Posted inଜାତୀୟ

ଯୋଗକୁ ନେଇ କଂଗ୍ରେସରେ ଫାଟ, ଥରୁର ମୋଦିଙ୍କୁ କଲେ ପ୍ରଶଂସା…

ନୂଆଦିଲ୍ଲୀ,୨୧।୬ : ଯୋଗକୁ ନେଇ କଂଗ୍ରେସରେ ଫାଟ ଦେଖାଦେଇଛି। ଦଳ ଏବଂ ବରିଷ୍ଠ ନେତା ଶଶି ଥରୁର ପରସ୍ପର ବିରୋଧାତ୍ମକ ମନ୍ତବ୍ୟ ଦେଇଛନ୍ତି। ଯୋଗକୁ ଲୋକପ୍ରିୟ କରିବାରେ କଂଗ୍ରେସ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଅବଦାନକୁ ବୁଧବାର ମନେ ପକାଇଥିବାବେଳେ ଦଳର ବରିଷ୍ଠ ନେତା ଶଶି ଥରୁର କହିଛନ୍ତି ମିଳିତ ଜାତିସଂଘ ମାଧ୍ୟମରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବାବେଳେ ଆମେ ସେହି ସମସ୍ତ ପ୍ରୟାସକୁ ଚିହ୍ନିବା ଏବଂ ପ୍ରଶଂସା କରିବା ଉଚିତ।

ଏହାପୂର୍ବରୁ କଂଗ୍ରେସ ଏକ ଟୁଇଟ କରି କହିଥିଲା, ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗକୁ ଲୋକପ୍ରିୟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ତଥା ଏହାକୁ ଜାତୀୟ ନୀତିର ଏକ ଅଂଶ ଭାବରେ ପରିଣତ କରିଥିବା ପଣ୍ଡିତ ନେହେରୁଙ୍କୁ ଆମେ ଧନ୍ୟବାଦ ଦେଉଛୁ। ପାର୍ଟି କହିଥିଲା ଆମର ଶାରୀରିକ ତଥା ମାନସିକ ସୁସ୍ଥତା ମଧ୍ୟରେ ପ୍ରାଚୀନ କଳା ଏବଂ ଦର୍ଶନର ମହତ୍ତ୍ୱକୁ ପ୍ରଶଂସା କରିବା ଓ ଏହାକୁ ଆମ ଜୀବନରେ ଅନ୍ତର୍ଭୁକ୍ତ କରିବା ଲାଗି ପଦକ୍ଷେପ ନେବା ଜରୁରୀ। କଂଗ୍ରେସ ଏକ ଫଟୋଗ୍ରାଫ ମଧ୍ୟ ଶେୟାର କରିଥିଲା ଯେଉଁଥିରେ ନେହେରୁ ଶୀର୍ଷାସନ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଥିଲା।

କଂଗ୍ରେସ ଟୁଇଟକୁ ଟ୍ୟାଗ କରି ଥରୁର କହିଛନ୍ତି, ପ୍ରକୃତରେ ମିଳିତ ଜାତିସଂଘ ମାଧ୍ୟମରେ ଅନ୍ତର୍ଜାତୀୟ ଯୋଗ ଦିବସକୁ ଅନ୍ତର୍ଜାତୀୟ କରି ଯୋଗକୁ ପୁନର୍ଜୀବିତ ତଥା ଲୋକପ୍ରିୟ କରିଥିବା ଆମର ନିଜ ସରକାର ସମେତ ସେହି ସମସ୍ତଙ୍କ ଅବଦାନକୁ ମଧ୍ୟ ଆମେ ସ୍ବୀକାର କରିବା ଆବଶ୍ୟକ। ଏଥିମଧ୍ୟରେ ଆମ ସରକାର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବହିର୍ବ୍ୟାପାର ମନ୍ତ୍ରଣାଳୟର ଅବଦାନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?