାତନ କୀର୍ତ୍ତିରାଜି ଅଚିରେ ଧ୍ୱଂସାଭିମୁଖୀ ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ଏ ସମ୍ପର୍କରେ ଖଣ୍ଡପଡ଼ା ତହସିଲଦାର ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ଧୋବେଇ ନାଏକଙ୍କୁ ପଚାରିବାରେ ସେ ମନ୍ଦିରର କ୍ଷୟକ୍ଷତି ସମ୍ପର୍କରେ ପ୍ରତ୍ନତତ୍ତ୍ୱ ବିଭାଗ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବେ ବୋଲି ସେ କହିଛନ୍ତି। ଅପରପକ୍ଷରେ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ମନ୍ଦିର ଦାୟିତ୍ୱରେ ଥିବା ଜଣେ କର୍ମଚାରୀ ସୂର୍ଯ୍ୟ ନାରାୟଣ ସାହୁଙ୍କ ସୂଚନାନୁସାରେ ମନ୍ଦିରର ବିଭିନ୍ନ କ୍ଷୟକ୍ଷତି ସମ୍ପର୍କରେ ବିଭାଗୀୟ କର୍ତ୍ତୃପକ୍ଷ ଅବଗତ ଅଛନ୍ତି। ସମ୍ପୃକ୍ତ କାର୍ଯ୍ୟଗୁଡ଼ିକର ଆବଶ୍ୟକ ମରାମତି କାମ ମାର୍ଚ୍ଚ ମାସ ପରେ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?