ଚାଇନାକୁ ଚିପ୍‌ ଚୋରାଚାଲାଣ ରୋକିବ ଆମେରିକା

କୁଆଲାଲୁମ୍ପୁର,୨୫।୧୧: ସିଙ୍ଗାପୁର କମ୍ପାନୀ ମେଗାସ୍ପିଡ୍‌ ଇଣ୍ଟରନ୍ୟାଶନାଲର ପୂର୍ବତନ ଅଫିସର ଆଲିସ୍‌ ହୁଆଙ୍ଗ୍‌ଙ୍କ ସହ ଅନୈତିକ ସମ୍ପର୍କକୁ ନେଇ ବିବାଦ ଦେଖାଦେବା ପରେ ଏନ୍‌ଭିଡିଆ ସିଇଓ ପଦରୁ ଜେନ୍‌ସେନ୍‌ ହୁଆଙ୍ଗ୍‌ ଇସ୍ତଫା ଦେଇଥିଲେ। ଆଲିସ୍‌ ଜଣେ ଚାଇନା ଗୁପ୍ତଚର ବୋଲି ସନ୍ଦେହ କରାଯାଉଥିଲା। ଜେନ୍‌ସେନ୍‌ଙ୍କ ଇସ୍ତଫା ପରେ ଓ୍ବାଲଷ୍ଟ୍ରିଟ୍‌ରେ ବଡ଼ ଧରଣର ହ୍ରାସ ଘଟିଥିଲା ଏବଂ ଏଆଇ ନିବେଶ ଉପରେ ଆମେରିକା ଅର୍ଥ ବ୍ୟବସ୍ଥାକୁ ନେଇ ଚିନ୍ତା ବଢ଼ିଥିଲା। ଆମେରିକାର ମୁଖ୍ୟ ଚିପ୍‌ ନିର୍ମାତା କମ୍ପାନୀ ଏନ୍‌ଭିଡିଆକୁ ଜେନ୍‌ସେନ୍‌ ଫେରିଥିବାବେଳେ ଚାଇନାକୁ ଚିପ୍‌ ଚୋରାଚାଲାଣ ରୋକିବା ପାଇଁ ଆମେରିକା ପଦକ୍ଷେପ ନେବାକୁ ଯୋଜନା କରିଛି। ଏନ୍‌ଭିଡିଆ କେଳେଙ୍କାରୀର ମୁଖ୍ୟ ସିଙ୍ଗାପୁର କମ୍ପାନୀକୁ ଆମେରିକା କଳା ତାଲିକାଭୁକ୍ତ କରିଥିବାବେଳେ ଏହା ସହ ସହଯୋଗ କରିବାକୁ ସିଙ୍ଗାପୁର ମଙ୍ଗଳବାର ସହମତ ହୋଇଛି। ଜେନ୍‌ସେନ୍‌ଙ୍କ ଇସ୍ତଫା ଫଳରେ ଓ୍ବାଲଷ୍ଟ୍ରିଟ୍‌ରେ ବଡ଼ ହ୍ରାସ ଘଟିଥିବାବେଳେ ସେ ପୁନର୍ବାର ଫେରିବା ପରେ ବିଶ୍ୱ ଷ୍ଟକ୍‌ ବଜାରରେ ଉନ୍ନତି ଦେଖାଦେଇଛି। ଏନ୍‌ଭିଡିଆ ଶେୟାର ୩୧.୫ ପ୍ରତିଶତ ବୃଦ୍ଧି ପାଇବା ସହ ନାସ୍‌ଡାକ୍‌ ୬ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ଜେନ୍‌ସେନ୍‌ ଜାତୀୟ ସୁରକ୍ଷା ପାଇଁ ବିପଦ ନୁହନ୍ତି ବୋଲି ଆମେରିକା ସରକାରଙ୍କଠାରୁ ସୂଚନା ପାଇବା ପରେ ଏନ୍‌ଭିଡିଆ ସୋମବାର ତାଙ୍କୁ ପୁନର୍ବାର ସିଇଓ ପଦରେ ଅବସ୍ଥାପିତ କରିଥିଲା। ଏହା ପରେ ଆମେରିକା ମେଗାସ୍ପିଡ୍‌କୁ ବାଣିଜି୍ୟକ କଳାତାଲିକାଭୁକ୍ତ କରିଛି। ଫଳରେ ଏହି କମ୍ପାନୀ ଅତ୍ୟାଧୁନିକ ଚିପ୍‌ କିଣିପାରିବ ନାହିଁ।
ଆମେରିକାର ଜାତୀୟ ସୁରକ୍ଷା କିମ୍ବା ବିଦେଶ ନୀତି ସ୍ବାର୍ଥ ବିରୋଧରେ କାର୍ଯ୍ୟ କରୁଥିବାରୁ ମେଗାସ୍ପିଡ୍‌ ଇଣ୍ଟରନ୍ୟାଶନାଲ ସହ ମାଲେସିଆ, ସିଙ୍ଗାପୁର ଓ ଥାଇଲାଣ୍ଡରେ ଥିବା ଏହାର ୪ଟି ସହଯୋଗୀ କମ୍ପାନୀକୁ ଆମେରିକା ବାଣିଜ୍ୟ ବିଭାଗର ଏଣ୍ଟିଟି ଲିଷ୍ଟରେ ସାମିଲ କରାଯାଇଛି। ଚାଇନାର ମୁଖ୍ୟ ପ୍ରଯୁକ୍ତିବିଦ୍ୟା କମ୍ପାନୀ ଆଲିବାବାର ସହଯୋଗୀ ସିଙ୍ଗାପୁରର ଆପେକ୍ସ ଏଣ୍ଟପ୍ରାଇଜ୍‌ ସଲ୍ୟୁଶନ୍ସକୁ ମଧ୍ୟ ଏହି ତାଲିକାରେ ରଖାଯାଇଛି। ତାଲିକାଭୁକ୍ତ ହୋଇଥିବା ମେଗାସ୍ପିଡ୍‌ ସମେତ ୨ଟି ସ୍ଥାନୀୟ କମ୍ପାନୀକୁ ମିଶାଇ ମୋଟ ୭ କମ୍ପାନୀ ସହ ସମ୍ପର୍କ ଛିନ୍ନ କରିବାକୁ ମାଲେସିଆ ଡାଟା ସେଣ୍ଟର ଅପରେଟରମାନଙ୍କୁ କହିଛି। ସିଙ୍ଗାପୁର ସ୍ଥିତିର ଦୁରୁପଯୋଗ କରି ଚାଇନା କିମ୍ବା ଦକ୍ଷିଣପୂର୍ବ ଏସିଆର ଅନ୍ୟ ଦେଶଗୁଡ଼ିକୁ ବେଆଇନ ଭାବେ ଚିପ୍‌ ଚୋରାଚାଲାଣ ବନ୍ଦ କରିବା ଦିଗରେ ଆମେରିକା ସହ ମିଶି ସିଙ୍ଗାପୁର କାମ କରିବ ବୋଲି ଏହାର ପ୍ରଧାନମନ୍ତ୍ରୀ ଲରେନ୍ସ ଓ୍ବଙ୍ଗ୍‌ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

IPL ନିଲାମୀ ପାଇଁ ରେଜିଷ୍ଟ୍ରଶନ କଲେ ସେହ୍ବାଗଙ୍କ ପୁଅ: ଜାଣନ୍ତୁ କେତେ ରହିଛି ବେସ୍‌ ପ୍ରାଇସ୍‌

ନୂଆଦିଲ୍ଲୀ,୨୫।୧୧: ଆଇପିଏଲ ୨୦୨୭ ନିଲାମୀକୁ ନେଇ କ୍ରିକେଟ ମହଲରେ ଉତ୍ସାହ ବଢ଼ିବାରେ ଲାଗିଛି। ନିଲାମୀ ପାଇଁ ଆଉ ପ୍ରାୟ ୨୦ ଦିନ ବାକି ଥିବାବେଳେ ଖେଳାଳିଙ୍କ ପଞ୍ଜୀକରଣକୁ…

ଦାୟିତ୍ୱକୁ ବୁଝିଲେ ଯୁବପିଢ଼ି ପରିବର୍ତ୍ତନ ଆଣିପାରିବେ: ମେନନ୍‌

ଭୁବନେଶ୍ୱର, ୨୫।୧୧ (ବନ୍ଦନା ସେଠୀ): ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନକୁ ବଡ଼ ଆକାରର ନ ଭାବି ଯୁବପିଢ଼ି ନିଜ ଦାୟିତ୍ୱକୁ ବୁଝି ଠିକ୍‌ ଭାବରେ କର୍ମ କରିପାରିଲେ…

ଓଡ଼ିଶା ହେବ ସେମିକଣ୍ଡକ୍ଟର, ଚିପ୍‌ ହବ୍‌: ମହାଲିଙ୍ଗ

ଭୁବନେଶ୍ୱର, ୨୫ା୧୧(ରବିନାରାୟଣ ଜେନା): ଓଡ଼ିଶାକୁ ଦେଶର ଏକ ପ୍ରମୁଖ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ହବ୍‌ରେ ପରିଣତ କରିବ ଏଆରଏଫ୍‌ ଡିଜାଇନ୍‌ ସେଣ୍ଟର। ସେମିକଣ୍ଡକ୍ଟର ଓ ଚିପ୍‌ ଡିଜାଇନ୍‌…

ବୈଭବଙ୍କ ବିରଳ ରେକର୍ଡ

ଦୋହା, ୨୫ା୧୧: ଟିନ୍‌ ଏଜ୍‌ ସେନ୍‌ସେସନ ବୈଭବ ସୂର୍ଯ୍ୟବଂଶୀ ମଙ୍ଗଳବାର ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ଏଠାରେ ଚାଲିଥିବା ଏସିଆ କପ୍‌ ରାଇଜିଂ ଷ୍ଟାର୍ସ ଟୁର୍ନାମେଣ୍ଟରେ ନିଜର…

ପୁଣି ଶସ୍ତା ହେଲା ସୁନା-ରୂପା: ୧.୨୫ ଲକ୍ଷ ତଳକୁ ଖସିଲା ସୁନା, ୧.୫୦ ଲକ୍ଷ ତଳେ କାରବାର କରୁଛି…

ନୂଆଦିଲ୍ଲୀ,୨୪।୧୧: ସୁନା ଏବଂ ରୂପା ଦରରେ ପୁଣି ଥରେ ବିକ୍ରି ଚାପ ଦେଖିବାକୁ ମିଳିଛି। ଦେଶର ପ୍ରମୁଖ ଫ୍ୟୁଚର ବଜାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ସୁନା…

ଇଂଲଣ୍ଡର ଷ୍ଟାର୍ ଅଲରାଉଣ୍ଡରଙ୍କ ପାଇଁ ନିୟମ ଭାଙ୍ଗିଲା ବିସିସିଆଇ! ଆଇପିଏଲ୍ ୨୦୨୭ ନିଲାମୀରେ ଏଣ୍ଟ୍ରି, ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୨୪।୧୧: ଆସନ୍ତା ଡିସେମ୍ବର ୧୬ ତାରିଖରେ ଗୋଆଠାରେ ଆଇପିଏଲ୍ ୨୦୨୭ ପାଇଁ ମିନି ନିଲାମୀ ଅନୁଷ୍ଠିତ ହେବାକୁ ଯାଉଛି। ଏହା ପୂର୍ବରୁ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ…

ରାହୁଲଙ୍କୁ ବଡ଼ ଝଟ୍‌କା! ସିଟ୍‌ ସେୟାରିଂ ନ ହେଉଣୁ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କଲା ଏସପି, କଂଗ୍ରେସର ବଢିଲା ଟେନଶନ

ନୂଆଦିଲ୍ଲୀ,୨୪।୧୧: ଉତ୍ତରପ୍ରଦେଶ ବିଧାନସଭା ନିର୍ୱାଚନ ପାଇଁ ସମାଜବାଦୀ ପାର୍ଟି ନିଜର ପ୍ରାର୍ଥୀମାନଙ୍କର ପ୍ରଥମ ତାଲିକା ଘୋଷଣା କରିଛି। ଏହି ତାଲିକାରେ ୫ ଜଣ ପ୍ରାର୍ଥୀଙ୍କ ନାମ ସାମିଲ…

ଅତାବିରାକୁ ପଶିଲା ମହାବଳ: ଅତାବିରା ଜାଙ୍ଗେଡ଼ ଅଞ୍ଚଳରେ କୋକୁଆ ଭୟ, ରାତିରେ ଘରୁ ନବାହାରିବାକୁ…

ଅତାବିରା, ୨୪।୧୧ (ଯୁଧିଷ୍ଠିର ମହାପାତ୍ର): ଡେବ୍ରିଗଡ଼ ଅଭୟାରଣ୍ୟରେ ଥିବା ମହାବଳ ବାଘ ମଙ୍ଗଳବାର ଭୋରରୁ ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଜାଙ୍ଗେଡ଼ ଗ୍ରାମ ଅଞ୍ଚଳକୁ ପଶିଆସିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?