Posted inଖେଳ

କାରିବିୟନ ପ୍ରିମିୟର ଲିଗ୍‌ ଆରମ୍ଭ: ଟ୍ରିନବାଗୋ, ବାର୍ବାଡୋସ ବିଜୟୀ

ଟାରୌବା, ୨୦।୮- କାରିବିୟନ ପ୍ରିମିୟର ଲିଗ୍‌(ସିପିଏଲ) ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଅନୁଷ୍ଠିତ ୨ଟି ମ୍ୟାଚରେ ଟ୍ରିନବାଗୋ ନାଇଟ ରାଇଡର୍ସ ଓ ବାର୍ବାଡୋସ ଟ୍ରାଇଡେଣ୍ଟ୍ସ ବିଜୟ ହାସଲ କରିଛନ୍ତି। ୩୦ଟି ଲିଗ୍‌ ମ୍ୟାଚ ପରେ ଦୁଇ ସେମିଫାଇନାଲ ସେପ୍ଟେମ୍ବର ୮ ଓ ୯ ଏବଂ ଫାଇନାଲ ୧୦ ତାରିଖରେ ଅନୁଷ୍ଠିତ ହେବ।
ନାରିନଙ୍କ ଅଲରାଉଣ୍ଡ ପ୍ରଦର୍ଶନ
ପ୍ରଥମ ମ୍ୟାଚରେ ଟ୍ରିନବାଗୋ ୪ ଉଇକେଟରେ ଗୁୟାନା ଆମାଜନ ଓ୍ବାରିୟର୍ସକୁ ପରାସ୍ତ କରିଛି। ବର୍ଷା ଯୋଗୁ ମ୍ୟାଚ ୧୭ ଓଭର ବିଶିଷ୍ଟ ହୋଇଥିଲା। ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଓ୍ବାରିୟର୍ସ ୧୭ ଓଭରରେ ୫ ଉଇକେଟ ହରାଇ ୧୪୪ ରନ କରିଥିଲା। ଦଳ ପକ୍ଷରୁ ସିମରନ ହେଟମେର ସର୍ବାଧିକ ୬୩(୪୪ ବଲ, ୨ ଚୌକା, ୨ ଛକା), ରସ୍‌ ଟେଲର ୩୩(୨୧ ବଲ, ୨ ଚୌକା, ୨ ଛକା) ଓ ନିକୋଲାସ ପୁରନ ୧୮ ରନ କରିଥିଲେ। ପ୍ରତିପକ୍ଷ ଦଳର ସୁନୀଲ ନାରିନ ୨ଟି ଏବଂ ଅଲୀ ଖାନ୍‌, ଜାଡେନ ସିଲେସ ଓ ଡ୍ବେନ ବ୍ରାଭୋ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଜବାବରେ ଟ୍ରିନବାଗୋ ୧୬.୪ ଓଭରରେ ୬ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଇନିଂସ ଓପନ କରିଥିବା ନାରିନ ୨୮ ବଲ୍‌ରୁ ୨ ଚୌକା ଓ ୪ ଛକା ସହାୟତାରେ ସର୍ବାଧିକ ୫୦ ଏବଂ ଡାରେନ ବ୍ରାଭୋ ୩୦(୨୭ ବଲ, ୨ ଛକା) ରନ କରିଥିଲେ। ପରାଜିତ ଦଳ ପକ୍ଷରୁ ଇମ୍ରାନ ତାହିର ଓ ନଭୀନ-ଉଲ-ହକ୍‌ ୨ଟି ଲେଖାଏ ଏବଂ ରୋମାରିଓ ସେଫର୍ଡ ଓ କେମୋ ପଲ୍‌ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ନାରିନ୍‌ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।
ସାଣ୍ଟନରଙ୍କ ପ୍ରଭାବୀ ବୋଲିଂ
ଦ୍ୱିତୀୟ ମ୍ୟାଚଟି ୨୦ ଓଭର ବିଶିଷ୍ଟ ହୋଇଥିଲା। ଏଥିରେ ବାର୍ବାଡୋସ ଟ୍ରାଇଡେଣ୍ଟ୍ସ ୬ ରନରେ ସେଣ୍ଟ କିଟ୍ସ ଆଣ୍ଡ ନେଭିସ ପାଟ୍ରିଅଟ୍ସକୁ ହରାଇ ଦେଇଥିଲା। ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ସେଣ୍ଟ କିଟ୍ସ। ବାର୍ବାଡୋସ ଦଳ ୨୦ ଓଭରରେ ୯ ଉଇକେଟ ହରାଇ ୧୫୩ ରନ କରିଥିଲା। ମାତ୍ର ୮ ରନରେ ୩ଟି ଉଇକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବାବେଳେ ଅଧିନାୟକ ଜାସନ ହୋଲ୍ଡର ସର୍ବାଧିକ ୩୮(୨୨ ବଲ, ୨ ଚୌକ, ୩ ଛକା), କାଏଲ ମେୟର୍ସ ୩୭(୨୦ ବଲ, ୨ ଚୌକା, ୩ ଛକା), ରଶିଦ ଖାଁ ୨୬(୨୦ ବଲ, ୨ ଚୌକା, ୧ ଛକା) ଓ ମିଚେଲ ସାଣ୍ଟନର ୨୦(୧୮ ବଲ, ୨ ଚୌକା) ରନ କରି ଦଳକୁ ସମ୍ମାନଜନକ ସ୍କୋର ପ୍ରଦାନ କରିଥିଲେ। ବିପକ୍ଷ ଦଳର ସୋହେଲ ତନଭୀର, ରାୟାଡ ଏମ୍ରିଟ ଓ ଶେଲଡନ କଟ୍ରେଲ ୨ଟି ଲେଖାଏ ଏବଂ ଆଲଜାରି ଜୋଶେଫ ଓ ଇଶ୍‌ ସୋଧି ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଜବାବରେ ସେଣ୍ଟ କିଟ୍ସ ପୂରା ୨୦ ଓଭର ଖେଳିଥିଲେ ହେଁ ୫ ଉଇକେଟ ହରାଇ ୧୪୭ ରନ କରିବାକୁ ସକ୍ଷମ ହୋଇଥିଲା। ଜୋଶୁଆ ଡା ସିଲ୍‌ଭା ସର୍ବାଧିକ ୪୧(୪୧ ବଲ, ୩ ଚୌକା) ରନ କରି ଅପରାଜିତ ରହିଥିଲେ ହେଁ ଦଳକୁ ବିଜୟୀ କରିପାରି ନ ଥିଲେ। ବେନ୍‌ ଡୁଙ୍କ୍‌ ୩୪(୨୧ ବଲ, ୩ ଚୌକା, ୧ ଛକା) ରନ କରିଥିଲେ। ସାଣ୍ଟନର ଚମତ୍କାର ପ୍ରଦର୍ଶନ କରି ନିଜ ୪ ଓଭର ସ୍ପେଲରେ ଗୋଟିଏ ମେଡେନ ନେଇ ୧୮ ରନ ବିନିମୟରେ ୨ଟି ଉଇକେଟ ନେଇଥିଲେ। ତେଣୁ ତାଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା। ରଶିଦ ଖାଁ ୨୭ ରନ ଦେଇ ୨ଟି ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାତଛଡ଼ା ହେଲା ସ୍ବର୍ଣ୍ଣ, ରୌପ୍ୟ ପାଇଲେ ଅଜୟ

ଗ୍ଲାସ୍‌ଗୋ,୨୮ା୭: ଭାରତର ଉଦୀୟମାନ ଭାରୋତ୍ତୋଳକ ଭେଲୁରି ଅଜୟ ବାବୁ ମଙ୍ଗଳବାର ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି। ସେ ପୁରୁଷ ୭୯ କେଜି କାଟେଗୋରୀରେ ଏହି…

ଅଚାନକ ଭାରତୀୟ କୋଚ୍‌ ଦେଲେ ଇସ୍ତଫା: କ୍ରିକେଟ ଜଗତରେ ହଇଚଇ, ଏମିତି ନିଷ୍ପତ୍ତି ନେଇ…

ମୁମ୍ବାଇ,୨୮।୭: ଅଚାନକ ଟିମ ଇଣ୍ଡିଆର ସହକାରୀ କୋଚ୍‌ ରୟାନ ଟେନ ଡୋଶେଟ (Ryan ten Doeschate) ନିଜ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ୟୁକେ (UK) ଗସ୍ତରେ…

ଅଧିନାୟକ ବଦଳରେ ଅଧିନାୟକ… ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସକୁ ସବୁଠାରୁ ବଡ଼ ପ୍ରସ୍ତାବ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ,୨୮।୭: ପାଞ୍ଚଥରର IPL ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଆଗାମୀ ସିଜିନ ପୂର୍ବରୁ ସେମାନଙ୍କର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ Trade କରିବାକୁ ମନସ୍ଥ କରିସାରିଛି। ଅନେକ ଦଳ ହାର୍ଦ୍ଦିକଙ୍କ…

କିଏ ଏହି ସାରାଂଶ ଜୈନ? ପ୍ରଥମ ଥର ପାଇଁ ଭାରତୀୟ ଟେଷ୍ଟ ଦଳରେ ମିଳିଲା ସୁଯୋଗ

ନୂଆଦିଲ୍ଲୀ, ୨୮।୭: ଶ୍ରୀଲଙ୍କା ବିରୋଧରେ ଆଗାମୀ ଅଗଷ୍ଟ ୧୫ରୁ ଆରମ୍ଭ ହେବାକୁ ଯାଉଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି।…

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ମ୍ୟାଚ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: ଜାଣନ୍ତୁ କିଏ ଗଲେ, କିଏ ଆସିଲେ…

ନୂଆଦିଲ୍ଲୀ, ୨୮।୭: ଅଗଷ୍ଟ ମାସରେ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତରେ ଯାଇ ୨ଟି ଟେଷ୍ଟ ମ୍ୟାଚ ସିରିଜ ଖେଳିବ। ଏହି ସିରିଜ ପାଇଁ ବିସିସିଆଇ (BCCI) ମଙ୍ଗଳବାର…

ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ ବିରୁଷ୍କା: ଦାମ୍‌ ଜାଣିଲେ ଉଡ଼ିଯିବ ହୋଶ୍‌

ମୁମ୍ବାଇ,୨୭।୭:ଭାରତୀୟ କ୍ରିକେଟ କିମ୍ବଦନ୍ତୀ ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଏହି ଦମ୍ପତି ମୁମ୍ବାଇର ଭର୍ସୋଭା ଅଞ୍ଚଳରେ ୧୯.୨୯…

ଏହି ଅଭିନେତ୍ରୀଙ୍କ ପ୍ରେମରେ ବୋଲ୍ଡ ହେଲେ ଅର୍ଶଦୀପ ସିଂ

ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଅର୍ଶଦୀପ ସିଂହ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ଅର୍ଶଦୀପ ଇନଷ୍ଟାଗ୍ରାମରେ ମଡେଲ ତଥା ଅଭିନେତ୍ରୀ…

ପ୍ଲେୟାର ଅଫ ଦି ସିରିଜ ଜିତିବା ସତ୍ତ୍ୱେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଚେତାବନୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୭।୭: ଜିମ୍ବାୱେ ବିପକ୍ଷରେ T20 ସିରିଜରେ ଚମତ୍କାର ପ୍ରଦର୍ଶନ ପରେ ବୈଭବ ସୂର୍ଯ୍ୟବଂଶୀ ‘ପ୍ଲେୟାର ଅଫ ଦି ସିରିଜ’ ପୁରସ୍କାର ଜିତିଥିଲେ। ଏହି ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri