ଛିଣ୍ଡି ପଡିଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଳିଗଲେ ଗାଈ ଚରାଳି

ଦାରିଙ୍ଗବାଡି,୨୫/୧୧ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଗ୍ରୀନବାଡି ପଞ୍ଚାୟତ କୁତୁବାଡି ଗାଁରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଗାଈଚରାଳି ଜଳିଯାଇଛନ୍ତି। ସେ ହେଲେ କୁତୁବାଡି ଗ୍ରାମର ପ୍ରଭଞ୍ଜନ ପ୍ରଧାନ। ସେ ଉକ୍ତ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରତିମା ପ୍ରଧାନଙ୍କ ସ୍ବାମୀ ବୋଲି ଜଣାପଡିଛି। ମଙ୍ଗଳବାର ସକାଳୁ ପ୍ରଭଞ୍ଜନ ଏବଂ ତାଙ୍କ ବଡ଼ଭାଇ ନିରଞ୍ଜନ ପ୍ରଧାନ ଦୁହେଁ ସେମାନଙ୍କ ଗୃହପାଳିତ ପ୍ରାଣୀ ଗାଈ ଓ ଛେଳି ନେଇ ଓଡିଶା ଆଦର୍ଶ ବିଦ୍ୟାଳୟର ପାଚେରି ନିକଟରେ ଚରାଉଥିଲେ। ଏହି ସମୟରେ ଗାଈ ଓ ଛେଳି ଲଟା ବୁଦା ଭିତରକୁ ଚାଲିଯିବାରୁ ପ୍ରଭଞ୍ଜନ ସେମାନଙ୍କୁ ଅଟକାଇବା ପାଇଁ ଲଟା ବୁଦା ଆଡକୁ ଯାଉଥିଲେ। ଏହି ସମୟରେ ପୂର୍ବରୁ ଉକ୍ତ ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟରୁ ଛିଣ୍ଡି ପଡିଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ପ୍ରଭଞ୍ଜନ ଆସିଥିଲେ। ତାଙ୍କ ମୁହଁ, ହାତ ଗୋଡ଼ ସବୁ ଜଳି ଯାଇଥିଲା। ଏହା ଦେଖି ସାଥିରେ ଥିବା ବଡ଼ଭାଇ ନିରଞ୍ଜନ ଗ୍ରାମବାସୀଙ୍କୁ ଫୋନ କରି ଜଣାଇଥିଲେ। ଗ୍ରାମବାସୀ ପହଞ୍ଚି ପ୍ରଭଞ୍ଜନଙ୍କୁ ଦାରିଙ୍ଗବାଡି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେତେବେଳକୁ ପ୍ରଭଞ୍ଜନଙ୍କ ମୃତ୍ୟୁ ଘଟି ସାରିଥିଲା। ଘଟଣା ସମ୍ପର୍କରେ ଖବରପାଇ ଆଇଆଇସି ସଂଗ୍ରାମ କେଶରୀ ଜେନା ଏହାର ତଦନ୍ତ ଆରମ୍ଭ କରି ମୃତଦେହ ଜବତ କରିଥିଲେ। ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ସୂଚନା ପାଇ ଦାରିଙ୍ଗବାଡି ସରପଞ୍ଚ ଦୀପକ ପ୍ରଧାନ ଡାକ୍ତରଖାନାରେ ପହଞ୍ଚତ୍ଥିଲେ। ବିଦ୍ୟୁତ୍‌ ବିଭାଗ ସହକାରୀ ଯନ୍ତ୍ରୀ ଶିବ ପ୍ରସାଦ ନାୟକଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଲେ, ଘଟଣାର ତଦନ୍ତ କରାଯିବ। ଯଦି ବିଦ୍ୟୁତ୍‌ ତାର ଛିଣ୍ଡିଥିଲା ତେବେ ସବଷ୍ଟେସନରୁ ଫ୍ୟୁଜ୍‌ ଚାଲିଯିବା କଥା। ତେବେ ଘଟଣା ସମ୍ପର୍କରେ ତଦନ୍ତ ପରେ ଏହାର ସତ୍ୟାସତ୍ୟ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଅଭିଜିତ ଦୀପକେଙ୍କ ବଡ଼ ଘୋଷଣା: ନଭେମ୍ବର ୨୬ରେ…ସରକାରଙ୍କର ବଢିଲା ଚିନ୍ତା

ନୂଆଦିଲ୍ଲୀ, ୨୫।୧୧: କକରୋଚ ଜନତା ପାର୍ଟି ପୁଣିଥରେ ରାଲି କରିବାକୁ ପ୍ରସ୍ତୁତି ଚଳାଇଛି। ସିଜେପିର ପ୍ରତିଷ୍ଠାତା ଅଭିଜିତ ଦୀପକେ ମଙ୍ଗଳବାର (ନଭେମ୍ବର ୨୪) ଦିନ କହିଛନ୍ତି ଯେ,…

IPL ନିଲାମୀ ପାଇଁ ରେଜିଷ୍ଟ୍ରଶନ କଲେ ସେହ୍ବାଗଙ୍କ ପୁଅ: ଜାଣନ୍ତୁ କେତେ ରହିଛି ବେସ୍‌ ପ୍ରାଇସ୍‌

ନୂଆଦିଲ୍ଲୀ,୨୫।୧୧: ଆଇପିଏଲ ୨୦୨୭ ନିଲାମୀକୁ ନେଇ କ୍ରିକେଟ ମହଲରେ ଉତ୍ସାହ ବଢ଼ିବାରେ ଲାଗିଛି। ନିଲାମୀ ପାଇଁ ଆଉ ପ୍ରାୟ ୨୦ ଦିନ ବାକି ଥିବାବେଳେ ଖେଳାଳିଙ୍କ ପଞ୍ଜୀକରଣକୁ…

ଦାୟିତ୍ୱକୁ ବୁଝିଲେ ଯୁବପିଢ଼ି ପରିବର୍ତ୍ତନ ଆଣିପାରିବେ: ମେନନ୍‌

ଭୁବନେଶ୍ୱର, ୨୫।୧୧ (ବନ୍ଦନା ସେଠୀ): ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନକୁ ବଡ଼ ଆକାରର ନ ଭାବି ଯୁବପିଢ଼ି ନିଜ ଦାୟିତ୍ୱକୁ ବୁଝି ଠିକ୍‌ ଭାବରେ କର୍ମ କରିପାରିଲେ…

ଚାଇନାକୁ ଚିପ୍‌ ଚୋରାଚାଲାଣ ରୋକିବ ଆମେରିକା

କୁଆଲାଲୁମ୍ପୁର,୨୫।୧୧: ସିଙ୍ଗାପୁର କମ୍ପାନୀ ମେଗାସ୍ପିଡ୍‌ ଇଣ୍ଟରନ୍ୟାଶନାଲର ପୂର୍ବତନ ଅଫିସର ଆଲିସ୍‌ ହୁଆଙ୍ଗ୍‌ଙ୍କ ସହ ଅନୈତିକ ସମ୍ପର୍କକୁ ନେଇ ବିବାଦ ଦେଖାଦେବା ପରେ ଏନ୍‌ଭିଡିଆ ସିଇଓ ପଦରୁ ଜେନ୍‌ସେନ୍‌…

ଓଡ଼ିଶା ହେବ ସେମିକଣ୍ଡକ୍ଟର, ଚିପ୍‌ ହବ୍‌: ମହାଲିଙ୍ଗ

ଭୁବନେଶ୍ୱର, ୨୫ା୧୧(ରବିନାରାୟଣ ଜେନା): ଓଡ଼ିଶାକୁ ଦେଶର ଏକ ପ୍ରମୁଖ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ହବ୍‌ରେ ପରିଣତ କରିବ ଏଆରଏଫ୍‌ ଡିଜାଇନ୍‌ ସେଣ୍ଟର। ସେମିକଣ୍ଡକ୍ଟର ଓ ଚିପ୍‌ ଡିଜାଇନ୍‌…

ବୈଭବଙ୍କ ବିରଳ ରେକର୍ଡ

ଦୋହା, ୨୫ା୧୧: ଟିନ୍‌ ଏଜ୍‌ ସେନ୍‌ସେସନ ବୈଭବ ସୂର୍ଯ୍ୟବଂଶୀ ମଙ୍ଗଳବାର ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ଏଠାରେ ଚାଲିଥିବା ଏସିଆ କପ୍‌ ରାଇଜିଂ ଷ୍ଟାର୍ସ ଟୁର୍ନାମେଣ୍ଟରେ ନିଜର…

ପୁଣି ଶସ୍ତା ହେଲା ସୁନା-ରୂପା: ୧.୨୫ ଲକ୍ଷ ତଳକୁ ଖସିଲା ସୁନା, ୧.୫୦ ଲକ୍ଷ ତଳେ କାରବାର କରୁଛି…

ନୂଆଦିଲ୍ଲୀ,୨୪।୧୧: ସୁନା ଏବଂ ରୂପା ଦରରେ ପୁଣି ଥରେ ବିକ୍ରି ଚାପ ଦେଖିବାକୁ ମିଳିଛି। ଦେଶର ପ୍ରମୁଖ ଫ୍ୟୁଚର ବଜାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ସୁନା…

ଇଂଲଣ୍ଡର ଷ୍ଟାର୍ ଅଲରାଉଣ୍ଡରଙ୍କ ପାଇଁ ନିୟମ ଭାଙ୍ଗିଲା ବିସିସିଆଇ! ଆଇପିଏଲ୍ ୨୦୨୭ ନିଲାମୀରେ ଏଣ୍ଟ୍ରି, ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୨୪।୧୧: ଆସନ୍ତା ଡିସେମ୍ବର ୧୬ ତାରିଖରେ ଗୋଆଠାରେ ଆଇପିଏଲ୍ ୨୦୨୭ ପାଇଁ ମିନି ନିଲାମୀ ଅନୁଷ୍ଠିତ ହେବାକୁ ଯାଉଛି। ଏହା ପୂର୍ବରୁ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?